Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

ଉମା ଶଙ୍କର ମାଝୀ

Drama


2  

ଉମା ଶଙ୍କର ମାଝୀ

Drama


ସୁନା-ଦ୍ଵିତୀୟ ଭାଗ

ସୁନା-ଦ୍ଵିତୀୟ ଭାଗ

2 mins 358 2 mins 358


ବିବାହର ତିନି ଦିନ ପରେ ରାଜବୀରଙ୍କୁ ଗୋଟିଏ ବଡ ପ୍ରୋଜେକ୍ଟ ପାଇଁ ବାହାରକୁ ଯିବାକୁ ପଡିଲା I ଦୀର୍ଘ ସାତ ଦିନ ପରେ ସେ ଘରକୁ ଫେରିଲେ I ଘରକୁ ଫେରିବା ପରେ ସେ ଘରେ ସ୍ମିତାଙ୍କୁ କହିଲେ - "ସ୍ମିତା ,ଏଇ ନିଅ I ତୁମ ପାଇଁ ସୁନାର ହାରଟିଏ ଆଣିଛି I ଆଶା କରୁଛି ତୁମକୁ ସୁନାହାରଟି ମାନିବ I" ଏତିକି କହିସାରି ସୁନାହାର ଦେଲାପରେ ସେ ଅନ୍ୟ କୋଠରୀକୁ ଚାଲିଗଲେ I  


ସ୍ମିତା ଯଦିଓ ସୁନାହାର ପାଇଁ ଖୁସି ହେଲେ କିନ୍ତୁ କେଜାଣି କାହିଁକି ରାଜବୀର ଆଚରଣ ତାଙ୍କୁ ଅଲଗା ଅଲଗା ଲାଗିଲା I ଲାଗିଲା ଯେମିତି ରାଜବୀର ତାଙ୍କୁ ଏଭଏଡ଼(ଅଣଦେଖା) କରିବାକୁ ଲାଗୁଛନ୍ତି I ଆଉ ପୂର୍ବ ପରି ସ୍ନେହ ରେ ପ୍ରେମ ଭାବରେ ତାଙ୍କ କଥାବାର୍ତ୍ତ କରୁନାହାନ୍ତି ? ଏମିତି ଦୁଇ ତିନି ପରେ ତାଙ୍କୁ ଆଉ ଗୋଟିଏ ବଡ଼ ପ୍ରୋଜେକ୍ଟରେ କାମ ମିଳିଗଲା I ସେଥି ପାଇଁ ତାଙ୍କୁ ଦୂର ସ୍ଥାନକୁ ଯିବାକୁ ପଡ଼ିଲା I ସେଠିପ୍ରାୟ ସେ ପନ୍ଦର ଦିନ ରହି ଘରକୁ ଫେରିଲେ I ଫେରିଆସି ସେ ସ୍ମିତାଙ୍କୁ ଘରେ ପହଞ୍ଚି ଡାକି କହିଲେ -  


"ସ୍ମିତା,ମୁଁ ଆସିଲା ବେଳେ ସୁନାଗହଣା ଦୋକାନରୁ ତୁମ ପାଇଁ ଏହି ସୁନା ବଡହାରଟି ଆଣିଛି ପିନ୍ଧିବ !"


ସ୍ମିତା ସୁନାହାରକୁ ହାତରେ ଧରି - " ଏ ମା ! ଏତେ ବଡ଼ ସୁନାହାର ! ମୁଁ ଜାଣିନ ଥିଲି ତୁମେ ମୋତେ ଏତେ ଭଲ ପାଅ, ସୁନାହାର କେତେପଡିଲା ? ବହୁତ ଟଙ୍କା ଲାଗିଥିବ ନା ? ଏହା କହି ସ୍ମିତା ରାଜବୀରଙ୍କୁ କୁଣ୍ଢେଇ ଧରିବା ପାଇଁ ଚେଷ୍ଟା କଲେ ମାତ୍ର ଏ କଣ ରାଜବୀର ଘୁଞ୍ଚିଗଲେ !


ରାଜବୀର- ସ୍ମିତା,ତୁମକୁ ସୁନାହାର ଭଲା ଲାଗିବା ବଡ଼ କଥା ? ଆସନ୍ତା ଥର ଆହୁରି ସୁନା ଅଳଙ୍କାର ଆଣିଦେଵି ! ତୁମେ ଚିନ୍ତା କରନି ! ଏମିତି କଥା କହି ରାଜବୀର ସେ ସ୍ଥାନ ଛାଡ଼ି ଅନ୍ୟ କୋଠରୀକୁ ଚାଲିଗଲେ I 


ସ୍ମିତାକୁ ପୂର୍ବପେକ୍ଷା ଲାଗିଲା ସତେ ଯେମିତି ରାଜବୀର ତାଙ୍କ ପାଖରୁ ଦୂରକୁ ଦୂରକୁ ଚାଲିଯାଉଛନ୍ତି I ସେ ତାଙ୍କ ପାଖରେ ଥାଇ ବି ବହୁତ ଦୂରେ ! କେଜାଣି କାହିଁକି ଆଜିର ସୁନାହାର ପିନ୍ଧିବା ତାଙ୍କୁ ଖୁସି ଦେଲା ନାହିଁ I


ଏହାପରେ ପନ୍ଦର ଦିନ ବିତିଯାଇଛି I ରାଜବୀରଙ୍କୁ ତାଙ୍କ ଭଲ ଇଂଜିନିୟର ଭାବରେ ଭଲ କାମ ପାଇଁ ଭଲ ଭଲ ପ୍ରୋଜେକ୍ଟ ଗୁଡିକ ମିଳି ଯାଉଛି I ପୁନଶ୍ଚ ତାଙ୍କୁ ଆଉ ଗୋଟିଏ ପ୍ରୋଜେକ୍ଟରେ କାମ ପାଇଁ ସୁଦୂର ସହରକୁ ଯିବାକୁ ପଡିଛି I 


ଦୀର୍ଘ ଏକମାସ ପରେ ତାଙ୍କ ଘରକୁ ପ୍ରତ୍ୟାବର୍ତ୍ତନ ହୋଇଛି I ଘରକୁ ଆସିବା ପରେ ସେ ସ୍ମିତା କୁ ଡାକି କହିଛନ୍ତି - ଏଇ ନିଅ ତୁମ ପାଇଁ ଛୋଟିଆ ସୁନାହାରଟିଏ,ମୁଁ ସହରରୁ ତୁମ ପାଇଁ ଆଣିଛି I ଆଉ ହଁ,ତୁମ ପାଇଁ ଯେଉଁ ସୁନା ଅଳଙ୍କାର ବିବାହ ସମୟରେ ଅଳଙ୍କାର ଧାରଣ ସମୟରେ 10 ଭରି ସୁନା ଅଳଙ୍କାର ବାକି ଥିଲା ତାହା ବି ମୁଁ ଆସିବା ସମୟରେ ସୁନାରୀ ମଉସା ଠାରୁ ନେଇ ଆସିଛି I ସେ ମୋତେ ଫୋନ କରିଥିଲେ ବାବା ରାଜବୀର ଦେଇଥିବା ବାକି ସୁନା ମୁଁ ଅଳଙ୍କାର ତିଆରି କରିଛି,ନେଇଯିବୁ I "


ହଁ ସବୁ ସୁନା ଅଳଙ୍କାର ପିନ୍ଧିନେବ I ଆଉ ଚିନ୍ତା କରନି ଆହୁରି ଗୋଟିଏ ପ୍ରୋଜେକ୍ଟ ର କାମ ଆରମ୍ଭ ଆସନ୍ତା ମାସ ପହିଲାରୁ ହେବ,ସେ କାମ ସରିଗଲେ ତୁମପାଇଁ ଆହୁରି ନୂଆ ସୁନାହାର ଆଣିଦେବି I 


ମୋର ଅଲଗା କାମ ଅଛି ଓ ମନ ବି ବ୍ୟସ୍ତ ଅଛି ତେଣୁ ତୁମ ପାଖରେ ରହିପାରିବିନି I" ରାଜାବୀରଙ୍କୁ କଣ କହିବେ ସ୍ମିତା ଭାବିପାରିଲେନାହିଁ ଆଜି କେଜାଣି ଲାଗୁଛି ସତେ ସୁନା ରାଜାବୀରଙ୍କୁ ତାଙ୍କ ଠାରୁ ଅନେକ ଦୂରକୁ ନେଇଯାଇଛି I


ଶରୀର ପାଖରେ ଥିଲେ ହେ ମନର ଦୂରତା ,ହୃଦୟର ଭାବନାକୁ ହୃଦୟଙ୍ଗମ କରିପାରୁଛନ୍ତି କି ନାହିଁ କେଜାଣି !!!!!


(କ୍ରମଶଃ )



Rate this content
Log in

More oriya story from ଉମା ଶଙ୍କର ମାଝୀ

Similar oriya story from Drama