Nityananda Sahu

Drama Tragedy Inspirational

3  

Nityananda Sahu

Drama Tragedy Inspirational

ସୁନା ବୋହୂ ଭାଗ-୩୨

ସୁନା ବୋହୂ ଭାଗ-୩୨

8 mins
235


【ଭାଗ-୩୨】


【 ପୂର୍ଵ ଭାଗରେ ଆପଣ ମାନେ ପଢିଥିଲେ , ସମସ୍ତଙ୍କୁ ଆପଣେଇବାକୁ ଯାଇ ଆଜି ହୃଦୟ ର ସହ ସବୁ କିଛି କରିଚାଲିଛି ମୁଁ । ଆଜି ବି ଜେଜେ ମାଆ ମୋର ଭୂଲ କୁ କ୍ଷମା କରି ନାହାନ୍ତି । ଅନ୍ୟ ପଟେ ଆଉ ଏକ ବିପଦ ର ଭୟରେ ଛାତି ଭିତର ମୋର ଥରି ଉଠୁଥିଲା ।  ....   ଆଉ ଏବେ ଆଗକୁ】


ସକାଳୁ ସମସ୍ତ ନିତ୍ୟ କର୍ମ ସାରି , ବାପା(ଶଶୁର) ଙ୍କୁ ଚା" କପ ଦେଇ ଆସିବା ବେଳେ , ବାପା ଖବର କାଗଜ ର ଗୋଟେ ନିୟୁଜ ପଢି ମତେ କହିଲେ ;-

     ବୁଝିଲୁ ମାଆ" ସେ ବ୍ୟାଙ୍କ ମ୍ୟାନେଜର କୋର୍ଟ ରେ ବେଲ ରେ ଆସିବା ପାଇଁ ଅପିଲ କରିବାରୁ, କୋର୍ଟ ସର୍ତ୍ତ ମୂଳକ ଜାମିନ ଦେଇଛନ୍ତି । ସେ ଆଜି ଜେଲ ରୁ ଖଲାସ ହେବ ।

     ତୁ ଏ ବିଷୟରେ କିଛି ଜାଣିଛୁ ନା ନାହିଁ ! ବ୍ୟାଙ୍କ ରେ କିଛି ଅସୁବିଧା ଆଉ ହେଉ ନାହିଁ ତ ? କିଛି ବି ଯଦି ପ୍ରୋବଲମ ହୁଏ , ଜଣେଇବୁ !

------ ଆଜ୍ଞା ବାପା । ସେମିତି କିଛି ବି ଅସୁବିଧା ହେଉ ନାହିଁ ।


  ଏତକ କହି ବାପା ଙ୍କୁ ସିନା ଚାଲି ଆସିଲି କିନ୍ତୁ ମନ ଭିତରେ ରାତିର ସ୍ୱପ୍ନର ଅଜଣା ଭୟ ଛାତି କୁ ଥରେଇ ଦେଉଥିଲା ।

ଜେଜେ ମାଆ ଙ୍କୁ ସମ୍ନାରେ ଦେଖି ମନ ଆହୁରି ବିଚଳିତ ହେଇ ଯାଉଥିଲା । କେଜାଣି ଆଜି ଜେଜେ ମାଆ ଆଉ କଣ ଟିୟୁସନ କରିବେ ? ଜେଜେ ମାଆ ଙ୍କୁ ଖୁସି କରିବା ପାଇଁ ଆପ୍ରାଣ ଉଦ୍ୟମ ଜାରି ରଖି ଥାଏ । ଏତେ ଦିନ ଭିତରେ ବି ରାମ ଙ୍କର ରୁମ ଭିତର କୁ ଯାଇ ପାରି ନାହିଁ। ଗୋଟେ ଘର ଛାତ ଭିତରେ ଦୁହେଁ ପଖା ପାଖି ଥାଇ ବି ନିଜ ଭିତରେ ଅନେକ ଦୂରତ୍ୱ । ହେ ପ୍ରଭୁ କେବେ ଏ ଦୂରତା ର ଶେଷ ହେବ !


 ଆଜି ସକାଳୁ କାହିଁକି କେଜାଣି ଜେଜେ ମାଆ ଚୁପ ଥିଲେ । ତାଙ୍କର ନୀରବତା ର ଭୟ ମୋ ଛାତି ଭିତରେ ଆହୁରି ଯନ୍ତ୍ରଣା ସୃଷ୍ଟି କରୁଥିଲା । ନିଜର ସିନ୍ଦୂର ର ରକ୍ଷା ସହ ପରିବାର ର ଇଜ୍ଜତ କୁ ଫେରେଇ ଆଣିବା ର ପ୍ରୟାସ କଣ ମୋର ସଫଳ ହେବ । ଅନ୍ୟମନସ୍କ ଭିତରେ କ୍ଷୀର ଉତୁରି ଗ୍ୟାସ୍ ରେ ସ୍ମେଲ ହେବାରୁ , ବୋଉ ଦୌଡ଼ି ଆସି ବନ୍ଦ କରି ଦେଲେ ।

------- କଣ ହୋଇଛି ଅନୁ , ତୋ ଦେହ ଭଲ ଅଛି ତ ! ଅନ୍ୟମନସ୍କ ଥିଲା ପରି ଲାଗୁଛୁ ।

------- ନାଇ ବୋଉ ମୁଁ ଠିକ ଅଛି । କଥା କୁ ଭୁଲେଇ ଅଫିସ ଅଛି କହି ରୋଷେଇ ଘର ଭିତରୁ ବାହାରି ଆସିବି କଣ ଜେଜେ ମାଆ ଙ୍କୁ ହଠାତ୍ ସମ୍ନାରେ ପାଇ ଚମକି ପଡିଲି ।

ମୋ ବିଚଳିତ ହେବାର ଦେଖି, ବୋଧ ହୁଏ ଜେଜେ ମାଆ ଆଉ କିଛି କହିବାକୁ ଚାହୁଁଥିଲେ ନାହିଁ କିନ୍ତୁ ସନ୍ଦେହର ଆଖିରେ ମତେ ଦେଖୁଥିଲେ !


    ଅଳ୍ପ ଟିକେ କଣ ଖାଇ ସ୍କୁଟି ଧରି ଅଫିସ କୁ ବାହାରି ଗଲି ।


ହାଲୋ ବାପା ( ଅନୁ ର ଶଶୁର) , ଆପଣ ଶୀଘ୍ର ହସ୍ପିଟାଲ କୁ ଆସନ୍ତୁ । ଅନୁ ର ଦେହ ଖୁବ ସିରିୟସ ଅଛି । ଅରୁ ଫୋନ ରେ ଏତକ କହିଛି କି ନାହିଁ , ଘରେ ସମସ୍ତେ ବ୍ୟସ୍ତ ହୋଇ ପଡିଲେ ।


  ------- ଏ କଣ ହୋଇଗଲା ମୋ ବୋହୂ ର । ମେଡିକାଲ ରେ ସମସ୍ତେ ଅନୁ ପାଇଁ ଖୁବ ଚିନ୍ତିତ । ରାମ ଗୋଟେ ସାଇଡ଼ରେ ଚୁପ ଚାପ ବସି କାନ୍ଦୁଥାଏ । ଆଲୋ ମାଆ ଅରୁ, କଣ ହେଲା ଅନୁ ର ... ତୁ କଣ ପାଇଁ କିଛି କହୁ ନାହୁଁ ମତେ !


------- ଆପଣଙ୍କର ସନ୍ଦେହ ସତ ହୋଇଗଲା ଜେଜେ ମାଆ । ଯେଉଁ ସନ୍ଦେହରେ ଆପଣ ମତେ ଅନୁର ପିଛା କରି କଣ ହୋଇଛି ଜାଣିବା ପାଇଁ ଚାହୁଁଥିଲେ। ଅନୁ ର ପିଛା କରି ତାଙ୍କ ଉପରେ ନଜର ମୁଁ ରଖିଥିଲି।

    ସନ୍ଧ୍ୟା ରେ ଅନୁ ଯେତେବେଳେ ବ୍ୟାଙ୍କ ରୁ ବାହାରି ଘର ଅଭିମୁଖେ ଆସୁଥିଲେ, କିଛି ଗୁଣ୍ଡା ମାନେ ବାଟରୁ ହିଁ କିଡନାପ କରି ଗାଡ଼ିରେ ନେଇ ଗଲେ ।

   ସେମାନଙ୍କୁ ପିଛା କରିବା ଭିତରେ ମୁଁ ରାମ ଙ୍କୁ ମଧ୍ୟ ଜଣେଇ ଦେଇଥିଲି ।

  ଗୁଣ୍ଡା ମାନଙ୍କର ପିଛା କରି ଯାଇ ଗୋଟେ ଅଧା ତିଆରି ବିଲିଡ଼ଙ୍ଗ ଭିତରେ ଦେଖିଲି , ଜଣେ ଅଚିହ୍ନା ସ୍ତ୍ରୀ ଲୋକ , ଅନୁ କୁ ଗାଳି କରିବା ସହ ମାରି ଚାଲିଛି । ସେଠାରେ ଥିବା ଗୁଣ୍ଡା ମାନଙ୍କ ହାତରେ ବନ୍ଧୁକ ଥିଲା । ଆଉ ମୁଁ ମଉକା କୁ ଅପେକ୍ଷା କଲା ଭିତରେ ଶୁଣିବା କୁ ପାଇଲି ;-


-------- ସ୍ୱାମୀ ଆଉ ପରିବାର ସହ ଖୁସି ରହିବା ପାଇଁ , ଶେଷ ରେ ମୋ ପରିବାରକୁ ଉଜାଡ଼ି ଦେଲୁ । ଆଜି ଯଦି ମୋ ସଂସାର ଭାସି ଯାଇଛି, ସେଥିପାଇଁ କେବଳ ତୁ(ଅନୁ) ହିଁ ଦାୟୀ । ଆଉ ତୋର ହସିଲା ସଂସାର କୁ ମୁଁ ବି ଛାର ଖାର କରିଦେବି ।

      ମୋ ସ୍ୱାମୀ ଙ୍କୁ ଜେଲ ପଠେଇ, ତୁ ଯେଉଁ ଭୂଲ କରିଛୁ । ଆଜି ତାର ଗୋଟି ଗୋଟି ହିସାବ ନେବି ।

ଆଜି ତୋ ମୃତ୍ୟୁ ର ସମ୍ବାଦ ପାଇଲେ, ମୋ ସ୍ୱାମୀ ଖୁସି ହେବେ। ବହୁତ ସାହସ କରି ସେ ଦିନ କୋର୍ଟରେ ରାଜ ସାକ୍ଷୀ ହୋଇ ମୋ ସ୍ୱାମୀ ଙ୍କୁ ଜେଲ ପଠେଇ ଦେଇଥିଲୁ ନା , ହେଲେ ଆଜି ତାଙ୍କରି( ବ୍ୟାଙ୍କ ମ୍ୟାନେଜର) ହାତରେ ତୋର ମୁକ୍ତି ହେବ ।

  ଏଇ ଦେଖ ,


----ମତେ ଛାଡି ଦିଅ ପ୍ଲିଜ । ମୋର ଭୂଲ ହୋଇଯାଇଛି । ତୁମେ ଯେତେ ଟଙ୍କା ଚାହିଁବ ମୁଁ ଦେବା ପାଇଁ ପ୍ରସ୍ତୁତ ଅଛି । ଅନୁ କାନ୍ଦି କାନ୍ଦି କହୁଥିଲେ ।

-------ବ୍ୟାଙ୍କରେ ତତେ ଭରଷା କରି ମୋର ବହୁତ ବଡ଼ ଭୂଲ ହୋଇଯାଇଛି । ଭାବିଥିଲି ଯିଏ ନିଜର ସ୍ୱାମୀ ଆଉ ପରିବାର ର କଥା ବୁଝୁନାହିଁ, ସେ ନିଶ୍ଚିତ ଟଙ୍କା ଲୋଭ ରେ ସବୁ କିଛି କରିଦେବ ।

    ହେଲେ ତୋ ଭିତରେ କେମିତି ପରିବର୍ତ୍ତନ ହେଲା । ସ୍ୱାମୀ ଆଉ ପରିବାର ପାଇଁ ତୋର ବୟାନ ବଦଳେଇ ଦେଲୁ । ମୋ ପରିବାର କୁ ଆଜି ଉଜାଡ଼ି ଦେଇ, ନିଜର ସଂସାର ରେ ଖୁସି ରେ ରହିବା କୁ ଚେଷ୍ଟା କରୁଛୁ ।

      ----- ପ୍ଲିଜ ମତେ ଛାଡି ଦିଅନ୍ତୁ ସାର(ବ୍ୟାଙ୍କ ମ୍ୟାନେଜର) !

    -------- ଯେତେ ଟଙ୍କା ଦରକାର ମୁଁ ଦେବି ।

------ ମୋ ପାଖରେ ଟଙ୍କାର ଅଭାବ ନାହିଁ କିନ୍ତୁ ତା ବଦଳ ରେ ତୋ ଜୀବନ ମୋର ଦରକାର ।

    ମାଡ଼ ମାରିବା ଭିତରେ ଅନୁ କୁ, ମୁଁ(ଅରୁ) ମଉକା ପାଇ ବ୍ୟାଙ୍କ ମ୍ୟାନେଜ ର ସ୍ତ୍ରୀ କୁ ଅକ୍ତିଆର କରି ନିଏ । ଅନୁ କୁ ଚାଲିଯିବା କୁ କହିବାରୁ,

    ଅନୁ ଯିବା ଭିତରେ ବ୍ୟାଙ୍କ ମ୍ୟାନେଜର ଆସି କାବୁ କରି ନିଏ। ଶେଷ ରେ ଅନୁ ଙ୍କୁ ବଞ୍ଚେଇବା କୁ ଯାଇ, ସେମାନେ ମତେ ଧରି ନେବା ସହ ଅନୁ କୁ ମାଡ଼ ମାରିବା କୁ ଆରମ୍ଭ କରି ଦିଅନ୍ତି। 

    ଅନୁ ଉପରେ ଅଧିକ କ୍ରୋଧିତ ହୋଇ ଆକ୍ରମଣ କଣ କରିବ ବ୍ୟାଙ୍କ ମ୍ୟାନେଜର ,ରାମ ଆସି ପ୍ରତିରୋଧ କରେ ।


ବ୍ୟାଙ୍କ ମ୍ୟାନେଜର ସ୍ତ୍ରୀ ବନ୍ଧୁକ ପାଇ କହି ହେଉଥିଲେ;-

   ଯଦି ମୋ ସ୍ୱାମୀ ଙ୍କ ପାଖରେ ମୁଁ ସବୁ ଦିନ ରହିବି ନାହିଁ, ତେବେ ତୋ ସ୍ୱାମୀ କୁ କାହିଁକି ସାଥିରେ ରହିବା କୁ ଦେବି,

    ଏତକ କହି ଗୁଳି କରିବା ଭିତରେ ରାମ ଙ୍କୁ, ଅନୁ ସାମ୍ନାକୁ ପଳେଇ ଆସିବାରୁ ଡାହାଣ ପଟ ଛାତିରେ ଗୁଳି ବାଜେ ।

 ----- ରାମ କହୁଥିଲେ, ତୁମେ ଏ କଣ କରି ଦେଲ ଅନୁ । ମୋ ପାଇଁ ନିଜର ଜୀବନ କୁ .....କାନ୍ଦି କାନ୍ଦି କହି ହେଉଥିଲେ ।

------- ମୋ ଭୂଲ ର ପ୍ରାୟଶ୍ଚିତ କରିପାରିଥିବାରୁ , ମୁଁ ଆଜି ବହୁତ ଖୁସି ରାମ । ମୋ ପରି ନାଗୁଣୀ କବଳ ରୁ ତୁମକୁ ଚିର ଦିନ ମୁକ୍ତ କରି ଦେଲି । ଯନ୍ତ୍ରଣା ରେ ଛଟ ପଟ ହୋଇ ଏତକ କହିବା ଭିତରେ ରାମ ଗାଡ଼ିରେ ଅନୁ ଙ୍କୁ ମେଡିକାଲ ନେଇ ଯିବା ପୂର୍ବରୁ ,

ମୁଁ(ଅରୁ) ବ୍ୟାଙ୍କ ମ୍ୟାନେଜର ସ୍ତ୍ରୀ କୁ ପଛ ପଟୁ କାବୁ କରି ନିଏ । ଏହା ଭିତରେ ଗୁଣ୍ଡା ମାନେ ସବୁ ନିହତ ହୋଇ ତଳେ ପଡି ଛଟ ପଟ ହେଉଥିଲେ । ବ୍ୟାଙ୍କ ମ୍ୟାନେଜର ଆଉ ତାର ସ୍ତ୍ରୀ କୁ ବନ୍ଧୁକ ଦେଖାଇ କାବୁ କରି ନେଇ ପୋଲିସ ଷ୍ଟେସନରେ ରେ ଆରେଷ୍ଟ କରେଇ ମେଡିକାଲ କୁ ଆସିଲି ।


 

ସମସ୍ତେ ମେଡିକାଲ ରେ ଅନୁ ଙ୍କର ଆରୋଗ୍ୟ କାମନା ପାଇଁ ଭଗବାନ ଙ୍କର ନିକଟରେ ପାର୍ଥନା କରୁ ଥିଲୁ। ଅନୁଙ୍କର ଘର କୁ ଖବର ଦେଲା ପରେ ବାପା ବୋଉ ବି ମେଡିକାଲ ଆସି ଯାଇଥିଲେ ।


-------- ତୁ ଜମାରୁ ରାମ ଵ୍ୟସ୍ତ ହଅ ନାହିଁ । ଅନୁ ଠିକ ହୋଇଯିବ ।

-------ଅନୁ ଙ୍କର ଆଜି ଯାହା ହୋଇଛି , ସେଥିପାଇଁ କଣ ଆମେ ଦାୟୀ ନାହୁଁ ଜେଜେ ମାଆ....? ଆମ ଘର କୁ ଯେତେବେଳେ ଅନୁ ଭୂଲ ବୁଝି ପାରି ଆସିଥିଲେ, କାହିଁକି ଜେଜେ ମାଆ ମୋ ଠାରୁ ଅଲଗା ରହିବାକୁ କହିଲ । ଏଇ ଦେଖ ଆଜି ମୋ ଜୀବନ ବଦଳ ରେ ଅନୁ ନିଜକୁ ମୃତ୍ୟୁ ମୁଖକୁ ଠେଲି ଦେଇଛନ୍ତି । ଅନୁ ଙ୍କର କିଛି ହୋଇଗଲେ, ମୋ ନିଜକୁ କେବେ ବି କ୍ଷମା କରି ପାରିବି ନାହିଁ ।

   ବେଦୀ ର ହୋମ ନିଆଁ ରେ ସାକ୍ଷୀ ରଖି ସାତ ଜନ୍ମ ଯାଏ ତାଙ୍କର ରକ୍ଷା କରିବାର ଯେଉଁ କଥା ଦେଇଥିଲି, ଆଜି ମୁଁ ରଖି ପାରିଲି ନାହିଁ ।

   ହେଲେ ମତେ ରକ୍ଷା କରିବାକୁ ଯାଇ , ସେ ନିଜର ଜୀବନକୁ ବାଜି ଲଗେଇ ଆଜି ମେଡିକାଲ ବେଡ଼ ରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।

            ନିଜର ଭୂଲ କୁ ବୁଝି ପାରିଲା ପରେ ବି ତୁମ(ଜେଜେ ମା) କଥାରେ ଗ୍ୟାରେଜ ରେ ରହିବା ପାଇଁ ରାଜି ହୋଇଗଲେ। ଯିଏ ଜୀବନରେ କେବେ ବି ଦୁଃଖ କୁ ଦେଖି ନ ଥିଲା ।ସେ ଆଜି ଲୁହ ପିଇ ଗ୍ୟାରେଜ ରେ ରହି , ସମସ୍ତ ଙ୍କର କଟୁ କଥା ସହି ବି ହସି ହସି ସବୁ କରିବାକୁ ରାଜି ହୋଇ ଯାଉଥିଲେ । କେବଳ ନିଜର ସ୍ୱାମୀ ଆଉ ପରିବାର ର ସମସ୍ତ ଙ୍କର ମୁହଁରେ ହସ ଦେଖିବା ପାଇଁ ।


   ଅନୁ ବଦଳି ଯାଇଥିଲେ ଜେଜେ ମାଆ । ଆଜି ଯେତେବେଳେ ମୃତ୍ୟୁ ର କବଳରେ ପଡି ଛଟ ପଟ ହୋଇ ମୋ କୋଳରେ ମୁଣ୍ଡ ରଖି ଗାଡି ରେ କହିଲେ, ତୁମ ପିଲାର ମାଆ ହେବାକୁ ଯାଉଛି, ମୋ ଆଖିରେ ଲୁହ କୁ ଆଉ ରୋକି ପାରିଲି ନାହିଁ । କୁହ ଜେଜେ ମାଆ, ଆଉ କେତେ ଅଗ୍ନି ପରୀକ୍ଷା ଦେଲେ ଅନୁ ଏ ଘର ର ସୁନା ବୋହୂ ହେବାର ମର୍ଯ୍ୟାଦା ପାଇବ ।

   

------- ସମୟ ଆଉ ପରିସ୍ଥିତି ରେ ଜୀବନର ଏମିତି ମୋଡ଼ ରେ ଯାହା ଘଟି ଗଲା ଆଜି ନ ଭାବି, କେବଳ ଅନୁ ର ଆରୋଗ୍ୟ ପାଇଁ ପାର୍ଥନା କରିବା ଦରକାର ରାମ । ମୁଁ ଜାଣେ , ଅନୁ ଆଉ ତୋ ଭିତରେ ଥିବା ଭଲ ପାଇବା କୁ । ମୁଁ କେବେ ହେଲେ ଅନୁ କୁ ଭୂଲ ବୁଝି ନାହିଁ ବରଂ ତାର ପରିବର୍ତ୍ତନ ଦେଖି ପ୍ରଥମେ ମୁଁ ବହୁତ ଖୁସି ହୋଇଯାଇଥିଲି ।

      ଆଜି ଅନୁ ର ତ୍ୟାଗ ଆଉ ଭଲପାଇବା ପାଖରେ ମୁଁ ହାରି ଯାଇଛି । ଏ ଘର ପାଇଁ ଅନୁ ହିଁ ମୋ ଘର ର ସୁନା ବୋହୂ ।

  

   ଜେଜେ ମାଆ ଙ୍କର ଆଖିର ଲୁହ କୁ ମୁଁ(ଅରୁ) ପୋଛିଦେଇ ଧର୍ଯ୍ୟ ଧରି ଅପେକ୍ଷା କରିବା ପାଇଁ କହୁଥିଲି । ବୋଉ ବି ପାଖରେ ବସି ରାମ ଙ୍କୁ ସାନ୍ତ୍ୱନା ଦେଉଥିଲେ ।

   ଓ ଟି ରୁମ ରୁ ବାହାରି ଆସି ଡାକ୍ତର ସାର କହିଲେ, ଅପରେସନ ସଫଳ ହୋଇଛି କିନ୍ତୁ ଦେହରୁ ବହୁତ ରକ୍ତ ବାହାରି ଯାଇଥିବାରୁ, ଆଜି ରାତି ଟା ବହୁତ ଇମ୍ପୋଟାଣ୍ଟ ।

    ଭଗବାନ ଙ୍କୁ ପାର୍ଥନା କରନ୍ତୁ, ସବୁ ଠିକ ହୋଇଯିବ ।


   ଅନୁ ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଅପ୍ରେସନ ପରେ ଗୁରୁତ୍ୱ ର ଥିବା ଜାଣି , ସମସ୍ତେ ଦୁଃଖରେ କାନ୍ଦୁ ଥିଲୁ ।


    କ୍ରମଶଃ.........


Rate this content
Log in

Similar oriya story from Drama