Nityananda Sahu

Drama Tragedy Inspirational

4  

Nityananda Sahu

Drama Tragedy Inspirational

ସୁନା ବୋହୂ ଭାଗ -୩୧

ସୁନା ବୋହୂ ଭାଗ -୩୧

9 mins
240


【ଭାଗ-୩୧】


【 ପୂର୍ଵ ଭାଗରେ ଆପଣ ମାନେ ପଢିଥିଲେ , ମୋ ନିଜର ଭୂଲ ଆଜି ବୁଝିପାରିଛି । ଦୁହିତା ଦୁଇ କୂଳ କୁ ହିତା । ଏବେ ସମୟ ଆସିଛି ନିଜର ଭୂଲ କୁ ବୁଝି , ଦୁଇ ପରିବାର କୁ ସମ୍ପର୍କର ସୂତା ଖିଅ ରେ ପୁନର୍ବାର ବାନ୍ଧିବା ର ।  ....   ଆଉ ଏବେ ଆଗକୁ】


ସ୍ୱାମୀ ସୁଖ ଆଉ ପରିବାର କୁ ଛାଡି , ଘର ର ନୂଆ ବୋହୂ ଯଦି ଗ୍ୟାରେଜ ରେ ଜୀବନ ବିତେଇବ ,ଏ କଥା ବୁଝି ସହିବା ଟା ଭାରି କଷ୍ଟ ।

   ଅବଶ୍ୟ ଏହା ମୋ ପାପ କର୍ମ ର ଫଳ କିନ୍ତୁ କେହି ବାହାର ଲୋକ ଜାଣିଲେ ପରିବାର ର ଇଜ୍ଜତ ତ "ହାଟ ରେ ପଡି ବାଟ ରେ ଗଡିବା" ନିଶ୍ଚିତ ।

   ଯେମିତି ବି ହେଉ ଜେଜେ ମାଆ ଙ୍କ ର ମନ ରେ ଆଉ ଥରେ ମୋ ପାଇଁ ଭଲ ପାଇବା ସୃଷ୍ଟି କରେଇବା କୁ ପଡିବ । ଲିଭି ଆସୁଥିବା ଦ୍ୱୀପ ର କେବଳ ଶେଷ ସାହାରା ଆଉ କେତେ ତୈଳ ତା ମଧ୍ୟରେ ରେ ଅଛି ଠିକ ସେମିତି ମୋ ପାପ ର ପ୍ରାୟଶ୍ଚିତ କରିବା କୁ ପଡିବ ।

  ଅମାବାସ୍ୟା ର ରାତିରେ ଆଜି ନିଶାଚର ମାନଙ୍କର ଶବ୍ଦ ରେ ଛାତି ଭିତରରେ ଅନେକ କମ୍ପନ । ବାହାର ର ଶବ୍ଦ ଆଉ ମନ ଭିତରେ ଭୟର ସିହରଣ ରେ ଆଜି ଆଖିରେ ନିଦ ନାହିଁ ।

  ତଥାପି ଶୋଇବା କୁ ହେବ । ରାତି ପାହିଲେ ଅନେକ କାମ ।

ମୋବାଇଲ ରେ ଆଲରାମ ଦେଇ ଶୋଇପଡ଼ିଲି ।


ସକାଳ ହୋଇ ଆସୁଥାଏ । ମୋବାଇଲ ର ଆଲରାମ ଶବ୍ଦ ରେ ମୋ ନିଦ ଭାଙ୍ଗି ଗଲା । ସମୟ ଭୋର ସାଢ଼େ ଚାରିଟା ।

ଗ୍ୟାରେଜ ଖୋଲି ଆସି ବାହାରେ ଘର ଦ୍ୱାର ସହ ଦାଣ୍ଡ କୁ ଝାଡୁ ମାରିଲା ପରେ , ପବିତ୍ର ପାଣି ରେ ଚାରିଆଡେ ଛିଞ୍ଚୀ ଶୁଦ୍ଧ କରି ଦେଲି । ଘର ଭିତରକୁ ଡୁପ୍ଲିକେଟ ଚାବିରେ ଖୋଲି , ରାତିର ଅଇଁଠା ବାସନ ସବୁ ସଫା କରି ଯଥା ସ୍ଥାନ ରେ ରଖି ଦେଲି ।

  ଗାଧେଇ ଆସି , ଜେଜେ ମାଆଙ୍କର ଉଠିବା ଆଗରୁ, ଠାକୁର ଘରେ ପୂଜା ଆରମ୍ଭ କରି ଦେଲି ।

  ଘଣ୍ଟି ଶବ୍ଦ ଘର ଭିତରେ ଏତେ ସକାଳୁ ଶୁଣିଲା ପରେ, ସମସ୍ତେ ଧୀରେ ଧୀରେ ଉଠିବା କୁ ଲାଗିଲେ । ଝୁଣା ଧୂପ ନେଇ ସବୁ ଘର କୁ କଳା ଛାୟା କବଳ ରୁ ମୁକ୍ତ କରିବା ପାଇଁ ବୁଲେଇ ଆଣିଲି ।

  ତୁଳସୀ ଚଉରା ରେ ପାଣି ଦେବା ସହ ସୂର୍ଯ୍ୟ ଙ୍କୁ ସକଳ ପରିବାର ର ଆରୋଗ୍ୟ କାମନା ପାଇଁ ପାର୍ଥନା ମାଧ୍ୟମରେ ନିବେଦନ କଲି ।


  ପୂଜା ସାରି ଆସିଲା ବେଳ କୁ ବାପା ବାହାରେ ଚେୟାର ରେ ବସିଥିବାର ଦେଖି, ମୁଣ୍ଡିଆ ମାରି ଭିତରକୁ ଯାଇ ଦେଖ, ଜେଜେ ମାଆ ସୋଫା ରେ ବସିଛନ୍ତି।


 ଆଲୋ ଆଲୋ ,ଆଜି କଣ ସକାଳୁ ସୂର୍ଯ୍ୟ ମହା ପ୍ରଭୁ ପଶ୍ଚିମ ଦିଗରେ ଉଦୟ ହେଲେ କି ?

      ଆଜ ନେତ୍ର କଣ ନ ଦେଖିଲା ।


ଜେଜେ ମାଆ ଙ୍କର ପାଦ ଛୁଇଁ ମୁଣ୍ଡିଆ ମାରି ପ୍ରଣାମ ହୋଇ ସରିଲା ପରେ , ଆଶୀର୍ବାଦ ଦେଇ କହିଲେ;-

      ସର୍ବଦା ପାଚିଲା ବାଳ ରେ ସିନ୍ଦୁର ନାଉଁ ଥାଏ ।ଶେଷ ଥର ପାଇଁ କଥା କେତୋଟି କହୁଛି ଶୁଣ ଅନୁ,

   :- ରାଗକୁ ମନରେ ସ୍ଥାନ ଦେଲେ ସମ୍ପର୍କ ନଷ୍ଟ ହୋଇଥାଏ ।

   :- ଅଭିମାନ କୁ ମନରେ ପୋଷିଲେ ଦୂରତା ବଢି ଯାଏ ।

      ଏ ସବୁ ପରେ ବି ଯଦି ସବୁ ଭୂଲି କ୍ଷମା କରି ଦେଲେ ପ୍ରତ୍ୟେକ ସମ୍ପର୍କ ସ୍ଥାୟୀ ହୁଏ ।


ତୋର ସକାଳୁ ସକାଳୁ ଏମିତି ସବୁ କାର୍ଯ୍ୟ ଦେଖିଲେ ଯଦି ଭାବୁଛୁ ମୁଁ କ୍ଷମା କରି ଦେବି । ତାହା ଆଦୌ ଭୂଲ ଅଟେ ।

  ଗୋଟେ ଝିଅ ଯେତେବେଳେ ଆଉ କାହା ଘର ର ବୋହୂ ହୋଇଯାଏ । ସେତେବେଳେ ତା ଭିତରେ ଦୁଇଟି ଜୀବନର ପରିଭାଷା ହୋଇଥାଏ ।

  ପ୍ରଥମ ଟି ହେଇଛି, ସ୍ୱାମୀ ର ସ୍ତ୍ରୀ ଆଉ ଅନ୍ୟ ଟି ଘର ର ବୋହୂ ।


 ଏ ଦୁଇ ଟି ଜୀବନ ଭିତରେ ସ୍ୱାମୀ ଆଉ ତାର ପରିବାର ର ସମସ୍ତ ଙ୍କର ମନ କୁ ଛୁଇଁଗଲା ଭଳି କାମ ଯିଏ କରି ପାରେ । ସେ ହିଁ ସୁନା ବୋହୂ ହୋଇଥାଏ ।

କାହିଁକି ନା ,ପରିବାର ଚଳେଇବା ର ସମ୍ପୂର୍ଣ୍ଣ ଦାୟିତ୍ୱ ତା" କାନ୍ଧ ରେ ଥାଏ । ସେ ଯଦି ନିଜେ ଆବଟ କୁ ଚାଲିଯାଏ , ତେବେ ପରିବାର ର ବିଲୀନ ଅବଶ୍ୟ ହୋଇଥାଏ ।


  ସେଥିପାଇଁ ବିଭିନ୍ନ ବେଦ ଆଉ ଉପନିଷେଧ ରେ ଲେଖା ଅଛି , ବୋହୂ ଘର ର ଲକ୍ଷ୍ମୀ ଅଟେ । ଯଦି ସେ ଘର ର ଲକ୍ଷ୍ମୀ ନିଜର ବାସସ୍ଥାନ କୁ ଅଣ ଦେଖା କରେ, ତା ହେଲେ ସମସ୍ତେ ଦୁଃଖ ରେ ଜୀବନ ବିତାଇ ଥାଆନ୍ତି । ସେଥିପାଇଁ କୁହାଯାଏ

   "ନାରୀ ହିଁ ସୃଷ୍ଟି ର ଆଧାର" ।


ଏବେ ବୁଝିଲୁ ତ ? ହଉ , ଗଲୁ ଗଲୁ ଚା ବନେଇ ଆଣିବୁ । ପାଟି ଟା ପିତା ହୋଇ ଗଲାଣି । ବେଶି ଡେରି ଯେମିତି ନ କରୁ।


------ ଆଗରୁ ମୁଁ ବି ପ୍ରସ୍ତୁତ ଥିଲି । ଠାକୁର ପୂଜା କରିବା ସହ ଗ୍ୟାସରେ ଲୋ ଫେମ ରେ ଚାହା ବସେଇ ଦେଇଥିଲି ।

   ଚାହା ଜେଜେ ମାଆଙ୍କୁ ଦେଲା ପରେ ବାପା ଙ୍କୁ ଯାଇ ଦେଲି ।

  

------- ଅନୁ .... ଏ ...ଅନୁ ପୋଡ଼ା ମୁହିଁ କୁଆଡେ ଗଲୁ !

------ ହଁ , ମାଆ , କୁହନ୍ତୁ !

------ ଆଲୋ ଏ କି ଚାହା କରି ଆଣିଛୁ । ପାଟି କୁ ପିତା ଲାଗୁଛି। କେତେ ଚାହା ପତି ପକେଇଛୁ । ଛି...... ଥୁ ...ଛି... ଥୁ କରି ବାହାରକୁ ଫିଙ୍ଗି ଦେଲେ ।

     ବୁଝିଲୁ, ତୋ ଦ୍ୱାରା ଶାଗ ବି ସିଝିବି ନାହିଁ । ବାଡୁଅ ବେଳେ ସିନା ମାଆ ପାଖରୁ ରୋଷେଇ ଟିକେ ଠିଆ ହୋଇ ଶିଖିଥିଲେ ହୋଇଥାନ୍ତା । ହେଲେ ନା .....! ଆଜି କାଲିର ଛୁଆ ସବୁ ନିଜକୁ ମହାରାଣୀ ଭାବି ଦେଉଛ । ଚାକିରୀ ଖଣ୍ଡେ କଣ କରି ଦେଉଛ ଯେ , ଗୋଟା ପଣେ ସ୍ୱର୍ଗ ର ଅପ୍ସରୀ ଭାବି ସୋଫା ରେ ବସି ଯାଉଛ । ଆଉ ଚାକରାଣୀ ହାତରୁ ଖାଇବା ଖାଉଛ ।

    ଯା" ତୋ ଶାଶୁ କୁ କହିବୁ ବନେଇ କି ଦେବ ।

ବୋଉ ଦୂର ରୁ ଥାଇ ସବୁ ଦେଖୁ ଥାଆନ୍ତି ।

---- ହଁ , ବୋଉ ମୁଁ ବନେଇ ଦେଉଛି । ସେ ଏବେ ଛୋଟ ପିଲା ଟା, ଧୀରେ ଧୀରେ ଶିଖି ଯିବ ନି !

------ଛୋଟ ଛୁଆ ! ଏମିତି କହି ସମସ୍ତ ଙ୍କୁ ନଷ୍ଟ କରି ସାରିଲୁଣି।

   ଶୁଣ ତୁ(ଅନୁ) ଯାଇକି ଭଲ ଟିଫିନ ତିଆରି କର । ମୋ ପୁଅ ଆଉ ନାତି ଖାଇକି ଅଫିସ ଯିବେ ।

----- ଆଜ୍ଞା ଜେଜେ ମାଆ ।

-----ଦେଖ ଲୋ , କେତେ ସମ୍ମାନ ଦେଉଛି । ଇଲୋ ବୋଉ ଲୋ ମୋ ଅଣ୍ଟା ।


ଜେଜେ ମାଆଙ୍କ ପାଖରୁ ଆସିଲା ବେଳେ ଭାବୁଥିଲି, ସତରେ ଅଣ୍ଟାରେ ପେନ ହେଉଛି ନା ମତେ ଦେଖେଇ କହୁଛନ୍ତି ।

    ସବୁ ତ ମୋ କଲା କର୍ମ ର ଫଳ ।


ବ୍ରେକ ଫାଷ୍ଟ ଖାଇବା ସମୟରେ ଜେଜେ ମାଆ ଙ୍କର ଅନେକ କମ୍ପ୍ଲେନ ।

   ଏଇଟା ରେ ଲୁଣ ହୋଇନି ।

    ସେଇଟା ସିଜିନି ।

ଏ କି ଖାଇବା ,ଅଧା କଞ୍ଚା ଲାଗୁଛି ।

ମୁଣ୍ଡ ତଳକୁ ନୁଆଇଁ ସବୁ କିଛି ଶୁଣି କି ସହି ଯାଉଥାଏ ।


ଅଫିସ ଯିବା ପାଇଁ ଜେଜେ ମାଆ ଙ୍କୁ କହିବା ରୁ ,

     ଆଲୋ ହଁ ତ , ମୁଁ ଭୂଲି ଯାଇଥିଲି ! ମହାରାଣୀ ଆମର ଚାକିରୀ କରନ୍ତି ବୋଲି । ହଉ ହଉ ଯା .....

   ହେଲେ ମନ ଦେଇ ଶୁଣ, ରାମ ସହ ଯିବା କି ଆସିବା କରି ପାରିବୁ ନାହିଁ । ନିଜ ସୁବିଧାରେ ଯିବା ଆସିବା କରିବୁ ।

-----ମୁଣ୍ଡ ହଲେଇ ହଁ,ମାରି ଫେରି ଆସିଲି ।

     ଘରେ ନ ହେଲା ନାହିଁ,ଅଫିସ ଯିବା ବାହାନାରେ ରାମଙ୍କ ସହ ଟିକେ ମିଶି ପାରିବା ନେଇ ଯେଉଁ ଆଶା ଟିକେ ଥିଲା । ସେତକ ବି ଶେଷରେ ଧୂଳିସାତ ହୋଇଗଲା ।


ଘରେ ଥିବା ସ୍କୁଟି ନେଇ ଅଫିସ ବାହାରି ଗଲି ।

 

       

ଗ୍ୟାରେଜ ଭିତରେ ଆଜି ଆଖିରେ ଶେଷ ଶ୍ରାବଣ ର ବର୍ଷା । କୋହରେ ଛାତି ଫାଟି ପଡୁଥାଏ । ସମସ୍ତ ଙ୍କର ନଜର ରେ ମୋ ଦୁଃଖ କୁ ନ ଆଣିବା କୁ ଯାଇ, ସନ୍ଧ୍ୟା ରୁ ଶୋଇବା ଭିତରେ ସବୁ କିଛି ହସ ହସ ମୁହଁ ରେ ସାରି ଦେଇ ଚାଲି ଆସିଲି ସତ କିନ୍ତୁ ମନ ଭିତରେ ଆଜି ଭୟ । ଦେହ ଆଉ ହାତ ଭାବି ଦେଲେ ଥରୁ ଥାଏ ।

  ଓଃ କି ସମୟ ଚାଲିଛି ! ଦୁଃଖ ପରେ ଖାଲି ଦୁଃଖ ହିଁ ମିଳୁଛି ।

କାହାକୁ କହିବି । କିଏ ବା ମୋ କଥା କୁ ବିଶ୍ୱାସ କରିବ ।

ରାମ ଏବେ ଯାଏଁ ବି ମୁଁ ମାଆ ହେବାକୁ ଯାଉଛି ବିଶ୍ୱାସ କରୁ ନାହାନ୍ତି । ପିଲାଟା ପେଟ ରେ ଧୀରେ ଧୀରେ ବଢିବା କୁ ଲାଗିଲାଣି । ସେଥିପାଇଁ ଅନେକାଂଶ ସମୟ ରେ ଦେହ ଭାରି ଭାରି ଲାଗୁଛି । ଡାକ୍ତର ଙ୍କର ଠାରୁ ଚେକ ଅଫ କରି ଆସିଲା ପରେ , ନିଜର ଯତ୍ନ ନେବା କୁ କହିଥିଲେ ।ତା ସହ ଅଯଥା ଟେନ୍ସନ ରୁ ଫ୍ରି ରହିବା କୁ ମଧ୍ୟ ପରାମର୍ଶ ଦେଇଥିଲେ ।


ଏ ସବୁ ସତ୍ତ୍ୱେ, ଆଜିର ଦୁର୍ଘଟଣା କୁ କାହା ଆଗରେ କହିବି । ଘର କୁ ଫୋନ କରି ଜଣେଇବା ଠିକ ହେବ କି ? ନା' ଥାଉ ! ସେମାନେ ଏମିତିରେ ମୋ ପାଇଁ ଟେନ୍ସନ ରେ ଅଛନ୍ତି । ଆଉ ବେଶି ଟେନ୍ସନ ଦେବା ଠିକ ହେବ ନାହିଁ ।

     ଭଗବାନ କରନ୍ତୁ, ଯେମିତି ଆଉ ଥରେ ମୋ ଜୀବନ ରେ ଅଦିନ ବାତ୍ୟା ର ଝଡ଼ ନ ବୋହି ଯାଉ !


              

ଗ୍ୟାରେଜ କବାଟ ଧଡ଼ ଧଡ଼ ଶବ୍ଦ ଶୁଣି ଖୋଲିକି ଦେଖିଲି ,

   ଅରୁ । ଭିତର କୁ ଆସ ।

----- ଆଇ ଆମ ସରି ଅନୁ । ପ୍ଲିଜ ମତେ କ୍ଷମା କରି ଦେଵ ।

----- ଆରେ କ୍ଷମା ତ ମତେ ମାଗିବାର କଥା । ତୁମ ମନରେ ଯେଉଁ ଆଘାତ ମୁଁ ଦେଇଛି ।

----- ତୁମେ ଏ ଘର ର ବୋହୂ । ତୁମ କୁ ସମ୍ମାନ ଦେବା ମୋର କର୍ତ୍ତବ୍ୟ । ସେ ଦିନର ଘଟଣା ପାଇଁ ଅନୁତପ୍ତ ।

------ ସମ୍ପର୍କରେ ଏମିତି ଝଡ଼ ଆସେ ଅରୁ । ଅନୁତପ୍ତ କରିବାର କୌଣସି ଆବଶ୍ୟକତା ନାହିଁ । ମୁଁ ଜାଣେ, ତୁମେ ଏ ପରିବାର କୁ କେତେ ଭଲ ପାଅ । ତୁମ ପରି ଯଦି ହୋଇ ପାରିଥାନ୍ତି, ତେବେ ଆଜି ମତେ ବି ବହୁତ ଭଲ ପାଇବା ମିଳିଥାନ୍ତା ।


------ ତୁମେ ବହୁତ ଭଲ ଅନୁ । ସମୟ ଆଉ ପରିସ୍ଥିତି ରେ ଆମେ ସମସ୍ତେ ବନ୍ଧା ।

    ଆସିଲା ବେଳେ ବୋଉ (ଶାଶୁ ମାଆ)ତୁମ ପାଇଁ କେଶର ବି ଦେଇଛନ୍ତି । କ୍ଷୀର ରେ ମିଶେଇ ପିଇଲେ, ପିଲା ଟା ସୁନ୍ଦର ହୋଇ ଜନ୍ମ ହେବ ।

----- ସତରେ ବୋଉ ଦେଇଛନ୍ତି । ବୋଉ ଜାଣିଛନ୍ତି, ମୁଁ ମାଆ ହେବା କୁ ଯାଉଛି !

------ ଆରେ ହଁ, ଆମେ ସମସ୍ତେ ଜାଣିଛୁ । ଖାଲି ଜେଜେ ମାଆ ଙ୍କର ରାଗ ପାଇ ଆମେ ଚୁପ ଅଛୁ ।

------ କିନ୍ତୁ , ରାମ ....! ମୋ ସହ ସମ୍ପର୍କ ଛିହ୍ନ କରିବା ପାଇଁ ଡିଭୋରର୍ସ ଫାଇଲ କରି ସାରିଛନ୍ତି । ଆଜି ଆମେ ମାଆ ଛୁଆ ଦୁଇ ଜଣ ପରିଚୟ ଶୂନ୍ୟ ।

------- ଭରଷା ରଖ, ସବୁ ଠିକ ହୋଇଯିବ । ତୁମେ ଜେଜେ ମାଆ ଙ୍କୁ ମନେଇବା କୁ ଚେଷ୍ଟା କର । ରାମ ତୁମକୁ ଭଲ ପାଏ , ସେ ବି ତୁମ ପରିବର୍ତ୍ତନ ରେ ବହୁତ ଖୁସି ।

-------ତୁମେ ସତ କହୁଛ ଅରୁ ।

--------ହଁ , ମିଛ କହିବି କଣ ପାଇଁ ।


ଅରୁ ଙ୍କୁ ପାଖରେ ପାଇ, ବହୁତ ଖୁସି ଲାଗୁଥିଲା । ଭାବିଲି, ଆଜି ବାଟରେ ଆସିଲା ବେଳର ଘଟଣା କୁ କହି, କିଛି ସାହାଯ୍ୟ ମାଗିବି କିନ୍ତୁ କାଳେ ଜେଜେ ମାଆ ଜାଣିଲେ କିଛି ଅସୁବିଧା ହେବ ଭାବି ଚୁପ ରହିଗଲି ।

------ ,କଣ ହେଲା ଅନୁ, ଏମିତି ଚୁପ ହୋଇଗଲ ଯେ !!

----- ନାଇ ଏମିତି । ସମସ୍ତ ଙ୍କର ମନ ରେ ଦୁଃଖ ଦେଇ ଆଜି ଖୁସି ହେବା ପାଇଁ ଚେଷ୍ଟା କଲେ ବି ,ପାରୁ ନାହିଁ ।

----- କିଛି ବ୍ୟସ୍ତ ହୁଅ ନାହିଁ । ସବୁ ଠିକ ହୋଇଯିବ । କିଛି ଆବଶ୍ୟକ ପଡ଼ିଲେ ମତେ କହିବ । ମୁଁ ଆଣି ଦେଇ ଯିବି । ଶୁଭ ରାତ୍ରି ।

------ ହସି କି ମୁଣ୍ଡ ହଲାଇ ସହମତି ଜାଣାଇଲି ।ଶୁଭ ରାତ୍ରି ।


 ଅରୁ ଯିବା ପରେ , କ୍ଲାନ୍ତ ଶରୀର କୁ ନେଇ ଶୋଇ ପଡିଲି ।ଆଉ ସ୍ୱପ୍ନ ରେ ଦେଖୁଥିଲି,

    ପ୍ଲିଜ ମତେ ଛାଡି ଦିଅ । ମୋର ଭୂଲ ହୋଇଯାଇଛି ।

ଦେଖ, ତୁମେ ଯାହା ମାଗିବି ,ମୁଁ ଦେବା କୁ ପ୍ରସ୍ତୁତ ଅଛି । ମତେ ଯିବାକୁ ଦିଅ ! ପ୍ଲିଜ .......


  ଭୟଙ୍କର ସ୍ୱପ୍ନ ରେ ସେଇ ବିକଟାଳ ହସ ମୁହଁ କୁ ଦେଖି, ନିଦ ଭାଙ୍ଗି ଯିବାରୁ ଭୟ ରେ ଥରୁ ଥିଲି । ଦେହ ଆଉ ମୁହଁ ରୁ ଗମ ଗମ ଝାଳ ବାହାରୁଥିଲା । ଭୋର ଚାରି ଟା ପନ୍ଦର ମିନିଟ । କଥା ରେ ଅଛି ବଡି ଭୋର ରୁ ଯେଉଁ ସ୍ୱପ୍ନ ଆସେ , ତାହା ସତ ହୁଏ ।

  ହେ ଭଗବାନ , ଏ ସ୍ୱପ୍ନ ଯେମିତି ସତ ନ ହଉ ।


    ପ୍ରାର୍ଥନା କରି, ଅସ୍ତିର ହୃଦୟ ଆଉ ମନର ଭୟ କୁ ନେଇ ଯନ୍ତ୍ରଣା ରେ ଛଟ ପଟ ହେଉଥିଲି ।

  

       ରାତି ପାହି ସକାଳ ହୋଇ ଆସୁଥାଏ ।


    କ୍ରମଶଃ ........


Rate this content
Log in

Similar oriya story from Drama