Nityananda Sahu

Drama Tragedy Inspirational

3  

Nityananda Sahu

Drama Tragedy Inspirational

ସୁନା ବୋହୂ ଭାଗ-୨୫

ସୁନା ବୋହୂ ଭାଗ-୨୫

7 mins
169



【 ପୂର୍ଵ ଭାଗରେ ଆପଣ ମାନେ ପଢିଥିଲେ , ଅନୁ ନିଜର ନାଟକୀୟତା ଶୈଳୀରେ ଭାବିଥିଲା ପରିବାରର ସମସ୍ତ ଲୋକଙ୍କୁ ପୋଲିସ ସମ୍ନାରେ ମିଛ ସତ କହି ଫସେଇ ଦେବେ କିନ୍ତୁ ପୋଲିସ ଅସଲ କଥା କହି ସାରିଲା ପରେ , ଆଉ କିଛି ବି ବୁଝିବାକୁ ବାକି ନ ଥିଲା । ..ଆଉ ଏବେ ଆଗକୁ】


ପରିବାରର ଇଜ୍ଜତ(ଅନୁ) ଆଜି ଯେତେବେଳେ ପୋଲିସ ଜିପରେ ବସି ଘର ଏରୁଣ୍ଡି ବନ୍ଧ ଡେଇଁ ଚାଲି ଯାଉଥିଏ। ସାରା ସମାଜ ଆଖିରେ ଉକ୍ତ ପରିବାରର ସମସ୍ତ ସଦସ୍ୟ ଆଜି ଦୋଷୀ ସାବ୍ୟସ୍ତ ହୋଇଯାଆନ୍ତି !!! ଆଜି ଠିକ ସେମିତି ପରିସ୍ଥିତିରେ ସମ୍ମୁଖୀନ ହୋଇଛନ୍ତି ମୋ ପରିବାରର ସମସ୍ତେ । ଆଜି ଯାଏଁ ନିଜର ମାନ ସମ୍ମାନକୁ ବାପା ଜଗି ରଖି ଚଳି ଆସୁଥିଲେ । ହେଲେ ଆଜି ସାମାନ୍ୟ କଥାକୁ ନେଇ ଅନୁ ପରିବାର ଲୋକଙ୍କ ସହ ଭୂଲ ବୁଝାମଣା କରେଇବା ସହ ନିଜର ଅହଂକାର ର ଅଗ୍ନିରେ ଆଜି ସେ ନିଜେ ପ୍ରଥ ଭ୍ରଷ୍ଟ ହୋଇଯାଇଛନ୍ତି ।


    ଏବେ ଏହି ଲୋକ ଲଜ୍ୟାକୁ କେମିତି ମୁକାବିଲା କରିବୁ , କେହି ବି ଜାଣିପାରୁନଥିଲୁ । କିଛି ସମୟର ନୀରବତା ପରେ ବାପା କହିଲେ ପୋଲିସ ଷ୍ଟେସନ ଯାଇ କଣ ଘଟିଛି ବୁଝି କି ସମାଧାନର ବାଟ ବାହାର କରିବା ପାଇଁ । ସାଥିରେ ଅରୁକୁ ବି ନେଇଯିବା ପାଇଁ କହିଲେ । ଯେତେ ଯାହା ହେଲେ ବି ସେ ଆମ ଘରର ଲକ୍ଷ୍ମୀ । ଆମେ ଅନୁ ପ୍ରତି ଅନ୍ୟାୟ ହେବା ପାଇଁ ଦେବା ନାହିଁ । ଆମକୁ ଯାହା ହେଲେ ବି ସତ ନ ଜାଣିବା ଯାଏଁ ଅନୁ ଉପରେ ଭରଷା ରଖିବାକୁ ହେବ । ଆଉ ମୋ ହୃଦୟ କହୁଛି ଅନୁ ଏମିତି ଭୂଲ କାମ କେବେ ବି କରି ପାରି ନ ଥିବ ।


ବୋଉ କାନ୍ଥକୁ ଆଉଜି କାନ୍ଦୁଥାଏ । ଅରୁ ଯାଇ ସାନ୍ତ୍ୱନା ଦେବା ସହ ବୁଝେଇ ଘର ଭିତରକୁ ବୋଉକୁ ନେଇ ଗଲେ ।


ଆଜି ବାପାଙ୍କର ନିଷ୍ପତି ଶୁଣି ମୁଁ ବହୁତ ଖୁସି ଥିଲି । ସେ ଯାହା ହେଉ ବାପା ଅନୁକୁ ଭୂଲ ବୁଝି ନାହାନ୍ତି । ଆଉ ଡେରି କରିବା ଆଦୌ ଠିକ ହେବ ନାହିଁ ।

ଅରୁ ଆସିବା ଆଗରୁ ଶୀଘ୍ରରେଡି ହୋଇ ଯାଇ ଗାଡି ପାଖରେ ଅପେକ୍ଷା କରି ଥିଲି । ଅଫିସରେ ସାରଙ୍କୁ ଘର କାମ କିଛି ଅଛି କହି ଛୁଟି ନେଇ ରହିବାକୁ ଅନୁରୋଧ କରିବାରୁ ସାର ରାଜି ହୋଇ ଯାଇଥିଲେ ।


  ଅରୁ ବି ବେଶି ଡେରି ନ କରି ଶୀଘ୍ର ବାହାରି ଆସିଲେ । ଦୁହେଁ ମିଶି ପୋଲିସ ଷ୍ଟେସନକୁ ବାହାରି ଗଲୁ ।


       *********

ପୋଲିସ ଷ୍ଟେସନ ସାମ୍ନାରେ ଅନେକ ମିଡ଼ିଆ ଵାଲାଙ୍କର ଗହଳି। ଆଜି କାଲି କିଛି ଗୋଟେ ଖବର ପାଇଲେ ମିଡ଼ିଆ ଵାଲାଙ୍କର ପ୍ରବଳ ଗହଳି ଲାଗିଯାଏ ।

ଓକିଲ ଠିକ କରି ସାଥିରେ ନେଇ ଆସିଥିଲୁ । ଓକିଲ ବାବୁ ଯାଇ ପୋଲିସ ଷ୍ଟେସନ ଭିତରେ କଣ ସବୁ କଥା ବାର୍ତ୍ତା ହୋଇ ଆସିଲା ପରେ କହିଲେ ',

   ଦେଖନ୍ତୁ ରାମ ବାବୁ , ଟଙ୍କା ହେର ଫେର କାମ ସହ କିଛି ଲୋକଙ୍କର ଟଙ୍କାକୁ ବିଭିନ୍ନ ଲୋନ ନାରେ ଠକେଇ ହୋଇଥିବାରୁ ପୋଲିସ ବ୍ୟାଙ୍କର ସମସ୍ତଙ୍କୁ ଫ୍ରାଷ୍ଟ୍ ଟ୍ରାକ କୋଟରେ ହାଜିର କରି , ସେଠାରୁ ସମସ୍ତଙ୍କୁ ପଚରା ଉଚରା କରିବା ପାଇଁ ରିମାଣ୍ଡରେ ନେଇ କି ଆସିବାର ପ୍ରୟାସରେ ଅଛି।ସେମାନେ କୋର୍ଟରେ କେସ ଫାଇଲ କରି ଦେଇ ସାରିଲେଣି । ଚାର୍ଜ ସିଟ ସହ ଦୋଷୀ ମାନଙ୍କୁ ନେଇ କୋର୍ଟରେ ହାଜର କରିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଲେଣି । ମୁଁ ହାତ ପାରିସି କିଛି ଦେଇଛି କୋର୍ଟ ଯିବା ପୂର୍ଵରୁ ସେମାନେ ବାରଣ୍ଡାରେ ଆପଣଙ୍କ ସହ ଦୁଇ ମିନିଟ ପାଇଁ କଥା କରେଇ ପାରିବେ ।

   ସେଥିପାଇଁ ଆପଣ କଣ ସବୁ ଜାଣିବାକୁ ଚାହୁଁଛନ୍ତି ଆଗରୁ ଭାବି ନିଅନ୍ତୁ । ଆମ ପାଖରେ ସମୟ କମ ଅଛି ।ଏତିକି କହି ଓକିଲ ସାର ଥାନାର ଇନଚାର୍ଜଙ୍କ ସହ ଦେଖା କରିବାକୁ ଚାଲିଗଲେ ।


ବାହାରେ ବାରଣ୍ଡା ଉପରେ ଏକ ଚ୍ୟାୟାର ଉପରେ ବସି ଅନୁଙ୍କର କଥା ମନେ ବେଶି ପଡିବାରୁ ବହୁତ କଷ୍ଟ ହେଉଥାଏ । ଯାହା ହେଲେ ବି ଅନୁ ମୋ ପ୍ରେମିକା ସହ ମଧ୍ୟ ଧର୍ମ ପତ୍ନୀ ।


ସାମ୍ନା ଆଡୁ ଶାଶୁ ମାଆ ମୋ ଆଡ଼କୁ ଆସୁଥିଲେ ।

:- କଣ ହେଇଗଲା ଆଜି ମୋ ଝିଅର ରାମ । ତୁମେ କିଛି ବ୍ୟବସ୍ଥା କର !!

:- ମୋର ସମସ୍ତ ପ୍ରୟାସ କରି ସାରିଲେଣି କିନ୍ତୁ ଆଉ ଏବେ କିଛି ବି କରି ହେବ ନାହିଁ । ଏତେ ଗୁଡାଏ ଟଙ୍କା ଯେ ହେତୁ ହଡ଼ପ ହୋଇଛି ସେଥିପାଇଁ କେସ ବହୁତ ଷ୍ଟ୍ରଙ୍ଗ ଅଛି ଆଉ ପୋଲିସ ଆଖିର ନିଦକୁ ମଧ୍ୟ ହଜେଇ ଦେଇଛି ।

:- ସ୍ୱାମୀ ହୋଇ କେମିତି ତୁମେ ଚୁପ ଅଛ । ନିଜର ପତ୍ନୀକୁ ଘର ଲୋକଙ୍କ ସମ୍ନାରେ ଅପଦସ୍ତ କରି ଘରୁ ବିଦା କରି ଦେଲ।ମୋ ଝିଅର ମାନସିକ ଦୁଃସଚିନ୍ତାର କାରଣ ହେଉଛ ତୁମେ ।

 ତୁମକୁ ବାହା ଦେଇ ମୋ ଝିଅକୁ ବହୁତ ବଡ଼ ଭୂଲ ହୋଇଗଲା । ରାଗ ଆଉ କଠୋରତା ସହ ଶାଶୁ ମାଆ ଯାହା ବି କହୁଥିଲେ ଲାଗୁଥିଲା ସେ ସବୁ ଶୁଣିଲା ପରେ ଯେମିତି ମୁଁ ବିବାହ କରି ଭୂଲ କରି ଦେଇଛି ।


ଅରୁ ପୋଲିସ ଇନଚାର୍ଜଙ୍କ ସହ କଣ କଥା ହେଲେ କେଜାଣି ଲେଡି କନେଷ୍ଟବଳ ଅନୁଙ୍କୁ ସାଥିରେ ନେଇ ଆମ ଆଡ଼କୁ ଆସୁଥିଲେ ।


ଅନୁକୁ ଦେଖି ଶାଶୁ ମାଆ କୁଣ୍ଡେଇ ଧରି କାନ୍ଦୁ ଥିଲେ । ମୁଁ ପାଖକୁ ଯାଇ କିଛି ବୁଝିବାକୁ ଚେଷ୍ଟା କରିବାରୁ ଅରୁଙ୍କ ସହ ମୋର ଖରାପ ସମ୍ପର୍କକୁ ଦର୍ଶାଇ ଆମ ଦୁହିଁଙ୍କୁ ଆପମାନ ଶାଶୁ ମାଆ ଦେଇ ଚାଲିଥିଲେ ।

  ସବୁ ଶୁଣି ବି ମୁଁ ଧର୍ଯ୍ୟ ଧରି ବ୍ୟାଙ୍କରେ ପକୃତ କଣ ହୋଇଛି ବୁଝିବା ପାଇଁ ଅନୁଙ୍କ ଠାରୁ ଚେଷ୍ଟା କରିବା ବେଳକୁ ଅନୁ ବି ମତେ ସମସ୍ତ ଦୋଷ ଦେଇ ନିଜର ଅହଙ୍କାରର ଅଗ୍ନିରେ ଶାଶୁ ମାଆଙ୍କ ସହ ଗୋଟିଏ ସ୍ୱରରେ ସ୍ୱର ମିଶାଇ ମତେ କହୁଥିଲେ।


  ଓକିଲ ବାବୁଙ୍କୁ ଇସାରାରେ ଅସଲ କଥା ବୁଝିବା ପାଇଁ ଚେଷ୍ଟା କରିବାରୁ ଶାଶୁ ମାଆ ବି ତାଙ୍କୁ ଖରାପ କରି କହିଲେ।


   ତୁମେ ସବୁ କଣ ମୋ ଝିଅକୁ ଦୋଷୀ କରେଇ ସାରିଲାଣି । ମୋ ଝିଅ ପୁରା ଖାଣ୍ଟି ତୁଳସୀ ପରି । ଅନୁ ସମ୍ପୂର୍ଣ୍ଣ ନିର୍ଦୋଷ । ତୁମ ମାନଙ୍କ ବିନା ସାହାଯ୍ୟରେ ପୋଲିସ ଆଉ ଏ କେସ ରୁ ମୋ ଝିଅକୁ ମୁକୁଳେଇ ନେଇ ପାରିବି । ଶାଶୁ ମାଆ ମତେ ଆଉ ଅରୁକୁ ଦେଖେଇ ବଡ଼ ପାଟିରେ କହି ଚାଲିଥିଲେ ।


ଝିଅର ଏମିତି ଦୁଃଖ ସମୟରେ ମାଆ ମନ ବ୍ୟସ୍ତ ହେବା ସ୍ବଭାବିକ । ସେଥିପାଇଁ ଶାଶୁ ମାଆଙ୍କର କୌଣସି କଥାକୁ ଆମେ ମନରେ ନ ଧରି , ଅନୁଙ୍କୁ ଆଉ ଥରେ ସବୁ ସତ କଥା ଜଣେଇବା ପାଇଁ ପଚାରିବାରୁ ଅନୁଙ୍କର ଉତ୍ତରରେ ମୋ ଧର୍ଯ୍ୟର ଶେଷ ସୀମା ତାଙ୍କର ଉତ୍ତର ଶୁଣିଲା ପରେ ଡେଇଁ ସାରିଥିଲା ।

    ବହୁତ ହୋଇଗଲା ତୁମର ଭଲ ପାଇବାର ନାଟକ । ଆଉ ନୁହେଁ ରାମ । ନିଜର ହକ୍ ଜମେଇବା ପାଇଁ ତୁମ ବାପା ବୋଉ ଯେତେବେଳେ ମତେ ତୁମ ଘର ଭିତରେ ଅପମାନ ଦେଉଥିଲେ କାହିଁ ସେତେବେଳେ ଚୁପ ଥିଲ । ମୁଁ ଜାଣିଚି ଆଜି ଅସୁବିଧାରେ ପଡିଛି ବୋଲି ତୁମେ ଫରମାଲିଟି ପାଇଁ ଆସିଛ । ହେଲେ ମୋର ଆଉ ତୁମ ଠାରୁ କୌଣସି ସାହାଯ୍ୟ କି ମିଛ ସହାନୁଭୂତିର ଆବଶ୍ୟକ ନାହିଁ । ତୁମେ ଏବେ ତ ବହୁତ ଖୁସି ହୋଇପାରିବ ଏଥିପାଇଁ କି ମୋ ଅନୁପସ୍ଥିତିରେ ଅରୁଙ୍କ ସହ ଯାହା ବି କିଛି ସମ୍ପର୍କ ଘର ଭିତରେ ରଖି ପାରିବ ।

  ଆଉ ତୁମ ବାପା ବୋଉ ତ , ତୁମର ସବୁ ଖରାପ ଗୁଣକୁ ପରଦା ପକେଇ ଢାଙ୍କିବାକୁ ଅନେଇ ବସିଛନ୍ତି ।

  ଛିଃ........ ଛିଃ!!!


ଅନୁଙ୍କର ଏ ଭଳି କଟୁ ମନ୍ତବ୍ୟ ମୋ ପରିବାର ଆଉ ମୋ ପ୍ରତି ଶୁଣି ନିଜକୁ ବହୁତ ଖରାପ ଲାଗିଲା । କିଛି କହିବା ପାଇଁ ମୁଁ ଚେଷ୍ଟା କଲା ବେଳକୁ ଅରୁ ମତେ ଅଟକାଇ ଦେଲେ ।


ଅରୁ କହୁଥିଲେ କଣ ତୁମେ ଭାବିଛ ଅନୁ । ପରିବାର ଇଜ୍ଜତ ସହ ଯାହା ତ ଖେଳିଲ । ଆଜି ଆହୁରି ମନ ବୁଝିଲାନି ଯେ ଗୋଟେ ଭଲ ପରିବାର ଇଜ୍ଜତକୁ ନେଇ ଆକ୍ଷେପ କରୁଛ । ଆଜି ସବୁ ଭୂଲି ଯାଇ ସେମାନେ ବିପଦ ବେଳେ ତୁମ ପାଖରେ ଠିଆ ହେବାକୁ ଆସିଛନ୍ତି । ଆଉ ତାଙ୍କର ଭଲ ପାଇବା ତୁମକୁ ଦେଖା ଯାଉନି କି ପ୍ରତ୍ୟକ୍ଷରେ ତାଙ୍କୁ ଅସୁବିଧା କଣ ହୋଇଛି ନ ଜଣେଇ, ବେଖାତିର କରି ଆରୋପ କରୁଛ ।

ଛି , ତୁମକୁ ଆଉ କିଛି କହିବାକୁ ବି ଇଛା ହେଉ ନାହିଁ ।


  ଏହା ଭିତରେ ସମୟର ଅବଧି ବି ସରି ଯାଇଥିଲା । ପୋଲିସ ବାବୁ ଅନୁକୁ ସାଥିରେ ନେଇ ଚାଲି ଯାଉଥିଲେ କିନ୍ତୁ ଗଲାବେଳେ ଅରୁଙ୍କର ଜବାବ ଶୁଣି ଅନୁ କଟାକ୍ଷ କରି ଆରୋପରେ ଆମ ଦୁହିଁଙ୍କୁ ଦୋଷୀ କରେଇ ଦେଇ କହିଲେ ,

      ମୋ ପରି ସ୍ୱାମୀକୁଆଡେ ତାଙ୍କ ଜୀବନରେ ରହି କି ବା ଆଉ କି ଲାଭ ! ଆଜିକୁଆଡେ ମୁଁ ତାଙ୍କର ଅସୁବିଧାର ଫାଇଦା ନେବାକୁ ଚେଷ୍ଟା କରୁଛି ।


ଆସିଥିଲି ଜୀବନ ସାଥିର ଅତୀତର ସବୁ କଥାକୁ ଭୂଲି ତାଙ୍କ ଦୁଃଖରେ ସାମିଲ ହେବା ପାଇଁ କିନ୍ତୁ ଏଠି ସମାଜ ଆଖିରେ ନିଜେ ମୁଁ ଦୋଷୀ ହୋଇ ଗଲି !! ମୋ ହୃଦୟର ଅସରନ୍ତି କୋହର ଜୁଆରରେ ଆଖି ଆଜି ତାର ସହିବାର କୂଳ ଲଙ୍ଘି ସାରିଥିଲା ।

   ମୋର ଏ ଅବସ୍ଥା ଦେଖି ଅରୁ ଗାଡ଼ିରେ ବସେଇ ମତେ ନିଜେ ଡ୍ରାଇଭିଂ କରି ଘର ଆଭିମୁଖେ ବାହାରି ଆସିଲୁ । ଆଉ ଓକିଲଙ୍କୁ ତାଙ୍କ ପ୍ରାପ୍ୟ ବି ଅରୁ ଦେଇ ସାରିଥିଲେ ।


    ଦୁଃଖରେ ମ୍ରିୟମାଣ ହୋଇ କଣ କରିବି କିଛି ଉପାୟ ପାଉ ନ ଥିଲି । ଘରେ ଯାଇ ବା ବାପା ବୋଉଙ୍କୁ କି ଉତ୍ତର ଦେବି ?

ସବୁ ପ୍ରୟାସ ଆଜି ମୋର ବୃଥା ହୋଇଗଲା । ଅନୁଙ୍କୁ ବଦଳେଇବା ପାଇଁ ଆଉ ବା କଣ କରି ପାରିବି କିଛି ବୁଝି ପାରୁନଥିଲି ।


  ମୋ ଭବନା ଭିତରେ ଅରୁ କାରକୁ ଘର ଆଗରେ ପାର୍କିଂ କରି ସାରିଥିଲେ । ବୋଉ ଘର ଭିତରୁ ଦୌଡ଼ି ଆସି କଣ ହେଲା ପୋଲିସ ଷ୍ଟେସନରେ ପଚାରି ବୁଝିବା ପାଇଁ ପୁରା ବ୍ୟସ୍ତ ହୋଇ ପଡୁଥିଲା। ମୋ ନୀରବତାକୁ ଦେଖି ବୋଉ ଆହୁରି ବେଶି ଚିନ୍ତାରେ ପଡି ଯାଇ କାନ୍ଦିବାକୁ ଲାଗିବାରୁ ଅରୁ ଯାଇ ବୁଝାଇ ସବୁ ଘଟଣା କହିଲେ । ବାପା ବି ଆସି ସବୁ ଘଟଣା ଶୁଣିଲା ପରେ କହିଲେ ଆଉ କିଛି ଆମର କରିବାର ଆବଶ୍ୟକ ନାହିଁ । ଯିଏ ଗର୍ବ ଆଉ ଅହଂକାରରେ ବଶ ହୋଇ କରୁଥିବା କର୍ମର ଭୂଲ କି ଠିକ ସେ ଜାଣି ପାରୁ ନାହିଁ । ତା ପାଇଁ ଏ ଘରେ କେହି ଚିନ୍ତା କି କିଛି ବୁଝା ସୁଝା ଆଉ କରିବାର ଆବଶ୍ୟକ ନାହିଁ । ବାସ, ବହୁତ ହୋଇଗଲା। ନିଜର ଇଜ୍ଜତ ଆଜି ସମାଜରେ ହରେଇ ସାରିଲା ପରେ ଆଉ ବା କେତେ ଲୋକ ହସା ହେବା ।

  ତୁମେ ସମସ୍ତେ ମନ ଦେଇ ଶୁଣ, ଯେଉଁ ପର୍ଯ୍ୟନ୍ତ ଅନୁ ତା ନିଜର ଭୂଲ ନ ବୁଝି ଏ ଘରକୁ ଫେରି ଆସି ନାହିଁ , ସେ ଯାଏଁ କେହି ବି ଅନୁ ସହ କୌଣସି ସମ୍ପର୍କ ରଖିବାକୁ ଚେଷ୍ଟା କରିବ ନାହିଁ । ଏ ଘରର ମୁରବି ଭାଵରେ ଏହା ମୋର ଶେଷ ନିଷ୍ପତ୍ତି।


  କିନ୍ତୁ ବାପା ଆପଣ ଥରେ ପରିସ୍ଥିତିକୁ ବୁଝିବାକୁ ଚେଷ୍ଟା କରନ୍ତୁ ଅରୁ କହିବାରୁ । ଅରୁ ଆଜି ଆଉ ମତେ ବେଶି ଵିଵଶ କରିବାକୁ ଚେଷ୍ଟାକରନି, ବହୁତ ଭାବିଲା ପରେ ଆଜି ମୁଁ ନିଷ୍ପତି ନେଇ ସାରିଛି ।


ଶେଷରେ ନିଜର କୋହକୁ ଛାତିରେ ଚାପି ରଖି ମୁଁ କହିଲି, ହଁ ବାପା ଆପଣ ଠିକ କହିଛନ୍ତି ବାସ ଆଉ ନୁହେଁ । ତୁମ ମାନଙ୍କ ମୁହଁରେ ମୁଁ ପୂର୍ଵ ପରି ହସ ଦେଖିବାକୁ ଚାହେଁ । ମୋ ହସିଲା ସଂସାରକୁ ଏମିତି ସବୁ ଦିନେ ଦୁଃଖର ସାଗରରେ ଭାସୁ ଥିବାର ଆଉ ଦେଖି ପାରିବି ନାହିଁ ।ଆପଣଙ୍କର କଥା ଆମେ ଆଵଶ୍ୟ ପାଳନ କରିବୁ ।


  ହେଲେ ତୁ ଏ କଣ କହୁଛୁ ରାମ , ବୋଉ କହୁଥିଲା । ତୁ କଣ ଅନୁର ଅନୁପସ୍ଥିତିରେ ନିଜକୁ ସମ୍ଭାଳି ପାରିବୁ ।

:- ହଁ , ବୋଉ। କାହିଁକି ମୁଁ ପାରିବି ନି । ଏ ଘରକୁ ଅନୁ ବୋହୂ ହୋଇ ଆସିବା ଦିନରୁ ଆମେ ସମସ୍ତେ ତାଙ୍କର ଖୁସି ପାଇଁ ଆମ ମନର ଖୁସିକୁ ପରିତ୍ୟାଗ କରି ପାରିଥିଲେ କିନ୍ତୁ ତା ବଦଳରେ ସେ ଆମକୁ କଣ ବା ଦେଲେ । ମିଥ୍ୟା ଆପବାଦ , ସମାଜରେ ଲୋକ ହସା ସହ ଘରେ ବଡ଼ ମାନଙ୍କୁ ସଦା ସର୍ବଦା ଅସମ୍ମାନ କରେଇବା ଛଡା ଆଉ କିଛି ଦେଇ ନାହାନ୍ତି । ଯଦି ଆମ ଭଲ ପାଇବାର ଭ୍ୟାଲୁ ଅନୁ ବୁଝି ପାରିଲେନି ତେବେ ଆମ ମନ ଦୁଃଖର କାରଣକୁ ବା ସେ କଣ ବୁଝିବେ ।

   ଆପଣ ମାନେ ମୋ ପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ ମୋ ନିଜକୁ ମୁଁ ସମ୍ଭାଳି ନେବି ।

   ଏତକ କହି ମୁଁ ଘର ଭିତରକୁ ଚାଲି ଗଲି । ଆଉ ମୋ ପଛରେ ବାପା କହୁଥିଲେ , ତେବେ ଠିକ ଅଛି ଆଜି ଠାରୁ ଅନୁ ସହ ଆମର କୌଣସି ସମ୍ପର୍କ ନାହିଁ ।


      କ୍ରମଶଃ...


Rate this content
Log in

Similar oriya story from Drama