STORYMIRROR

Nityananda Sahu

Drama Tragedy Inspirational

3  

Nityananda Sahu

Drama Tragedy Inspirational

ସୁନା ବୋହୂ ଭାଗ-୨୧

ସୁନା ବୋହୂ ଭାଗ-୨୧

7 mins
212

【ଭାଗ -୨୧】


【 ପୂର୍ଵ ଭାଗରେ ଆପଣ ମାନେ ପଢିଥିଲେ , ଈଶ୍ୱରୀ ଙ୍କର ଆସିବା ପରେ ଅନୁ ଇର୍ଷା ରେ ଜଳୁ ଥିଲେ । ଈଶ୍ୱରୀ ଙ୍କ ମାଧ୍ୟମରେ ଅନୁ ଙ୍କର ପରିବର୍ତ୍ତନ ଯଦି ହୋଇଯାଏ , ତା ହେଲେ ମୋ ସଂସାର ପୂର୍ଵ ପରି ହସି ଉଠିବ ....ଆଉ ଏବେ ଆଗକୁ】


ଅନୁଙ୍କ ଇର୍ଷା ର ଅଗ୍ନି ରେ ଆଜି ଆମ ଘର ଭିତରେ ଅଦିନିଆ କାଳ ବୈଶାଖୀ ଝଡ ବୋହିବାର ଅନୁମାନ ହେଉ ଥାଏ ମୋର । ଅନୁଙ୍କୁ ଚିଡ଼େଇବା ପାଇଁ , ଆଛା ଈଶ୍ୱରୀ ତୁମର ଆସିବାରେ କିଛି ଅସୁବିଧା ହୋଇ ନାହିଁ ତ ? ମତେ କହିଥିଲେ ମୁଁ ଭୁବନେଶ୍ୱର ଯାଇ ଏୟାର ପୋର୍ଟ ରୁ ଋଷିଭ କରି ନେଇ ଆସି ପାରିଥାନ୍ତି ।

:- ଆଇ ନୋ ୟୁ ଆର ସୋ ସିରିୟସ ଅଲଓଜେ ଫର ମି । ଟୁ ଡେ ଆଇ ଆମ ସୋ ହାପି ଟୁ ସି ୟୁ ଆପଟର ଏ ଲଙ୍ଗ ଟାଇମ। ହୋୟାର ଇଜ ମାଇ ସୁଇଟ ହାର୍ଟ( ଜେଜେ ମାଆ) ।ଆଇ ୱାଣ୍ଟ ଟୁ ମିଟ ହର ।

:- ପ୍ଲିଜ , ଲେଟ୍ସ ଗୋ ଦେନ ।


ଅନୁ କୁ ଦେଖି ଆମର ପୂର୍ଵ ରୁ ପ୍ଲାନ ମୁତାବକ ଇଂରାଜୀ ରେ କଥା ବାର୍ତ୍ତା କରିବା ର ପ୍ରୟାସ ରେ ଅନୁ ଆହୁରି ବେଶି ଇର୍ଷାରେ ଜଳୁ ଥିଲେ ।

   ଈଶ୍ୱରୀ ଙ୍କୁ ନେଇ ଜେଜେ ମାଆ ଙ୍କ ପାଖକୁ ଯିବା ବେଳ କୁ,


:- ଅନୁ କହୁଥିଲେ ମତେ , ତୁମର ଆଜି ଅଫିସ ଯିବା ପାଇଁ ଲେଟ ହେଉ ନାହିଁ କି ? ଯାଅ ଫ୍ରେସ ହୋଇ ଶୀଘ୍ର ବାହାର । ମୋର ଆଜି ବହୁତ କାମ ଅଛି । ବକ୍ବାସ ରେ ମତେ ସମୟ ନଷ୍ଟ କରିବା କୁ ଭଲ ଲାଗେନି ।

:- ସରି ଅନୁ , ଆଜି ମୁଁ ଛୁଟି ରେ ଅଛି ତୁମେ ଅଫିସ ଡ୍ରାଇଭର କୁ ନେଇ ଚାଲି ଯାଅ । ମୋର ଆଜି ଟିକେ ପର୍ସନାଲ କାମ ଅଛି।

:- ତୁମେ ଆଜି ଛୁଟିରେ ଅଛ ମତେ ତ ଆଗରୁ କହି ପାରି ଥାନ୍ତ ।ଏମିତି କଣ ତୁମର ପର୍ସନାଲ କାମ ଅଛି ଶୁଣେ ,ଅନୁ କହୁଥିଲେ।(ଈଶ୍ୱରୀ ଙ୍କୁ ଦେଖେ ଇ ମତେ)

:- ତୁମ ପାଖରେ ଆଜି କାଲି ସମୟ ବା କେଉଁଠି ଅଛି ମୋ ପାଖରେ ବସି ଭଲରେ ଦି ପଦ କଥା ହେବା ପାଇଁ , ସବୁ ବେଳେ ଅଫିସ ଫ୍ରେଣ୍ଡ ଆଉ ନିଜର ଘର ଲୋକ ଙ୍କ ସହ କଥା ହେବା ରେ ବ୍ୟସ୍ତ । ତୁମେ ସବୁ କଥା ମତେ ଜଣେଇ ଆଜିକାଲି କାମ କରୁଛ କି ଯେ ମୁଁ ତୁମକୁ ଜଣେଇବା କୁ ବାଧ୍ୟ ହେବି ।


:- ଏମିତି ଜଣେ ବାହାର ଲୋକ ସମ୍ନାରେ ତୁମେ ମୋ ସହ ଝଗଡା କରୁଛ , ନିଜକୁ ଏଇଥିରେ ମରଦ କହୁଛ । ଛି...


:-ମାଇଣ୍ଡ ୟୁର ଓନ ବିଜନେସ । ୟୁ ଡୋଣ୍ଟ ହାଵ ଆନ ଆଇଡ଼ିଆ , ହୁ ଇଜ ସି ।ସୋ ଡୋଣ୍ଟ କ୍ରସ ୟୁଅର ଲିମିଟ ।

:- ଆଛା ଠିକ ହେଉ , ମୁଁ ଲିମିଟ କ୍ରସ କରି ଦେଉଛି ତ । ହଉ ଆଗକୁ ଦେଖିବ ରୁହ ମୋ ଲିମିଟ କେତେ ଆଉ ମୁଁ କଣ କରି ପାରେ । ରାଗିକି ଅନୁ ରୁମ ଭିତର କୁ ଚାଲିଗଲେ ।


:- ଈଶ୍ୱରୀ ଏ ସବୁ ଦେଖି ହସୁ ଥାଏ ।

:- ବୁଝିଲୁ ରାମ , ଭଲ ସ୍ତ୍ରୀ ଟିଏ ପାଇଛୁ । ଭଲ ପାଇବା କୁ ତତେ ଆଉ କିଏ ମିଳିଲେ ନାହିଁ । ମୁଁ ତ ଛୁଆଟା ଦିନରୁ ତତେ ପଟେଇବା କୁ କେତେ ଚେଷ୍ଟା କରି ନିରାଶ ହୋଇଛି । ହେଲେ ମୁଁ ବୁଝି ପାରୁନି ତୁ ଏ ରଣ ଚଣ୍ଡୀ ହାବୁଡ଼ରେ କେମିତି ପଡ଼ିଲୁ ।

   

:- ଛାଡ଼ ସେ କଥା ଅରୁ( ଈଶ୍ୱରୀ ର ଡାକ ନାଁ) ।ଆସ ଯିବା ଜେଜେ ମାଆ ଆଉ ବାପା ବୋଉ ଙ୍କୁ ଦେଖା କରି ଆସିବ ।


  ଅରୁ କୁ ଘରେ ସକାଳୁ ଦେଖି ବାପା ବୋଉ ବହୁତ ଖୁସି ହୋଇଯାଇଥିଲେ । ଅନେକ ଦିନ ପରେ ବୋଉ ଅରୁ କୁ ପାଖରେ ପାଇ କାନ୍ଦୁ ଥିଲେ ।


ବୋଉ କହୁଥିଲେ , ଦେଖିଲ ରାମର ବାପା ଅରୁ ଆମର କେତେ ବଡ଼ ହୋଇ ଗଲାଣି । ପୁରା ଅବିକଳ ତା' ମାଆ ର ଚେହେରା ଆଣିଛି । ଏଇ ହାତରେ ତତେ ଛୋଟ ରୁ ବଡ଼ ମୁଁ କରିଛି । ଏ ଘର ଭିତରେ ରାମ ସାଥିରେ କେତେ ଖେଳ ଦୁହେଁ ଗୋଡା ଗୋଡି ହୋଇ ଖେଳୁଥିଲ । ସେ ସବୁ କଣ ମୁଁ ଭୁଲି ଯାଇ ପାରିବି ।

   ଏତିକି କହିବା ଭିତରେ ବୋଉ ଆଖିର ଲୁହ ଝରିବା ବନ୍ଦ ହେଉ ନ ଥାଏ ।

 ଅରୁ ବି ବାପା ବୋଉ ଙ୍କ ପାଖରେ ବସି ଅନେକ କାନ୍ଦୁ ଥିଲା । ବାପା ମାଆ ଙ୍କୁ ହରେଇ ଆଜିର ଜୀବନରେ ତାଙ୍କର ଆଦର୍ଶ ରେ ଚାଲିବା ପାଇଁ ଅରୁ ଆଜି ନିଜର ସମସ୍ତ ଖୁସି କୁ ହସି ହସି ଜଳାଞ୍ଜଳି ଦେଇ ଦେଇଛି ।

  ଅରୁ ଙ୍କର ବାପା ଆଉ ମୋ ବାପା ଥିଲେ ଦୁହେଁ ପିଲା ଦିନରୁ ବେଷ୍ଟ ପ୍ରେଣ୍ଡ । ଅରୁ ଙ୍କର ଡାଡି ଥିଲେ ଆର୍ମିରେ । ଚିପ କମାଣ୍ଡିଙ୍ଗ ଅଫିସ ପୋଷ୍ଟ ରେ ।ଥରେ ବୁଲିଯିବା ପାଇଁ ବାପା ବୋଉ ଆଉ ମୁଁ ଲଦାଖ ଯାଇଥିଲୁ । ଆଗରୁ ସେଇ ଠାରେ ଅରୁ ଙ୍କର ଡାଡି ପୋଷ୍ଟିଂଗ ହୋଇଥିଲେ ।

   ଲଦାଖ ରେ ଆମେ କିଛି ଦିନ ରହିବା ଭିତରେ , ଥରେ ଅରୁ କୁ ଆମ ପାଖରେ ଛାଡି ଦେଇ ଅଙ୍କଲ ( ଅରୁ ଙ୍କର ଡାଡି) ଆଉ ଆଣ୍ଟି ଆର୍ମି କ୍ୟାମ୍ପ ର ଏକ ପୋଗ୍ରାମ ରେ ଯୋଗ ଦେଇ ସାରି , ଆମ ମାନଙ୍କ ପାଇଁ ମାର୍କେଟିଂ କରିବା କୁ ଯାଇଥିବା ବେଳେ ,ଅଚାନକ ମାଓବାଦୀ ମାନଙ୍କର ଆକ୍ରମଣ ର ଶିକାର ହୋଇଥିଲେ । ଆଉ ସେଇ ମଲ ରେ ହିଁ ଦୁହେଁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

   ଅରୁ ଙ୍କୁ ଏକା ସେଠି ଛାଡି ଆସିବା କୁ ବାପା ବୋଉ ଠିକ ଭାବିଲେ ନାହିଁ । ସେଥିପାଇଁ ପାଇଁ ଅଙ୍କଲ ଙ୍କର ଶେଷ କୃତ୍ୟ ସମ୍ପର୍ଣ୍ଣ କରି ଆମେ ଅରୁ କୁ ସାଥିରେ ଧରି ଗାଁ କୁ ଚାଲି ଆସିଲୁ ।


   ଅରୁ ଙ୍କୁ ଛୁଆଟା ଦିନରୁ ଲାଳନ ପାଳନ ରେ ବାପା ବୋଉ କିଛି ବି ଆସୁବିଧା ହେବା କୁ ଦେଇ ନାହାନ୍ତି । ନଜର ଝିଅ ପରି ତାର କେୟାର ନେଉ ଥିଲେ । ମନେ ମନେ ଅରୁ କୁ ଘର ବୋହୂ କରିବା ପାଇ ମଧ୍ୟ ସ୍ଥିର କରି ଦେଇଥିଲେ ।

   ଅରୁ ଆଉ ମୋ ଭିତରେ ଥିବା ସମ୍ପର୍କ ପ୍ରେଣ୍ଡଷିପ ରେ ରହିଥିଲା । ବୟସ ସହ ଅରୁ ବି ଧୀରେ ଧୀରେ ସବୁ ବୁଝି ସାରିଥିଲେ । ତାଙ୍କର ଦେଶ ମାତୃକା ର ସେବା କରିବା ଉଦ୍ଧେଶ୍ୟ କୁ ନେଇ ସେ ବାପା ଙ୍କୁ ଜଣେଇ ଥିଲେ । ଆଉ ନିଜର ଜୀବନ କୁ ତାଙ୍କର ଡାଡି ଙ୍କ ପରି ଦେଶ ଉଦ୍ଦେଶ୍ୟ ରେ ସମର୍ପି ଦେଇଥିଲେ । ସାଂସାରିକ ଜୀବନ ରୁ ବହୁତ ଦୂର କୁ ନିଜକୁ ରଖୁଥିଲେ । ତା' ମାନେ ନୁହେଁ , ସେ ମତେ ପସନ୍ଦ କରୁ ନ ଥିଲେ । ପସନ୍ଦ କରୁଥିଲେ କିନ୍ତୁ ଦେଶ ପ୍ରେମ ପ୍ରତି ତାଙ୍କର ଆଗ୍ରହ ଦେଖି ବାପା କି ବୋଉ କେହି ବି ଅଟକାଇବା କୁ ଉଚିତ ମାନି ନ ଥିଲେ ।

   ଆଜକୁ ଦଶ ବର୍ଷ ପୂର୍ବେ ଅରୁ ଏଇ ଘରୁ ଆମର ମିଲିଟାରୀ ବେସ କୁ ତାଲିମ ପାଇ ଯାଇଥିଲେ । ସେଠାରେ ମିଲିଟାରୀ ରେ ପ୍ରଶିକ୍ଷଣ ନେବା ପରେ ଡିଫେନ୍ସ ଇଣ୍ଟେଲିଜେଣ୍ଟସ ଡିପାର୍ଟମେଣ୍ଟରେ ଏବେ କାର୍ଯ୍ୟ ରତ । ଅନେକ ଦେଶ ବାହାରକୁ ଯାଇ , ଇଣ୍ଟେଲି ଜେଣ୍ଟସ ଆଉଟ ପୁଟ କଲେକ୍ସନ କରିବା ରେ ସେ ସକ୍ଷମ ହୋଇ ପାରିଛନ୍ତି ।

    ଆଜି ପ୍ରାଯ୍ୟନ୍ତ ବାହାଘର ନାଁ ଶୁଣିଲେ ଡେଉଁ ଥିଲେ । ମୋ ବାହାଘର ଖବର ପାଇଥିଲେ ବି ତାଲିବାନ ର ଗତି ବିଧି ଉପରେ ନଜର ରଖିବା ପାଇଁ ଅରୁ ସାଉଦ ଆରବ ରେ ସେତେବେଳେ ଥିଲେ । ଏଇ ପନ୍ଦର ଦିନ ତଳେ ଭାରତ ଫେରି ଛନ୍ତି ।

  ତାଙ୍କର ମେଶଜ ପାଇବା ପରେ ସେ ଭାରତ ରେ ଅଛନ୍ତି ଆଉ ମୋ ସହ କଥା ହୋଇ ସବୁ କିଛି ଜାଣିଲା ପରେ , ଘର ଲୋକ ଙ୍କୁ ଦେଖା କରିବା ର ଇଛା ବହୁତ ଦିନ ହେଲା ଥିବାରୁ , ମୁଁ ତାଙ୍କୁ ଘରକୁ ଆସିବା ପାଇଁ ପ୍ରସ୍ତାବ ଦେଇ ଥିଲି । ଆଉ ଆଜି ସେ ଘରେ ପହଞ୍ଚିଲା ପରେ ସମସ୍ତ ଙ୍କର ମୁହଁ ରେ ପୂର୍ଵ ପରି ଖୁସି ଦେଖି ସନ୍ତୋଷ ଲାଗୁଥାଏ ।

   ଅରୁ କିନ୍ତୁ ଜେଜେ ମାଆ ଙ୍କ ପାଇଁ ଭାରି ମନ ଉଣା କରିଥିଲେ । ଆଜି ତାଙ୍କର( ଜେଜେ ମାଆ) ଏ ଅବସ୍ଥା ଦେଖି , ଅରୁ ଜେଜେ ମାଆ ଙ୍କର ପାଦ ପାଖରେ ବସି କାନ୍ଦୁ ଥାଏ ।

 

    ଜେଜେ ମାଆ ବି ଅରୁ ଙ୍କର ଆସିବା କୁ ଅନୁଭବ କରି କିଛି ନ କହି ପାରୁଥିଲେ ବି ଆଖିରୁ ଲୁହ ଝରାଇ ସବୁ ବୁଝି ପାରୁଛନ୍ତି ଜଣାଇ ଦେଉ ଥିଲେ ।


   ଅରୁ କୁ ଯାଇ ଫ୍ରେସ ହେବା ପାଇଁ କହିଲି । ମୁଁ ମଧ୍ୟ ଫ୍ରେସ ହେବା ପାଇଁ ବାହାରି ଗଲି ।

ଏହା ଭିତରେ ସମୟ ଆସି ନଅ ଟା ବାଜିଲାଣି । ସକାଳୁ ଆଜି ହସ ଲୁହ ଭିତରେ ସମୟ ଜଣା ପଡିଲା ନାହିଁ । ଅନୁ ବ୍ରେକ ଫାଷ୍ଟ ଖାଇ ରେଡି ହୋଇ ଅଫିସ ବାହରୁଥିଲେ ଡ୍ରାଇଭର ଙ୍କୁ ଡାକି ।

  ଆରେ ରାମ କୁଆଡେ ଗଲୁ, ମତେ ଡାକୁଥିଲେ ଅନୁ କୁ ଦେଖେଇ। ଆସେ ଯିବା ଲେଟ ହେଉଛି । ମତେ ବହୁତ ଭୋକ ହେଲାଣି । ଆଜି ବହୁତ ଦିନ ପରେ ଦହି ବରା ଖାଇବା କୁ ଭାରି ମନ ହେଉଛି।  ଶୀଘ୍ର ଆସେ ଯିବା ।

  ହଁ ଆସୁଛି କହି ମୁଁ ବାଇକ କାଢ଼ିବାରୁ , ଅରୁ ଆସି ବାଇକ ପଛ ପଟରେ ବସି ପଡିଲେ ଚିପକେଇ ହୋଇ । ଅନୁ କାର ରେ ବସି ଦେଖୁଥିଲେ ସବୁ ।

  ଆଉ ଆମେ ଦୁହେଁ ବାଇକ ରେ ମନ୍ଦିର ବାହାରି ଗଲୁ ଅନୁ ଙ୍କର ସାମ୍ନାରେ ।

   ଜାଣିଛି ଅନୁ ଯେମିତି ପିଲା , ସେ ଏ ଦୃଶ୍ୟ କୁ ଗ୍ରହଣ କରି ପାରିବେ ନାହିଁ ।ସନ୍ଧ୍ୟା ରେ ଆଉ ଏକ ମହାଭାରତ ହେବା ର ଆଭାସ ମିଳୁ ଥାଏ ।


     କ୍ରମଶଃ ...


Rate this content
Log in

Similar oriya story from Drama