ସୁନା ବୋହୂ (ଭାଗ-୨୦)
ସୁନା ବୋହୂ (ଭାଗ-୨୦)
【 ଭାଗ -୨୦】
【ପୂର୍ଵ ଭାଗ ରେ ଆପଣ ମାନେ ପଢିଥିଲେ ,ଅନୁ ପାଇଁ ରାମ ଆଜି ବହୁତ ଚିନ୍ତିତ । ସାମାଜିକ ଜୀବନରେ ଜଣେ ବୋହୂ ହୋଇ ଘର ର ଦାୟିତ୍ୱ ନେବା ପାଇଁ ଅନୁ ଇଛୁକ ନାହାନ୍ତି। ନିଜର ପ୍ରତିଆରା ଘରେ ଜାହିର କରିବା କୁ ଯାଇ ଧମକ ବି ଦେବା ପାଇଁ ପଛେଇ ନାହାନ୍ତି । ଆଉ ତା" ପରେ ...........】
ଘରଭିତରେ ଅନୁକୁ ନେଇ ଯେଉଁ ଝଡ଼ ଏବେ ନିତି ଦିନ ବୋହି ଚାଲିଛି , ତାକୁ ରୋକିବାର ଉପାୟ ମୋ ପାଖରେ ନ ଥିଲା । ବାପା ବୋଉ ଙ୍କୁ ଅନୁ ବଦଳି ଯିବାର ଭରସା ବି ଦେଇ ପାରୁନି।
ପ୍ରେମରେ ପବିତ୍ରତା ଥିଲେ ଜୀବନ ସୁଖମୟ ହୋଇଥାଏ । କିଛି ବର୍ଷ ପୂର୍ବରୁ ବିବାହ କୁ ନେଇ ଅନେକ ଆଶା ଆକାଂକ୍ଷା ମନ ଭିତରେ ରହୁ ଥିଲା । ଲୋକ ମାନେ ପ୍ରେମ ବିବାହ କୁ ସମାଜରେ ଗ୍ରହଣ ବି କରୁ ନ ଥିଲେ । ଧୀରେ ଧୀରେ ସମୟ ବି ବଦଳିଲାଣି । ଆଜି କାଲିର ଦୁନିଆରେ ଇଣ୍ଟର କାଷ୍ଟ ମ୍ୟାରେଜ ବି ହେଉଅଛି । ପିଲା ମାନଙ୍କର ଖୁସି ପାଇଁ , ବାପା ମାଆ ନିଜର ଇଛା ବି ପ୍ରକାଶ କରି ପାରୁ ନାହାନ୍ତି ।
ଆଜି କାଲିର ପୁଅ ହେଉ କି ଝିଅ ନିଜ ପସନ୍ଦରେ ବିବାହ କରିବା ପାଇଁ ଘରେ ଦାବି କରୁଛନ୍ତି । ସତରେ କଣ ସେମାନେ ସକ୍ଷମ ଉଚିତ ଜୀବନ ସାଥି ଚୟନ କରିବା ପାଇଁ । ଘର ର ସ୍ବାଧୀନତା ର ଫାଇଦା ନେଇ , ଅନେକ ପରିବାର ର ପିଲା ମାନେ ନିଜର ଘର ଇଜ୍ଜତ କୁ ଦାଣ୍ଡରେ ପକେଇବାକୁ କୁଣ୍ଠାବୋଧ କରୁ ନାହାନ୍ତି। ବର୍ଦ୍ଧିତ ବୟସ ସହ ଯୌବନର ଅଗ୍ନି ରେ ସେମାନେ ଆକର୍ଷଣ ହୋଇ ଶାରୀରିକ ସୁଖ କୁ କେତେ ଟା ଦିନର ମିଳାମିଶା ପରେ ଗୁରୁତ୍ୱ ଦେଇ ଦେଉଛନ୍ତି ।
ଆଜି କାଲିର ସୋସିଆଲ ମିଡ଼ିଆ ଅନେକ ପୁଅ ଆଉ ଝିଅ ଙ୍କର ଜୀବନ କୁ ବର୍ବାଦ କରି ଦେଉଛି । ନିଜର ସୀମାରେଖା ଡେଇଁ ଯୁବ ପିଢୀ ଅନେକ ଯନ୍ତ୍ରଣା ର ଶିକାର ହେଉଛନ୍ତି । ଆଉ ସେଇ ମାନଙ୍କ ମଧ୍ୟରୁ କେତେ ଜଣ ବିବାହରେ ଆବୋଧ ହେଉଛନ୍ତି ତ ଆଉ କିଛି ଜଣ ସୁଇସାଇଡ଼ କିମ୍ବା ଅନେକ ଙ୍କ ର ସମ୍ପର୍କରେ ତିକ୍ତତା ରେ ଶେଷ ହୋଇଯାଉଛି ।
ହେଲେ ମୋ ଭଲପାଇବା ତ ଚିର ସତ୍ୟ ,ପବିତ୍ର ଥିଲା । ପ୍ରେମ କରି ବିବାହ କରିବା ପରେ ଯେଉଁ ଖୁସି ଥିଲା ତାହା ଧୀରେ ଧୀରେ ସମୟ ପରେ ମଳିନ ପଡ଼ିବାକୁ ଲାଗିଲାଣି ।
ଆଜି ଅନୁ ଆଗ ଅପେକ୍ଷା ଅନେକ କ୍ରୁରୁ ହୋଇ ଗଲେଣି । ଆଚାର ବ୍ୟବହାର ରେ ଅନେକ ଫରକ । ମାଆ ଙ୍କୁ ନିଜ ଇସାରାରେ ନଚେବା କୁ ଭୂଲି ଯାଉ ନାହାଁନ୍ତି । ବାପା ଯଦି କିଛି କହୁଛନ୍ତି ,ଅନୁ ଙ୍କର ପ୍ରତିତ୍ୱର ଶୁଣି ନିରବ ରହିଯିବାକୁ ଶ୍ରେୟ ଦେଉଛନ୍ତି । ମାଆ ଙ୍କର ରାଣ ନିୟମ ରେ ମୁଁ ବି ବନ୍ଦୀ ।
ଅନୁଙ୍କ ର ସେ ଦିନର ପୋଲିସ କେସ ର ଧମକ ପାଇଁ , ମାଆ ଚାହୁଁ ନାହିଁ ଘର ର ଇଜ୍ଜତ ଦାଣ୍ଡରେ ପଡି ଯାଉ ବୋଲି । ସେଥିପାଇଁ ଘର ର ସମସ୍ତ କାମ ଧନ୍ଦା ନିଜେ ହସି ହସି ତାର ଆଖିର ଲୁହ କୁ ଲୁଚେଇ କରି ଚାଲିଛି । ପ୍ରତିବାଦ ବା ମାଆ କାହାକୁ କରିବେ !! ଘର ର ଲକ୍ଷ୍ମୀ ହୋଇଥାଏ ବୋହୂ । ସେ ବି ତ ଏ ଘର ର ବୋହୂ । ସେଥିପାଇଁ ତାଙ୍କର କର୍ତ୍ତବ୍ୟ କରୁଛନ୍ତି ପଚାରିଲେ ହସି ହସି କୁହନ୍ତି ।
ଆଜି କାଲି ଆଉ ଅନୁ ରୋଷେଇ ଘର ମାଡୁ ନାହାନ୍ତି । ବିଭିନ୍ନ ପ୍ରକାରର ଖାଦ୍ୟ ଅଡ଼ର୍ର ଦେଇ, ନିଜେ ଚୁପ ଚାପ ଟିଭି ଦେଖିବାରେ ବ୍ୟସ୍ତ ରହୁଛନ୍ତି । ଆଗ ଅପେକ୍ଷା ମାଆ ଦିନ ରାତି ଖଟି ଖଟି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବି ଠିକ ରହୁ ନାହିଁ ।
ପୁଅ ବିବାହ କଲା ପରେ ଘରକୁ ବୋହୂ ଆସିଲେ , ବାପା ମାଆ ଦୁହିଙ୍କର ସେବା ଯତ୍ନ ନେବ ବୋଲି ସମସ୍ତେ ଆଶା ରଖି ଥାନ୍ତି ।ମୋ ବାହାଘର କୁ ନେଇ ସେମାନେ କେତେ ଚିନ୍ତିତ ଥିଲେ । ହେଲେ ଆଜି ବାହାଘର ପରେ ତାଙ୍କର ଅତ୍ୟଧିକ ଚିନ୍ତା ଅନୁ ଙ୍କ ପାଇଁ ବଢି ଯାଇଛି।ଅନେକାଂଶ ସମୟରେ ମାଆ ଙ୍କର ମୁଣ୍ଡ ବିନ୍ଧା ହେଉ ଅଛି । ତଥାପି ଵିନା ପ୍ରତିବାଦରେ ସବୁ କାମ କରି ଦେଉ ଛନ୍ତି ।
ଅନୁ ଆଜି ଯେମିତି ପାୱାର ପାଇ ରାଣୀ ସୁଖ ପାଇବା ପାଇଁ ଖଟ ଉପରେ ନିଜ ଜୀବନର ସୁଖ ମୁହୂର୍ତ୍ତ କୁ ଏନଜୟ କରୁଛନ୍ତି। କେହି ଯଦି ତାଙ୍କର ସାଙ୍ଗ ଫୋନ କରି ଆମ ଘର ର ଭଲ ମନ୍ଦ କଥା ପଚାରୁଛନ୍ତି ତେବେ ଅନୁ କଥାରେ କହୁଛନ୍ତି:-
ବୁଝିଲୁ .......ସାଙ୍ଗ
ମୋ ଶାଶୁ ମତେ ପୁରା ଝିଅ ପରି ରଖିଛନ୍ତି ।ସବୁ କାମ ମୋ ଠାରୁ ଛଡେଇ ନେଇ ନିଜେ କରି ଦେଉଛନ୍ତି। ମତେ ଆରାମ କରିବା କୁ କହି ମୋ ହାତରେ କୁଟା ଖଣ୍ଡ କୁ ଦି ଖଣ୍ଡ କରିବା କୁ ବି ଦେଉନାହାନ୍ତି ।
ଆଜି କା ଦୁନିଆଁ ରେ ଏମିତି ଶାଶୁ ଭାଗ୍ୟରେ ଥିଲେ ମିଳିଥାନ୍ତି ।
ଅନୁ ଙ୍କର ଏମିତି କଥା ଶୁଣିଲା ପରେ , ତାଙ୍କୁ କଣ ଆଉ କହିବି କିଛି ବୁଝି ପାରେନି । ସତରେ ଖଣ୍ଡାର ଦୁଇ ଧାର ପରି ତାଙ୍କର କଥା ଆଉ କାମ । ଘର ଇଜ୍ଜତ ବାହାରେ ନ ପଡିବା ପାଇଁ ବାପା ବୋଉ ଚୁପ ରହୁଥିଲେ ଆଉ ଅନୁ ତାଙ୍କର ପ୍ଲାନ ରେ ସଫଳ ହୋଇ ସାରିଥିଲେ । ଦିନ ରାତି ଯଦି ଛୁଟି ଦିନରେ ରହୁଛନ୍ତି ଘରେ , କିଛି ବି କାମ ନ କରି ତିନି ବେଳା ବୋଉ ର ହାତ ରନ୍ଧା ଖାଇ ଖଟ ଉପରେ ଆରାମ ରେ ଶୋଇ ରହୁଛନ୍ତି ।
ଏହା ଭିତରେ ଗୋଟେ ମାସ ବିତି ଯାଇଥାଏ । ଅନୁ ଙ୍କର ଅତ୍ୟାଚାର ଘରେ କମିବା ର ଲାଗୁ ନ ଥାଏ । ଘର କୁ ପୂର୍ଵ ଅବସ୍ଥା କୁ ଫେରେଇ ଆଣିବା ସହ ବାପା ବୋଉ ଆଉ ଜେଜେ ମାଆ ଙ୍କର ମୁହଁରେ ହସ ଫୁଟେଇବା ପାଇଁ ମୁଁ ସବୁ କିଛି କରିବା କୁ ପ୍ରସ୍ତୁତ ଥିଲି ।
ଗୋଟିଏ ଖଟରେ ଶୋଇଲେ ବି ଅନୁ ଆଉ ମୋ ଭିତରେ ଉତ୍ତମ ବୁଝାମଣା ର ଅଭାବ ପାଇଁ , ସମ୍ପର୍କ ରେ ଭଟ୍ଟା ପଡିବା କୁ ବସିଲାଣି । ଯେତେ ଚେଷ୍ଟା କରୁଥିଲି ଅନୁ ଙ୍କୁ ଭଲ ବାଟକୁ ଫେରେଇ ଆଣିବା ପାଇଁ ,ସେ ବି ତାଙ୍କ ଜିଦି ଆଉ ଅହଂକାର ରେ ସେତିକି ବେଶି ବ୍ୟବହାର ଖରାପ କରୁ ଥିଲେ ।
ନା" ଆଉ ନୁହେଁ । ପାଠ ଶାଠ ପଢି ଚାକିରୀ କରିଲା ପରେ , ଜଣେ କଣ ଏତେ ଅନ୍ଧ ହୋଇଯାଇ ପାରେ ନିଜର ଗର୍ବ ଆଉ ଅହଂକାର ରେ ।
ମୁଁ ବି ଠାକୁର ଙ୍କୁ ଡାକି ଅପେକ୍ଷା ରେ ଥିଲି ,କେବେ ଆଉ ଥରେ ଏ ଘର ହସି ଉଠିବ ଦେଖିବା ପାଇଁ । ଆଉ ଏହା ଭିତରେ ଅନୁ ଘର ଛାଡ଼ି ବାହାରେ ଟାଉନ ରେ ଭଡା ଘର ନେଇ ରହିବା ପାଇଁ ଜିଦି କରିବା ଆରମ୍ଭ କରିଦେଲେ ଣି । ମୁଁ ମୁହେଁ ମୁହେଁ ମନା କରି ଦେଇଥିଲି । କିନ୍ତୁ ବୋଉ ର ସରଳତା ର ଫାଇଦା ନେଇ ମନେଇବା କୁ ଯାଇ ,ମତେ ସାଥିରେ ନେଇ ଟାଉନ ରେ ରହିବା କୁ ବୁଝା ସୁଝା କରିବା କୁ ଲାଗିଲେଣି । ତାଙ୍କର ଏ ଚକ୍ରାନ୍ତ କୁ ବୁଝିବା ପାଇଁ ମୁଁ ମୋର ସମସ୍ତ ପ୍ରୟାସ ଆରମ୍ଭ କରି ଦେଇଥାଏ । ତାଙ୍କର ଅଫିସ ଯିବାରେ କୌଣସି ଅସୁବିଧା ନାହିଁ । ମୋ ସହ ସବୁଦିନ ସେ କାରରେ ଯିବା ଆସିବା କରୁଛନ୍ତି । ଡ୍ରାଇଭର ବି ଅଛି ଘରେ । ଯାତାୟାତ ରେ କିଛି ବି ବାଧା ନାହିଁ କିନ୍ତୁ ଏବେ କେବଳ ଗୋଟିଏ ବାହାନା ଏତେ ଦୂର ଗାଡ଼ିରେ ଯିବା ଆସିବା କରିବା ଦ୍ୱାରା ତାଙ୍କର ଅଣ୍ଟା ରେ ପେନ ହେଉଅଛି । ଆଉ ସେଥିପାଇଁ ଜିଦି ଧରିଛନ୍ତି ସହରରେ ବ୍ୟାଙ୍କ ପାଖାପାଖି ଭଡା ଘର ନେଇ ରହିବା ପାଇଁ ।
ଏମିତି ଚକ୍ରାନ୍ତ ର ସୁରାକ ଖୋଜିବା ଭିତରେ , ଘରେ ବାପା ବୋଉ ଙ୍କର ଆଉ ଥରେ ମନ ଦୁଃଖ କରିବା କୁ ଠିକ ଲାଗୁ ନ ଥାଏ ।
ରାତି ପାହି ସକାଳ ହୋଇ ଆସୁଛି । ସୂର୍ଯ୍ୟ ପୂରୁବ ଆକାଶରେ ସିନ୍ଦୁର ଫରୁଆ ଭିତରୁ ଉର୍ଜା ର ପରିପ୍ରକାଶ ରେ ସମଗ୍ର ଧରା ଭୂମି ଆଲୋକିତ ।
ବାହାରେ ଘର ର କଲିଂ ବେଲ ବାଜି ଉଠିଲା । କଲିଂ ବେଲ ର ସାଉଣ୍ଡ ରେ ବିରକ୍ତ ହୋଇ ଅନୁ ରାଗ ଗର ଗର ହୋଇ ତଳକୁ ଆସି କବାଟ ଖୋଲିବା ପାଇଁ ଆସିବାର ଦେଖି ମୁଁ ଉପରେ ଠିଆ ହୋଇ ଦେଖୁଥାଏ , ଏତେ ସକାଳୁ କିଏ ଆସିଲେ ।
ଅନୁ କବାଟ ଖୋଲି ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇ ରହିଗଲେ ।
:- କାହାକୁ ଖୋଜୁଛନ୍ତି ? ଏମିତି କିଏ କଣ ଅନ୍ୟର ଘର ର କଲିଂ ବେଲ ମାରେ !!
:-ଅଙ୍କଲ ଅଛନ୍ତି ?
:- ପ୍ରଥମେ କୁହ ତୁମେ କିଏ , ଆଉ କେଉଁ ଅଙ୍କଲ ଙ୍କୁ ଖୋଜୁଛନ୍ତି?
:- ହୁ ଆମ ଆଇ , ହୁଆଏ ଆଇ ଟେଲ ୟୁ !!! ଆଇ ୱାଣ୍ଟ ୟୁ ନୋ ହୁ ଆର ୟୁ !!!
:- ମୁଁ ଅନୁ , ଏ ଘର ର ବୋହୂ ।
:- ଓଃ ଟିପିକାଲ ଓଡ଼ିଆ ଘର ର ବୋହୂ । ସେଥିପାଇଁ ଇଂରାଜୀ କହିବା ଜଣା ନାହିଁ।ଇଟ୍ସ ଓକେ । ଆଇ ହାଭ ନୋ ପ୍ରବଲମ ଟୁ ଟକ ଇନ ଓଡ଼ିଆ । ଭାଉଜ ସଆନ୍ତାଣୀ , ନମସ୍କାର !!! ଯାହା କୁହ ଅଙ୍କଲ ଙ୍କର ଚୟସ କୁ ମାନିବା କୁ ପଡିବ। ରୂପ ଯେମିତି ଗୁଣ .... କେ ଜାଣେ ଆଜି କାଲି ର ଲୋକ ସବୁ ଏଣ୍ଡୁଅ ପରି କେତେବେଳେ ରଙ୍ଗ ବଦଳେଇ ବେ କିଏ କହିପାରିବ।
ଦେଖ ଭାଉଜ ମୋ ପରିଚୟ ପଛରେ ଜାଣିବ । ଆଇ ଆମ ସୋ ଟାଏଡ଼ । ପ୍ଲିଜ, ଗଲ ଗଲ ଗୋଟେ କପ ଭଲ ଚା' କପେ ବନେଇ ଆଣିବ।
:- ମତେ ଚା ବନେଇ ଆସେନି। ତୁମର ଯଦି ଇଛା ହେଉଛି ନିଜେ ବନେଇ ପିଇ ଦିଅ ।
:- ନାକ ଉପରେ ରାଗ । ଓଃ ରିୟେଲୀ । ୟୁ ଆର ସୋ ଲକି । ତା ନ ହୋଇଥିଲେ ଆଜି ମୁଁ ତୁମ ଜାଗାରେ ଥାନ୍ତି ।ଆଉ ତୁମେ ..... !!! ଛାଡ଼ ସେ କଥା ।
ତୁମ ସହ କିଏ ଯୁକ୍ତି କରୁଛି । ରାମ କୁଆଡେ ଗଲେ ଯେ !!
ମତେ ଉପର ମହଲା ରେ ଦେଖି ଦୌଡ଼ି ଆସି ହଗ କରିଲା ପରେ , ଅନୁ ଦେଖି ତାଙ୍କର ମୁହଁ ନାଲି ପଡି ଆସୁଥାଏ ।
ମତେ ଆଉ ଏକ ଘରେଇ ଯୁଦ୍ଧ ର ଆଭାସ ମିଳି ସାରିଥିଲା !!!
ଅନୁ ରାଗରେ ଫଁ ଫଁ ହୋଇ ମୋ ଆଡେ ମାଡି ଆସୁଥିଲେ ।
ଆଇ ମିସ ୟୁ ରାମ ।
ମିସ ୟୁ ଠୁଁ.......... ଈଶ୍ୱରୀ ।
କ୍ରମଶଃ..........
