STORYMIRROR

Nityananda Sahu

Drama Tragedy Inspirational

3  

Nityananda Sahu

Drama Tragedy Inspirational

ସୁନା ବୋହୂ ଭାଗ-୧୯

ସୁନା ବୋହୂ ଭାଗ-୧୯

7 mins
175


【ପୂର୍ଵ ଭାଗରେ ଆପଣ ମାନେ ପଢିଥିଲେ ,ଅନୁ ପାଇଁ ରାମ ଆଜି ବହୁତ ଚିନ୍ତିତ । ପରିବାର ର ଦାୟିତ୍ୱକୁ ବୋହୂ ହୋଇ ବୁଝିବା ବଦଳରେ ଅନୁ ଆଜି ତାଙ୍କର ଦାୟିତ୍ୱ ହୀନତା ଦେଖାଇ , ସାଙ୍ଗ ସାଥି ମାନଙ୍କର ଗହଣରେ ମଉଜ ମସ୍ତି କରୁଛନ୍ତି । ଆଉ ତା ପରେ ...........】


ଜେଜେ ମାଆ ମେଡିକାଲରେ ଆଡ଼ମିଶନ ହୋଇ ରହିବା ର ଏହା ଭିତରେ ସାତ ଦିନ ହୋଇ ଗଲାଣି । ଆଜି ଅପରାହ୍ନରେ ତାଙ୍କର ଡିସଚାର୍ଜ ହେବ ବୋଲି ଡାକ୍ତର କହିଛନ୍ତି । ମତେ ଠିକ ସମୟରେ ଅଫିସ ସାରି ମେଡିକାଲକୁ ଯାଇ ଜେଜେ ମାଆଙ୍କୁ ସାଥିରେ ଧରି ଘରକୁ ଫେରିବାକୁ ହେବ ।

   ସେ ଯାହା ହେଉ ମଣିଷ ଟିକେ ନିସ୍ତାର ମିଳିବ । ଶାଶୁ ଶଶୁର ଘରକୁ ଆସିବା ପରେ ଅନୁଙ୍କର ଡର ଭୟ ସବୁ କମିଯାଇଥିଲା । ତା ଛଡା ବାପା କି ବୋଉ କେହି ମେଡିକାଲ ରୁ ସେଇ ଦିନ ଠାରୁ ଘରକୁ ବି ଆସି ନାହାନ୍ତି । ଗତକାଲି ଶାଶୁ ଶଶୁର ତାଙ୍କ ଘରକୁ ଫେରି ଯାଇଛନ୍ତି । ସେମାନଙ୍କର ଯିବା ପରେ ଅନୁ ଟିକେ ଚୁପ ଅଛନ୍ତି । ଆଜି ତାଙ୍କର ଦେହ ଭଲ ନ ଥିବାରୁ ଅଫିସ ଯିବେ ନାହିଁ କହି ଘରେ ଅଛନ୍ତି । ଦେହ କଣ ହୋଇଛି ପଚାରିବାରୁ ଲୁଜ ମୋସନ ହୋଇଛି କହିଲେ । ସେଥିପାଇଁ ତାଙ୍କୁ ମେଡ଼ିସିନ ଦେଇରେଷ୍ଟ ନେବା ପାଇଁ କହିଲି ।


    ଆଜି ବାପା ବୋଉ ଘରକୁ ଫେରିବେ ବୋଉ ଘରର ସମସ୍ତ କାର୍ଯ୍ୟ ଆଉ ଥରେ ପୂର୍ଵ ପରି ବୁଝା ସୁଝା କରିବେ । ବାକି ରହିଲା ଅନୁଙ୍କ କଥା ଦେଖା ଯାଉ ସେ କେବେ ବଦଳୁ ଛନ୍ତି ।

  ସବୁ ଦିନ ପରି ମୋର ରୁଟିନ କାମରେ ମୁଁ ବ୍ୟସ୍ତ ଥାଏ । ଘରୁ ଟିଫିନ କରି ମେଡିକାଲ ନେଇ ଦେବା ଠାରୁ ଅଫିସ ରୁ ଆସି ଘରେ ରାତି ପାଇଁ ଡିନର ତିଆରି କରି ଆଉ ଥରେ ମେଡିକାଲ ଯାଇ ଦେବା ସହ ଜେଜେ ମାଆଙ୍କର ଭଲ ମନ୍ଦ ବୁଝା ସୁଝା କରେ ।

       ସମୟ ର ଗତିରେ ମଣିଷକୁ ସବୁ କିଛି ପରିସ୍ଥିତିରେ ଖାପ ଖୁଆଇ ଚଳିବାକୁ ହୁଏ । ଏହା ହିଁ ତ ମଣିଷର ଧର୍ମ । କେତେବେଳେ ସମୟ ଜିତି ଯାଏ ତ ଆଉ କେତେବେଳେ ମଣିଷ ସମୟକୁ ପଛରେ ପକେଇ ଦେଇ ଆଗକୁ ଯାଇ ସଫଳତା ପ୍ରାପ୍ତ କରି ଥାଏ ।

     ଅନୁ ଆଉ ମୋ ଭିତରେ ଏଇ ସାତ ଦିନରେ ସମ୍ପର୍କର ପରିଭାଷା ବି ବଦଳି ଗଲାଣି । ଯେଉଁଠି ଅନୁ ପତ୍ନୀର ଧର୍ମ ପାଳନ କରିବା କଥା ସେଇଠି ଆଜି ମୁଁ ସ୍ୱାମୀ ହୋଇ ତାଙ୍କର ସବୁ କିଛି କରୁଛି । ଆପଣ ମାନେ ଭାବୁଥିବେ ହୁଏତ ମୁଁ ଭଲପାଇ ବାହା ହୋଇଛି ସେଥିପାଇଁ ନିଜର ପତ୍ନୀକୁ କାମ କରିବାକୁ ଦେଉ ନାହିଁ । ତାହା ନୁହେଁ ଭଲ ପାଇବାର ମଣିଷ ଯଦି ନିଜର ଦାୟିତ୍ୱକୁ ବୁଝିପାରିବନି ତେବେ ସଂସାରରେ କାହାକୁ ତ ଦାୟିତ୍ୱ ନେବାକୁ ପଡିବ । ସେଥିପାଇଁ ମୁଁ ଆଜି ମୋର ପ୍ରତିବଦ୍ଧତାରେ ବନ୍ଦୀ । ମାଆଙ୍କୁ ଦେଇଥିବା କଥା ଅନୁସାରେ ମୁଁ ଅନୁଙ୍କୁ ଟାଣରେ ପଦେ କହି ପାରୁ ନାହିଁ ସେଥିପାଇଁ ଅନୁ ବି ମୋ ଅସହାୟତାର ଫାଇଦା ନେବାକୁ ଆରମ୍ଭ କରି ସାରିଲେଣି । ଆଉ ମୁଁ ନିର୍ବୋଦ ବୋକାଙ୍କ ପରି ସବୁ କିଛି ନ ବୁଝିବାର ଅଭ୍ୟାସରେ ପଡି ସବୁ କାମ କରିବାକୁ ମୋ ନିଜର ଦାୟିତ୍ୱ ବୋଲି ବୁଝି ସାରିଲେଣି । ଅଫିସ ଯାଉଛି କହି ଅନୁଙ୍କୁ ଘରୁ ବାହାରି ଆସିଲି । ଜେଜେ ମାଆ ଆଜି ଘରକୁ ଡିସଚାର୍ଜ ହୋଇ ଆସୁଛନ୍ତି ବୋଲି କହିବାକୁ ଭୂଲି ଗଲି । କହିଥିଲେ ବି ତାଙ୍କୁ କଣ ହୋଇଥାନ୍ତା । ସାତ ଦିନ ଭିତରେ ଅନୁ ଥରେ କି ଦୁଇ ଥର ମୋ ସହ ଯାଇ ଦଶ କି ପନ୍ଦର ମିନିଟ ରହି ଫେରି ଆସନ୍ତି । ମେଡିକାଲ ର ଓଷଧିଆ ଗନ୍ଧ ତାଙ୍କର ମୁଣ୍ଡ ବିନ୍ଧାର କାରଣ କହି ମତେ ବ୍ୟସ୍ତ କରି ଶୀଘ୍ର ଘରକୁ ଆସିବା ପାଇଁକୁହନ୍ତି । ଏହା କେତେ ସତ ତାହା ମା" ଗଂଗେଇ ଜାଣନ୍ତି !!!


  ସକାଳ ଯାଇ ସଞ୍ଜ ହୋଇ ସାରିଥାଏ । ପକ୍ଷୀ ମାନେ ନିଜର ବସାକୁ ବାହୁଡ଼ି ସାରିଲେଣି । ଆଜି ସମସ୍ତଙ୍କ ମୁହଁରେ ଖୁସିର ଝଲକ । ସେ ଯାହା ହେଉ ପଛେ ଡାକ୍ତର ସାର କହିଛନ୍ତି ,ମାଆଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ହେଉଅଛି । ଏମିତି ଯଦି ହୁଏ ସେ ମାସେ କି ଦି ମାସ ଭିତରେ ସମ୍ପୂର୍ଣ୍ଣ ଠିକ ହୋଇଯିବେ।

   

ମେଡିକାଲ ର ସମସ୍ତ କାର୍ଯ୍ୟ ଶେଷ କରି ଡିସଚାର୍ଜ ସାର୍ଟିଫିକେଟ ଧରି ଘରକୁ ଜେଜେ ମାଆଙ୍କୁ ନେଇ ଆମେ ସମସ୍ତେ ବାହାରି ଆସିଲୁ ।

   ଘର ସମ୍ନାରେ ଏତେ ଗୁଡାଏ ଗାଡିକୁ ଦେଖି ମୁଁ ଆଶ୍ଚର୍ଯ୍ୟ । ଆମ୍ବୁଲାନ୍ସ ମୋ ଗାଡି ପଛେ ପଛେ ଆସୁଥାଏ । ଦୂରରୁ ଦେଖି ଭାବିଲି ଘରକୁ ଆଉ କିଏ ଏ ମୁହୂର୍ତ୍ତରେ ଆସିଲେ । ମାମୁଁ କଣ ଜେଜେ ମାଆଙ୍କୁ ଦେଖିବା ପାଇଁ ଗାଡି ଭଡା କରି ସମସ୍ତ ଘର ଲୋକଙ୍କୁ ତାଙ୍କର ଧରି ଆସିଛନ୍ତି । ଘର ପାଖରେ ଗାଡି ଅଟକାଇ ଓଲେଇ ଆସି ଶୁଣେ ଘର ଭିତରୁ ମ୍ୟୁଜିକ ବାଜିବାର ଶବ୍ଦ ଶୁଣା ଯାଉଛି । କିଛି କୋଳାହଳ ର ଶବ୍ଦ ବି ଉପର ଘରୁ ଆସୁଅଛି । ଆମ୍ବୁଲାନ୍ସ ବି ଘର ସମ୍ମୁଖରେ ଅଟକି ସାରି ଥାଏ । ବାପା ବୋଉ ବି ଘରେ ବାଜୁଥିବା ମ୍ୟୁଜିକ ବକ୍ସ ଲାଉଡ଼ ସାଉଣ୍ଡ ସହ ନାଚ ଗୀତକୁ ଶୁଣି ଆଶ୍ଚର୍ଯ୍ୟ ହୋଇ ମତେ ଅନେଇ ରହିଛନ୍ତି । ଘର ଭିତରେ କଣ ଚାଲିଛି ବାହାରୁ କିଛି ବୁଝି ହେଉ ନ ଥାଏ । ଆମ୍ବୁଲାନ୍ସ ର ସହକର୍ମୀଙ୍କ ସହାୟତାରେ ଜେଜେ ମାଆଙ୍କୁ ନେଇ ତାଙ୍କର ରୁମ ଆରମରେ ଶୁଆଇ ଆସିଲି । ଘର ଭିତରେ ସୋଫାରେ ବାପା ଆଉ ବୋଉ ଚୁପ ହୋଇ ବସି ଥାନ୍ତି । ଉପର ମହଲାରେ ରୁମ ଭିତରେ ନାଚ ଗୀତର ଆସର ଖୁବ ଚାଲି ଥାଏ । ଯେମିତି ଏହା କେଉଁ କ୍ଳବ ହାଉସ ଠାରୁ କମ ଲାଗୁ ନ ଥାଏ । ଡାଇନିଙ୍ଗ ଟେବୁଲ ଉପରେ ଅଇଁଠା ବାସନ ସବୁ ସେମିତି ପଡିଛି ଯେମିତି ଏବେ ଭୋଜି ଖାଇବାର ସରିଛି । ଏ ସବୁ ଦେଖି ବୋଉ ଆଉ ମୁଁ ପୁରା ହତବାକ । ବାପାଙ୍କୁ ପାଣି ଦେବା ପାଇଁ ବୋଉ ରୋଷେଇ ଘରକୁ ଚାଲି ଗଲେ ଆଉ ମୁଁ ଉପରେ କଣ ଚାଲିଛି ଦେଖିବା ପାଇଁ ।


     ସେଡି ଚଡି ଉପରକୁ ଯାଇ ଯାହା ଦେଖିଲି ମୁଁ ଆଶ୍ଚର୍ଯ୍ୟ । ଅନୁ ଆଜି ସକାଳେ ଯେଉଁ ଦେହ ଭଲ ନାହିଁ କହି ବାହାନା କରିଥିଲେ ତାହା ତାଙ୍କର ଏକ ପ୍ଲାନ ଥିଲା । ରୁମ ଭିତରେ ନାଚ ଗୀତରେ ସମସ୍ତେ ଝୁମୁ ଥିଲେ । ମୋ ଉପରେ କାହାର ନଜର ପଡି ନାହିଁ । ଅନୁ ଗୋଟେ ସିଙ୍ଗିଲ ଟପ ପିନ୍ଧି ତାଙ୍କ ସହ ଗୀତ ର ତଳେ ତଳେ ନାଚୁ ଥାଏ । ହୁଏତ ପ୍ରଥମ ଥର ପାଇଁ ମତେ ଅନୁଙ୍କର ଏମିତି ରୂପ ଦେଖିବାକୁ ମିଳିଲା । ଆଗରୁ କେବେ ବି ତାଙ୍କର ଏ ସବୁ ବଦ ଅଭ୍ୟାସ ଥିବାର ମୁଁ ଶୁଣି ନାହିଁ । ବୋଧ ହୁଏ ସେ ମୋ ଠାରୁ ଲୁଚେଇ ଥିଲେ । ଆଜି ଆଉ ବୁଝିବାକୁ ବାକି କିଛି ନ ଥିଲା । ସେଇ ରୁମ ଭିତରେ ତାଙ୍କର ସାଙ୍ଗ ସାଥି ପୁଅ ଆଉ ଝିଅ ହୋଇ ଆଠ ରୁ ଦଶ ଜଣ ଥିଲେ । ମୋ ବେଡ଼ ରୁମ ର ସ୍ପେସ ବହୁତ ବଡ଼ ଥିଲା । ସେଥିପାଇଁ ସମସ୍ତେ ଆରାମରେ ଜାଗା ହେଇ ଯାଇଥିଲେ । ବେଡ଼ ଉପରେ ତାଙ୍କର କିଛି ପୁଅ ସାଙ୍ଗ ମାନେ ଶୋଇ କି ଏମାନଙ୍କର ନୃତ୍ୟକୁ ଉପଭୋଗ କରୁ ଛନ୍ତି । ବେଡ଼ ର ଅବସ୍ଥା ନ କହିଲେ ଭଲ ହେବ ।

      ସେମାନଙ୍କର ଧ୍ୟାନ ଭାଙ୍ଗିବାକୁ ଯାଇ ମୁଁ ମ୍ୟୁଜିକ ବକ୍ସର କରେଣ୍ଟ ସପ୍ଲାଇ ପଲ୍ଗକୁ କଢ଼ି ଦେବାରୁ ସମସ୍ତେ କିଏ ସେ ବନ୍ଦ କଲା କହି ପଛକୁ ବୁଲି ଦେଖିବାରୁ ମତେ ଅନୁ ଚମକି ପଡି ଆଶ୍ଚର୍ଯ୍ୟ ହୋଇ ଠିଆ ହୋଇ ଯାଇଥିଲେ । ତାଙ୍କର ସାଙ୍ଗ ମାନେ ମୋ ପରିଚୟ ଆଳରେ ମୋ ସହ ହାତ ମିଶେଇବାକୁ ଆସିଲା ବେଳକୁ , ସେମାନଙ୍କୁ ରାଗରେ :-


  ଅଲ ଅଫ ୟୁ , ଜଷ୍ଟ ଗେଟ ଆଉଟ ଅଫ ମାଇଁ ହାଉସ ରାଇଟ ନାଓ !!!


ମୋ ରାଗ ଦେଖି ସେମାନେ ଅନୁକୁ ତୋ ସ୍ୱାମୀ ମ୍ୟାନର ଶିଖି ନାହାନ୍ତି କହି ଚାଲିଯିବାରୁ ଅନୁ ସେମାନଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିବାରୁ ତାଙ୍କର (ଅନୁ)ହାତକୁ ଭିଡି ଧରି ଖଟ ଉପରେ ଚୁପ ଚାପ ବସିବା ପାଇଁ କହିଲି ।

 ସାଙ୍ଗମାନେ ଚାଲି ଯାଉଥିଲେ । ଯିଏ ଯାହାର ଘୃଣ୍ୟ ମନ୍ତବ୍ୟ ଦେଇ । ସେ ସବୁ ଶୁଣି ବପା ବୋଉ ବି ଅପମାନିତ ହୋଇ ମୁଣ୍ଡ ତଳକୁ କରି ଠିଆ ହୋଇଥିଲେ ।

   ସେମାନଙ୍କର ସହ ମୋର ଏମିତି ବ୍ୟବହାର ଅନୁଙ୍କର ଦେହ ସହି ପାରିଲା ନାହିଁ ।

ଅନୁ:- ତୁମର ସାହସ କେମିତି ହେଲା ମୋର ସମସ୍ତ ସାଙ୍ଗସାଥିଙ୍କୁ ଏମିତି ଅପମାନ ଦେଇ ବିଦା କରିବାକୁ । ଜାଣିଛ ଆଜି ତୁମ ପାଇଁ ମୋ ପେଷ୍ଟିଜ କେତେ ତଳକୁ ଚାଲିଗଲା । ତା ଛଡା ତୁମର ଏମିତି ବ୍ୟବହାର କରିବା ସେମାନଙ୍କୁ ଆଦୌ ଠିକ ହେଲା ନାହିଁ ।


ରାମ:- ତୁମର ମୁଣ୍ଡ କାମ କରୁଛି ତ ? ଏଇଟା ଘର କେଉଁ ଆଖଡ ସ୍ଥାନ ନୁହେଁ । ଯାହାକୁ ନାହିଁ ତାକୁ ଘରକୁ କାହାକୁ ନ ପଚାରି ଧରି କି ପଳେଇ ଆସିବ ନିଜର ବେଡ଼ ରୁମ ଯାଇ । ବିବାହିତା ନାରୀର କଣ ଏହା ଲକ୍ଷଣ ଅଟେ । ତୁମକୁ ଖରାପ ଲାଗୁନି , ଶାଶୁ ଶଶୁର ଜାଣିଲେ କଣ ଭାବିବେ । ବୋହୂ ହେଲା ପରେ କାହା ଘରର ଏ ପରି କାର୍ଯ୍ୟ କରିବାକୁ ତୁମର ବିବେକ ଥରେ ବାଧା ଦେଲା ନାହିଁ । ମୋର ତ ମନ କହୁଛି.....?


ଅନୁ:- ବୋହୂ ହୋଇଗଲେ କଣ ଜଣେ ନାରୀର ନିଜସ୍ୱ କିଛି ନାହିଁ । ଯୁଗ ଆସି କେଉଁଠି ପହଞ୍ଚି ଲାଣି ତୁମ ପରିକା ମଫୁ ଆଉ ଆଧୁନିକତାର ଚାଲି ଚଳଣି ନ ଶିଖିଥିବା ପିଲାଙ୍କ ଦେହରେ କେମିତି ଏ ସବୁ ଯିବ । ଆରେ ଆଜିକାଲିର ଫ୍ୟାସନ ଏ ସବୁ । ସାଙ୍ଗ ସାଥିମାନଙ୍କୁ ଘରକୁ ଡକାଇ ଘରର ଭଲ ମନ୍ଦ ଦେଖାଇ ତାରିଫ ଶୁଣିବାକୁ ଆଜିର ପରମ୍ପରା କୁହାଯାଏ । ତୁମ ଘର ବିଷୟରେ କେହି ଭଲ କହୁ ଏହା କଣ ତୁମେ ଚାହଁ ନା !

ରାମ:- ତୁମର ଏ ଅସଭ୍ୟ ସାଙ୍ଗ ମାନେ ମୋ ଘରକୁ ସାର୍ଟିଫିକେଟ ଦେବା ଦରକାର ନାହିଁ । ସେ ସବୁ ତୁମ ପାଖରେ ରଖ । ଗୋଟେ କଥା କହୁଛି ମନ ଦେଇ ଶୁଣ ଆଜି ଠାରୁ ତୁମେ ଆଉ କୌଣସି କାମ ମୋ ବିନା ଅନୁମତିରେ କରି ପାରିବ ନାହିଁ । ମୁଁ ଯାହା ଯେମିତି କହିବି ତୁମେ ବାଧ୍ୟ କରିବାକୁ। ମିଛ ବାହାନା କରି ଦେହ ଖରାପର ଘରେ ଗୋଟେ ଯାତ୍ରା ଚଲେଇଛ । ମୁଁ ଚୁପ ଅଛି ବୋଲି ନିଜକୁ କଣ ଭାବୁଛ କି?


ଅନୁ :- ଆଉ ଯଦି ମୁଁ ତାହା ନ କରେ !

ରାମ:- ଆଉ ଯଦି ନ କର .... ଅପେକ୍ଷା କର ସବୁ ବୁଝି ଯିବ ।


ଅନୁ:- ଆଜି କାଲିର ଦୁନିଆଁରେ ପୁଅ ଆଉ ଝିଅ ମଧ୍ୟରେ କିଛି ବି ଫରକ ନାହିଁ । ସେଥିପାଇଁ ତୁମର ଶାସନ ତୁମ ପାଖରେ ରଖ । ମାଇଁ ଫୁଟ ...!!!! ଶାସନ କରିବେ କହିଲେ ମତେ । ଆରେ ପାଠ ଶାଠ ପଢି ଚାକିରୀ କରିଛି ନିଜର ଗୋଡ଼ରେ ଠିଆ ହେବାର ସକ୍ଷମ ଅଛି । ମାସ ଶେଷକୁ ଦରମା ବି ପାଉଛି। ମୋର ଭଲ ମନ୍ଦ ପାଇଁ ତୁମ ପାଖରେ ହାତ ପତେଇ ଭିକ ମାଗୁ ନାହିଁ ଯେ ତୁମ କଥାରେ ମୁଁ ଉଠ ବସ ହେବି ।

 ନାରୀଙ୍କୁ ପରାଧୀନ କରି ରଖିବାର ତୁମ ପୁରୁଷ ଜାତିଙ୍କର ପରମ୍ପରା ଆଉ ନାହିଁ । ସେ ସବୁ ଆଜି କାଲିର ଦୁନିଆଁରେ ବଦଳି ସାରିଛି । ନାରୀ ଆଜି ଚନ୍ଦ୍ର ପୃଷ୍ଟ ଠାରୁ ଦେଶର ଶାସନ ଗାଦୀରେ ବି ବସି ଦେଶର ନେତୃତ୍ୱ ନେଇ ସାରିଲେଣି । ତୁମ ପରିକା ପୁରୁଷ ସମାଜ ଠାରୁ ନାରୀକୁ ସୁରକ୍ଷିତ ଦେବା ପାଇଁ ସରକାର ବି ମହିଳା କମିଶନ ଗଢିଛନ୍ତି । ଜାଣିଛ ଏ ଘରୁ ଥରେ ବାହାରି ମୁଁ ପୋଲିସରେ ବଧୂ ନିର୍ଯାତନାର କମ୍ପ୍ଲେନ ଯାଇ ଯଦି କରିବି , ତା ପରେ ତୁମ ଘରର ପରମ୍ପରା ଆଉ ଆଭିଜାତ୍ୟ କେଉଁଠି ରହିବ ମୁଁ ବି ଦେଖିବି । ମତେ ଅନୁଶାସନ ଶିଖେବା ଆଗରୁ ନିଜେ ନିଜର ଓକାତରେ ରୁହ।


ମୁଁ କିଛି କହିବା ଆଗରୁ ବୋଉ ମତେ ଅଟକାଇ ଦିଏ ।


ନିହାରିକା:- ରାମ ତୁ ଚୁପ ରହ । ବୋହୂଟା ମୋର ଯଦି କିଛି ଖୁସି ମଜା କରିଦେଇଛି । ତା ହେଲେ କଣ ହୋଇଗଲା । ଏ ବୟସରେ ଏମିତି ସବୁ ହୁଏ । ସେ ଠିକ କହିଛି ଆମକୁ ଯୁଗ ସହ ଖାପ ଖୁଆଇ ଚଳିବାକୁ ହେବ ।

   ମୋ ମା ( ଅନୁ) ଟା ପରା , ତୁ ରାମର କଥାକୁ ଜମା ଧର ନି । ସେ ବାଇଆଟା କିଛି ନ ବୁଝି ୟାଆଡୁ ସେଆଡୁ କିଛି କହି ଦେଉଛି ।

   ତୁ ଯାଇ ଫ୍ରେସ ହୋଇ ଆସେ । ମୁଁ ରାମକୁ ବୁଝେଇ ଦେଉଛି ।


 ରାଗରେ ମୋ ମୁଣ୍ଡ ଗରମ ହୋଇ ସାରିଥିଲା । ବୋଉ କଣ ପାଇଁ ଅନୁର ପଟ ନେଇ କଥା କହିଲେ ମୁଁ ବି ବୁଝିପାରୁନି ।

     ବାପା ବି ସବୁ କିଛି ଦେଖି ଶୁଣି ଚୁପ ଥିଲେ । ବୋଉ ସବୁ ଅଇଁଠା ବାସନକୁ ଟେବୁଲରୁ ନେଇ ସଫା କରିବାକୁ ଚାଲିଯାଉଥାଏ ।

ସମସ୍ତଙ୍କର ନୀରବତାରେ କେବଳ ମତେ ଲାଗୁଥିଲା ସେମାନେ ମତେ ଗୋଟେ ପ୍ରଶ୍ନ ଯେମିତି କରୁ ଛନ୍ତି ??

     ରାମରେ ତୋ ଭଲପାଇବା ଆଜି କଣ ଆମ ମାନଙ୍କୁ ସମାଜରେ ମୁଣ୍ଡ ଉଠେଇ ଚାଲିବାକୁ ଦେବ ନାହିଁ !


       କ୍ରମଶଃ........


Rate this content
Log in

Similar oriya story from Drama