STORYMIRROR

Nityananda Sahu

Abstract Drama Inspirational

4  

Nityananda Sahu

Abstract Drama Inspirational

ସୁନା ବୋହୂ (ଭାଗ-୧୧)

ସୁନା ବୋହୂ (ଭାଗ-୧୧)

7 mins
400


【ପୂର୍ଵ ଭାଗ ରେ ଆପଣ ମାନେ ପଢିଥିଲେ ..... ରାମ ଏବଂ ଅନୁସୟା, ଦୁହିଁଙ୍କର ବିବାହ ଉତ୍ସବ ଖୁବ ଧୁମଧାମରେ ସମ୍ପର୍ଣ୍ଣ ହୁଏ .......ଆଉ ତା ପରେ..】


  ଆଜି ପ୍ରିୟବ୍ରତ ବାବୁଙ୍କ ଘରେ ବହୁତ ଗହଳି । ବନ୍ଧୁ ବାନ୍ଧବଙ୍କ ଠାରୁ ଆରମ୍ଭ କରି ଯେତେ ପ୍ରିୟ ପରିଜନ ଅଛନ୍ତି, ସମସ୍ତ ଙ୍କୁ ନିମନ୍ତ୍ରଣ କରା ହୋଇଛି । ଆଜି ରାମ ର ଚତୁର୍ଥୀ । ନୂଆ ବୋହୂ କୁ ଦେଖିବା ପାଇଁ , ଆଉ ନବ ଦମ୍ପତିଙ୍କୁ ଆଶିର୍ବାଦ ଦେବା ପାଇଁ ଆଜି ସମସ୍ତେ ଉପସ୍ଥିତ । ଆନନ୍ଦ ଉଲ୍ଲାସ ମଧ୍ୟରେ ସମସ୍ତେ ଅଛନ୍ତି ।


  ଝିଅ ଘର ଆଡୁ , ରାମର ଶାଶୁ ଶଶୁର ସହ ପରିବାରର ଅନ୍ୟାନ ସଦସ୍ୟ ବି ଆସିଥିଲେ । ଉପସ୍ଥିତ ସମସ୍ତ ପ୍ରିୟ ପରିଜନ ମାନେ ନବ ଦମ୍ପତିଙ୍କର ଯୋଡିକୁ ବହୁତ ସୁନ୍ଦର ଯୋଡିର ଆଖ୍ୟା ଦେବା ସହ ପ୍ରୀତି ଭୋଜନ ସମାପ୍ତ କରି ଆଶୀର୍ବାଦ ଦେଇ ବିଦାୟ ନେଇ ଚାଲି ଯାଉଥିଲେ ।

   ରାତି ଆସି ବାର ଟା ବାଜିବ । ବାହାର ର ଗହଳି କମି ଯାଇଥାଏ । ନିଜକୁ ପରୀ ଟିଏ ବେଶରେ ସଜେଇ, ଗୋଲାପ ର ସେଜ ରେ ଅନୁସୟା ଅପେକ୍ଷା କରିଛି, ସେଇ ବହୁ ପ୍ରତୀକ୍ଷିତ ରାତି କୁ ।


ସେ ରାତି, ଆନେକ ଫୁଲ ର ମନରେ ଫଗୁଣ ର ମହକ ଭରି ସଜ ବସନ୍ତ ର ଆଗମନରେ ଢଳ ଢଳ କାକର ଟୋପା ରେ ନାଚି ନାଚି ମନ ର ଶେଷ ତୃଷ୍ଣା ନିବାରଣର । ପ୍ରୀତି ର ପହିଲି ମହକ । ମନର ମଣିଷ ର ପ୍ରଥମ ସ୍ପର୍ଶ । ଭାବିଦେଲେ ଯେ କେହି ବି କାମନା ର ଜ୍ୱାଳା ରେ ଵିଵଶ ହୋଇଯାଏ ପୂର୍ଣ୍ଣତା ପାଇବାର ଇଚ୍ଛା ରେ । ଯେମିତି ଚଳ ଚଞ୍ଚଳ ନଦୀ ତାର ଦୀର୍ଘ ପ୍ରଶସ୍ତ ବକ୍ଷ ରେ ମିଶିବା ପାଇଁ , ସମୁଦ୍ର ର ବୁକୁ ରେ କେତେ ପୀଡା ଶରୀର ମଧ୍ୟରେ ସହି, ତଥାପି ଆଶା ହରାଏ ନାହିଁ । ଶେଷ ରେ ତାର ସ୍ୱପ୍ନ ର ସାଗର ରେ ନିଜକୁ ମିଶେଇ ଚିର ଦିନ ପାଇଁ ହୃଦୟ ର ଆବେଗ କୁ ପରିସମାପ୍ତ କରି ଦିଏ । ଠିକ ସେଇ ଭଳି ଆଜି ଅନୁ ର ଦେହରେ ଯୌବନ ର ସିହରଣ , ଅନ୍ଧାର ଘର ଭିତରେ ପ୍ରଜ୍ଵଳିତ ଦ୍ବୀପ ର ଆଲୋକ ମଧ୍ୟରେ ଭାସ ମାନ ଅତୀତ ରୁ ବର୍ତ୍ତମାନର ଯାତ୍ରା । ଭଲପାଇବାରେ ସଫଳତମ ଯୋଡି । ସାଙ୍ଗ ସାଥି ମାନଙ୍କ ପାଖରୁ ପ୍ରଶଂସା ଶୁଣି ଅନୁ ମୁଗ୍ଧ ହୋଇ ଯାଇଥାଏ ।


    ଅନୁ ନିଜର ଭବନା ରୁ ଫେରି ଆସିଛି । ହଠାତ କାଵଟ ଖୋଲିବାର ଶବ୍ଦରେ । ମୁଣ୍ଡର ଓଢଣୀ କୁ ଆଉ ଟିକେ ତଳକୁ ଖସେଇ ଦେଇଛି । ଲାଜକୁଳୀ ଲାବଣ୍ୟବତୀ ଟି ପରି ।

 ସୁ ସଜ୍ଜିତ ଗୋଲାପ ର ପାଖୁଡା କୁ ହାତ ରେ ଧରି ରାମ ଛିଞ୍ଚି ଚାଲିଥିଲା ଅନୁ ର ଶରୀର ଉପରେ । ରାମ ର ଅନେକ ଦିନ ପରେ ରୋମାଣ୍ଟିକ ମୁଡ ଦେଖି ଅନୁ ବି ଖୁସିରେ ଝୁମି ଉଠୁଥିଲା ।

  ବେଡ଼ ଉପରେ ବସି ପ୍ରଥମ ଥର ପାଇଁ ଯେତେବେଳେ ରାମ ଅନୁ ର ଓଢଣୀ ଟି ଟେକି ତାର ପ୍ରିୟତମା କୁ ଦେଖିବା କୁ ଚେଷ୍ଟା କରେ , ଅନୁ ଲାଜରେ ଝାଉଁଳି ଯାଇ ,ହାତ ପାପୁଲି ରେ ନିଜର ମୁହଁକୁ ଲୁଚେଇ ଦିଏ ।

   ରାମ:- ଆଜି କଣ ଏତେ ଲାଜ ମୋ ପ୍ରିୟା ର ! ଫୁଲେଇ ମୋର କଣ ପ୍ରଥମ ଥର ପାଇଁ ମତେ ପାଖରେ ପାଇଛି କି??

   ଜାଣିଛ ଅନୁ , ଯୌବନ ର ପକୃତ ଆନନ୍ଦ ଥାଏ ଆଜିର ଏ ବହୁ ପ୍ରତୀକ୍ଷିତ ରାତି ରେ ନିଜର ସାଥି କୁ ପାଖରେ ପାଇଲା ପରେ ।(ମୁହଁ ରୁ ହାତ କାଢୁ କାଢୁ ରାମ କହୁଥାଏ )


ଅନୁ :- ତୁମକୁ ଅଗ୍ନି ସମ ଭାବି ତୁମର ଛାଇ ରେ କେତେ ଯେ ମୋ ଦେହର ଅଳସ ଭାଙ୍ଗିଛି ତାହା ଶବ୍ଦରେ କହି ପାରିବିନି ।କାହିଁକି ନା ତୁମର ସାନିଧ୍ୟ ଆଉ ସ୍ପର୍ଶ କୁ ମୋର ଏ ମନ ଯୌବନ କେତେ ଥର ଝୁରି ହୋଇଛନ୍ତି ,ତାହାକୁ ବର୍ଣ୍ଣନା ର ଶବ୍ଦ ନାହିଁ ମୋ ପାଖରେ ।

  ଆଜି ମୁଁ ବହୁତ ଖୁସି ରାମ , ତୁମକୁ ନିଜର ଜୀବନ ସାଥି ରୂପେ ପାଖରେ ପାଇ । ମୁଁ ବହୁତ ଭାଗ୍ୟବତୀ । ନିଜର ଭଲପାଇବା କୁ ଖୁସି ଖୁସି ପରିବାର ର ସମ୍ମତି ରେ ଆଜିକା ଦିନରେ ପାଇବା ବହୁତ କଷ୍ଟ । ତଥାପି ମୁଁ ତ କହିବି , ଆଜି ମୋ ତପସ୍ୟା କୁ ପକୃତ ବର ଦାନ ମିଳିଛି, ତୁମକୁ ମୋ ସ୍ୱାମୀ ରୂପରେ ପାଇ ।


ରାମ କୁ ପାଖରେ ଥିବା କ୍ଷୀର ଗ୍ଲାସ କୁ ପିଇବା ଉଦ୍ଦେଶ୍ୟ ରେ ଅନୁ ବଢ଼େଇ ଦିଏ । କେତେ ଥର ଦୁହେଁ ପଇଡ଼ରେ ଗୋଟେ ଷ୍ଟ୍ର ରେ ମିଶିକି ପିଇଛନ୍ତି , ତଥାପି ଆଜି ଦିନର ସ୍ପେଶାଲ ଫିଲିଙ୍ଗ ଥାଏ ଗୋଟେ ଗ୍ଲାସ କ୍ଷୀର ରେ । ଅନୁର ହାତ ଧରି ରାମ ଆଖିରେ ଆଖି ମିଶେଇ କ୍ଷୀର ଢୋକେ ପିଇବା ସହ ଅନୁ କୁ ମଧ୍ୟ ପିଆଇ ଦିଏ ।

      ଅଧା ଆଉଜା ଝରକା ଦେଇ ପୂର୍ଣ୍ଣିମା ର ଶୀତଳ କିରଣ ରୁମକୁ ଝାପ୍ସା ଆଲୁଅ ରେ ଆଲୋକିତ କରାଉଥାଏ । ଦୁଇ ପ୍ରେମ ବିହଙ୍ଗ ଆଜି ଆଲିଙ୍ଗନ ମୁଦ୍ରା ରେ ପରସ୍ପର କୁ ମଧୁର ସ୍ପର୍ଶ ରେ ଉପଭୋଗ କରି ଚାଲୁଥିଲେ ।


     ରାତି ର ଶେଷ ପ୍ରହର ଉପନୀତ । ଏଇ ତ ଏବେ ଯେଉଁ ଝଡ଼ ର ଆଭାସ ମିଳୁଛି ,ତାହା ଦୀର୍ଘ ଦିନର ହୃଦୟ ର ସାଗର ମଧ୍ୟରେ ଘନୀଭୂତ ହୋଇ ଖୁବ କ୍ଷିପ୍ର ଗତିରେ ନିଶ୍ୱାସ ଆଉ ପ୍ରଶ୍ୱାସ ର ସହ ପବନର ଦ୍ରୁତ ଗାମୀ ଗତିରେ ଦୁହେଁ ପୁରା ମସଗୁଲ ଥିଲେ ଯୌବନ ର ପ୍ରଥମ ଅଙ୍କରେ ନିଜର ଦେହ ର ମାନସାଙ୍କ କୁ କଷିବା ପାଇଁ ।

     ଆଜିର ରାତିର ଏ ରଙ୍ଗରେ ମିଶିବା ଭିତରେ ରାମ ଜଳୁଥିବା ଦ୍ୱୀପ କୁ ସାକ୍ଷୀ ରଖି କଥା ଟିଏ ଅନୁ କୁ ଦେବା ପାଇଁ ମାଗେ ।

ଅନୁ:- ତୁମର ସବୁ ଇଛା ମୁଁ ପୂରଣ କରି ପାରିବି । ତୁମେ ନିର୍ଦ୍ୱନ୍ଦରେ କହିପାର !

ରାମ:- ଜୀବନରେ ତୁମେ ମତେ ବହୁତ କିଛି ଦେଇଛ । ଆଜିର ରାତିରେ ମୁଁ ବି କଥା ଦେଉଛି ଅନୁ , ତୁମେ ସମ୍ପୂର୍ଣ୍ଣ ଅଧିକାର ସାବ୍ୟସ୍ତ ମୋ ଉପରେ କରି ପାରିବ କିନ୍ତୁ ତା ପ୍ରତି ବଦଳ ରେ ମୋ ବାପା ମା ' ଙ୍କ ମନରେ କେବେ ବି କଷ୍ଟ ଦେବ ନାହିଁ । ମୁଁ ତାଙ୍କର ଆଖିର ଅଶ୍ରୁ କୁ ସହି ପାରିବି ନାହିଁ ।

     ଯାହା ବି ତୁମର ଆବଶ୍ୟକ ହେବ ମତେ କହିବ । ଘର ଲୋକଙ୍କର ସାମ୍ନାରେ ଆମର ଭଲ ମନ୍ଦ କିଛି ବି କଥା ହେବା ନାହିଁ । ଯାହା ବି ଆମର ମନ ମାଳିନ୍ୟ ଅଛି ତାକୁ ବେଡ଼ ରୁମ ଭିତରେ ସମାଧାନ କରିବା । ମୁଁ ବି କଥା ଦେଉଛି ଘର ର ବଡ଼ ପୁଅ ଭାବରେ ତୁମର ପରିବାର ସମ୍ପୂର୍ଣ୍ଣ ଦାୟିତ୍ୱ ତୁଲାଇବି ।

      ବାପା ମା' ଯାହା କହିଲେ ବି , ଅନୁରୋଧ କରୁଛି ଜବାବ ରେ କିଛି ବି ଉତ୍ତର ଦେବ ନାହିଁ ।

ଅନୁ:- ଆଉ ଥରେ ଆଜିର ରାତିରେ ତୁମର ପ୍ରବଚନ ଆରମ୍ଭ ହୋଇଗଲା । ଆରେ ମୁଁ କଣ ଏତେ ଛୋଟ ପିଲା ହୋଇଛି ଯେ , ମତେ ସବୁ ବେଳେ ବୁଝଉଛ । ତୁମକୁ କଷ୍ଟ ଦେଲା ପରି, ମୁଁ କିଛି ବି କାମ କରିବି ନାହିଁ । ଏବେ ଖୁସି ତ ,ମୋ ମିଷ୍ଟର ଖଡୁସ !

   ଆଉ କେତେ ବୋରିଂ କରିବ ମ ! ମୁଡ ଭାଙ୍ଗି ଯିବ । ବାହାଘର ଆଗରୁ କେତେ ଥର କହିଛି ,ଅନ୍ୟ ମାନଙ୍କ ପରି ଚାଲ ଓୟୋ (oyo) ରେ ରହିକି ଆସିବା , କିନ୍ତୁ ଏତେ ଡରୁଆ ଯେ , ଛାଡ଼ ଆଉ କଣ କହିବି ! ଆଜି ଯେତେବେଳେ ସ୍ୱୀକୃତି ମିଳି ସାରିଲାଣି ସମ୍ପର୍କ କୁ , ବାବୁ ମୋର ରାତିରେ ପ୍ରବଚନ ଦେବା ରେ ପଛଉ ନାହାନ୍ତି । ମୋର କି ଭାଗ୍ୟ ପ୍ରଭୁ !


   ରାମ:- ହଉ , ସେତିକି ଭାଗ୍ୟ କୁ ଦୋଷ ଦେବା ବନ୍ଦ କର । ମୋର ଯାହା କହିବାର ଥିଲା କହି ସାରିଲେଣି । ରୁହ, ମୁଁ ଦ୍ୱୀପ ଲିଭେଇ ଆସୁଛି !

     ରାତିର ମଧୁର ମିଳନ ର ପରିସମାପ୍ତି ପରେ , ଦୁହେଁ କ୍ଲାନ୍ତ ହୋଇ ଶୋଇପଡିଛନ୍ତି ।

x x x x x x x x x x x x x x x


ଆଈ:- ସମୟ ଆସି ନଅ ଟା ବାଜିଲାଣି , ଏ ଦୁହିଁଙ୍କର କଣ ପହଡ଼ ଭାଙ୍ଗି ନି ? ନିହାରିକା କୁଆଡେ ଗଲୁ ଲୋ ମା', ଗଲୁ ଗଲୁ ଦେଖିଲୁ ତୋ ପୁଅ ବୋହୂ ଏତେ ସମୟ ଯାଏ ଭିତରେ କଣ କରୁଛନ୍ତି ?

ନିହାରିକା:- ହଁ ମା' ମୁଁ କବାଟ ବାଡେଇ ଡାକିକି ଆସିଛି, ଆସୁଥିବେ ?

ଆଈ:- ନୂଆଁ ବୋହୂ ଟା, ପାହାନ୍ତି ପ୍ରହର ଥିବା ଭିତରେ ନିତ୍ୟକର୍ମ ସାରି, ଆଜି ତାର ପ୍ରଥମ ଦିନ ରୋଷେଇ କରି ସମସ୍ତଙ୍କୁ ଖାଦ୍ୟ ପରଶିଲେ , ବନ୍ଧୁ ବାନ୍ଧବ ମାନେ ବୋହୂ ର ହାତ ପରସା କୁ ଅନେଇ ବସି ଛନ୍ତି । ହେଲେ ତା'ର ଏ ଯାଏଁ ଦେଖା ନାହିଁ । ଦାୟିତ୍ୱ ଆଉ ଚଳଣୀ ତା' ମା; ତାକୁ କିଛି ଶିଖେଇ ଛି ନା ନାହିଁ ?

   ରାମ ଫ୍ରେସ ହୋଇ ତଳକୁ ଆସି ଦେଖେ ଆଈ ଙ୍କର ଅଭିମାନ । କେତେବେଳୁ ଡାକିଲେଣି ଅନୁ କୁ !! କୁଆଡେ ଗଲେ, ଘରେ ବନ୍ଧୁ ବାନ୍ଧବ ମାନେ ଅଛନ୍ତି , ସେମାନେ କଣ ଯେ ଭାବୁଥିବେ । ଚାରି ଆଡ଼େ ଆଖି ବୁଲେଇ ନେଇ ଦେଖେ ବାପା କେଉଁ ଆଡେ ନାହାନ୍ତି ତ??

ରାମ:- ବୋଉ , ଏ ବୋଉ । ବାପା କୁଆଡେ ଗଲେ କି ??

ନିହାରିକା :- ମାର୍କେଟ ଯାଇଛନ୍ତି ମର୍ଟନ ଆଣିବା କୁ । ଆଜି ଅନୁ ଖିରି ସହ ମର୍ଟନ ରୋଷେଇ କରି ଦେବ ବୋଲି ସମସ୍ତ ଙ୍କୁ ତୋ ମାମୁଁ ର ବହୁତ ଆଗ୍ରହ । ଅନୁ ଫ୍ରେସ ହୋଇ ସାରିଲାଣି ?

ରାମ:- ବୋଧ ହୁଏ ହୋଇ ସାରିଥିବ !

ନିହାରିକା:- କିଛି ନ ହେଲେ ନୂଆଁ ନୂଆ ତ ଘର ର ପରମ୍ପରା କିଛି ମାନିବା ଦରକାର ନା ନାହିଁ ? କାଲି କହିଥିଲି ସବୁ କାନେ କାନେ ବୁଝେଇ , ହେଲେ ସେ କଣ ବୁଝିଲା କେଜାଣି ।

ରାମ :- ମତେ କଣ କହୁଛୁ । ସେ ବୁଝିଲେ ତ , ଯାହା ହେବ !


      ସେଡି ଘର ପାହାଚ ରୁ ନିଦୁଆ ଆଖି ମିଳି ମିଳି କରି ଅନୁ ପାହାଚ ରୁ ଓଲେଇ ଆସୁ ଆସୁ କହିଲା , ତୁମର ଏଠି କଣ ରାମ କେହି ବେଡ଼ ଟି' ପିଅନ୍ତି କି ??? ମୁଁ ବେଡ଼ ଟି ନ ପିଇଲେ ,ମୋର ନିଦ ଭଙ୍ଗେ ନାହିଁ ।


ରାମ ପଛକୁ ବୁଲି ଦେଖୁଥାଏ ଆଈ ଙ୍କର ହବଭାଵ କୁ । ଏବେ କଣ ଯେ ହେବ , ବିବାହ ପରେ ସଂସ୍କାର ର କିଛି ବି ଭଲ ଗୁଣ ପରିଲେଖିତ ନ ହେବାର ଦେଖି , ରାମ ଆଜି ଚିନ୍ତିତ ।

ଆଈ କିଛି କହିବା ଆସୁଥିଲେ , ଠିକ ଏତିକି ବେଳେ ମା' ରୋଷେଇ ଘରୁ ପଶି ଆସି , ଅନୁ ହାତରେ ଚା' କପ ଟି ବଢ଼େଇ ଦେଇ କହିଲେ ,ଯା ବେଗି ଫ୍ରେସ ହୋଇ ଆସେ । ଆଜି ତୋର ବହୁତ କାମ ଅଛି ।

   ଅନୁ:- କି କାମ ଅଛି ମା' ?

ନିହାରିକା:- ପ୍ରଥମେ ଶୀଘ୍ର ଯାଇ ଫ୍ରେସ ହୋଇ ଆସେ , ତୋ ଶଶୁର ଆସିବା ଆଗରୁ ......ତୁ ଗଲୁ ଯା... ଆସିଲେ କହିବି !


     ପ୍ରିୟବ୍ରତ ବାବୁ ତାଙ୍କର ସାଙ୍ଗ ଙ୍କୁ ଧରି ବୋହୂ ହାତ ର ଚା' ପଇବା ପାଇଁ ସାଙ୍ଗରେ ଡାକି ଆଣି ଛନ୍ତି । ଦୂରରୁ ଏ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଛନ୍ତି ,ଭାଗ୍ୟ କୁ ସାଙ୍ଗ ତାଙ୍କର ବାହାରେ ଜୋତା ରଖି ଆସିଲା ଭିତରେ , ଅନୁ କୁ ଏମିତି ଅବସ୍ଥା ରେ ଦେଖି ନାହାନ୍ତି । ଇଜ୍ଜତ ଟା ଯାଉ ଯାଉ ରହିଗଲା ।

    ଅନୁ ଚା' କପ ଧରି ଫ୍ରେସ ହେବା କୁ ଚାଲି ଯାଉ ଥାଏ ଆଉ ପ୍ରିୟବ୍ରତ ବାବୁ ଘର ଭିତର କୁ ପ୍ରବେଶ କରୁଥିଲେ ।


           ଆଉ ତା ପରେ ..........


               କ୍ରମଶଃ.......


Rate this content
Log in

Similar oriya story from Abstract