Nityananda Sahu

Drama Romance Inspirational

3  

Nityananda Sahu

Drama Romance Inspirational

ସୁନା ବୋହୂ ଭାଗ-୧

ସୁନା ବୋହୂ ଭାଗ-୧

10 mins
177


【 ଭାଗ -୧ 】


ସକାଳୁ ସକାଳୁ ଚା" ପିଉ ପିଉ , ଘରଣୀ ଆସି ବୋହୂ ଦେଖି ଯିବାର ପ୍ଲାନ କଥା କହିଲେ । ମା" କେତେ ଥର ଆଗରୁ କହିଲେଣି , ରାମ ପାଇଁ ଭଲ ଝିଅ ଟିଏ ସମୟ କାଢି ଦେଖି ଆସିବା ପାଇଁ । ଅନେକ ଆଡୁ କେତେ ପ୍ରସ୍ତାବ ଆସୁଛି । ହେଲେ ମୁଁ ବା କେମିତି କହିବି ମୋ ମନ ଭିତରେ ଉଙ୍କି ମାରୁଥିବା ପ୍ରଶ୍ନ ବିଷୟ ରେ !! ବହୁତ ଥର ଆଜି ଯିବି କାଲି ଯିବି କହି ଅନେକ ତାରିଖ ବଦଳେଇ ସାରିଲିଣି । ଶେଷ ରେ ଵିଵଶ ହେବା କୁ ପଡିଲା ମା " ଙ୍କ ପାଖରେ । ହାରିବା କୁ ପଡିଲା ମମତା ର ପଣତ ତଳେ । କେମିତି ବୁଝେଇ କହିବି ମା" ଙ୍କୁ । ଆଉ କିଛି ବର୍ଷ ଯାଉ , ରାମ ଏଇ ବର୍ଷେ ହେବ ଚାକିରୀ କରିଛି , ବୟସ ବା କେତେ ଚବିଶି ହେବ । କିଛି ଦିନ ତାର ଜୀବନ କୁ ଉପଭୋଗ କରୁ । ତା ପରେ କେଉଁଠି ଗୋଟେ ଭଲ ପ୍ରସ୍ତାବ ଦେଖି ବାହା କରେଇ ଦେବି । ବାପା ହୋଇ ପିଲା ଟିର ମନ ରେ କଣ ବିତୁ ଥିବ ମୁଁ ଜାଣେ । କାହିଁକି ନା ଦିନେ ମୁଁ ବି ସେ ପଥ ର ପଥିକ ଥିଲି । ସେ ଦିନ ବି ମୋ ଉପରେ କିଛି ନ ବୁଝି ବିଚାରି ବାହା ହେବା ର ବୋଝ ଲଦି ଦେଇଥିଲେ ମୋ କାନ୍ଧ ଉପରେ । ଆଜ୍ଞା କାରି ପୁଅ ଟିଏ ପରି ମୁଁ ବି ସମ୍ମାନ ର ସହ ମଥା ପାତି ସ୍ୱୀକାର କରି ନେଇଥିଲି ବାପା ଙ୍କ ଅଭିଳାଷ କୁ । ଶୁଣିଥିଲି ଧର୍ମ ପତ୍ନୀ ଯଦି ଉପଯୁକ୍ତ ନ ହୁଏ ଘରେଇ ଜୀବନ ରେ ସୁଖ ର ଦିନ କମିଯାଏ । କିନ୍ତୁ ନିହାରିକା (ପତ୍ନୀ) ମୋ ଜୀବନ କୁ ଠିକ ସେ ବୁଝି ଆଜି ପ୍ରାଯ୍ୟନ୍ତ ଘର ର ଦାୟିତ୍ୱ କୁ ସୂଚାରୁ ରୂପେ ସମ୍ପାଦାନ କରିପାରୁଥିବା ରୁ ମୋ ଉପରେ ଏତେ ଚିନ୍ତା ନାହିଁ । ମୁଁ ମୋର ଅଫିସ କାମ କୁ ଭଲ ଭାବରେ କରିପାରୁଛି । ଘରେ ଘଟୁଥିବା ସମସ୍ୟା କୁ ନିହାରିକା ନିଜେ ବୁଝି ନେଉଛନ୍ତି । ଯେତେବେଳେ ସେ ମତେ ବାହା ହୋଇ ଆସିଥିଲେ ବୟସ ତାଙ୍କୁ ପାଖାପାଖି ବାଇଶି ବର୍ଷ ହେବ । ମୋ ଠାରୁ ତିନି ବର୍ଷ ରେ ସାନ ଥିଲେ । ଲୁଗା ବି ଠିକ ସେ ପିନ୍ଧି ପାରୁ ନ ଥିଲେ । ମତେ ହସ ଲାଗୁଥିଲା । ବାସର ରାତି ରେ କହୁ କହୁ କହିଦେଇଥିଲି , ତୁମ କଣ ଏ ବାହା ଘରରେ ଖୁସି ଅଛ !!!! ମୋ ଘର ଲୋକେ ଜଣେ ସର୍ବ ଗୁଣ ସମ୍ପର୍ଣ୍ଣ ବୋହୂ ଖୋଜୁଥିଲେ, ଜାଣେନା ତୁମେ ସେ ଦାୟିତ୍ବ କେମିତି ତୁଲେଇ ପାରିବ କିନ୍ତୁ ବିଶ୍ୱାସ ଅଛି ତୁମେ ଉପରେ । ସ୍ମିତ ହସି ନିହାରିକା କହିଥିଲେ , ଘରେଇ ଜଞ୍ଜାଳ ରେ ମୁଖ୍ୟ ଭୂମିକା ନିଭେଇ ବା କୁ ଆଜି ସୁଯୋଗ ମିଳିଛି । ତଥାପି ଆଜି ର ମଧୁର ରାତି ର ଜଳୁଥିବା ଦୀପ କୁ ସାକ୍ଷୀ ରଖି କହୁଛି ,ଯେତେ ବାଧା ବିଘ୍ନ ଆସିଲେ ବି ମୁଁ ସବୁ କିଛି ସହିଯିବି କିନ୍ତୁ କେବେ ତୁମ କୁ ଅଵଶୋଷ କରିବାର ସୁଯୋଗ ଦେବି ନି ।

  ଏତେ କମ ବୟସ ରେ ତୁମେ କେମିତି ପାରିବ ??? ବୟସ ରେ କଣ ଅଛି , ମାଙ୍କ ଠାରୁ କିଛି ଶିଖି ଆସିଛି , ଶାଶୁ ମା ବାକି କିଛି ଶିଖେଇ ଦେଲେ ମୁଁ ଉତ୍ତମ ଘରଣୀ ହେଇଯିବି ନି ?

ହେଲେ ତୁମେ ମୋ ମା କୁ ଚିହ୍ନି ନ ! କୌଣସି ବି କାମ ରେ ସେ ଭୂଲ କୁ ବରଦାସ୍ତ କରନ୍ତି ନି । ତୁମେ ଟିକେ ଦେଖି କି ମିଶୁଥିବ । ତାଙ୍କର ରାଗ କୁ ଆଜି ପ୍ରଯ୍ୟନ୍ତ ମୁଁ ଆଉ ବାବା ସହି କି ଆସିଛୁ । ତୁମେ ତ ଘର ପାଇଁ ନୂଆଁ । ଟିକେ ଚଳେଇ ନେବ ।

   ସେମିତି କିଛି ନାହିଁ , ମୁଁ ଦୁହିତା ଦୁଇ କୂଳ ର ରକ୍ଷା କରିବା ମୋ ଧର୍ମ । ଧର୍ମ କୁ ସାକ୍ଷୀ ରଖି ତୁମକୁ ବିବାହ କରିଛି । ମୋ ପତ୍ନୀ ଧର୍ମ ପାଳନ ରେ କୌଣସି ବି ଭୂଲ କରିବା ର ପ୍ରୟାସ କରିବି ନାହିଁ । ସେଇ ରାତି ରେ ନିହାରିକ ଠାରୁ ଶୁଣିଥିବା ଉତ୍ତର ଆଜି ବି ଲକ୍ଷ୍ମଣ ଗାର ଭଳି ସେ କଥା ରେ କହି କରି ଚାଲିଛନ୍ତି ।

   ବୋହୂ ଚୟନ ର ମୁଖ୍ୟ ଉପାଦନ ସବୁ କଣ ହେବା ଦରକାର , ମତେ କିଛି ଜଣା ନାହିଁ । କେମିତି ଯେ କହିବି ମୋ ଦୁର୍ବଳତା କୁ । ଥରୁ ଟିଏ ଦେଖି ଦେଲେ କଣ କହି ହୋଇ ପାରେ କି ,ସେ ଝିଅ ଟି କେତେ ଉପଯୁକ୍ତ ଘର ପାଇଁ । ତାର ଚାଲି, ଚଳଣୀ , ଆଚାର ବ୍ୟବହାର ଆଉ ଘର ର ସଂସ୍କାର କୁ କେତେ ପରିମାଣ ରେ ବୁଝିଥିବ !!! କେମିତି ବା ଜାଣିବି ??? ମୋ ସୁ -ଭାଗ୍ୟ ଯେ ନିହାରିକା ପରି ଜଣେ ସର୍ବ ଗୁଣ ସମ୍ପର୍ଣ୍ଣା ଝିଅ କୁ ବାହା ହୋଇ ପାରିଛି । ହେଲେ ବାପା ଯେ ସେଦିନ କେମିତି ମୋ ପାଇଁ ନିହାରିକା ଉପଯୁକ୍ତ ହେବ ବୋଲି ଜାଣି ପାରିଲେ ,ମୁଁ ଆଜି ଯାଏ ବୁଝି ପାରିନି ଏ ଅବୁଝା ଗଣିତ କୁ ଜୀବନ ର । ତା ଛଡା ମା " ଆଜି ଯାଏ କିଛି ନା କିଛି ନିହାରିକା ଙ୍କ ଠାରେ ଖରାପ ଗୁଣ କାଢୁଛନ୍ତି । ତାଙ୍କୁ କିଏ ବା ବୁଝେଇ ବ ?? ତାଙ୍କ ଭାଷା ରେ ସୁନା ବୋହୂ ହେବା ପାଇଁ ହେଲେ ସବୁ କାମ ରେ ପ୍ରଫେକ୍ଟ ହେବା ଦରକାର । ହେଲେ ସେ ପ୍ରଫେକ୍ଟ ହେବା ପାଇଁ କଣ ସବୁ ଦରକାର କହିଲେ କହିବେ , ତୁମେ ମିଣିପି ଜାତି ସେ ସବୁ କଣ ବୁଝିବ । ତୁମକୁ ସୁନ୍ଦର ଯିଏ ଦିଶିବ ବାହା ହୋଇପଡିବ , ତା ଛଡା ତାର ଗୁଣ କି ସଂସ୍କାର କିଛି କେବେ ଦେଖ କି ??? ନିହାରିକା ପାଖରେ ସେମିତି କିଛି ଖରାପ ଅଭ୍ୟାସ ଆଜି ଯାଏ ଦେଖିନି । ହେଲେ କାହିଁକି ମା" ତାକୁ ଥରୁ ଟିଏ ସକାଳୁ ଗାଳି ନ କରି ରହି ପାରନ୍ତି ନି ମୁଁ ଜାଣି ପାରେ ନି , ପଚାରିଲେ (ନିହାରିକା) କୁହନ୍ତି ମା" ପରା ସିଏ ଯାହା କହିବେ ମୋ ଭଲ ପାଇଁ , ମୁଁ ତ ଖରାପ ଭାବୁନି । ତୁମେ ଏତେ ଚିନ୍ତା କଣ ପାଇଁ କରୁଛ ? ସକାଳୁ ଘର ର ସବୁ ନିତ୍ୟ କର୍ମ , ଭାଗବତ ପଢ଼ା , ତୁଳସୀ ଚଉରା ମୂଳେ ଜଳ ଦାନ , ଠାରୁ ଆରମ୍ଭ କରି ରାତି ରେ ଶୋଇବା ବେଳକୁ ମା ଙ୍କର ପାଦ ଦାବି ବା ଭଳି କାମ କଲା ଭିତରେ କେବେ ବି ଥକି କି ବିଶ୍ରାମ ନେବା ମୁଁ ଦୀର୍ଘ ପଚିସି ବର୍ଷ ବୈବାହିକ ଜୀବନ ଭିତରେ ଦେଖି ନାହିଁ । ଆଜି ରାମ ପାଇଁ ସର୍ବ ଗୁଣ ସମ୍ପୂର୍ଣ୍ଣ ଝିଅ ଦେଖି କି ବାହା କରେଇବା ର ନିର୍ଦ୍ଦେଶ ମା" ଙ୍କ ଠାରୁ ମତେ ମିଳିଛି । ମା" ଙ୍କ ର ଦେହ ଖରାପ କିଛି ଦିନ ହେଲା ରହୁଛି । ନାତୁଣୀ ବୋହୁ ମୁହଁ ଦେଖି କି ଶେଷ ନିଶ୍ୱାସ ଛାଡିଲେ ଜୀବନର ସମସ୍ତ ଆଶା ର ଅବସାଦ ହେବ ବୋଲି ସକାଳୁ ସଞ୍ଜ ଯାଏ ଘର ଭିତରେ ଯେତେବେଳେ ଦେଖିଲେ ମତେ ଡାକି କି କହୁଛନ୍ତି ।

    ଥରେ କଥା ରେ କଥାରେ କହିଲି ମା" ;- ରାମ ର ବା ବୟସ କେତେ , ଆଉ କିଛି ଦିନ ଯାଉ । ତା ଛଡା ତାର ମନ ଭିତରେ କଣ ଅଛି କିଛି ନ ବୁଝି କେମିତି ବାହା କରେଇ ଦେବା!!! ସେ ବି ବଡ଼ ହେଲାଣି । ତାର ମତାମତ ନେବା ନିହାତି ଦରକାର ।

------- ସେ କଣ କହିବ । ତା ଛଡା ତାର ମତାମତ କଣ ତୁ ନେବୁ । ଏ ଘର ର ପରମ୍ପରା ସେ କଣ ଜାଣିନି । ପୂର୍ଵ ପୁରୁଷ ରୁ ଚଳି ଆସିଥିବା ଧାରା କୁ ସେ କଣ ବଦଳେଇ ଦେବ । ପିଲା ଙ୍କ ଇଛା ଅନିଚ୍ଛା ର କିଛି ଏ ଘରେ ହେଇନି କି ହେବ ନି ହଁ , ଅତ୍ୟନ୍ତ ମୁଁ ବଂଚି ଥିବା ଯାଏ । ତୁ ତୋ ପୁଅ ବାହାଘର ମୁଁ ଥିବା ବେଳେ କରିବୁନି ବୋଲି ଭାବୁଛୁ ନାହିଁ । ହଉ ତୋ ଇଛା .... ମୁଁ ମରି ଯାଉନି କାହିଁକି ??

---------ମୁଁ କିଛି କହିବା ଆଗରୁ ରାମ ଘର ଭିତରେ ଥାଇ ସବୁ ଶୁଣୁଥାଏ । ଦୋୖଡି ଆସି କହିଲା :-

 ---------ମୋର ପସନ୍ଦ ନା ପସନ୍ଦ କିଛି ନାହିଁ । ଆପଣ ଯେଉଁଠି କହିବେ ମୁଁ ବାହା ହୋଇଯିବି । ଆପଣ ଯାହା ନିଷ୍ପତି ନେବେ ମୁଁ ରାଜି ।

---------ନିହାରିକା ମୁହଁ କୁ ଚାହିଁବା ରୁ ସେ ଠାରିକି କହିଲେ ହଁ।

---------ଆଛା ହେଉ ତୁମେ ମାନେ ଯଦି କହୁଛ ,ମୁଁ ପ୍ରସ୍ତାବ ଦେଖିବା ଆରମ୍ଭ କରୁଛି ।

  

ଆଜି ରବିବାର ଛୁଟି ଅଛି , ଯାହା ହେଲେ ଯିବା କୁ ପଡିବ । କୌଣସି ପରୀକ୍ଷା ଠାରୁ ଏ ଦାୟିତ୍ୱ କମ ନୁହେଁ । ଆଜି କାଲି ର ଆଧୁନିକ ସଭ୍ୟତାର ପିଲା ସେ , ଭଲ ପାଇବା ବି ସାଧାରଣ ସେମାନଙ୍କ ପାଇଁ ହୋଇଗଲାଣି । ରାମ ର କଣ କେହି ଗଲଫ୍ରେଣ୍ଡ ନାହାନ୍ତି । ଯଦି ଥିବେ , ମୁଁ ମୋର ଇଚ୍ଛା କୁ ତା ଉପରେ ଲଦି , କିଛି ଭୁଲ ନିଷ୍ପତ୍ତି ନେଉ ନାହିଁ ତ ???? ବାପା ଆଗ ରେ କୋଉ ପୁଆ ବା ତା ମନର କଥା କୁହେ କି ??? କାଳେ ତା ମା"କୁ କହିଥିବ ,ଥରୁ ଟିଏ ନିହାରିକା କୁ ପଚାରି ଦେଖେ !!!


   :- ହେଇ ଟି ଶୁଣୁଛ " ଟିକେ ଆସିବ କି ???

:- ହଁ କଣ ହେଲା କୁହ???

:-ନାଇଁ ସେ କଥା କଣ କି ??? ରାମ ପାଇଁ ଝିଅ ଦେଖି ଯିବା ଆଗରୁ ମନ ରେ ଗୋଟେ ସନ୍ଦେହ ଅଛି , କହିବି କି??

:- ଆରେ କହୁନ , କଣ ଜାଣିବା କୁ ଚାହୁଁଛ ।

:-ଆମ ରାମ ର କେହି ଗଲଫ୍ରେଣ୍ଡ ନାହାନ୍ତି ତ !!!

:-- ତୁମ ପୁଅ କୁ ସନ୍ଦେହ କରୁଛ ? କେମିତି ବାପ ତୁମେ କେଜାଣି !!! ସେ ଦିନ ପରା ତୁମେ ଆଉ ମା" ଙ୍କ ସାମ୍ନାରେ କହିଲା , ଯେଉଁଠି ଠିକ କରିବ ସେ ବାହା ହେବ । ମୁଁ ରାମ କୁ ଠିକ ଚିହ୍ନି ଛି ।ତା ମନ ରେ ସେମିତି କିଛି ନାହିଁ ବୁଝିଲ ।

:- ହଁ ଯେ , ଭାବିଲି ଆଜି କାଲିର ପିଲା ଭଲ ପାଇବା ସାଧାରଣ କଥା ,କାଳେ ତା ମନରେ କିଛି ଥିବ ,ମତେ ନ କହିଲେ ବି ତୁମ କୁ କହିଥିବ , ସେଥିପାଇଁ ପଚାରିଲି ।

:-ତୁମେ ନିଶ୍ଚିତ ରେ ଯାଇ ବୁଝା ବୁଝି କର । ମୋ ରାମ କୁ ମୁଁ ଜାଣିଛି ।


ଆଛା ହେଉ ଯାହା ତୁମ ଇଚ୍ଛା । ତୁମେ ଟିକେ ମୋ ସହ ଚାଲୁନ ଯିବ । ଝିଅ ଟି କୁ ଦେଖି ଆସିବ । ତୁମର ପସନ୍ଦ ହେଲେ ବାହାଘର କରେଇବା । ମୋ ପସନ୍ଦ କଥା ତୁମେ କଣ ଜାଣିନ !!!

ମୁଁ ଯିବି , ପାଗଳ ନା କଣ ତୁମେ । ମା" ଜାଣିଲେ କଣ କହିବେ । ମୋର ତୁମ ଉପରେ ବିଶ୍ୱାସ ଅଛି । ତୁମେ ନିଶ୍ଚିତ ରାମ ପାଇଁ ଭଲ ଝିଅ ପସନ୍ଦ କରି ପାରିବ । ତା ଛଡା ରବି(ଶାଳକ)ଯାଉଛି।

ଦୁହେଁ ଝିଅ ଟିଏ ପସନ୍ଦ କରି ପାରିବ ନି ???? କି ମରଦ ହେଇଛ କେଜାଣି ।


ମରଦ ପଣିଆ କଥା କଣ ଆଉ କହିବି ତୁମକୁ ନିହାରିକ । ଆମର ଯେତେ ପସନ୍ଦ ହେଲେ ବି ତୁମ ନାରୀ ଜାତି ଙ୍କ ପସନ୍ଦ କରିବା ନିହାତି ଦରକାର । ଯେମିତି କି :--

  ଭଲ ଶାଶୁ ଦରକାର , ଭଲ ଶାଶୁ ମିଳିଲେ , ଭଲ ନଣନ୍ଦ ଦରକାର , ତା ପରେ ଭଲ ଚାକରାଣୀ ଦରକାର , ତା ପରେ ଭଲ ଝିଅ ଦରକାର , ସବୁ ଭଲ ମିଳିଲେ ବି ଶେଷ ରେ ସ୍ୱାମୀ ଯେତେ ଭଲ ହେଲେ ବି ସବୁ ଦୋଷ ବିଚରା କୁ ଶୁଣିବା କୁ ମିଳେ । ସେଥିପାଇଁ ଆମେ ମାନେ ନାମ କୁ ମାତ୍ର । ସବୁ ତୁମ ଇଛା ଅନୁସାରେ ହେବା ଦରକାର ।

   ସେତିକି ଥାଉ ଆଉ ବେଶି କୁହନି । ମୁଁ ଆଜି ଯାଏ ତୁମକୁ କଣ କିଛି ବରାଦ କରିଛି । ବେଶି ଦେଖେଇ ହଉଛନ୍ତି (ରାଗି) ।

:- ଶାନ୍ତ ପ୍ରାଣ ପ୍ରିୟେ । ମୁଁ ଏମିତି କହୁ କହୁ କହିଦେଲି ନା । ତୁମେ କଣ ମତେ ଜାଣି ନ ?? ଏତିକି କହି ଭିଡି ଧରିବା ରୁ ..

:- ଥାଉ ଥାଉ ପୁଅ ବାହା କରିବା କୁ ବସିଲଣି , ଆଉ ରୋମନ୍ସ କରନି । ବୟସ ଥିଲା ବେଳେ ତ କିଛି ତୁମ ଦ୍ୱାରା ହୋଇପାରିଲା ନି ।ଆଉ ଏବେ ସରାଗ ଦେଖୁନ ।

:-ଆରେ ଲଙ୍କା ଯେତେ ପାଚେ ରାଗ ବେଶି ହୁଏ , ବୁଝିଲ ।

:- ଥାଉ ତୁମ ଟାଉଟରୀ । ମୋର ବହୁତ କାମ ଅଛି। ତୁମେ ଯାଅ ଶୀଘ୍ର ରେଡି ହୋଇ ଯିବ । ରବି (ଶଳା) କି ମୁଁ ଫୋନ କରି ଡାକି ଦେଇଛି ସେ ଆସୁଥିବ । ଯାଅ ମ"""।।


     ଘରୁ ଠାକୁର ଙ୍କ ଉଦ୍ଦେଶ୍ୟ ରେ ପ୍ରାଣମ କରି କାର ରେ ରବି ଆଉ ମୁଁ ଦୁହେଁ ଝିଅ ଦେଖିବା କୁ ବାହାରି ଲୁ । ସାଥିରେ ଗଲା ବେଳେ ପୁଅ(ରାମ) କୁଣ୍ଡଳି ଟି ନେଇ ଯାଇଥିଲୁ ।

     ମନେ ମନେ ଭାବୁଥାଏ , ଘରେଇ ପୁରୋହିତ ଙ୍କୁ ଟିକେ ଜାତକ ଦେଖେଇ ବୁଝିଦେଲେ ହେବ । ସେ ଜାତକ ଗଣନା କରି କହିପାରିବେ ତା ବାହାଘର କେଉଁଠି ହେଇପାରିବ । ବାପା ବି ମୋ ବାହାଘର ସମୟ ରେ ତାଙ୍କୁ ଦେଖେଇ ଥିଲେ । ସେ କହିବା ଅନୁସାରେ ବାହାଘର ହୋଇଥିଲା ନିହାରିକା ଙ୍କ ସହ ମୋର । ମୋର ବିଶ୍ୱାସ ରାମ ପାଇଁ ସେ ନିଶ୍ଚିତ କିଛି ଭବିଷ୍ୟ କରିବେ ।

    ବାହାଘର ପାଇଁ କୁଣ୍ଡଳି ବିଚାର ନିହାତି ଜରୁରୀ । ଅବଶ୍ୟ ଆଜିକାଲି କେହି ଏତେ ଗୁରୁତ୍ୱ ଦେଉ ନାହାନ୍ତି । ଅଧିକାଂଶ ବାହାଘର ଲଭ ମ୍ୟାରେଜ ନ ହେଲେ ଅନ୍ୟ ଜାତିରେ ହେଉଅଛି। ବାକି କିଛି ଲୋକେ ନିଜ ର ଜାତିରେ କରୁଛନ୍ତି । ଜାତକ ଦେଖେଇବା ଏତେ ଆବଶ୍ୟକ ଭାବୁ ନାହାନ୍ତି କେହି ।

  ବାହାଘର ପାଇଁ ଦୁଇଟି ମନ ମିଶିଲେ ଯଥେଷ୍ଟ ବୋଲି ସମସ୍ତେ କୁହନ୍ତି । ହେଲେ କିଛି ସମୟ ସମାଜ ରେ ଘରେ ଘରେ କଳହ , ଘର ସବୁ ଭାଗ ହୋଇଯାଏ ନ ହେଲେ ବାହାଘର ପରେ ସ୍ବାମୀ ସ୍ତ୍ରୀ ଅଲଗା ରହି ଯାଆନ୍ତି ଆଦି ଅନେକ ଦୃଷ୍ଟାନ୍ତ ଉଦାହରଣ ଅଛି ।

   ଆଉ କେଉଁଠି ବାହାଘର ପରେ ପୁଅ କି ଝିଅ ଠିକ ସେ ନିଜକୁ ନ ବୁଝି ପାରି ଘର ଛାଡ଼ି ପାଳନ୍ତି , ପିଲା ପିଲି ପାଇଁ ଅସୁବିଧା , ଶାଶୁ ଶଶୁର ଙ୍କୁ ନେଇ ଝଗଡା , ଆଦି ଅନେକ ସମସ୍ୟା ଦେଖିବା କୁ ମିଳୁଛି । କେମିତି ଜାଣିବି ରାମ ର ଭାଗ୍ୟ ରେ କଣ ଅଛି ?????


      ଆଧୁନିକତାର ସମାଜ ରେ ଯୌବନ ରେ ଲିପ୍ତ ପ୍ରାୟ ସବୁ ଯୁବ ପିଢ଼ି । ଇଛା ଥାଉ କି ନ ଥାଉ ବୟସ ର ଏଇ ତୁଠ ପଥର ଦେହ ରେ ଯେ ବି କେହି ନିଜ ଦେହ କୁ ଥରେ ଘଷି କି ଯାଉଥିବେ । ଏବେ ରାମ ଯେ ମୋ ପରିବାର ର ସଂସ୍କାର କେତେ ରକ୍ଷା କରି ପାରିଛି ଜାଣେନା । ଖାଲି ପୁତ୍ର ବୋଲି ବିଶ୍ୱାସ କରିବାର ଛଡା ଆଉ କିଛି ନାହିଁ । ଆଜି କାଲି ର ଦୁନିଆଁ ରେ ଭଲ ପାଇବାର ଦିନ କେତୋଟି ଭିତରେ ଅନେକ ଯୁବ ପିଢ଼ି ର ପିଲା ମାନେ କାମନା ରେ ବସ୍ନା ରେ ଅନ୍ଧ ହୋଇ ଯାଉଛନ୍ତି । ଭୁଲ ଠିକ ର ବିଚାର ନ କରି ପରିବାର ର ଲାଳନ ପାଳନ ଭୁଲି ଅସଭ୍ୟ ସମାଜ ରେ କଳଙ୍କ ର ଦାଗ କୁ ପରିବାର ଉପରେ ଲଗେଇ , କେହି କେହି ଆତ୍ମହତ୍ୟା କରୁଛନ୍ତି ତ ଆଉ କେହି ବାପା ମା ଙ୍କୁ କଳଙ୍କ ର ଦାଗ ଦେଇ ସମାଜ ରେ ମୁଣ୍ଡ ନୁଆଇଁ ବଂଚିବା କୁ ବାଧ୍ୟ କରିଦେଉ ଛନ୍ତି । ଶେଷ ରେ ବାପା ମା ବା କଣ କରିବେ , ନିଜର ପିଲା ମାନଙ୍କ ର ବୋଝ କୁ ମୁଣ୍ଡେଇ ସହିଯାଉଛନ୍ତି ତ ବେଳେ ବେଳେ ଆତ୍ମହତ୍ୟା କରିବାର ଖବର ,ଖବର କାଗଜ ରେ ନିତି ପଢିବା କୁ ମିଳୁଛି ।

       ଆଉ ଆଜି କାଲିର ବାହାଘର ପରେ , ବୋହୂ ନିର୍ଯ୍ୟାତନା , ବଧୂ ହତ୍ୟା ଯୌତୁକ ପାଇଁ , ନ ହେଲେ ବାହାଘର ପରେ ପର ପୁରୁଷ ର ସମ୍ପର୍କ କୁ ନେଇ ଉଠୁଥିବା ଝଡ଼ ହସିଲା ସଂସାର କୁ ଉଜୁଡେଇ ଦେଉଛି ।

      ହେଲେ ନା ମୋ ପରିବାର କୁ କେବେ ବି ସେମିତିକା ଦୃଷ୍ଟାନ୍ତ ହେବା କୁ ସମାଜ ରେ ଦେବି ନାହିଁ ।

       ଯାହା ହେଲେ ବି ରାମ ପାଇଁ ଉପଯୁକ୍ତ ଝିଅ ମତେ ଖୋଜିବା କୁ ପଡିବ ........

     କାର ଟିକୁ ଅଟକେଇ ଦେଇଥିଲି ପୁରୋହିତ ଙ୍କ ର ଘର ସାମ୍ନାରେ । .......

       ଭାଇନା ଏଠି କଣ ପାଇଁ ରଖିଲ , ଝିଅ ଘର ଲୋକେ ଅପେକ୍ଷା କରିଥିବେ , ବିଳମ୍ବ ହେଉଛି , ଚାଲନ୍ତୁ ଯିବା !!!!

 ହଁ ଯିବା ଯେ କିନ୍ତୁ ଏଠି କିଛି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ବାକି ଅଛି ସାରିକି ଯିବା .....

    ତୁ ଚାହିଁଲେ ମୋ ସହ ଆସି ପାରୁ ରବି !!!!!!!


  ମୋ ଯିବା ଦେଖି ରବି ବି ମତେ ଅନୁସରଣ କରେ .....


                       କ୍ରମଶଃ........

      


Rate this content
Log in

Similar oriya story from Drama