Sunanda Mohanty

Action Classics Thriller

3  

Sunanda Mohanty

Action Classics Thriller

ସୁକୁରୁ ଗୁରେଇ ଓ ମାଆ ଦୁର୍ଗା

ସୁକୁରୁ ଗୁରେଇ ଓ ମାଆ ଦୁର୍ଗା

3 mins
5


ସୁକୁରୁ ସ୍ବପ୍ନ ଦେଖୁଥିଲା. ତା ଶରୀର ଛାଡ଼ି ତାର ଆତ୍ମା ବାହାରେ ବିଚରଣ କରୁଥିଲା. ତାକୁ ଜଗି ରହିଥିବା ଦୁଇ ସିପାହୀ ଘୋର ନିଦ୍ରାରେ ଶୋଇଯାଇଥିଲେ ଠିକ ଯେମିତି କୃଷ୍ଣ ଜନ୍ମ ହେଲାବେଳେ ବନ୍ଦୀ ଶାଳରେ ଥିବା ସମସ୍ତ ପ୍ରହରୀଙ୍କ ଆଖିରେ ଗଭୀର ନିଦ୍ରା କୟା ବିସ୍ତାର କରିବା ସହ ପିତା ବସୁଦେବଙ୍କ ପାଦରୁ ବେଡିର ଶିକୁଳି ଖୋଲିଯାଇଥିଲା. ସେହି ଅପୂର୍ବ କାହାଣୀ ସୁକୁରୁ ଶୁଣିଥିଲା ମଠ ମହନ୍ତଙ୍କ ଠାରୁ ପୁଣି ଗାଁରେ ଥିଲାବେଳେ ଜାନି ବା ପୁରୋହିତ ତଥା ପଣ୍ଡିତଙ୍କ ଠାରୁ ସେ ଶୁଣିଥିଲା ମୃତ୍ୟୁ ପରେ ଦୁଇଜଣ କିମ୍ଭୁତକିମାକାର ଜମଦୂତ ଆସିଥାଆନ୍ତି.ତେର ଦିନ ପର୍ଯ୍ୟନ୍ତ ମୃତକର ଭୂତ ଓ ପ୍ରେତ ରୂପ ସହ ରହି ପରିବାରରୁ ଦିଆଯାଉଥିବା ଖାଦ୍ୟର ଦୁଇଭାଗ ସେହି ଜମଦୂତ ଖାଉଥିବା ବେଳେ ଆଉ ଦୁଇଭାଗ ପ୍ରେତାତ୍ମା ଖାଇ ବଞ୍ଚିଥାଏ. ତା ପରେ ସେହି ଦୁଇ ଜମଦୂତଙ୍କ ସହ ଜମାଲୋକକୁ ଯିବାକୁ ପଡେ. କେବେ କଣ୍ଟକିତ ରାସ୍ତାରେ ତ କେବେ କଣ୍ଟକିତ ବଣ ମଧ୍ୟରେ ତ କେବେ ରକ୍ତ ନଦୀରେ ସନ୍ତରଣ କରି କରି ପିତୃଲୋକରେ ପହଞ୍ଚିବା ପରେ ତାର ଭଲ ଓ ମନ୍ଦ କର୍ମର ବିଶ୍ଳେଷଣ ପରେ ତାର ଆତ୍ମା ଯାଇ ଜାମଲୋକରେ ଥିବା ବିଭିର୍ଣ୍ଣ କର୍ମ ଭିତରୁ ନିଜ କର୍ମର ପାପ ପୁଣ୍ୟ ଅନୁଯାୟୀ ପୁଣି ଜୀବନ ଧାରଣ କରିବାକୁ ହୁଏ. ଏକଥା ଓଡିଶାରେ ଗରୁଡ଼ ପୁରାଣରେ ମଧ୍ୟ ଲିଖିତ ବୋଲି ମହନ୍ତ କହୁଥିଲେ କିନ୍ତୁ ଏଠାରେ ସେ ନିଜେ ତା ଦେହକୁ ଦେଖିପାରୁଛି କେମିତି. ଦର୍ପଣ ଆଗରେ ଠିଆ ହୋଇ ସେ କିନ୍ତୁ ନିଜକୁ ଦେଖିପାରୁନଥିଲା କେବଳ ।


ଦୁର୍ଗା ଦେବୀ ନାମ୍ନୀ ଯୋଉ ମୂର୍ତ୍ତି ସେ ଗଢିଥିଲା, ସେହି ମାଆ ତାକୁ କହୁଛନ୍ତି ତତେ ବଞ୍ଚିବାକୁ ହେବ ସୁକୁରୁ. ଗୁରେଇ ପାଇଁ ତତେ ବଞ୍ଚିବାକୁ ହେବ. ତୁ ପୁଣି ଫେରିଯା ତୋ ଶରୀରକୁ.ସେ ସନ୍ତର୍ପଣରେ ଫେରିଯାଇଥିଲା ତା ପରିବାରର ଆକର୍ଷଣରେ ସୁକୁରୁ ଶରୀରକୁ ଦୁର୍ଗା ମାଆ ଏବେ ସ୍ୱଶରୀରେ

ଜୀବନ୍ତ ହୋଇ ତାକୁ ଆଉଁସି ଦେଉଛନ୍ତି. ଏବେ ତା ଅବଶ ନିସ୍ତେଜ ଶରୀରରେ ଅପୂର୍ବ ଶକ୍ତି, ସ୍ପୁର୍ତ୍ତି.ସମସ୍ତଙ୍କ ଭଳି ମାଆ କହି ତାଙ୍କ ଗୋଡ଼ତଳେ ପଡୁ ପଡୁ ଉଠାଇ ନେଲେ ମାଆ. ଜେଲର ସେହି ଛୋଟିଆ ହସ୍ପିଟାଲ ଚାରିକାନ୍ଥରୁ ତାକୁ ମୁକୁଳେଇ ଘେନିଗଲେ ଷ୍ଟେସନ. ଯୋଉଠି ଦିନେ ସେ ତା ଦେଶରୁ ଆସି ଅବତରଣ କରିଥିଲା.କିନ୍ତୁ ଏହି ସ୍ଥାନ ତା ଦେଶ ଆଫ୍ରିକା ନଥିଲା ବରଂ ମାଲକାନାଗିରିର ବଣ୍ଡା ଜାତି ବାସ କରୁଥିବା ଗାଁ ଥିଲା. ଯୋଉଠି ପ୍ରାୟେ ଷାଠିଏ ହଜାର ବର୍ଷ ପୂର୍ବରୁ ଆଫ୍ରିକାରୁ ଆସିଥିବା ସରଳ ଅଧିବାସୀମାନେ ବସବାସ କରୁଥିଲେ. ଜୀବନ ଶୈଳୀ ଯାହାଙ୍କର ଅତ୍ୟନ୍ତ ସରଳ ଓ ନିରାଡମ୍ବର ଥିଲା. ପାଟି କରି ଉଠି ବସିଲା ସୁକୁରୁ. ଜେଲ କର୍ତ୍ତୃପକ୍ଷ ଉଠିଲେ. ଆତ୍ମକାହାଣୀ ଶୁଣି ତା ଦୁଃଖ ବୁଝିଲେ ସତକୁ ସତ ଟ୍ରେନରେ ଛାଡ଼ିଦେବାର ବ୍ୟବସ୍ଥା କରିଦେଇ ମାନବିକତାର ପରିଚୟ ଦେଇଥିଲେ.ଏସବୁ କେବଳ ଦୈବୀକୃପାରୁ ସମ୍ଭବ ହୋଇପାରିଥିଲା ବୋଲି ସୁକୁରୁ ବୁଝି ସାରିଥିଲେ ବି କାହାକୁ କହିବ? କିଏ ତା କଥାକୁ ବିଶ୍ୱାସ କରି ପରତେ ଯିବ. ଗୁରେଇକୁ ସବୁ କହିବ ସେ. ଆଫ୍ରିକା ମହାଦେଶର ଗୁରୁଣ୍ଡି ଗ୍ରାମ ଧନହୀନ ହୋଇପାରେ ହେଲେ ସେମାନଙ୍କ ମଧ୍ୟରେ ସହୃଦୟତା ଓ ଭଲପାଇବା ନିଶ୍ଚୟ ରହିଛି ।

   ଗ୍ରାମରେ ପହଞ୍ଚି ପାହାଡ଼ ତଳେ କେତେ ଡାକିଛି ଗୁରେଇ ଗୁରେଇ ଗୁରେଇଇଇଇ ହେଲେ ପ୍ରତ୍ବ୍ୟୁତ୍ତର କି ପ୍ରତିଧ୍ୱନି ନାହିଁ. ମଣିଷ ଜନ୍ମ ପାଇଛି ପଞ୍ଚତତ୍ୱକୁ ଆଧାର କରି ଯଥା ମାଟି, ବାୟୁ, ଜଳ, ଅଗ୍ନି ଓ ଶରୀରର ପାଞ୍ଚଦ୍ୱାରର ସମଷ୍ଟିରେ. ତାକୁ ରକ୍ଷା କରିପାରିବ କେବଳ ମାଆ ଦୁର୍ଗା. ତେଣୁ ସେ ଗ୍ରାମର ସବୁ ସାଇ, ସାଙ୍ଗ, ସାଥି, ଚିହ୍ନା ଜଣା, ଭାଇ,ବନ୍ଧୁ କୁଟୁମ୍ବଙ୍କୁ ଏକାଠି କଲା ଓ ପ୍ରସ୍ତୁତ କଲା ଦେବୀ ଦୁର୍ଗାଙ୍କ ମୂର୍ତ୍ତି, ଯେମିତି ସେ ଶିଖିଥିଲା ଓଡିଶାରେ. ସେଠାରୁ ବାଣୀ ଶୁଣିଲା ଫେରିଯା ସୁକୁରୁ. ଗୁରେଇ ଏବେ ଓଡିଶାରେ. ସେହି ମାଳାକାନାଗିରି ଗ୍ରାମରେ. ତତେ ଯୋଉଠି ଛାଡ଼ିଥିଲି ତୋ ସ୍ୱପ୍ନରେ. କାହାକୁ କିଛି ଶୁଭୁନଥିଲେ ବି ସୁକୁରୁ ସ୍ପଷ୍ଟ ଶୁଣିପାରିଥିଲା. ଓଡିଶା ଫେରିବାକୁ ତା ପାଖରେ ନା ଖାଦ୍ୟ ନା ପୋଷାକ ନା ସମ୍ଭଳ ଥିଲା ତଥାପି ତା ପ୍ରେମ ଓ ତା ପରିବାର ତାକୁ ଡ଼ାକୁଥିଲା ହାତ ଠାରି. ମାଆକୁ ଡାଲିଲା ଭକ୍ତିରେ.ଚାଲିଲା ପାହାଡ଼ ତଳେ ତଳେ. କେମିତି ଷ୍ଟେସନକୁ ଆସି ଓଡିଶା ଯାଇ କୋରାପୁଟ ଦେଇ ମାଲକାନାଗିରି ଗ୍ରାମରେ ପହଁଚିଲା ସୁକୁରୁ ନିଜେ ବୁଝି ପାରୁନଥିଲା ହେଲେ ଷ୍ଟେସନରେ ଓଲ୍ହେଇଲା ବେଳକୁ ଫର୍ଚ୍ଚା ହେବାକୁ ଢେର ବାକି ଥିବାରୁ ଯୋଉ ପଥର ଉପରେ ବସିଲା ତା ତଳେ ଶୋଇଥିବା ସ୍ତ୍ରୀ ଲୋକ ସହ ବାଳକଟିଏ ଦେଖି ଚମକି ପଡିଲା. ଓଡିଶାର କୋଣାର୍କ ମନ୍ଦିର ଗାତ୍ରରୁ ସତେ ଅବା ନର୍ତ୍ତକୀଟିଏ ଓଲ୍ହେଇ ଆସିଛି ବିଶୁ ମହାରଣା ପୁଅ ଧରମା ସହ ଭାବି ସୂର୍ଯ୍ୟ ଆସିବା ଯାଏଁ ଅପେକ୍ଷା କଲା ସୁକୁରୁ ।

   ପ୍ରଥମ ସକାଳର ପ୍ରଥମ ସୂର୍ଯ୍ୟ କିରଣରେ ସୁକୁରୁ ଦେଖିଲା ଗୁରେଇକୁ. ରଙ୍ଗବିହୀନ ପ୍ରିୟା ତାର କାନ୍ଦୁଥିଲା ଓ ପୁଅ ଚାହିଁଥିଲା ବାପା ନାମ୍ନୀ ମଣିଷଠାକୁ. ଗୁରେଇ କହିଲା ଚାଲ ସୁକୁରୁ ଫେରିଚାଲ ଗାଁକୁ ହେଲେ ସୁକୁର ଗୁରେଇ ଓ ପୁଅକୁ ନେଇ ମଠରେ ପହଞ୍ଚିଥିଲା. ଏବେ ଗୁରେଇ ମଠରେ ମୁଖ୍ୟ ଉପଦେଷ୍ଟା ଥିଲା ବେଳେ ସୁକୁରୁ ଥିଲା ମହନ୍ତଙ୍କ ମୁଖ୍ୟ ଚେଲା ଆଉ ପୁଅ ଗୋଡ଼ରେ ବାଉଁଶ ବାନ୍ଧି ଡେଙ୍ଗା ମଣିଷ କରିବାକୁ ନିଷ୍ପତ୍ତି ନେଇଥିବା ସୁକୁର ଓ ଗୁରେଇଙ୍କୁ ଏ ବର୍ଷ ଦଶହରାରେ ଦୁର୍ଗାମାଆଙ୍କ ପୀଠରେ ଶପଥ କରାଇଥିଲେ ମହନ୍ତ, ପୁଅ ଆଦିକନ୍ଦ ଜାନି ପାଠ ପଢିବ. ନୂଆ ଦିଶାର ନୂଆ ଆଲୋକରେ ସୁକୁରୁ ଓ ଗୁରେଇ ହସୁଥିଲେ ଖିଲଖିଲ. ଯୋଉ ରଙ୍ଗ ଥିଲା ଦୁରପାହାଡ଼ ତଳେ ତାଙ୍କ ଗାଁ ଜନ୍ମମାଟିରେ ।

   



Rate this content
Log in

Similar oriya story from Action