ସୁଖ ସମୁଦ୍ରରେ ଦୁଃଖର ଢେଉ
ସୁଖ ସମୁଦ୍ରରେ ଦୁଃଖର ଢେଉ
ଉପହାର ପାଇଲେ ସମସ୍ତେ ଖୁସି ହୁଅନ୍ତି ଆନନ୍ଦ ଅନୁଭବ କରନ୍ତି.। ନିଜ ସୁକର୍ମ କର୍ମ ପାଇଁ, ଜ୍ଞାନ ଗୁଣ ପାଇଁ, କଳା କ୍ଷେତ୍ରରେ ଉର୍ନ୍ନତି ପାଇଁ ଉପହାର ମିଳିଥାଏ.। ଅଜିତ ବାବୁ ଜୀବନରେ କିଛି ନକରି ମଧ୍ୟ ଆଜି ଉପହାର ପାଉଛନ୍ତି.। ସୁଖର ନୁହେଁ, ଦୁଃଖର.। ସମସ୍ତ ସୁଖ ଢ଼ୋକି ଢ଼ୋକି ଭାବିଥିଲେ ଦୁଃଖ ବାଢିବାକୁ ଆଉ ତାଙ୍କ ଜୀବନରେ କେହି ଆସିବେନି.। କେତେବେଳେ କୋଉ ରୂପରେ ପରିବାର ପଞ୍ଜୁରୀ ଭିତରକୁ କୋଉ ଦୁଃଖର ପରାଭାବ ଆସିଯିବ କିଏ କହିବ ? ତାଙ୍କ ଭୁଲ ଥିଲା ସେ ଘରେ ସମସ୍ତ ଧର୍ମକୁ ପାଳିବାର ସମାନ ସୁଯୋଗ ଦେଇଆସୁଥିଲେ.। ସ୍ବାଧୀନତା ଧର୍ମ ପାଳନରେ ପୁଣି ପରିବାର ଭିତରେ,ଖୁସିଥିଲେ.। ରାମାୟଣ, ମହାଭାରତ, ଭାଗବତ, ଗୀତା ସହିତ କୋରାନ ଓ ବାଇବେଲ ବି ରଖିଥିଲେ.।
ସ୍ତ୍ରୀ କୃଷ୍ଣଙ୍କୁ ପୂଜା କରିବା ବେଳେ ସେ ଡାକୁଥିଲେ ଆଲ୍ହା. ଝିଅ କରୁଥିଲା ପ୍ରକୃତି ପୂଜା.। କହେ ପିମ୍ପୁଡି, ମହୁମାଛି କାଉ ଭଳି କ୍ଷୁଦ୍ର ପ୍ରାଣୀଙ୍କ ଠାରୁ ବହୁତ କିଛି ଶିଖିବାର ଅଛି.। କର୍ମ ହିଁ ସେମାନଙ୍କର ଭଗବାନ.। ମଣିଷ ଯେତେ ଦୁଃଖ ନିର୍ଯ୍ୟାତନା ଦେଲେ ବି ପିମ୍ପୁଡିର ସଞ୍ଚୟରୁ ଯେମିତି ଶିକ୍ଷା ମିଳେ, ମହୁମାଛି ଥରକୁ ଥର ମଣିଷଙ୍କ ଦ୍ୱାରା ବେଘର ହୋଇ ମଧ୍ୟ, ଅମୃତ ମହୋଷଧି ମହୁ ଉପହାର ଦେଇ ମାନବ ସମାଜକୁ ଧ୍ବଂସ ମୁଖରୁ ରକ୍ଷା କରେ.ସେମିତି କାଉର ବୁଦ୍ଧିମତ୍ତା ଠାରୁ ଆରମ୍ଭ କରି ଗୁଳ୍ମ ଠାରୁ ଆରମ୍ଭ କରି ପ୍ରତ୍ୟେକ ଦ୍ରୁମ ମଣିଷକୁ ଦିଏ ବଞ୍ଚିବାର ସରଳ ସମାଧାନ ସୂତ୍ର ଆଉ ମଣିଷ ସେହିସବୁ ଜ୍ଞାନ କୌଶଳରୁ ଵିଜ୍ଞାନୀ ବୋଲାଇ ଆଜି ଡିଜିଟାଲ ଯୁଗରେ ପହଞ୍ଚିଛି. ନିକଟ ଅତୀତରେ ଚନ୍ଦ୍ର ଓ ମଙ୍ଗଳ ଭଳି ଗ୍ରହରେ ଘର କରିବ, ତେଣୁ ପ୍ରକୃତିକୁ ପୂଜା କରୁଥିବା ଝିଅ ସପକ୍ଷରେ ରହି ବାପା କୁହନ୍ତି ହେ ଆଲ୍ହା.
ଦୁଇ ପୁଅଙ୍କ ଭିତରୁ ଜଣେ ରାମ କହୁଥିଲା ତ ଜଣେ ରହିମ କହୁଥିଲା.। ଜଣେ ରାମାୟଣ, ମହାଭାରତର କଥା ବସ୍ତୁ ଭିତରେ ବୁଡି ଯାଇ, ରମାୟଣର ଚରିତ୍ର ରାମ, ଲଷ୍ମଣ, ଭରତ, ଶତ୍ରୁଘ୍ନଙ୍କ ପିତୃ ଭକ୍ତି ଓ ଭାତୃ ଭକ୍ତି ସନ୍ଦର୍ଶନ କରି ବିମୋହିତ ହେଲା ବେଳେ, ମହାଭାରତରେ ଭାଇ ମାନେ ଭାଇ ମାନଙ୍କ ପ୍ରତି ଥିବା ଇର୍ଷା, ଦ୍ୱେଷ, ରାଗ, ରୋଷ ଭିତରୁ ଶିକ୍ଷା ପାଆନ୍ତି ଅଢେଇ ଦିନ ଜୀବନର ବଡେଇ ନକରି ଶାନ୍ତିରେ ପ୍ରୀତି ଓ ମୈତ୍ରୀ ଭାବଧାରାରେ ଚଳିବା ଉଚିତ.। ଅନ୍ୟ ଜଣେ ପୁଅ, ରହିମଙ୍କ ଆଦର୍ଶ, ସଂସ୍କାର, ଜ୍ଞାନ, ବୁଦ୍ଧି, ମଣିଷ ପଣିଆ ଭାବ ବଖାଣି ଆମୋଦିତ ହେଉଥିଲା ତ ପିତା ଅଜିତ ବାବୁ ଉତ୍ସାହିତ ହୁଅନ୍ତି , ବାରଣ କରିନାଁହାନ୍ତି କାହାକୁ.।
ଆଜି କିନ୍ତୁ ସେଥିପାଇଁ ଜୀବନର ମାର୍ମାନ୍ତିକ ଦୁଃଖ ସହ ଦୁଃଖର ଉପହାର ମିଳିଛି.। ପରିବାରରେ ସର୍ବଧର୍ମ ସମନ୍ୱୟ ପ୍ରତିଷ୍ଠା ଯୋଗୁଁ ଦୁଇ ପୁଅ ଆଜି ଦଙ୍ଗାରେ ପ୍ରାଣ ହରାଇ ସର୍ବଶ୍ରେଷ୍ଠ ଉପହାର କଫିନ ଦୁଇଟି ଦେଖି ସ୍ତ୍ରୀ ମୁର୍ଚ୍ଛା ଯାଉଥିଲେ, କୃଷ୍ଣଙ୍କ ଫଟୋ କୁ ଆସ୍ଥାନରୁ ଫିଙ୍ଗି ନିଜ ଦୁଃଖକୁ ଢୋକୁ ଥିଲେ ତ ଝିଅ ବାପାଙ୍କୁ ସମ୍ଭାଳିବାକୁ ଚେଷ୍ଟା କରି ପାରୁନଥିଲା.। ବୌଦ୍ଧ ଭିକ୍ଷୁକ କହୁଥିଲେ, ବୁଦ୍ଧମ ଶରଣମ ଗଛାମୀ, ପକ୍ଷୀଟି ଡାକୁଥିଲା ଦୂରରୁ ହେ ପ୍ରଭୁ.ଅଦୂରରେ ଦେବୀ ଦୁର୍ଗାଙ୍କ ଆଗମନୀ ତୋରଣ ପ୍ରସ୍ତୁତ ହେଉଥିଲା ବେଳେ କାହିଁକିର ଉତ୍ତର କିଏ ଦେବ ଅଜିତ ବାବୁଙ୍କୁ ! ସୁଖ ସଂସାରରେ କାହିଁକି ଦୁଃଖର ସାତତାଳ ଢେଉ??
