STORYMIRROR

Sunanda Mohanty

Tragedy Thriller Others

4  

Sunanda Mohanty

Tragedy Thriller Others

ସୁଭଦ୍ରା

ସୁଭଦ୍ରା

4 mins
1

ସମୟର ବେଗ ରେ ଝିଅଟି ବଢୁଥିଲା. ଶାରୀରିକ ଓ ମାନସିକ ସ୍ତର ରେ ମଧ୍ୟ ଅଭିବୃଦ୍ଧି ଘଟୁଥିଲା କିନ୍ତୁ ଚାହାଣୀ ଥିଲା ନିର୍ଲିପ୍ତ. କେବେ କିଛି ଅଳି କରି ମାଗୁନଥିଲା କି ଦୁଇଭାଇଙ୍କ ସଙ୍ଗେ କଳି କରୁନଥିଲା. ଖାଇବା ପିଇବା ରହିବାରେ ଭଲ ମନ୍ଦ ମଧ୍ୟ ଖୋଜୁନଥିଲା. ସବା ସାନ ଭଉଣୀ ହୋଇ ମଧ୍ୟ ବଡଭଉଣୀ ପରି ଆଚରଣ ଓ ଉଚ୍ଚାରଣ କରୁଥିଲା. ବାପା ବୋଉଙ୍କୁ ମଉସା ମାଉସୀ ଡାକୁଥିଲା ବୋଲି ସେ ଦୁହେଁ ମନ ଦୁଃଖ କରୁଥିଲେ ପ୍ରଥମେ ପ୍ରଥମେ ତା ପରେ ପରେ ପୁଅ ଦୁହିଁଙ୍କ ଡାକରେ ଝିଅ ମୁଁହଁ ରୁ ମଉସା ମାଉସୀ ଡାକ ଶୁଣି ଆଉ ଦୁଃଖ ଲାଗୁନଥିଲେ ମଧ୍ୟ ପୁଅ ଦୁହିଁଙ୍କ ସବୁ ଆବଶ୍ୟକତା ପୁରଣ କରୁଥିଲେ ମଧ୍ୟ ଝିଅ ସାଧାରଣ ଭାବେ ପୋଷାକ ଓ ଛତା ଜୋତା ପିନ୍ଧିଲା ବେଳେ ବଡଭାଇ ଦୁହେଁ ଉର୍ନ୍ନତ ମାନର ଜିନିଷ ନହେଲେ ବ୍ୟବହାର ଦୂରର କଥା ଚାଁହୁନଥିଲେ ତ ଝିଅଟି କହୁଥିଲା ମୋ ପାଇଁ କିଛି ଦରକାର ନାହିଁ. ମୋର ଏହି ଛତା, ଜୋତା, ସ୍କୁଲ ବ୍ୟାଗ ଚଳିବ କାରଣ ମୁଁ ଓଡ଼ିଆ ସ୍କୁଲ ରେ ପଢୁଛି. ଆମ ସ୍କୁଲରେ ମଧ୍ୟ ଖାଇବା ମିଳିବା ସହିତ ବହି, ପୋଷାକ ଜୋତା ମିଳୁଛି ତେଣୁ ମୋ ଦୁଇଭାଇଙ୍କ ପାଇଁ ଆଣିଦିଅ ମଉସା. ବୋଉ ମନଦୁଃଖ କରନ୍ତି କିଛି କହିପାରନ୍ତିନି. ଝିଅଟିର ଆଜି ଏହା ଖାଇବିନି କାଲି ଏମିତି ପିଜା କି ସେମିତି ମୋମୋ ଖାଇବି ବୋଲି ଅଧିକାର ପୂର୍ଣ୍ଣ କଥା ନଥାଏ ବରଂ ଦୁଇଭାଇ ଖାଉଥିଲା ବେଳେ ସେ ମୁଢି କି ଚୂଡ଼ା କି ଛତୁଆ ଖାଇନିଏ ଆଗ୍ରହରେ. ସମୟର ବେଗରେ ସ୍କୁଲ ରୁ କଲେଜ ଯିବା ପରେ ପରେ ଝିଅଟିକୁ ବିବାହ କରି ଘର ସଂସାର ସଜାଡ଼ିବାକୁ ପଡିଲା. ଦୋଭେଇ ବର ସାଙ୍ଗକୁ ମୃତା ସଉତୁଣୀ ର ଛୋଟ ପୁଅର ମାଆ ବନିବାରେ ତାର ଆପତ୍ତି ନଥିଲା କି ବାପା ମାଆ ଙ୍କୁ ନିଜର ଦୁଃଖ ସୁଖ କହି କିଛି ମାଗୁନଥିଲା. କେବଳ ଝିଅ ବିଦା ବେଳେ ମାଉସୀଙ୍କ ଆଖି ଲୁହ ପୋଛି ନେଇ ସେ ଛାତିରେ ଲୋଟିବା ପରିବର୍ତ୍ତେ ପାଦ ଛୁଇଁ ପ୍ରଣାମ କରିଥିଲା. ମଉସା କାନ୍ଦି କାନ୍ଦି ଯେବେ କହୁଥିଲେ ମୁଁ ତୋ ବାପ ହେବା ଯୋଗ୍ୟ ନୁଁହଁ ଲୋ ଝିଅ ସେତେବେଳେ ଝିଅ ଟି କହୁଥିଲା ମୁଁ କାନ୍ଦିଲେ ତୁମ ଆଫା କରିଦେବା ମୁଁ ଭୁଲିନି ମଉସା. ଆଜି ତୁମେ କାନ୍ଦିଲେ ମୁଁ ଆସନ୍ତା ସମୟର ବେଗ ସହିତ ଚଳିବି ଓ ଚାଲିବି କେମିତି କୁହ! ଲୁହ ପୋଛି ଶାଶୁଘର ଆସିଲା ବେଳେ ମଧ୍ୟ ସେଦିନର ସେଇ ଛୋଟ ଝିଅଟି ଆଖିରେ ସେହି ଅଘଟଣ ରେ ହଜିଯାଇଥିବା ତା ପିଲାଦିନ ର ଶୈଶବ ତାକୁ ଖୁବ ଆନ୍ଦୋଳିତ କରୁଥିଲା. ମଉସା ମଧ୍ୟ ଭାବୁଥିଲେ ଆଜି ଯଦି ମମତା ଓ ଅସିତ ବଞ୍ଚିଥାଆନ୍ତେ ଝିଅଟି ନିଶ୍ଚୟ ଅଧିକାର ସାବ୍ୟସ୍ତ କରି ପାରୁଥାଆନ୍ତା. ହେଲେ ଏତେ ଛୋଟ ଝିଅଟା ସେକଥା ଭୁଲିପାରିନି ଏଯାଏଁ ବୋଲି ଆଜି ସ୍ୱାମୀ ସ୍ତ୍ରୀ ଦୁହେଁ ଦୁଇଟୋପା ଲୁହ ଗଡେଇ ଝିଅଟିକୁ ତା ବର ସହିତ ବିଦାୟ ଦେଲାବେଳେ ଛାତି ଭିତରେ କିଛି କିଛି ଚାଲିଥିଲା ଉଭୟଙ୍କର.
   ସେଦିନ ନୂଆବର୍ଷ ରେ ଦୁଇପୁଅ ଓ ସ୍ତ୍ରୀ ଙ୍କ ସହ ବନ୍ଧୁ ଅସିତ ଓ ବନ୍ଧୁପତ୍ନୀ ମମତା ଓ ମମତା କୋଳରେ ଥିବା ଏଇ ଛୋଟ ଝିଅଟା କୁ ଧରି ସେମାନେ କାର ଯୋଗେ ଯାଉଥିଲେ ପିକନିକ. ତପ୍ତ ପାଣି ରେ ପହଞ୍ଚିଯିବା ପୂର୍ବରୁ ଗାଡି ଧକ୍କା ଖାଇଲା ବୋଲେରୋ ସହ. ସୁଶାନ୍ତ ଓ ସସ୍ମିତା ତାଙ୍କ ଦୁଇ ପୁଅ ସହ ଅଳ୍ପ ଖଣ୍ଡିଆ ଖାବେରା ହୋଇ ବଞ୍ଚିଥିଲା ବେଳେ ଏଇ ଝିଅଟି ବନ୍ଧୁପତ୍ନୀ ମମତା କୋଳରେ ବଞ୍ଚିଥିଲା ବେଳେ ଅସିତ ଓ ମମତା ଙ୍କର ପ୍ରାନାବାୟୁ ଉଡିଯାଇଥିଲା. ନିଜର ବୋଲି ସେମାନଙ୍କର କେହି ନଥିଲେ ତ ସେ ଦୁହିଁଙ୍କ ସତ୍କାର ନିଜ ଆଖିରେ ଦେଖୁଥିବା ଝିଅଟି କିଛି ବୁଝିପାରୁନଥିବା ବେଳେ ସେଇଦିନଠୁ ନିର୍ବାକ ନିଷ୍ପନ୍ଦ ଓ ନିଶ୍ଚଳ ହୋଇଗଲା କାହିଁକି ବୁଝିବାକୁ ଚେଷ୍ଟା କରିବାକୁ ବା ତା ମନସ୍ତତ୍ଵ ପଢିବାକୁ ସମୟର ବେଗରେ ଭୁଲିଯାଇ ସୁଶାନ୍ତ ଭାବୁଥିଲେ ଝିଅଟି ପ୍ରତି ସେ ଆଉ କଣ କରିଥାନ୍ତେ!ନିଜର ଝିଅ ନଥିବାରୁ ତାକୁ ଝିଅର ପରିଚୟ ଦେଇ, ପାଠଶାଠ ପଢ଼େଇ ଓ ବଢ଼େଇ ଝିଅଠୁ ଅଧିକା ତ ଦେଖୁଥିଲେ. ଏତେ କଲେ ମଧ୍ୟ ଯେତେ ଶିଖାଇଲେ ମଧ୍ୟ ଝିଅଟି କେବେବି ବାପା ମାଆ ବୋଲି ଡାକୁନାଥିଲା. ଯା ହେଉ ତା କର୍ତ୍ତବ୍ୟ ସରିଛି ଭାବି ବାପା ସୁଶାନ୍ତ ଓ ମାଆ ସସ୍ମିତା ଶାନ୍ତି ରେ ରହି ପାରୁନଥିଲେ କାରଣ ବଡ଼ ପୁଅ ମାଟ୍ରିକ ଖଣ୍ଡିଏ ପାଶ ନକରି ଆଜ୍ଞାତ କୂଳ ଶୀଳ ବିହୀନ ଝିଅ କୁ ବିବାହ କରି ଶଶୁର ଘରେ ରହୁଥିଲା.ଆଉ ସାନ ପୁଅ ଭଲ ପଢି ଚାକିରୀ କରିଥିଲା ବୋଲି ମାନପସନ୍ଦର ଝିଅ ସହ ବିବାହ କରି ସୁଦୂର ଆମେରିକା ରେ ରହୁଥିଲା. କାଳେ ବେଳେ କି ଦିନେ ଚିଠି କି ପଇସା ପତ୍ର ପଠାଉ ନଥିଲା. ଏଣିକି ଏଣିକି ସୁଶାନ୍ତ ରୋଗଗ୍ରସ୍ତ ଓ ସସ୍ମିତା ମଧ୍ୟ ଆଣ୍ଠୁ ଗଣ୍ଠି ରୋଗରେ ପୀଡିତ. ଦୁଇପୁଅଙ୍କୁ ଖବର ଦେଲେ ମଧ୍ୟ କେହି ଧରା ଛୁଆଁ ଦେଉନଥିଲେ. ବଡ଼ ପୁଅ କହୁଥିଲା ସାନପୁଅ ପାଇଁ ପାଣି ପରି ପଇସା ଖର୍ଚ୍ଚ କଲା ବେଳେ କାହିଁ ମୋ ଭବିଷ୍ୟତ କଥା ତ ଚିନ୍ତା କରୁନଥିଲ!ଏବେ ସାଆନପୁଅର ସାହାଯ୍ୟ, ସହଯୋଗ ତଥା ସାହାରା ନେବାରେ ଅସୁବିଧା କଣ!ସାନ ପୁଅ କହୁଥିଲା ବାର୍ଦ୍ଧକ୍ୟ ଆସିଲେ ରୋଗ ଲାଗିବ ଏଥିରେ ଅଧର୍ଯ୍ୟ ହେଲେ ଚଳିବ କେମିତି! ଏଠି ମୋର ଦରମା ଠାରୁ ଖର୍ଚ୍ଚ ଦ୍ବି ଗୁଣା. ତୁମ ପାଖରେ ପେନସନ ଅଛି ଓ ଦୁଇ ଦୁଇଟା ଘର ଅଛି, ଅସୁବିଧା କଣ!
    ଶେଷକୁ ସୁଶାନ୍ତ ଶଯ୍ୟାଶାୟୀ ହୋଇପଡିଲେ. ସସ୍ମିତା ଙ୍କୁ ଚତୁଃର୍ଦିଗ ଅନ୍ଧକାର ଦିଶୁଥିଲା ବେଳେ ଝିଅ ପହଁଞ୍ଚି କହୁଥିଲା ମତେ ଟିକେ ଡାକି ପାରିଲ ନାହିଁ ମାଆ! ମୋ ବାପା ଏତେ ସରି ହେଲେଣି. ମୁଁ ଝିଅ ବୋଲି କଣ ଏତେ ପର ହୋଇଗଲି! ମୋ ପୁଅ ଓ  ସ୍ୱାମୀ ସଂସାରରେ ମୁଁ ଯେତେ ବ୍ୟସ୍ତ ରହିଲେ ମଧ୍ୟ ମୋର କଣ କିଛି ଅଧିକାର ନାହିଁ ମୋ ବାପା ମାଆ ଙ୍କ କଥା ବୁଝିବାକୁ!ସସ୍ମିତା ସିଂହର ବଳ ପାଇଲେ ଯେମିତି. ଝିଅର ସେବା ଶୁଶ୍ରଷା ରେ କେଇଟା ଦିନପରେ ସୁଶାନ୍ତ ମଧ୍ୟ ଉଠି ବସିଲେ. ଝିଅ କଟାଳ କରୁଥିଲା ତା ସହ ପିତା ମାତାଙ୍କୁ ନେଇଯିବାକୁ ତ ମନା କରିନଥିଲେ ଦୁହେଁ. ଦୁଇ ପଟ କାନ୍ଧ ରେ ବାପା ଓ ମାଆ ଙ୍କ ଭାର ବହନ କରି ଅଟୋ ଯାଏଁ ନେଉ ନେଉ ଝିଅ ସୁଭଦ୍ରା କହୁଥିଲା ଆସ୍ତେ ଆସ୍ତେ ଆ ମାଆ ପୁଣି ସୁଶାନ୍ତ ଙ୍କୁ କହୁଥିଲା ସମୟ ବେଗ ସହିତ ତାଳ ଦେଇ ଦେହଖରାପ ହେବା ଗୋଟେ ସାଧାରଣ କଥା ବାପା, ବ୍ୟସ୍ତ ହୁଅନି, ମୁଁ ଅଛି ନା ତୁମ ଝିଅ. ଲୁହ ଟଳମଳ ଆଖିରେ ପିତା ମାତା ଦୁହେଁ ଆଗକୁ ପାଦ ବଢ଼ାଉ ଥିଲେ ଝିଅ ସୁଭଦ୍ରା କାନ୍ଧରେ ଭରା ଦେଇ ଦେଇ.



Rate this content
Log in

Similar oriya story from Tragedy