STORYMIRROR

Himalini Hota

Horror

2  

Himalini Hota

Horror

ଷ୍ଟେସନ ରୋଡ଼

ଷ୍ଟେସନ ରୋଡ଼

3 mins
377

ସମୟ ସେତେବେଳକୁ ରାତି ଦୁଇଟା । ଫୋନର‌ କ୍ରମାଗତ ଭାବରେ ବାଜିବାର‌ ଶବ୍ଦ।ଏତେ ରାତିରେ କିଏ କରିଛି ଫୋନ। ନିଦ ମଳ ମଳ ଆଖିରେ ଫୋନ ଉଠାଇ ଦେଖିଲେ, ମେଡିକାଲ କଲେଜ ହଷ୍ଟେଲରୁ ଫୋନ ଆସିଛିi ଏତେ ରାତିରେ ଫୋନ ଆସିଛି ମାନେ କିଛିଟା ଅସୁବିଧା ତ ନିଶ୍ଚୟ ଥିବ। ଭାରି ବ୍ୟସ୍ତ ହୋଇ ପଡିଲେ।କଲ୍ ବ୍ୟାକ କଲେ ସେପଟୁ ଶୁଭିଲା ‌ ହଷ୍ଟେଲ ସୁପେରିଟେଣ୍ଡେଟଙ୍କ ସ୍ୱର --- ମିଷ୍ଟର ଷଡ଼ଙ୍ଗୀ ଆପଣଙ୍କର ପୁଅର‌ ଦେହ ଭୀଷଣ ଭାବରେ ଅସୁସ୍ଥ ଯେତେ ଜଲଦି ପାରିବେ ଆସନ୍ତୁ। କ'ଣ କରିବେ ମୁଣ୍ଡ ଆଉ କାମ କରୁନଥାଏ ବାବାଙ୍କର। ଭାଇ ସେତେବେଳେ ଭୁବନେଶ୍ୱର sum hospital medical Collegeରେ ଦ୍ୱିତୀୟ ବର୍ଷର ଛାତ୍ର।

ବାବା ଗୋପାଳପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ଥାନାରେ କାର୍ଯ୍ୟ ରତ। ରାତି ଡିଉଟି ସେଦିନ ଥାଏ ତାଙ୍କର।ଥାନା ଠାରୁ ଷ୍ଟେସନ ବହୁତ ଦୂର। ପ୍ରାୟ ୨୫ କିମି ଦୂର ହେବ। ଥାନାର ଜଣେ ଷ୍ଟାଫକୁ କହିଲେ ଭାଇ ଟିକେ ଷ୍ଟେସନ ପାଖରେ ଛାଡି ଦେବ କି?ସେ ଷ୍ଟାଫ୍ ଜଣକ ଫୁଲ ଡ୍ରିଂକ୍ସ କରି ଥିଲେ ବୋଧହୁଏ ପୁରା ନିଶାରେ ଥିଲେ ମନା କରିଦେଲେ ।କ'ଣ କରିବେ ,ଶେଷରେ ନିଷ୍ପତ୍ତି ନେଲେ ଚାଲି କି କିମ୍ବା ଯେମିତି ହେଉ ମେଇନ ରୋଡ ପାଖରେ ପହଞ୍ଚି ଗଲେ ହୁଏତ ମାଲ ବୋଝେଇ ଟ୍ରକମିଳି ଯାଇପାରେ ଯାହା ଦ୍ଵାରା ଷ୍ଟେସନ ପାଖରେ ପହଞ୍ଚିବାକୁ ସୁବିଧା ହେବ । ବାବା ଙ୍କ ସୈlଭାଗ୍ୟକୁ ଟ୍ରକ ଟି ଏ ମିଳିଗଲା କିନ୍ତୁ ସେ ଅଳ୍ପ ରାସ୍ତା ଯାଏ ହିଁ ନେଲା।ଆଉ ଯେଉଁ ଜାଗାରେ ଓହ୍ଲୈଇଲା ସେ ଜଗାଟି ଥିଲା ଗୋଟିଏ ଦୁର୍ଘଟଣା ପ୍ରବଣ ଅଞ୍ଚଳ ।ବ୍ଲାକ ସ୍ପଟ ଏରିଆ ।ବହୁତ ଗାଡି ସେ ଗୋଟିଏ ଜାଗାରେ ହିଁ ଦୁର୍ଘଟଣା ଗ୍ରସ୍ତ ହେବାରୁ ସ୍ଥାନୀୟ ଲୋକେ ସେଠାରେ ଏକ ଦେବୀ ମନ୍ଦିର ନିର୍ମାଣ କରିଥିଲେ । ସେ ଜାଗାରୁ ଷ୍ଟେସନର ଦୂରତା ପ୍ରାୟ, ୨୦ କିଲୋମିଟର ହେବ। ସେତେବେଳକୁ ପ୍ରାୟ ରାତି ୩ ଟା ମନ୍ଦିର ସାମ୍ନାରେ କିଛି ସମୟ ଠିଆ ହୋଇ ଭାବନାରେ ମଗ୍ନ ଥାନ୍ତି ।ଏବେ କେମିତି ଯିବେ ଆଉ ତ କିଛି ଉପାୟ ନ ଥାଏ। ଶେଷରେ ନିଷ୍ପତ୍ତି ନେଲେ ଚାଲି ଚାଲି ଯିବେ।

ହଠାତ୍ କାହାର ଡାକରେ ବାବା ପଛକୁ ବୁଲିଲେ । ଦେଖିଲେ ଜଣେ ଶୁଭ୍ର ଧୋତି କୁର୍ତ୍ତା ପରିହିତ ବୃଦ୍ଧ ବ୍ୟକ୍ତି, କହୁଛନ୍ତି _ କୁଆଡେ ଯାଉଛନ୍ତି ଏତେ ରାତିରେ। ବାବା ସେତେବେଳେ ଏତେ ଟେନସନ ଥିଲେ ଯେ କାହା ସହ କଥା ହେବା ପାଇଁ ତାଙ୍କ ଧୈର୍ଯ୍ୟ ନ ଥିଲା। ଅଜଣା ଲୋକ ସହ କଥା ହେବାକୁ ବି ସେ ଭଲ ପାଆନ୍ତି ନାହିଁ। କେବଳ ଏତିକି କହିଲେ‌ ଗୋଟେ ଜରୁରୀ କାମରେ ଯାଉଛି ଷ୍ଟେସନ ।ସେ ଲୋକ କହିଲେ ମୁଁ ବି‌ ଯାଉଛି ଷ୍ଟେସନ ଚାଲନ୍ତୁ ମିଶିକି ଯିବା। ବାବା କହିଲେ ଠିକ୍ ଅଛି ଆପଣ ଆଗରେ ଚାଲନ୍ତୁ ମୁଁ ଆପଣଙ୍କ ପଛରେ ଆସୁଛି।ସେ ଲୋକ ପୁଣି କହିଲେ ମୁଁ ସଟ୍ କଟ ଜାଣିଛି ଚାଲନ୍ତୁ ଏ‌ ରାସ୍ତାରେ ଥିବା। ବାବା ଦେଖିଲେ ରାସ୍ତାଟି ଟିକେ ଜଂଗଲିଆ। ସ୍ଥାନେ ସ୍ଥାନେ ଛୋଟ ଛୋଟ ବୁଦା,ତା ସାଂଗକୁ ଅଚିହ୍ନା ଲୋକ। ଯିବା ଟ ଉଚିତ୍ ନୁହେଁ କିନ୍ତୁ ସେପଟୁ ବାରମ୍ବାର କଲ୍ ଜଲଦି ଆସନ୍ତୁ ପୁଅକୁ ଏମରଜେନସିରେ ରଖା ହୋଇଛି। ପୁଣି ଭାବିଲେ ମୁଁ ତ ପୋଲିସ ପୋଷାକରେ ଅଛି ମୋର କିଏ କଣ କରି ଦେବ ତା ଛଡା ଟଙ୍କା ପଇସା ବି ବେଶୀ କିଛି ଧରିନି ଏଟିଏମ ଅଛି ବୋଲି ,ଭାବି ଚାଲି ଲେ ସେ ଲୋକ ପଛରେ। ପୂର୍ଣ୍ଣମୀ ରାତି ଚନ୍ଦ୍ର କିରଣ ଵିଛେଇ ହୋଇ ପଡିଥାଏ।ରାସ୍ତା ସାରା ଆଉ କିଛି ବି କଥାବାର୍ତ୍ତା ହେଇନି ସେମାନଙ୍କ ମଧ୍ୟରେ।ପ୍ରୟ ପନ୍ଦର ମିନିଟ୍ ରାସ୍ତା ଚାଲି ବା ପରେ ଷ୍ଟେସନ ଦେଖାଗଲା। ବାବା ଆଶ୍ଚର୍ଯ୍ୟ ହେଲେ‌ ୨୦ କିଲୋମିଟର ରାସ୍ତା ‌ମାତ୍ର ପନ୍ଦର ମିନିଟ୍ରେ ଅତିକ୍ରମ କରି ହୋଇ ଗଲା!!!!! ସେ‌ ଯାଏ ସେ ଲୋକ ମାତ୍ର୧୦ ହାତ ଦୂରରେ ଚାଲି ଥାନ୍ତି। ବାବା ଭାବିଲେ ଷ୍ଟେସନ ପାଖରେ ପହଞ୍ଚି ଲେ ବୃଦ୍ଧ ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣେଇଦେବି। ଷ୍ଟେସନ ପାଖରେ ପହଞ୍ଚି ବୃଦ୍ଧଙ୍କୁ ଖୋଜିଲେ କିନ୍ତୁ ବୃଦ୍ଧ ବ୍ୟକ୍ତି ଜଣଙ୍କ ଗାୟଵ ଟ୍ରେନ ଆସିବା ଯାଏଁ, ତାଙ୍କୁ ପୁରା ଷ୍ଟେସନ ସାରା ଖୋଜିଲେ କିନ୍ତୁ ପାଇଲେ ନାହିଁ। ଭାଇର‌ ଟେନସନ ମୁଣ୍ଡରେ ଥିବା ଯୋଗୁ ସେ‌ ଆଉ କିଛି ନ‌ ଭାବି ଟ୍ରେନରେ ଚଢିଲେ। ଭୁବନେଶ୍ଵରରେ ପହଞ୍ଚି ବା ବେଳକୁ ପ୍ରାୟ ଦିନ ୯ ଟା ଭାଇର‌ ସାଲାଇନ ଚାଲି ଥାଏ। ୨ ଦିନ ହସ୍ପିଟାଲରେ ରହିବା ପରେ ତାକୁ ନେଇ ଘରକୁ ଫେରିଲେ ।

ଏବେ ବି ସେ କଥା ମନ ପଡିଲେ ବାବା କୁହନ୍ତି ଲୋକଟି ମୋ କହିବା ପୂର୍ବରୁ ମୋ ଭାଷା ଛଡେଇ ନେଇ ଭୁବନେଶ୍ୱର ଯାଉଛି କହିଥିଲେ , ମୁଁ ଦୁର୍ଘଟଣା ପ୍ରବଣ ଇଲାକାରେ ଠିଆ ହୋଇଥିଲି ଅଥଚ ମୁଁ ସନ୍ଦେହ କରିପାରିନଥିଲି ସେ ଲୋକଙ୍କୁ ଅତ୍ୟଧିକ ଚିନ୍ତା ଯୋଗୁଁ । ତା ପୂର୍ବରୁ ମୁଁ ବହୁତ ଭଲ ଭାବେ ଅବଗତ ଥିଲି ସେ ରାସ୍ତା ସହ ।କିଛି ନା କିଛି ଘଟଣା ସେଠାରେ ହୁଏ।ଖରାବେଳେ ବି ସେ ରାସ୍ତାରେ ଗଲା ବେଳେ ସେ ଅଞ୍ଚଳରେ ଲୋକମାନେ ଦୁଇଥର ଭାବିକି ଯାଆନ୍ତି ।ଅଥଚ ରାତି ତିନିଟାରେ ସେ ବ୍ୟକ୍ତିଙ୍କ ସହ ମୁଁ ନିର୍ଦ୍ୱନ୍ଦ୍ୱ ଚଲିଥାଏ।ଭୟର କୌଣସି ପରିଭାଷା ହିଁ ନଥାଏ ମୋ ଭିତରେ ।ବାଇକରେ ଯାଇଥିଲେ , ମଧ୍ୟ ମୁଁ ଏତେ କମ ସମୟରେ ୨୦ କିଲୋମିଟର ରାସ୍ତା ଆସି ପାରି ନ ଥାନ୍ତି ।କିଏ‌ ସେ ସାହାଯ୍ୟକାରୀ ବ୍ୟକ୍ତି!!! ଆଶରିରୀ ନା ଦେବତା??? ମୁଁ ଟିକେ ବାବାଙ୍କୁ ଚିଡ଼େଇ କହେ ---- ବାବା ତୁମକୁ ଟାଇମ ଟ୍ରାଭେଲର ହେଲ୍ପ କରିଥିଲେ। ବାବା ହସନ୍ତି ଆଉ କହନ୍ତି ----- ହଁ ହେଇଥିବା।ହାଃ ହାଃ ହାଃ ------ 



Rate this content
Log in

Similar oriya story from Horror