STORYMIRROR

Bidulata Sahoo

Inspirational

3  

Bidulata Sahoo

Inspirational

ଷ୍ଟଡିଲୋନ୍

ଷ୍ଟଡିଲୋନ୍

1 min
163

ଆମ ସାହିର ରାଜୁ ଗୁପ୍ ଚୁପ୍ ବିକି ପରିବାର ଚଳାଏ | ତାର ଦୁଇଟି ଝିଅ ଓ ଗୋଟିଏ ପୁଅ | ପୁଅଟି ଭଲ ପାଠ ପଢୁଛି | ଝିଅମାନେ ମାଟ୍ରିକ ପରେ ଆଉ ପଢୁ ନାହାନ୍ତି |

ପୁଅଟି ତାର ଏବର୍ଷ J.E.ରେ ଭଲ ନମ୍ବର ରଖିଛି | ଗୋଟିଏ ଭଲ କଲେଜରେ ପଢିବାକୁ ତାର ଇଚ୍ଛା |ହେଲେ ରାଜୁ ଏତେ ଟଙ୍କା କୋଉଠୁ ଆଣିବ ? ତା ପୁଅର ମନ ଭାରି ଦୁଃଖ |

ଆଜି ସେ ମୋତେ କହିଲା ମାଆ ତୁମ ପୁଅତ ବ୍ୟାଙ୍କରେ ଅଛନ୍ତି |ମୋ ପୁଅ ପାଇଁ କିଛି ଲୋନ କରିଦେଲେ ସେ ଇଞ୍ଜିନିୟରିଂ ପଢନ୍ତା |

ମୁଁ କହିଲି ତୁ ରବିବାର ଦିନ ଆସି ତାଠାରୁ ବୁଝ |ସେ ରବିବାର ଦିନ ଆସିଲା |ସାଥିରେ ତା ପୁଅ ବି ଆସିଥିଲା |ତା ପୁଅଠୁ ସବୁ ବୁଝିବା ପରେ ମୋ ପୁଅ ତାକୁ କହିଲା ତୁ କୋଉ କଲେଜରେ ପଢିବାକୁ ଚାହୁଁଛୁ ସେଠୁ କୋଟେସନ ଆଣେ |ସେ କହିଲା କୋଟେସନ କଣ ?

ମୋ ପୁଅ ତାକୁ କହିଲା ତୁ ଯେଉଁ କଲେଜରେ ପଢ଼ିବାକୁ ଚାହୁଁଛୁ ସେ କଲେଜର ବାର୍ଷିକ ଖର୍ଚ୍ଚକୁ କୋଟେସନ କହନ୍ତି |ତୁ ପ୍ରତିବର୍ଷ କଲେଜରୁ କୋଟେସନ ଆଣିଦେଲେ ବ୍ୟାଙ୍କ ସେ ଟଙ୍କା ତୋତେ ଷ୍ଟଡିଲୋନ ଆକାରରେ ପଢା ସରିବା ପର୍ଯ୍ୟନ୍ତ ଦେବ |ପଢାସାରି ତୁ ଚାକିରୀ କଲେ ସେ ଟଙ୍କା ଶୁଝିବୁ | ମୁଁ ତୋର ଷ୍ଟଡିଲୋନ ପାଇଁ ସବୁ ବ୍ୟବସ୍ଥା କରିଦେବି |

ଏକଥା ଶୁଣି ରାଜୁ ପୁଅର ମୁହଁରେ ହସ ଫୁଟି ଉଠିଲା |



ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

More oriya story from Bidulata Sahoo

ଖୁସି

ଖୁସି

2 mins വായിക്കുക

ଭାଗ୍ୟ

ଭାଗ୍ୟ

3 mins വായിക്കുക

ଝରକା

ଝରକା

3 mins വായിക്കുക

ଦୀପ

ଦୀପ

6 mins വായിക്കുക

ଜଗା ଭରସା

ଜଗା ଭରସା

1 min വായിക്കുക

ମାୟା ।

ମାୟା ।

2 mins വായിക്കുക

ତାରତମ୍ୟ

ତାରତମ୍ୟ

2 mins വായിക്കുക

ଖେଳନା

ଖେଳନା

2 mins വായിക്കുക

Similar oriya story from Inspirational