ଷ୍ଟଡିଲୋନ୍
ଷ୍ଟଡିଲୋନ୍
ଆମ ସାହିର ରାଜୁ ଗୁପ୍ ଚୁପ୍ ବିକି ପରିବାର ଚଳାଏ | ତାର ଦୁଇଟି ଝିଅ ଓ ଗୋଟିଏ ପୁଅ | ପୁଅଟି ଭଲ ପାଠ ପଢୁଛି | ଝିଅମାନେ ମାଟ୍ରିକ ପରେ ଆଉ ପଢୁ ନାହାନ୍ତି |
ପୁଅଟି ତାର ଏବର୍ଷ J.E.ରେ ଭଲ ନମ୍ବର ରଖିଛି | ଗୋଟିଏ ଭଲ କଲେଜରେ ପଢିବାକୁ ତାର ଇଚ୍ଛା |ହେଲେ ରାଜୁ ଏତେ ଟଙ୍କା କୋଉଠୁ ଆଣିବ ? ତା ପୁଅର ମନ ଭାରି ଦୁଃଖ |
ଆଜି ସେ ମୋତେ କହିଲା ମାଆ ତୁମ ପୁଅତ ବ୍ୟାଙ୍କରେ ଅଛନ୍ତି |ମୋ ପୁଅ ପାଇଁ କିଛି ଲୋନ କରିଦେଲେ ସେ ଇଞ୍ଜିନିୟରିଂ ପଢନ୍ତା |
ମୁଁ କହିଲି ତୁ ରବିବାର ଦିନ ଆସି ତାଠାରୁ ବୁଝ |ସେ ରବିବାର ଦିନ ଆସିଲା |ସାଥିରେ ତା ପୁଅ ବି ଆସିଥିଲା |ତା ପୁଅଠୁ ସବୁ ବୁଝିବା ପରେ ମୋ ପୁଅ ତାକୁ କହିଲା ତୁ କୋଉ କଲେଜରେ ପଢିବାକୁ ଚାହୁଁଛୁ ସେଠୁ କୋଟେସନ ଆଣେ |ସେ କହିଲା କୋଟେସନ କଣ ?
ମୋ ପୁଅ ତାକୁ କହିଲା ତୁ ଯେଉଁ କଲେଜରେ ପଢ଼ିବାକୁ ଚାହୁଁଛୁ ସେ କଲେଜର ବାର୍ଷିକ ଖର୍ଚ୍ଚକୁ କୋଟେସନ କହନ୍ତି |ତୁ ପ୍ରତିବର୍ଷ କଲେଜରୁ କୋଟେସନ ଆଣିଦେଲେ ବ୍ୟାଙ୍କ ସେ ଟଙ୍କା ତୋତେ ଷ୍ଟଡିଲୋନ ଆକାରରେ ପଢା ସରିବା ପର୍ଯ୍ୟନ୍ତ ଦେବ |ପଢାସାରି ତୁ ଚାକିରୀ କଲେ ସେ ଟଙ୍କା ଶୁଝିବୁ | ମୁଁ ତୋର ଷ୍ଟଡିଲୋନ ପାଇଁ ସବୁ ବ୍ୟବସ୍ଥା କରିଦେବି |
ଏକଥା ଶୁଣି ରାଜୁ ପୁଅର ମୁହଁରେ ହସ ଫୁଟି ଉଠିଲା |
