Parameswar Ojha

Drama Inspirational Others

4.0  

Parameswar Ojha

Drama Inspirational Others

ଷ୍ଟାଟସ୍ ଭଉଣୀ

ଷ୍ଟାଟସ୍ ଭଉଣୀ

1 min
195


ମାମୁ ଝିଅ ଲିଟିଲ୍ ହ୍ବାଟସପ ରେ ମେସେଜ କଲା , ଭାଇ , ପୁନ ଭାଇ ଆଉ ଜ୍ଞାନ ଭାଇ ଫଟୋ ଦେଲ ଷ୍ଟାଟସ୍ ଦେବାର ଅଛି । ଆଜି ବ୍ରଦର୍ସ ଡେ ତ ସେଥିପାଇଁ ।

ମୁଁ ଦୁଇ ସାନ ଭାଇ ଫଟୋ ପଠାଇଲି ତା ପାଖକୁ, ଆଉ କହିଲି ଆଉ ମୋ ଫଟୋ ? "

ସେ କହିଲା ,- ତମ ଫଟୋ ଅଛି "

ମୁଁ କହିଲି , ଦେଖା ତ କେମିତିକା ଫଟୋ ଅଛି ?

ସେ ଗୋଟେ ଫଟୋ ପଠାଇଲା, ଏଇଟା ଦେଖ ।

ମୁଁ କହିଲି , ଏଟା ହବନି ଆଉ ଗୋଟେ ଭଲ ଟେ ନେ ।

ମୁଁ ବାଛି ବାଛି ଗୋଟେ ଭଲ ଫଟୋ ଦେଲି । ସେ ତାପରେ ଲେଖିଲା ଥାଙ୍କ୍ ୟୁ , ତା ପଛକୁ ଗୋଟେ ସ୍ନେହ ର ଇମୋଜି ।

ମୁଁ ଲେଖିଲି , ଲିଟିଲ୍ ମାମା ଆଉ ତ ଫୋନ୍ ଫାନ୍ କରୁନୁ ଭଲମନ୍ଦ କଥା ପଚାରୁନୁ ? ପୁରା ଭୁଲି ଗଲୁଣି ନାଇଁ ?

ସେ ଲେଖିଲା, କିଏ କହିଲା ମୁଁ ଭୁଲି ଗଲିଣି ବୋଲି ? ପଢା ପଢି ବ୍ୟସ୍ତ ଭିତରେ ସମୟ ଟିକେ ହେଉନି ଯାହା । ତମେ ଦେଖୁନ କି ମୁଁ ମଝିରେ ମଝିରେ ଫଟୋ ସହ ଷ୍ଟାଟସ୍ ଦେଉଛି ପା , 

" ତମେ ବହୁତ ମନେ ପଡୁଛ ଭାଇ ମିସ୍ ୟୁ "   ବୋଲି ।

ତମେ ଦେଖୁନ ଆଉ  ।

ମୁଁ ଆଉ କିଛି କହିଲିନି , ଖାଲି ଲେଖିଲି ପଦେ ହଉ ଭଲରେ ଥାଆ ମାମା । ସେ ଅଫ୍ ଲାଇନ୍ ହେଇଗଲା ତା'ପରେ ।

କିଛି ସମୟ ପରେ ହ୍ବାଟସପ ଷ୍ଟାଟସ୍ ଦେଖେତ ଲିଟିଲ୍ ତା ଷ୍ଟାଟସ୍ ରେ ସବୁ ଭାଇ ଙ୍କ ମିଳିତ ଫଟୋ ଗୋଟେ କରି କି ଲେଖିଛି Happy brother's day my all hero l love you to

ମୁଁ ଦେଖି ଖୁସି ହେଲି ଟିକେ , ହଉ ମନେ ତ ପକଉଛି ସେ ଷ୍ଟାଟସ୍ ରେ ହେଉ ପଛକେ ।


Rate this content
Log in

Similar oriya story from Drama