STORYMIRROR

Manoj Behera

Classics

3  

Manoj Behera

Classics

ସୃତିରେମହାପାତ୍ର ନୀଳମଣି ସାହୁ

ସୃତିରେମହାପାତ୍ର ନୀଳମଣି ସାହୁ

2 mins
123


ସ୍ଵାଧୀନତା ପରବର୍ତ୍ତୀ କାଳରେ ଅନ୍ୟତମ ପ୍ରସିଦ୍ଧ ଲେଖକ ଭାବରେ ମହାପାତ୍ର ନୀଳମଣି ସାହୁ ଅଜସ୍ର ଯଶର ଅଧିକାରୀ ।ଜନ୍ମ ୧୯୨୬ ମସିହା ଡିସେମ୍ବର ମାସ ୨୨ ତାରିଖ ଅଭିଭକ୍ତ କଟକ ଜିଲ୍ଲାର ନିଆଳି ଠାରେ ।     

ବାରିପଦାର ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟରେ ଯୋଗଦିଅନ୍ତି।               

ସେତେବେଳେ ବାରିପଦାର ସାଂସ୍କୃତିକ ବାୟୂମଣ୍ଡଳ ବେଶ ସତେଜ ସନ ୧୯୫୯ରୁ ୧୯୬୪ ମଧ୍ୟରେ ପାଞ୍ଚ ପରମ ଆତ୍ମୀୟଙ୍କ ଭେଟ ହୁଏ ଏହି ବାରିପଦାରେ ।

 "ନୀଳଚନ୍ଦ୍ରରାଧାହୃଦଜୀବନ "। 

ଅର୍ଥାତ୍ ଶ୍ରୀଯୁକ୍ତ ନୀଳମଣି ସାହୁ, ଶ୍ରୀଯୁକ୍ତ ଚନ୍ଦ୍ରଶେଖର

ରଥ, ଶ୍ରୀଯୁକ୍ତ ରାଧାକୃଷ୍ଣ ଭଞ୍ଜ, ଶ୍ରୀ ଯୁକ୍ତ ହୃଦାନନ୍ଦ ରାୟ ଓ 

ଗୀତିକବି ଶ୍ରୀଯୁକ୍ତ ଜୀବନାନନ୍ଦ ପାଣି ଏବଂ ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ବିହାରୀଲାଲ ପଟ୍ଟନାୟକ ।

ବାରିପଦାର ବିଡିଓ। ସେତେବେଳେ ଠୁ ଆଜିଯାଏଁ ଓଡ଼ିଶାର କଳା -ସାହିତ୍ୟ -ସଂସ୍କୃତିର କଳାକୃତି ଭୂମି ବାରିପଦା ରହିଆସିଛି । 

ବାରିପଦା ରେ ହିଁ କଟିଥିଲା ତାଙ୍କ ସାଧନା ଓ ଉତ୍କର୍ଷ ର ସମୟ ଚାକିରୀରେ ବଦଳି ସାଧାରଣ କଥା ।

ତେବେ ବାରିପଦାରେ ରହଣୀ ସମୟରେ କଳା -ସାହିତ୍ୟ -ସଂସ୍କୃତି ର ଏହି ମହାମନିଷୀ ମାନଙ୍କୁ ନେଇ ଗଢିଉଠିଥିଲା ଏକ ଚର୍ଚ୍ଚାର ବଳୟ । 

ଶ୍ରୀଯୁକ୍ତ ମହାପାତ୍ର ନୀଳମଣି ସାହୁ ଙ୍କ ପାଞ୍ଚବର୍ଷ ରହଣୀ ଥିଲା ବାରିପଦାରେ ।

ରହଣୀ ସମୟରେ ଅଭିଭୂତ ହୋଇଛନ୍ତି ଏଠାକାର ରମଣୀୟ ପ୍ରକୃତିକୁ ଦେଖି।

 ଦେଖିଛନ୍ତି ବାରିପଦାର ପଶ୍ଚିମରେ ଥିବା ଶିମିଳିପାହାଡର ଆରପଟକୁ ଓହ୍ଲାଇ ଯାଉଥିବା ସୂର୍ଯ୍ୟାସ୍ତ କୁ ।

ଓଡିଶାର ଏହି ଯଶସ୍ଵୀ ଗାଳ୍ପିକ ,ଉପନ୍ୟାସିକ,ପାବନ୍ଧିକ, ତଥା ଓଡିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଭାପତି ସ୍ମାରକୀଗ୍ରନ୍ଥ ଚିର ସବୁଜ ମୟୂରଭଞ୍ଜ ରେ ସ୍ବରଚିତ ପ୍ରବନ୍ଧ ରେ ଉଲ୍ଲେଖ କରିଛନ୍ତି-" କବିଙ୍କର ସାହିତ୍ୟିକ ଜୀବନର ଅୟମାରମ୍ଭ ଏହି ବାରିପଦା ମାଟିରୁ ହିଁ ଆରମ୍ଭ ହୁଏ"।

ବାରିପଦା ରହଣୀ ସମୟରେ ଲେଖନ୍ତି ବହୁଚର୍ଚ୍ଚିତ କାଳଜୟୀ ଉପନ୍ୟାସ ତାମସୀରାଧା ,ଗଳ୍ପସଂକଳନ କପୋତପକ୍ଷୀ ଓ ଅନ୍ୟାନ୍ୟ ଗଳ୍ପ ସମଗ୍ର । 

ପ୍ରତ୍ୟାଶାମୁକ୍ତ ସଂକଳ୍ପ ପ୍ରତ୍ୟେକଙ୍କୁ କରିପାରିଥିଲା ନିଜ ନିଜ କ୍ଷେତ୍ର ରେ ସୁପ୍ରତିଷ୍ଠିତ। 

ସେତେବେଳେ ବାରିପଦାର ସାଂସ୍କୃତିକ ବାୟୂମଣ୍ଡଳ ବେଶ ସତେଜ । ସେତେବେଳେ ବହୁଆଡମ୍ବର ରେ ଭଞ୍ଜ ଜୟନ୍ତୀ ,ଭଞ୍ଜ ପରିକ୍ରମା ,ପ୍ରଭୃତି ପାଳନ କାର୍ଯ୍ୟ ଚାଲେ ।

ବିଭିନ୍ନ ଜୟନ୍ତୀ କାଯ୍ୟକ୍ରମ ଗୁଡିକରେ ପାଳନ ସହିତ ପ୍ରଥମ କରି ଶ୍ରୀ ଅରବିନ୍ଦ ପାଠଚକ୍ର ଶ୍ରୀହୁଏ ଯୁକ୍ତ ବିହାରୀଲାଲ ପଟ୍ଟନାୟକ ଙ୍କ ସରକାରୀ ବାସଭବନ । 

ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ବିହାରୀଲାଲ ପଟ୍ଟନାୟକ ।ବାରିପଦାର ବିଡିଓ। ଏଠାରେ ରେ ଗାଳ୍ପିକ ମହାପାତ୍ର ନୀଳମଣୀ ସାହୁ , ପ୍ରଫେସର ଶ୍ରୀଯୁକ୍ତ ହୃଦାନନ୍ଦ ରାୟ,ଶ୍ରୀଓଡିଶାର ଅନନ୍ୟ ଗାଳ୍ପିକ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ରଥ ଯୋଗ ଦିଅନ୍ତି ।

ଶ୍ରୀଯୁକ୍ତ ମହାପାତ୍ର ନୀଳମଣୀ ସାହୁ ଙ୍କ ଉଦ୍ୟମରେ ଓଡିଶାର ପୁରପଲ୍ଲୀରେ ଶ୍ରୀ ଅରବିନ୍ଦ ଓ ମାତୃବାଣୀ ଦର୍ଶନ କୁ ଲୋକାଭିମୁଖି ହୋଇପାରିଛି ।

ଯଶସ୍ବୀ ଗାଳ୍ପିକ,ପ୍ରାବନ୍ଧିକ,ରମ୍ୟରଚନାକାର,ଶିଶୁସାହିତ୍ୟିକ ଙ୍କ ଆଜି ଜନ୍ମତିଥି ।

କେନ୍ଦ୍ର ଓ ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ରେ ସମ୍ମାନିତ ଓଡିଶାର ଏହ ସାହିତ୍ୟିକ।ଆଜି ଜନ୍ମତିଥିରେ ଗଭୀର ଶ୍ରଦ୍ଧାଞ୍ଜଳି ।

୨୦୧୬ ମସିହା ଜୁନ ୨୫ ତାରିଖରେ ଭୁବନେଶ୍ୱରଠାରେ ଦେହାନ୍ତ ହୋଇଯାଏ ।

 ନିଜ ପ୍ରବନ୍ଧରେ ଏହି ସୁନାମଧନ୍ୟ ଲେଖିଯାଇଛନ୍ତି ମୋତେ ଯଦି ଆଉଥରେ ଜନ୍ମ ନେବାକୁ ହୁଏ ତେବେ ମୁଁ ବାରିପଦାରେ ହିଁ ଜନ୍ମ ହେବାକୁ ଚାହିଁବି । 

କାରଣ ବାରିପଦା କଳ୍ପଲୋକର ଲୀଳା ଭୂମି । 



Rate this content
Log in

Similar oriya story from Classics