Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Satyabati Swain

Inspirational

3  

Satyabati Swain

Inspirational

ସଫଳତାର ସ୍ୱାଦ

ସଫଳତାର ସ୍ୱାଦ

5 mins
150



ଦୁନିଆଁ ରେ ଅନେକ ସ୍ୱାଦ ଅଛି କିନ୍ତୁ "ସଫଳତାର ସ୍ୱାଦ" ଅପୂର୍ବ।ଏହା ପାଟିକୁ ମିଠା ନ କରି ମନ,ହୃଦୟ ଓ ଜୀବନକୁ ମିଠା କରିଦିଏ।


ମନେ ପଡେ ଏମ୍ ଏ ସି ରେଭେନ୍ସା ରୁ ପାସ୍ କରି ସାଧାରଣ ଚାକିରି ଟି କଲି ବୋଲି ମା କେତେ ମନ କଷ୍ଟ କରିଥିଲା।


ଜୁଲାଇ କୋଡିଏ ତାରିଖରେ ପୋଷ୍ଟାଲ ନିଯୁକ୍ତି ପତ୍ରଟିଏ ଆସିଥିଲା ମୋ ନାଁ ରେ।


ମା ଓ ଭଉଣୀ ମନ ଉଣା କଲେ।ଏତେ ପଢି ଶେଷରେ ଏ ଟେବୁଲରୁ ସେ ଟେବୁଲକୁ ପାଣି ,ଚା ବା ଫାଇଲ୍ ନେଇ ଗୋଡ଼ ଭାଙ୍ଗି ଠିଆ ହେବୁ ?


ଦୀର୍ଘ କୋଡିଏ ବର୍ଷ ତଳେ ମୋ ପାଇଁ ଚାକିରି ଏତେ ଜରୁରୀ ଥିଲା ଯେ ଯେ କୌଣସି କାମ କରିବାକୁ ମୁଁ ମାନସିକ ସ୍ତରରେ ପ୍ରସ୍ତୁତ ଥିଲି।


ମା କହିଲା, ତୋ ବାପା ଆଜି ତୋତେ ସମୁଦ୍ର ମଝିରେ ଛାଡି ଚାଲି ଗଲାରୁ ସିନା ଆଜି ଏତେ କଥା ! ନଲେ ରାଘବେନ୍ଦ୍ର ପୁଅ ସଂଗ୍ରାମ ଏଇ ଚାକିରି ଟା ପାଇ ଏତେ ଖୁସି ହୁଅନ୍ତା ?


ବାପାଙ୍କ ମଲା ପରେ ଦାଦା ମାନେ ଭିନ୍ନେ କରିଦେଲେ କେବଳ ଦୁଇ ବଖରା ଘର ଦେଇ।ଜମିଜମା , ଧାନ ଚାଉଳ କି ନଡ଼ିଆଟିଏ ଆମକୁ ଦିଆ ଗଲାଣି।ଏଇଥି ପାଇଁ ଯେ ମୋ ଦାଦା ମୋ ମାକୁ ରକ୍ଷିତା କରି ରଖିବାକୁ ଚାହୁଁଥିଲେ।ମା ରାଜି ନ ହେବାରୁ ଆମେ ତାଙ୍କର ଘୋର ଶତ୍ରୁ ହୋଇଗଲୁ।


ଅତି ଦୁଃଖ କଷ୍ଟରେ ମାମୁଁଙ୍କ ସାହାଯ୍ୟରେ ଆମେ ବଞ୍ଚୁଥିଲୁ।


ମୁଁ ମା କୁ ବୁଝେଇକି ସାମାନ୍ୟ ଚାକିରି କଣ ? କହିଲି ତୁ ମନ ଉଣା ନ କରି ବରଂ ଆଶୀର୍ବାଦ କର।ଦେଖିବୁ ଦିନେ ତୋ ପୁଅ ବାପା ଆଉ ତୁ ମିଶି ଯେଉଁ ସ୍ବପ୍ନ ଦେଖିଥିଲ, ସେଇଆ କରି ଦେଖାଇ ଦେବ।କିନ୍ତୁ ବିନା ପଇସାରେ ସ୍ବପ୍ନ କେମିତି ପୂରଣ ହେବ ? ମେଟ୍ରିକ ବର୍ଷ ବାପା ଆମକୁ ଛାଡି ଚାଲିଗଲେ।ଯାହା ଯେଉଁଠି ଥିଲା ତୁ ଓ ମାମୁଁ ତ ମୋ ପଢାରେ ସାରି ଦେଲ। ଏବେ ଦୁଇ ଓଳି ପେଟ ପୁରା ଖାଇବାକୁ ମିଳୁଛି ଆମକୁ ମା? ହେଉ ତଳିଆ କର୍ମଚାରୀ କିନ୍ତୁ ସରକାରୀ ଚାକିରି ତ। ମାସକୁ ମାସ ଯାଇ କିଛି ପଇସା ହାତକୁ ଆସିଲେ ମୋ ଉଡିବା ପର ସଶକ୍ତ ହେଲେ ସିନା ମୁଁ ସାରା ଆକାଶ ଉଡ଼ି ପାରିବି। ତୁ ମନ ଊଣା କରନା ମା।


ମା ଓ ଦୁଇ ଭଉଣୀଙ୍କୁ ବୁଝାଇ ମୁଁ ଚାଲି ଆସିଲି ଭୁବନେଶ୍ୱର। ସେକ୍ରେଟେରିଏଟ ରେ ଚା, ପାଣି ପରଶା ପିଅନ ହୋଇ।ଚାକିରି ଏତେ ଉତ୍କଟ ଯେ ଏଇ ପିଅନ ଚାକିରି ପାଇଁ ବି ବାଡ଼ିଆ ବାଡ଼ି। ମୋର କ୍ୟାରିଅର୍ ଅତି ଭଲ ଥିବାରୁ ଯୋଗ୍ୟତା ଭିତ୍ତିରେ ଏଇଟି ମୋତେ ମିଳିଗଲା। କିଛି ଅର୍ଥ ରୋଜଗାର ମୋ ପାଇଁ ଖୁବ୍ ଗୋଟେ ଚିନ୍ତା ଥିଲା। ଆମର ବାବୁ ହେବାକୁ ଇଚ୍ଛା ଥିଲେ ବି ପେଟରେ ଗଣ୍ଡାଏ ଦାନା ନ ପଡିଲେ ବାବୁ ନା ଫାବୁ।


ହଁ ମୋତେ ଯେତେବେଳେ ବାବୁ ଅଫିସର ମାନେ ଏ ଟୋକା ପାଣି ଆଣେ, ଏ ଟୋକା ଏଇଟା କର, ଘର ଓଳା , ଫାଇଲ୍ ନେଇ ଦେଇଆ କୁହନ୍ତି ;ମୋତେ ଯେ ରୁଗୁ ରୁଗୁ କରି କାଟେ ନା, ସେ କଥା ନୁହେଁ।କିନ୍ତୁ ମୋର କିଛି ହେବାର ଅଛି।କିଛି ହେବା ପାଇଁ ଅର୍ଥ ଓ ଖାଦ୍ୟ ଦରକାର। ଗୋଟିଏ ଟଙ୍କା ଭିକାରୀ ସହଜରେ ପାଇଯାଏ।କିନ୍ତୁ ସେଇ ଗୋଟିଏ ଟଙ୍କା ରାଘେବେନ୍ଦ୍ର ଚୌଧୁରୀ ଙ୍କ ପୁଅମାନେ ପାଇବା ବହୁତି ମୁସ୍କିଲ। ଭିକ ତ ମାଗି ପାରିବେ ନାହିଁ ନା।


ପ୍ରଥମ ମାସର ଦରମା ସାତ ଶହ। ମୋ ପାଇଁ ଥିଲା ଆକାଶେ ସ୍ବପ୍ନ ଏଇ ସାତ ଶହ ଟଙ୍କା। ମୋ ମା ହାତରେ ଯେତେବେଳେ ଏଇ ସାତ ଶହ ଟଙ୍କା ନେଇ ଥୋଇ ଦେଲି ଲାଗିଲା ସାରା ସାଂସର ଖୁସି ମୋ ମା ଦୁଇ ପାପୁଲିରେ ଅଜାଡ଼ି ଦେଇଛି। ମା ଆଖିରୁ କିନ୍ତୁ ବର୍ଷା ଝରୁଥିଲା। ସେ ବାପାଙ୍କ ଫୋଟୋ ତଳେ ଟଙ୍କା ତକ ରଖି କହିଲା ,ତୁମକୁ ପାଣି ,ଚା ଦେବା ପାଇଁ କେତେ ଲୋକ ନିଯୁକ୍ତି ହୋଇଥିଲେ।ସେଇ କାମ ତୁମ 'ସିମୁ 'କରି ଏଇତକ ଆଣି ମୋ ହାତରେ ଅଜାଡିଛି। ତୁମେ ଏମିତି ଅବଳରେ ଯାଇ ନଥିଲେ, ଟଙ୍କାଟିଏ ପାଇଁ ସିମୁ ଏତେ ତରସୁ ଥାନ୍ତା ! 


ହେଉ ପୁଅର ପ୍ରଥମ ରୋଜଗାର ନିଅ,ଗ୍ରହଣ କର।ତାକୁ ଆଶୀର୍ବାଦ କର ତା ସ୍ୱପ୍ନ ପୂରଣ ହେଉ।

ମା ସେଥିରୁ ତିନି ଶହ ଟଙ୍କା ରଖି ମୋତେ ଚାରିଶହ ଦେଇ କହିଲା, ଦୁଇଶହ ଆମକୁ ହୋଇ ବଳିବ ସିମୁ। ସହରରେ ରହୁଛି।ଆଜି ଭଲ ମନ୍ଦ ଅଛି।ଖାଇବା ସହ ଗୋଟେ ସ୍ବପ୍ନର ବୋଝ ମୁଣ୍ଡେଇଛୁ।ଦରମା ପାଇବା ଯାଏ ଦେଖି ଚାହିଁ ଚଳିବୁ।


ଦୁଇଶହ ଟଙ୍କାରୁ ଖିରି ଖେଚୁଡ଼ି ଠାକୁରଙ୍କ ପାଖେ କରି ମା ପିଲା ମାନଙ୍କୁ ବାଣ୍ଟିଲା। କିଛି ନ ହେଲେ ବି ତା ପୁଅ ଗୋଡ଼ରେ ଠିଆ ହୋଇଛି ଏତକ ଖୁସି ସେ ନିଶ୍ଚୟ ହେଉଥିଲା।


ତାପରେ ବହି ପତ୍ର କିଣା କିଣି କରି ମୁଁ କମ୍ପିଟେଟିଭ୍ ପରୀକ୍ଷା ଦେବାରେ ଲାଗିଲି।ଖାଇବା ଅପେକ୍ଷା ବେଶୀ ବହି କିଣାରେ ପଇସା ସାରିଲି।ଫଳତଃ ଖୁବ୍ ଶୀଘ୍ର ମୋ ଦେହ ଖରାପ ହେବାରେ ଲାଗିଲା। ରାତି ଅନିଦ୍ରା, ହାତରେ ରୋଷେଇ କରି ଖାଇବା ମୋ ଦେହରେ ଗଲା ନାହିଁ।ସବୁବେଳେ ଜର ଲାଗି ରହିଲା।ପରୀକ୍ଷା କରିବାରୁ ବ୍ରେନ ମ୍ୟାଲେରିଆ।


ମା ହାଉଳି ଖାଇଲା।ଗାଁ ରେ ପିୟୁସୀ ଙ୍କୁ ମୋ ଭଉଣୀ ପାଖେ ଛାଡି ଆସି ମୋ ପାଖେ ରହିଲା।ଔଷଧ ସହ ଖାଇବା ଜଗିବାରୁ ମୋ ଦେହ ଭଲ ହେଲା।ଆଉ ମା କୁ ପାଖରୁ ଛାଡିବାକୁ ଚାହିଁଲି ନାହିଁ।ଦୁଇ ଭଉଣୀଙ୍କୁ ମୋ ପାଖକୁ ନେଇ ଆସିଲି।ସେମାନଙ୍କ ପାଠ ପଢା ସହ ଚାରି ପ୍ରାଣୀ ମାତ୍ର ସାତ ଶହ ଟଙ୍କାରେ ଚଳିବା ଖୁବ୍ କଷ୍ଟ ହେଉଥିଲା। ତେଇଶି ଚବିଶି ବର୍ଷ ଯୁବକଟି ମୁଁ ବୁଢା ଦେଖାଗଲି। ମା ଦେହ ବି ବାରମ୍ବାର ଖରାପ ହେଉ ଥିଲା। ଭଉଣୀ ଦୁଇ ଜଣ କଲେଜରେ ଆଗ ପଛ ହୋଇ ନାଁ ଲେଖାଇ ଥିଲେ।


ମୋ ଭଉଣୀ ମାନେ ମୋ ଦୁରାବସ୍ଥା ଦେଖି ବୁଲି ବୁଲି ଟିଉସନ ଆରମ୍ଭ କରିଦେଲେ।ଯେଉଁଦିନ ମୋ ତଳ ଭଉଣୀକୁ ସେ ଟିଉସନ କରୁଥିବା ପିଲାର ବାପା ଓନି ଟାଣି ଦେଲା, ସେ ଖୁବ୍ କାନ୍ଦିଥିଲା।ଚାଲିବା କଷ୍ଟ ହେବାରୁ ଦୁଇ ପଇସା ରୋଜଗାର କରିବାକୁ ବି ଏ ସମାଜ ଦେଉନି।


ଏଣୁ ସେ ଦୁହିଁଙ୍କର ଟିଉସନ କରିବା ବନ୍ଦ ହୋଇଗଲା।ତଥାପି ସେମାନେ ହାରି ନଥିଲେ।ସିଲେଇ ମେସିନ ଟିଏ ଘରେ ପକାଇ ପାଠକୁ ପାଠ ପଢିବା ସହ ଭଲ ଦି ପଇସା ରୋଜଗାର କଲେ।ମୋ ଭଉଣୀ ଦୁଇ ଜଣ ଓ ମୁଁ ସଂଗ୍ରାମ କରୁଥିଲୁ ଜୀବନ ସହ।


ମା ମୁହଁ ବ୍ୟଥାରେ ଫାଟି ପଡେ ଆମ ଦିନ ରାତି ଖଟଣୀ ଦେଖି। ମୁଁ ଆଶା ଦିଏ ବ୍ୟସ୍ତ ହାଅନା ମା। ଖୁବ୍ ଶୀଘ୍ର ଆମର ଏ ଦୁଃଖ ଯିବ।


ପୁଣି ଏଇ ଭିତରେ ମାର ୟୁଟ୍ରସ୍ ପ୍ରୋବେଲମ୍ ବାହାରିଲା।ସେଥିରେ ଧାର ଉଧାର କରି ପନ୍ଦର ହଜାର ଟଙ୍କା ଖର୍ଚ୍ଚରେ ମା ୟୁଟ୍ରସ୍ ରିମୁଭ୍ ହେଲା। ଦୁଇ ବର୍ଷର ରୋଜଗାର ରୁ ଅଧିକ ଥିଲା ଏ ପନ୍ଦର ହଜାର ମୋ ପାଇଁ ଶୁଯୁ ଶୁଯୁ ମୋ ବୟସ ପଣ ରଦି ହୋଇଗଲା।


ସାନ ଭଉଣୀର ଥିଲା ଥିଲା କଣ ହେଲା କେଜାଣି ପେଟ ଏପରି କାମୁଡ଼ିଲା ଯେ ସେ ନିସ୍ତେଜ ହୋଇ ପଡ଼ିଲା।ଆମ ଅଫିସ ର ଜଣେ ଅଫିସ୍ ଙ୍କର ବାସନ ମଜାଳି ଦରକାର ଥିଲା।ତାଙ୍କ ଘରେ ସକାଳ ଓ ରାତିରେ ବାସନ ମାଜିବା କାମ ପାଇଁ ଆଗୁଆ ପାଞ୍ଚ ହଜାର ଟଙ୍କା ଆଣି ସାନ ଭଉଣୀକୁ ଭଲ କଲି।


ମା କହୁଥିଲା ଦୁଃଖୀ ଲୋକକୁ ମରଣ ନାହିଁରେ ସିମୁ।ଏଇ ଗରିବ ଗୁରିବାଙ୍କ ପାଖେ ପଇସା ନଥାଏ ବୋଲି ତାଙ୍କୁ ହିଁ ଦୁଃଖ ,ରୋଗ ଅଧିକ ଦେଇଥାନ୍ତି କାହିଁକି କେଜାଣି !


ଆଉ ମୋ ମନ କି ଦେହରେ ଏତେ ବଳ ନଥିଲା ପାଠ ପଢି କମ୍ପିଟେଟିଭ ପରୀକ୍ଷା ଦେବାକୁ।


ମା କିନ୍ତୁ ମୋତେ ସାହସ ଦେଉଥିଲା ମୋ ସିମୁ ପାରିବ।ଦୁର୍ବଳ ହୋଇଗଲେ ଜିତିବା ବି ମଣିଷ ହାରିଯାଏ।ତୁ ମୋ ଜିତିବା ପୁଅ।ତୋ ଭାଗ୍ୟରେ ଈଶ୍ବର ଭଲ ଲେଖିଛନ୍ତି।ତୁ ସାହସ ହାରେନା।ଶକ୍ତ ହଅ।ପରିଶ୍ରମ କର ଓ ଈଶ୍ବରଙ୍କ ଉପରେ ବିଶ୍ବାସ ଭରସା ରଖ। ଈଶ୍ୱର ସବୁଦିନେ କାହା ଭାଗ୍ୟରେ ଏତେ ଦୁଃଖ ଲେଖି ନଥାନ୍ତି।ତୋ ସ୍ୱପ୍ନ ତୁ ପୁରଣ କରି ପାରିବୁ।


ରାତି ରାତି ମୋ ପଖେ ମା ମୋ ମୁଣ୍ଡ ସାଉଁଳେ।ଗୋଡ଼ରେ ତେଲ ଘଷି ଦିଏ।ଚା କରି ଦିଏ, ମୁ ପଢିବି ବୋଲି।


ଏମିତି ଦୁଃଖ କଷ୍ଟ ଭିତରେ ସଢ଼ି ସଢ଼ି ଶେଷରେ ମୁଁ ମୋରି ଅଫିସ୍ ରେ ଏ ଏସ୍ ଓ ପାଇଗଲି।ଆଃ ସେଦିନ କି ଖୁସି !


ସବୁଠୁ ଏତେ ଖୁସିରେ ଅଧିକ କାନ୍ଦିଥିଲା ମା।


ସତରେ ଏଇ ସଫଳତା ସ୍ୱାଦ ଆମ ପାଇଁ , ମୋ ପାଇଁ ଏତେ ସ୍ୱାଦିଷ୍ଟ ଥିଲା ଯେ ଆଉ କେଉଁ ସ୍ୱାଦ ଏମିତି ମନ ଖୁସି କରି ନାହିଁ ଆଜି ଯାଏ।


ହୁଏତ ଭାଗ୍ୟ ଦେବୀ ଏହାପର ଠାରୁ ପ୍ରସନ୍ନ ହେଲେ।ଏହାର ଗୋଟିଏ ବର୍ଷ ପରେ ମୁଁ ଓ ଏ ଏସ୍ ପାଇଗଲି।


ଆଉ ପେଟ ପାଇଁ କି ରୋଗ ପାଇଁ ଚିନ୍ତା ନାହିଁ।ଦୁଇ ଭଉଣୀ ମଧ୍ୟ ରୁ ଜଣେ ଟିଚର୍ ଓ ଜଣେ ଡ୍ରେସ୍ ଡିଜାଇନର୍ ଭାବେ ଜବ୍ ପାଇଗଲେ।ବଡ଼ ଭଉଣୀ ଓ ମୋର ମ୍ୟାରେଜ ସରିଲାଣି।ମୁଁ ଏବେ ଗୋଟିଏ ଝିଅର ବାପା।


ଅଫିସର ହେଲେ ବି ମୁଁ କୌଣସି ଦିନ ପିଅନଙ୍କୁ ହେ ଟୋକା, କି ତୁ ତା କରିନି, ବରଂ ଶୁଣେଇଛି ମୋ କାହାଣୀ। 


ପ୍ରୋତ୍ସାହିତ କରିଛି ଆଗକୁ ବଢିବାକୁ।


ମୁଁ ଯେଉଁ ଦୁଃଖ ଅସହାୟତା ମଧ୍ୟରେ ଗତି କରିଛି,ପାଗଳ ପରି ହୋଇଛି, ଆଉ ଜଣେ ଏମିତି ନ ଭୋଗୁ ଏ ଚେଷ୍ଟା ରେ ଅଛି।


 ସଫଳତାର ସ୍ୱାଦ ସତରେ ନିଆରା।ସାହସ,ବିଶ୍ୱାସ ଓ ଭରସା ନିଜ ତଥା ଈଶ୍ୱର ଉପରେ ଥିଲେ ଏପରି ଅଦ୍ଭୁତ ସ୍ୱାଦ ଚାଖି ଜୀବନକୁ ଖୁସି ଖୁସି ବଞ୍ଚିହୁଏ।



Rate this content
Log in

More oriya story from Satyabati Swain

Similar oriya story from Inspirational