ସଂକଳ୍ପଟି ସାର୍ଥକ ହେଲା
ସଂକଳ୍ପଟି ସାର୍ଥକ ହେଲା


ଜୀବନରେ କରିଥିବା ସୁସଂକଳ୍ପଟି ଯଦି ସାର୍ଥକ ହୋଇଯାଏ ଏହା କେତେ ଖୁସି ଦେଇଥାଏ ଜଣେ ଅନୁଭବି ହିଁ କହିପାରିବ।ମୋର ପାଠପଢିବା ଏବଂ ପଢାଇବା ପାଇଁ ବହୁତ ଆଗ୍ରହ।ଆଜିକାଲିର ଶିକ୍ଷା ବ୍ୟବସ୍ଥାର ମାନ ଏତେ ଖରାପ ହୋଇ ଗଲାଣି ପିଲାମାନେ ପାଠପଢାରୁ ବଞ୍ଚିତ ହେଉଛନ୍ତି।ମୁଁ ସଂକଳ୍ପ କରିଥିଲି ମୁଁ ପିଲାମାନଙ୍କୁ ଭଲ ପାଠ ପଢାଇବି ଏବଂ ସେମାନଙ୍କୁ ଶିକ୍ଷିତ ମଧ୍ୟ କରାଇବି। ମୋ ଜୀବନରେ ମୁଁ ସଂକଳ୍ପ ନେଇଥିଲି ଜଣେ ଭଲ ଅଧ୍ୟାପିକା ହୋଇ ପିଲାମାନଙ୍କୁ ପାଠପଢାଇବି ଏବଂ ମୋର ph.dହାସଲ କରିବି।କିନ୍ତୁ ମୋର ବିବାହ ହୋଇ ସାରିଥିଲା ପି.ଜି କରିବାପରେ ଏହାପରେ ବି ମୋର ସେ ସଙ୍କଳ୍ପରେ ମୁଁ ଅଟଳ ଥିଲି।ମୁଁ ପାଠପଢାକୁ କେବେ ହାତଛଡା କରିନଥିଲି ।ଯେତେବେଳେ ମତେ ସମୟ ମିଳେ ମୁଁ ପାଠପଢେ।ବହୁପ୍ରକାର ସମସ୍ୟା ମାନର ସମ୍ମୁଖୀନ ହୋଇ ମଧ୍ୟ ମୋ ନିଜ ଜିଦରେ ଅଟଳ ଥିଲି।ଖାଲି ମନରେ ଥାଏ ସେ ସଂକଳ୍ପଟି କେବେ ପୂରଣ ହେବ। ଯେଉଁଦିନ ମୋର ସେ ସଂକଳ୍ପଟି ସାର୍ଥକ ହୋଇଗଲା ଖୁସିର ସୀମା ରହିଲା ନାହିଁ।
ମୁଁ ଅଧ୍ୟାପିକା ହୋଇ ପିଲାମାନଙ୍କୁ ବୁଝାଇ କହିଥିଲି ପାଠର ମୂଲ୍ୟ କେତେ।ତୁମେ ଏହାକୁ ସର୍ବଦା ଜାରି ରଖିବା ଉଚିତ କେବେହେଲେ ଏହାକୁ ହାତଛଡା କରିବ ନାହିଁ ।ଏହା ଭିତରେ କିଛି ବର୍ଷ ଅତିବାହିତ ହୋଇସାରିଛି ମୁଁ ସେ କଲେଜ ଛାଡି ଚାଲି ଆସିଛି। ଦିନେ ଭୁବନେଶ୍ବରରେ ମୁଁ କଲେଜରେ ପଢାଇଥିବା ଏକ ଷ୍ଟୁଡେଣ୍ଟ ସହ ମୋର ଦେଖାସାକ୍ଷାତ ହୋଇଗଲା।ମତେ ସିଏ ଚିହ୍ନି ପାରିଲା।ମେଡମ ବୋଲି କହି ସମ୍ବୋଧନ କଲା ଏବଂ କହିଲା ଆପଣ ମତେ ଯେଉଁ ଶିକ୍ଷା ଦେଇଥିଲେ ତାର ଫଳ ସ୍ବରୂପ ମୁଁ ବି ଏକ କଲେଜରେ ଅଧ୍ୟାପିକା ଭାବେ ନିଯୁକ୍ତି ପାଇଛି।ମତେ ତାର କଥା ଶୁଣି ଏତେ ଖୁସି ଲାଗିଥିଲା ମୁଁ ତାକୁ କୁଣ୍ଡେଇ ଧରି ଦେଇ ଭାବିଥିଲି ମୁଁ ଜୀବନରେ ନେଇଥିବା ମୋର ସଂକଳ୍ପ ସତରେ ସାର୍ଥକ ହୋଇଛି।
ସଂକଳ୍ପ କରିଥିଲି ପିଲା ମାନଙ୍କୁ ଉଚିତ୍ ଶିକ୍ଷା ଦେବି ଯାହା ହେଉ ମୁଁ ଉଦାହରଣ ମାଧ୍ୟମରେ ପାଇଗଲି।