STORYMIRROR

Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର)

Abstract

2  

Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର)

Abstract

ସଙ୍ଗରୋଧର ସମୟ-୯

ସଙ୍ଗରୋଧର ସମୟ-୯

1 min
2.9K

ପ୍ରିୟ ଡାଏରୀ,

ସଙ୍ଗରୋଧର ଏଇ ସମୟ ଯେପରି ଏକ ଅମାବାସ୍ୟା ରାତି।କରୋନାର ଅନ୍ଧାର ତ ରାତିର ଅନ୍ଧାର ଠାରୁ ବେଶୀ ଭୟଙ୍କର।


ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ଦେଶବାସୀଙ୍କୁ:ପାଞ୍ଚ ତାରିଖ ଅର୍ଥାତ ରବିବାର ଦିନ ରାତି ନଅଟାରେ ଦୀପ ଜାଳିବା ପାଇଁ।

ଏହା ଏକ ପ୍ରତୀକାତ୍ମକ ପ୍ରୟାସ କରୋନାର ଅନ୍ଧାରକୁ ଦୂର କରିବା ପାଇଁ।ଏହାକୁ ନେଇ ମିଶ୍ର ପ୍ରତିକ୍ରିୟା ବିଭିନ୍ନ ମହଲରେ।

ଦୀପ ତ ଜଳୁଛି କେଉଁଠି ନା କେଉଁଠି।ଏବେ ତ ଡାକ୍ତରଖାନା ସବୁ ହୋଇ ଉଠିଛି ଦୀପମୟ।ଡାକ୍ତର ହେଉ କି ନର୍ସ କିମ୍ବା ସ୍ୱାସ୍ଥ୍ୟ କର୍ମଚାରୀ-ସଭିଏଁ ତ ଦୀପ ହୋଇ ଜଳୁଛନ୍ତି।ଲକଡାଉନରେ ଖରାରେ ଡ୍ୟୁଟି କରୁଥିବା ପୋଲିସ କିମ୍ବା ମୁଖା ପିନ୍ଧି ପରିବା ବିକୁ ଥିବା ଦୋକାନୀ-ସମସ୍ତେ ଦୀପ ହୋଇ ଜଳୁଛନ୍ତି କେଉଁଠି ନା କେଉଁଠି।ନିଜ ଜୀବନକୁ ବାଜି ଲଗେଇ କରୋନା ବିରୋଧୀ ଲଢେ଼ଇରେ ଏମାନେ ସମସ୍ତେ ଜଣେ ଜଣେ ଯୋଦ୍ଧା।

ଆମେ ସବୁ ଅଛୁ ଘରେ।ଆଶାନ୍ବିତ ହୋଇ।କରୋନାର ଅନ୍ଧାର ଅପସରି ଯିବ।କେହି ନା କେହି ଯେ ଦୀପ ଜାଲୁଚି କେଉଁଠି ନା କେଉଁଠି।ଆମେ ବି ଚେଷ୍ଟା କରିବା ଉଚିତ ନୁହେଁ କି ଦୀପଟେ ଜାଳିବା ପାଇଁ?ହେଉ ପଛେ ଯେତେ ଛୋଟ।ଦୀପାବଳିର ସଞ୍ଜରେ ଆମେ ତ ଏଇ ପ୍ରୟାସ ହିଁ କରିଥାଉ।

ମନେ ପଡୁଚି ଏକ ଲୋକପ୍ରିୟ ଓଡ଼ିଆ ଗୀତର ଧାଡ଼ି-"ସବୁ ଦୀପ ଲିଭି ଗଲା ପରେ,ହୃଦୟର ଦୀପ ଜଳି ଉଠେ।"


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract