STORYMIRROR

Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର)

Abstract

3  

Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର)

Abstract

ସଙ୍ଗରୋଧର ସମୟ-୬

ସଙ୍ଗରୋଧର ସମୟ-୬

1 min
11.9K

ପ୍ରିୟ ଡାଏରୀ,

ସଙ୍ଗରୋଧର ଏଇ ସମୟରେ ଆଜି ଅର୍ଥାତ ମାର୍ଚ୍ଚ ୩୧ତାରିଖ, ଆର୍ଥିକ ବର୍ଷର ଶେଷ ଦିବସ ହୋଇଛି ଅନ୍ୟ ସାଧାରଣ ଦିନ ପରି।

******

ବିଗତ ବାର ବର୍ଷ ଧରି ମାର୍ଚ୍ଚ ୩୧ କେବେ ବି ଛୁଟି ଦିବସ ନ ଥିଲା ମୋ ପାଇଁ। ଗୋଟିଏ କମ୍ପାନୀରେ ବିତ୍ତ ବିଭାଗର କର୍ମଚାରୀ ହିସାବରେ ଏଇ ଦିନଟି ଯଥେଷ୍ଟ ଗୁରୁତ୍ୱ ବହନ କରେ ମୋର ବୃତ୍ତିଗତ ଜୀବନରେ। ଏମିତି କି ଯଦି କେବେ ଏଇ ଦିନଟି ରବିବାର ପଡିଚି, ଏହାକୁ କାର୍ଯ୍ୟ ଦିବସ କରାଯାଇଛି କମ୍ପାନୀ ପକ୍ଷରୁ।

ଅଥଚ ଏବର୍ଷ!

ଏ ବର୍ଷ ତ କମ୍ପାନୀ ବନ୍ଦ ଅଛି ଏବେ ଦେଶ ବ୍ୟାପି ଲକଡାଉନ କାରଣରୁ।ଏଣୁ ଦୀର୍ଘ ବାର ବର୍ଷ ପରେ ଆର୍ଥିକ ବର୍ଷର ଏଇ ଶେଷ ଦିନରେ ମୁଁ ଅଛି ଘରେ।କରୋନାର ପରିସଂଖ୍ୟାନ ଭୟ ସୃଷ୍ଟି କରୁଛି ମନରେ।ମନେ ହୁଏ ଆଗକୁ ଅଛି ଏକ କଠିନ ପରୀକ୍ଷା।ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହେବାକୁ ଆରମ୍ଭ କରୁଛି। ଭାରତ ପରି ଏକ ଜନବହୁଳ ଦେଶରେ ଏକ ସିଂହ ଭାଗ ଲୋକ ଏବେବି ଦାରିଦ୍ର୍ୟ ସହ ସଂଘର୍ଷ କରୁଛନ୍ତି।

ଆର୍ଥିକ ବର୍ଷର ଏଇ ଶେଷ ଦିନରେ ଏଇ ଆଶା:ଅପସରି ଯାଉ କରୋନାର କଳା ବାଦଲ। ପୃଥିବୀ ହୋଇ ଉଠୁ ସୁନ୍ଦର, ନିରାପଦ।

ସଙ୍ଗରୋଧର ଏଇ ସମୟ ଜୀବନକୁ ନୂଆ ଭାବରେ ଦେଖିବାର ଅବସର ଦେଇଚି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract