The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର)

Abstract

2  

Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର)

Abstract

ସଙ୍ଗରୋଧର ସମୟ-୪

ସଙ୍ଗରୋଧର ସମୟ-୪

1 min
72


ଲକଡାଉନର ସମୟ।ସମସ୍ତଙ୍କୁ ରହିବାକୁ ହେବ ଘରେ।ପୋଲିସ ପଇଁତରା ମାରୁଚି।ବିନା କାରଣରେ ବାହାରେ ବୁଲୁଥିବା ଲୋକଙ୍କୁ ମାରପିଟ କରୁଚି।

ଏମିତି ଜଣେ ଲୋକକୁ ପୋଲିସ ଅଟକେଇଲା ପୋଲିସ:"କାହିଁକି ବାହାରେ ବୁଲୁଚ?ଘରେ ରହିବାକୁ ନିର୍ଦେଶ ଅଛି।ଜଣା ନାହିଁ?"

-"ଜାଣିଛି।"ଲୋକଟି ନିର୍ବିକାର ଭାବେ କହିଲା।

-"କେଡ଼େ ଗଉଁ ଦେଖଉଚି ଶଳା।"ଧରିଥିବା ରୁଲ ବାଡ଼ିରେ ପୋଲିସ ଜଣକ କଷି ଦେଲା ପାହାରେ,"ଯା ଘରକୁ।"

ଲୋକଟି ଯନ୍ତ୍ରଣାରେ ଚିତ୍କାର କରି ଉଠିଲା-"ମାଆ ଲୋ"

ପୋଲିସ ଜଣକ ପୁଣି କଷି ଦେଲା ଆଉ ପାହାରେ-"କରୋନା ଏଠି ଅସମ୍ଭାଳ କଲାଣି।ଶଳେଙ୍କର କେୟାର ନାହିଁ।ଯା.... ଘରକୁ।"

ଲୋକଟି ଆଉ ସମ୍ଭାଳି ପାରିଲା ନାହିଁ-"ମୋର ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ।"

ଘର ନ ଥିବା ଲୋକକୁ ଘରକୁ ଯା କହି ମାଡ଼ ମାରିଥିବା ପୋଲିସ ଜଣକ ନିର୍ବାକ ହୋଇ ଚାହିଁ ଥିଲା ଲୋକଟିକୁ।



Rate this content
Log in

More oriya story from Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର)

Similar oriya story from Abstract