Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର)

Abstract

3  

Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର)

Abstract

ସଙ୍ଗରୋଧର ସମୟ-୧୮

ସଙ୍ଗରୋଧର ସମୟ-୧୮

1 min
110


ପ୍ରିୟ ଡାଏରୀ,

ସଙ୍ଗରୋଧର ଏଇ ସମୟରେ ଈଶ୍ୱର ବି କଣ ସଙ୍ଗରୋଧରେ ଥାଆନ୍ତି?


ଲକଡାଉନ ଯୋଗୁଁ ସମସ୍ତ ଧର୍ମ ଅନୁଷ୍ଠାନ ବନ୍ଦ ରହିଛି।ଏଣୁ କେହି ଆସୁନାହାନ୍ତି ମନ୍ଦିରକୁ।ଈଶ୍ୱର କଣ ଥାଆନ୍ତି ସଙ୍ଗରୋଧରେ, ମନ୍ଦିରରେ?

ବାଲାଜୀ ମନ୍ଦିରର ପୂଜକ ସବୁଦିନେ ମନ୍ଦିରରେ ପୂଜାର୍ଚ୍ଚନା କରନ୍ତି।ପ୍ରସାଦ ରାନ୍ଧନ୍ତି ଓ ଅର୍ପଣ କରନ୍ତି ଠାକୁରଙ୍କୁ।ମନ୍ଦିରର ପ୍ରଵେଶ ଦ୍ୱାର ବନ୍ଦ ଥାଏ ସିନା।ଭିତରେ କିନ୍ତୁ ଠାକୁରଙ୍କର ସବୁକଥା ବୁଝନ୍ତି ପୂଜକ।ଏକା ଏକା।ଠାକୁରଙ୍କ ପୂଜାର୍ଚ୍ଚନା ସରିବା ପରେ ଗୋଟିଏ ଥାଳିରେ ପ୍ରସାଦ ସଜେଇ ବାହାରି ଆସନ୍ତି ରାସ୍ତା ଉପରକୁ।ସେଇଠି ପୋଲିସ ଜଣେ ପହରା ଦେଉଥାଏ ସବୁଦିନେ।ଲକଡାଉନ ଭଙ୍ଗ କରୁଥିବା ଲୋକଙ୍କୁ ସଚେତନ କରି ଫେରାଉ ଥାଏ ଘରକୁ।ବାହାରେ ପ୍ରବଳ ଖରା।ସେଥିରେ ପୋଲିସ ଜଣକ ଡ୍ୟୁଟି କରୁଥାଏ।

ମନ୍ଦିରରୁ ପ୍ରସାଦ ଥାଳ ନେଇ ପୂଜକ ପହଞ୍ଚି ଯାଆନ୍ତି କର୍ତ୍ତବ୍ୟରତ ପୋଲିସ ଜଣକ ପାଖରେ।ଥାଳ ଭର୍ତ୍ତି ପ୍ରସାଦ ଦିଅନ୍ତି ପୋଲିସ ଜଣକୁ।ମହା ଆନନ୍ଦରେ ପୋଲିସ ଜଣକ ପ୍ରସାଦ ଖାଏ ଓ କୃତଜ୍ଞତା ଜଣାଏ ପୂଜକଙ୍କୁ।

ଏ କଥା ଲକଡାଉନ ଦିନରୁ ଘଟୁଛି।ପ୍ରତିଦିନ ନୂଆ ନୂଆ ପୋଲିସଵାଲା ଆସୁଛନ୍ତି ଡ୍ୟୁଟି କରିବାକୁ।ସମସ୍ତଙ୍କୁ ଆପ୍ୟାୟିତ କରୁଛନ୍ତି ପୂଜକ ମନ୍ଦିରର ପ୍ରସାଦ ଦେଇ।

ଆଜି କିନ୍ତୁ ଡ୍ୟୁଟି କରୁଥିବା ପୋଲିସ ଜଣକ ପ୍ରସାଦ ଗ୍ରହଣ କରିବାକୁ ଟିକେ ଦ୍ଵିଧା ପ୍ରକାଶ କଲେ।ପୂଜକ ଜଣକ ଏହାର କାରଣ ପଚାରନ୍ତେ,ପୋଲିସ ଜଣକ କିଛିଟା ସଙ୍କୋଚ ବୋଧ କଲେ ଓ ବର୍ଦ୍ଦିରେ ଲେଖା ନିଜ ନାମ ଆଡ଼କୁ ଇଙ୍ଗିତ କଲେ।

"ଏମ.ଏ.ଆନସାରୀ"ପୋଲିସ ଜଣକ ନାଁ।ପୂଜକ ଜଣକ ତଥାପି କିଛି ବୁଝି ପାରିଲେ ନାହିଁ।

ଏଥର ପୋଲିସ ଜଣକ ମୁହଁ ଖୋଲିଲା,"ପଣ୍ଡିତେ,ମୁଁ ଜଣେ ମୁସଲମାନ।"

-"ଈଶ୍ବରଙ୍କର କୌଣସି ଧର୍ମ ନଥାଏ।ଏଠି ଡ୍ୟୁଟି କରୁଥିବା ବାବୁମାନଙ୍କୁ ମୁଁ ଈଶ୍ୱର ବିବେଚନା କରି ପ୍ରସାଦ ଅର୍ପଣ କରେ ସବୁଦିନେ।"ପୂଜକ ସ୍ପଷ୍ଟ କଲେ ନିଜର କଥା।

ପୋଲିସ ଜଣକ ହାତ ଯୋଡ଼ିଲା-"ଏତେ ବଡ଼ କଥା କହନ୍ତୁନି।ଆପଣ ମହାନ।ଆପଣମାନଙ୍କ ଭଳି ବିଜ୍ଞ ଲୋକଙ୍କ ପାଇଁ ଏ ଦେଶ ଆମର ମହାନ।"

ପୂଜକଙ୍କ ହାତରୁ ପ୍ରସାଦ ଗ୍ରହଣ କଲା ପୋଲିସ ଜଣକ ପରମ ଆଗ୍ରହରେ।


Rate this content
Log in

More oriya story from Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର)

Similar oriya story from Abstract