STORYMIRROR

Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର)

Abstract Others

3  

Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର)

Abstract Others

ସଙ୍ଗରୋଧର ସମୟ-୧୫

ସଙ୍ଗରୋଧର ସମୟ-୧୫

1 min
156

ପ୍ରିୟ ଡାଏରୀ,

ସଙ୍ଗରୋଧର ସମୟରେ କେହି ବି ଖୋଜି ପାଏ ହଜିଲା ଜୀବନକୁ।

******

ରୋହନ ଜଣେ ବାହାରର ମଣିଷ।ଘର କଣ ସେ ବୁଝେନା।ଏ ଅଭିଯୋଗ କରେ ତାର ସ୍ତ୍ରୀ ରୀତା।

ଗୋଟିଏ ମଲ୍ଟି ନ୍ୟାସନାଲ କମ୍ପାନୀରେ ଉଚ୍ଚ ପଦସ୍ଥ ଅଧିକାରୀ ରୋହନ।ସକାଳୁ ବାହାରି ଯାଏ ଘରୁ।ଫେରିବାର କିଛି ସମୟ ନ ଥାଏ।କେବେ ରାତି ନଅ, କେବେ ରାତି ଦଶ।ଘର ପାଇଁ ତାର ସମୟ ନଥାଏ।ଇଏ କଣ ଜୀବନ?ନିଜେ ରୋହନ ବି ଅସହାୟ ବୋଧ କରେ ଅନେକ ସମୟରେ।ଘର କଥା ସବୁ ରୀତା ହିଁ ବୁଝେ।

ହେଲେ ଗତ ଦୁଇ ସପ୍ତାହ ଧରି ରୋହନ ଅଛି ଘରେ।ଦେଶରେ ଲକଡାଉନ।କରୋନାର ମୁକାବିଲା ପାଇଁ।ଅଫିସ ବନ୍ଦ।ସକାଳୁ ଉଠିବାର ଟେନସନ ନାହିଁ।କାମର ଚାପ ନାହିଁ।ନାହିଁ ବି ଟ୍ରାଫିକ ଜାମ କିମ୍ବା ଧୂଳି ଧୂଆଁର ପ୍ରଦୂଷଣ।ବାଃ, କି ସୁନ୍ଦର ଜୀବନ ଇଏ?ସ୍ତ୍ରୀ ପିଲାଙ୍କ ସହ ଘରେ ସମୟ କାଟିବାର ଆନନ୍ଦ ନିଆରା।ଘର ମନେ ହେଉଛି ସ୍ୱର୍ଗ।

ବର୍ଷରେ ଥରେ ଏମିତି ସରକାର ଦଶ ପନ୍ଦର ଦିନ ଲକଡାଉନ ଘୋଷଣା କଲେ ଭାରି ଭଲ ହୁଅନ୍ତା ସତରେ!ରୋହନ ଭାବୁଥିଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract