STORYMIRROR

Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର)

Inspirational

3  

Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର)

Inspirational

ସଙ୍ଗରୋଧର ସମୟ-୧୪

ସଙ୍ଗରୋଧର ସମୟ-୧୪

1 min
210


ପ୍ରିୟ ଡାଏରୀ,

ସଙ୍ଗରୋଧର ଏଇ ସମୟ ସମ୍ବେଦନାରେ ଭରିଯାଉ।

*******

ତା ନାଁ ହେଉଛି ସୂର୍ଯ୍ୟ।ସେ କାର ଧୋଇବାକୁ ଆସେ ଆମ କଲୋନୀକୁ।ଲକଡାଉନ ଦିନରୁ ଆଉ ଆସି ପାରିନି।

ଏବେ ତ ସମସ୍ତେ ଗୃହବନ୍ଦୀ।କେହି ପ୍ରାୟ ବାହାରୁ ନାହାନ୍ତି ଘରୁ।ଗାଡ଼ି ସବୁ ସେମିତି ରହିଛନ୍ତି ପାର୍କିଂରେ।ଏଣୁ ଗାଡ଼ି ଧୋଇବାର ଆବଶ୍ୟକତା ଏବେ ନାହିଁ।

ସୂର୍ଯ୍ୟର ଫୋନ ଆସିଥିଲା:"ସାର, ମୁଁ କାର ଧୋଇବାକୁ ଆସିଚି।କିନ୍ତୁ ଆପଣଙ୍କ ସିକ୍ୟୁରିଟି ଗାର୍ଡ କଲୋନୀ ଭିତରକୁ ଆସିବାକୁ ଦେଉନି।ଆପଣ ଟିକିଏ ତାକୁ କୁହନ୍ତୁ, ସେ ମୋତେ ଆସିବାକୁ ଦେଉ।"

ମୁଁ ସୂର୍ଯ୍ୟକୁ ପଚାରିଲି,"ତୁମକ

ୁ କିଏ କହିଲା ଆସିବାକୁ?ଏବେ ପରା ଲକଡାଉନ।ତୁମେ ଘରେ ରହିବା କଥା।"

-"ଘରେ ରହିଲେ ଖାଇବୁ କଣ ଆଜ୍ଞା?"ସୂର୍ଯ୍ୟର କଣ୍ଠସ୍ୱର ଛଳ ଛଳ।

-"ତୁମେ ମୋତେ ତୁମର ବ୍ୟାଙ୍କ ଆକାଉଣ୍ଟ ନମ୍ବର ମେସେଜ କର।ମୁଁ କିଛି ଟଙ୍କା ଆଡ଼ଭାନ୍ସ ହିସାବରେ ତୁମ ଆକାଉଣ୍ଟକୁ ପଠେଇବି।ତୁମେ ଘରକୁ ଫେରିଯାଅ।"ମୁଁ ସୂର୍ଯ୍ୟକୁ ପରାମର୍ଶ ଦେଲି।

-"ଧନ୍ୟବାଦ, ସାର।"ସୂର୍ଯ୍ୟ ଜଣାପଡ଼ିଲା ନିଶ୍ଚିନ୍ତ।

ସଙ୍ଗରୋଧର ଏଇ କଠିନ ସମୟରେ ସମାଜର ଗୋଟିଏ ଶ୍ରେଣୀର ଲୋକେ ଲୋଡ଼ନ୍ତି ଟିକିଏ ସମବେଦନା, ଟିକିଏ ସାହସ।ଏତିକି ପାଇଁ କେହି କାର୍ପଣ୍ୟ ନ କରନ୍ତୁ।





Rate this content
Log in

Similar oriya story from Inspirational