STORYMIRROR

sanghamitra pattnaik

Drama Tragedy Inspirational

4  

sanghamitra pattnaik

Drama Tragedy Inspirational

ସନ୍ଦେହର ଝଡ

ସନ୍ଦେହର ଝଡ

3 mins
400

       

ଦାମ୍ପତ୍ୟ ଜୀବନରେ ଝଗଡା ଟା ସ୍ୱାଭାବିକ. ଏମିତି କୌଣସି ଏକ ଦମ୍ପତି ନଥିବେ ଯାହା ଙ୍କ ଭିତରେ ଝଗଡା ନଥିବ ଏମିତିରେ ତ ଶ୍ରୀଜଗନ୍ନାଥ ଆଉ ମା ଲଷ୍ମୀପ୍ରିୟା ଙ୍କ ମଧ୍ୟ ରେ ବି ଝଗଡା ହୁଏ

କିନ୍ତୁ ପୁଣି ସମାଧାନ ହୋଇ ହସ ଖୁସି ରେ ପୁରୀ ଉଠେ ଘର. ହେଲେ ଯଦି ଏମିତି ଏକ ଝଡ ସୃଷ୍ଟି ହୁଏ ଯାହାର ସମାଧାନ ସମ୍ଭବ ନୁହେଁ, ସମାଧାନ ସମ୍ଭବ ହେଲେ ସମାଧାନ କରିବାକୁ କେହି ନଥିବେ ତାହେଲେ ଏମିତି କିଛି ଘଟଣା କୁ ନେଇ ଏଇ କାହାଣୀ ଟି ଗତିଶୀଳ,

କାହାଣୀ ର ନାୟକ ଶ୍ରୀଯୁକ୍ତ ରମେଶ ମହାନ୍ତି ଆଉ ନାୟିକା ଶ୍ରୀମତୀ ସୁଲୋଚନା ମହାନ୍ତି ଶ୍ରୀଯୁକ୍ତ ମହାନ୍ତି ପେସା ରେ ଅଧ୍ୟାପକ ଆଉ ଶ୍ରୀମତୀ ମହାନ୍ତି ବି ଜଣେ ଅଧ୍ୟାପିକା.

ହେଲେ ଫରକ ଏଇଆ କି ରମେଶ ବାବୁ ବେସରକାରୀ କଲେଜ ରେ ଆଉ ସୁଲୋଚନା ସରକାରୀ

ସମ୍ପର୍କ ରେ ଝଡ ଏଇଟା ନଥିଲା କାରଣ ସେମାନଙ୍କର ଥିଲା ଲଭ ମ୍ୟାରେଜ ଖୁବ ସୁନ୍ଦର ବୁଝାମଣl ଥିଲା ଦୁହିଁଙ୍କ ଭିତରେ.

ପ୍ରକୁତରେ ରମେଶ ଙ୍କ ସହ କର୍ମଚାରୀ ଥିଲେ ସୁଲଚନା. ହେଲେ ପରବର୍ତୀ ସମୟ ରେ ନିଜ ପରିଶ୍ରମ ବଳରେ ସରକାରୀ କଲେଜ ର ଅଧ୍ୟାପିକା ହୋଇ ପାରିଥିଲେ ଆଉ ଏଇଥି ପାଇଁ ସ୍ୱାମୀ ମାଧ୍ୟ ଖୁବ ସାହାଯ୍ୟ କରିଛନ୍ତି..

ରମେଶ ଆଉ ସୁଲଚନା ଖୁସି ଥିଲେ ଆଉ ସୁଲ ଙ୍କ ପରିବାର ବି ହେଲେ ରମେଶ ଙ୍କ ପରିବାର ଟିକେ ପସନ୍ଦ କରୁନଥିଲେ ବୋହୁ ର ଚାକିରୀ

ଶାଶୁ ଘର କଥା କୁ ହଜମ ନ କରିବାର କାରଣ ଥିଲା ବୋହୁ ର ଅଧିକା ଦରମା ପୁଅ ଠାରୁ କିନ୍ତୁ ରମେଶ ର କିଛି ଅସୁବିଧା ନଥିଲା

ହେଲେ ପ୍ରତେକ ଦିନ ଘରକୁ ହାଲିଆ ହୋଇ ଫେରିଲା ବେଳେ ନିଜ ମା ଙ୍କ ଗଞ୍ଜଣl ଶୁଣି ଶୁଣି ବିରକ୍ତ ହେଇ ଗଲେଣି ତା ଛଡା ଏବେ ସାଙ୍ଗ ସାଥି ବି ଧୀରେ ଧୀରେ ଥଟା କରିଦିଅନ୍ତି

ତଥାପି ରମେଶ କିଛି କୁହନ୍ତିନି ସୁଲଚନା କୁ ହେଲେ ଥରେ ସୁଲଚନା ନିଜ ଆଡୁ ଆସି କହିଲା କି ମୁଁ ଚାକିରୀ ଛାଡି ଦଉଛି ତାହେଲେ ତମକୁ ଆଉ ଶୁଣିବାକୁ ପଡ଼ିବନି ହେଲେ ରମେଶ ମନା କରିଥିଲେ କହିଲେ, "ଯିଏ ଯାହା କହୁ ଆମେ ଠିକ ଅଛେ ଆମକୁ କଣ କିଏ ଚଲେଇବ ନl କଣ? "

ସେ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖିବା ଡିଉଟି ପଡିଥାଏ ସୁଲଚନା ଙ୍କର ହେଲେ ସେ ଜାଗା ଟିକେ ଦୂର ଆଉ ସେଠିକି ବସ ବି ଯିବା ଆସିବା କରେନି କିନ୍ତୁ ଯିବାକୁ ତ ପଡିବ ତେଣୁ ସୁଲଚନା ରମେଶ ଙ୍କୁ କହିଲେ ନେବା ଆଣିବା କରିବାକୁ ହେଲେ ରମେଶ ଙ୍କର ବି କଲେଜ ଅଛି ତଥାପି ମନା ନ କରି କହିଲେ ହଉ

ଥରେ ରମେଶ ଆଣିବାକୁ ଯାଇ ନଥିଲେ, ଦେହ ହଟାତ ଖରାପ ହଵାରୁ କଲେଜ ଅଧାରୁ ଘରକୁ ପଳେଇ ଆସିଛନ୍ତି ତେଣେ ସୁଲୁ ଅପେକ୍ଷା କରିଥାନ୍ତି ରମେଶ ଙ୍କୁ ସନ୍ଧ୍ୟା ବି ହବାକୁ ଆସିଲାନି ଅନ୍ୟ ସବୁ ଷ୍ଟାଫ ପଳେଇଲେଣି

ରାମ ବାବୁ ବୋଲି ଜଣେ କହିଲେ ମାଡମ ଆସନ୍ତୁ ମୁଁ ଛାଡ଼ିଦେବି ଏ ଏରିଆ ଜମା ଭଲ ନୁହେଁ ଆସନ୍ତୁ.

ସୁଲୁ ଙ୍କର ଇଚ୍ଛା ନଥିଲେ ବି ଅନ୍ୟ କିଛି ବାଟ ନ ପାଇ ତାଙ୍କ ସହ ଗଲେ ହେଲେ କାଳେ ସାହି ରେ କିଏ କଣ କହିବେ ତେଣୁ ଅଧା ବାଟରୁ ଓଲ୍ହେଇ ପଡିଲେ

ହେଲେ ଏ ସବୁ କୁ ରମେଶ ଙ୍କର ଜଣେ ସାଙ୍ଗ ରେକର୍ଡ କରିନେଇ ରମେଶ ଙ୍କ ପାଖକୁ ପଠାଇ ଦେଇଥିଲା. 

ଏକ ରେ ଦେହ ଖରାପ ତା ଉପରେ ପୁଣି ଏ ସବୁ ଦେଖି ରମେଶ ନିଜ ରାଗ ସମ୍ଭାଳି ପାରିଲେନି

.ସୁଲୁ ଘରେ ପହଂଚୁ ପହଂଚୁ ଜେରା ଆରମ୍ଭ, କହୁ କହୁ ବହୁତ କିଛି କହିଗଲେ ଯାହା କେବେ ସେ ଭାବିନଥିଲେ ସେସବୁ ବି କହିଦେଲେ ଯେମିତି କି, ଚରିତ୍ରହୀନ, କଳଙ୍କିତ ଇତ୍ୟାଦି..

ଆଉ ଏଇ ଝଗଡା ରୁପି ନିଆଁ ରେ ଘିଅ ଢାଳୁଥିଲେ ସୁଲୁ ଙ୍କ ଶାଶୁ ଏ ସବୁ କୁ ଚୁପଚାପ ଶୁଣିଲେ ସୁଲୁ, ଆଖିରେ ଖାଲି ଲୁହ ମନରେ ଅନେକ କୋହ. ତଥାପି ସାହସ କରି ରମେଶ କୁ ନିଜ କଥା ଟା ବୁଝେଇବାକୁ ଚାହିଁଲେ ହେଲେ ତାଙ୍କ ଶାଶୁ ଏ ସବୁ କରେଇ ଦେଲେନି

ତାଙ୍କର ତ ପ୍ରଥମରୁ ହିଁ ଇଚ୍ଛା ନଥିଲା ସୁଲୁ କୁ ବୋହୁ କରିବାକୁ ହେଲେ ନିଜ ପୁଅ ଜିଦି ରେ ବାହା କରିଥିଲେ ଏବେ ଚାହୁଁଥିଲେ ସୁଲୁ ତାଙ୍କ ପୁଅ ଜୀବନ ରୁ ଚାଲିଯାଉ ଆଉ ସେ ନିଜ ପସନ୍ଦ ରେ ଅନ୍ୟ ଜାଗାରେ ପୁଅ ର ପୁଣି ବାହାଘର କରିଦେବେ, ତେଣୁ ବୋହୁ ନା ରେ ସବୁବେଳେ ପୁଅ ଆଗେ କହୁଥିଲେ

ଏମିତି ହଉ ହଉ ସେଦିନ ଶାଶୁ ରାଗରେ ଟାଣି ଆଣିଲେ ସୁଲୁ କୁ ଘରୁ ଆଉ ରମେଶ ଙ୍କ ଜୀବନରୁ ବାହାରି ଯିବାକୁ କହିଲେ, ସୁଲୁ କେବଳ ରମେଶ ଙ୍କୁ ଅନାଉ ଥାନ୍ତି କିନ୍ତୁ ରମେଶ କିଛି ବି କହିଲେନି

ନିଜ ବ୍ୟାଗ ଧରି ବାହାରିଲା ବେଳେ ବି ରମେଶ ଥରୁଟେ ବି ଅଟକାଇ ଲେନି ସୁଲୁ ଙ୍କୁ

ଆ ଭିତରେ ପାଞ୍ଚ ବର୍ଷ ବିତି ଗଲାଣି, ରମେଶ ଧରି ନେଇଛନ୍ତି ଯେ ସୁଲୁ ର ବୋଧେ ଅବୈଧ ସମ୍ପର୍କ ସତରେ ଥିଲା ନହେଲେ ସେ ତାଙ୍କୁ ଛାଡି ଯାଇ ନଥାନ୍ତା

ସୁଲୁ ବି ନିଜ ଭାଗ୍ୟ କୁ ଆଦରି ରହିଛି ଆଉ ଧରି ନେଇଛି ସତରେ ରମେଶ ଙ୍କ ଜୀବନରେ ବୋଧେ ଆଉ କେହି ଆସିଯାଇଛି ତେଣୁ ସେ ଆଉ ତାକୁ ଖୋଜିଲେ ନାହିଁ..

ଅନ୍ୟ ମାନଙ୍କ ଯୋଗୁ ଏତେ ସୁନ୍ଦର ଦାମ୍ପତ୍ୟ ଜୀବନ ରେ ଏକ ଅଶାନ୍ତ ଝଡ ସୃଷ୍ଟି ହେଇଗଲା ଆଉ ସେ ସନ୍ଦେହ ଝଡ ବିଗାଡି ଦେଲା ଦୁଇଟି ଜୀବନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama