The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

padmaja pati

Inspirational

3  

padmaja pati

Inspirational

ସଂଚୟର ମୂଲ୍ୟ

ସଂଚୟର ମୂଲ୍ୟ

1 min
436


ଟୁନି ନବମ ଶ୍ରେଣୀରେ ପଢେ । ତାଙ୍କ ଶ୍ରେଣୀ ଶିକ୍ଷକ କ୍ଷେତ୍ର ପରିଦର୍ଶନପାଇଁ ଅଭିଭାବକମାନଙ୍କ ମତାମତ ଲୋଡିଲେ । କିନ୍ତୁ ତା'ର ବାପା ପଇସା ଅଭାବରୁ ଟୁନିକୁ ମନା କଲେ । ଟୁନିର ଶୁଖିଲା ମୁହଁ ଦେଖି ତା ' ସାଙ୍ଗମାନେ ସବୁ ବୁଝିଗଲେ । ସମସ୍ତେ ନ ଗଲେ ଭଲ ଲାଗିବନି କହିବାରୁ ଶ୍ରେଣୀ ଶିକ୍ଷକ ସେମାନଙ୍କ ପାଖରେ ଏକ ମତ ରଖିଲେ । ସେ କହିଲେ, " ମୁଁ ତୁମମାନଙ୍କ ପାଇଁ ଶ୍ରେଣୀ କକ୍ଷରେ ଏକ ପିଗି ବ୍ୟାଙ୍କ ରଖିବି । ଏଥିରେ ତୁମେ ସମସ୍ତେ ନିୟମିତ ଅଭିଭାବକଙ୍କଠାରୁ ପାଞ୍ଚ ଟଙ୍କା ଆଣି ପକାଇବ l ତୁମେ ଶ୍ରେଣୀରେ ଚାଳିଶ ଜଣ ଅଛ l ପ୍ରତ୍ୟେକ ଦିନ ଦୁଇ ଶହ ଟଙ୍କା ସଂଚୟ ହେଲେ ମାସକୁ ତୁମେ ସମସ୍ତେ ମିଶି ଅତି କମରେ ମାସକୁ ଚାରି ହଜାର ଟଙ୍କା ସଂଚୟ କରି ପାରିବ l ଟୁନିର କ୍ଷେତ୍ର ପରିଦର୍ଶନ ପାଇଁ ବା ଅନ୍ୟ କୌଣସି ଛାତ୍ରଛାତ୍ରୀଙ୍କ ଆବଶ୍ୟକ ସମୟରେ ତାଙ୍କୁ ଧାର ଦିଆଯିବ । ସେମାନେ ସୁବିଧା ହେଲେ ପଇସା ଫେରାଇଲେ ପୁଣି ପିଗି ବ୍ୟାଙ୍କରେ ଭରିଦେବା । ମାସ ଶେଷରେ ଏହାକୁ ଡାକଘରେ ବାନ୍ଧି ସୁଧ ମଧ୍ୟ ପାଇବ l ପିଲାମାନେ ଏହା ଶୁଣି ରାଜି ହେଲେ l ସଂଚୟଦ୍ୱାରା କିଭଳି ସମସ୍ତେ ଉପକୃତ ହୋଇ ପାରିବେ ଜାଣି ଖୁସି ମଧ୍ୟ ହେଲେ l


Rate this content
Log in

More oriya story from padmaja pati

Similar oriya story from Inspirational