STORYMIRROR

Rajesh Kumar Barik

Inspirational

3  

Rajesh Kumar Barik

Inspirational

ସମୟ ର ସ୍ରୋତ

ସମୟ ର ସ୍ରୋତ

2 mins
12.3K

ରାଜଧାନୀ ର ରାଜରାସ୍ତା ଉପରେ ଅନ୍ୟମନସ୍କ ଭାବେ ଛିଡା ହୋଇଥିଲା ଲିପ୍ସା, ପାଖରେ ଥାଏ ଲଗେଜ୍ ହାତରେ ମୋବାଇଲ୍ । ଏଣେ ଲକ୍ ଡାଉନ୍ ର ସୁନ୍ ସାନ୍ ରାସ୍ତା ତଥାପି ସେ ବାରମ୍ବାର ଅନେଇ ଚାଲିଥାଏ ଉଭର ବ୍ରିଜ୍ ଆଡକୁ ,ନା ଅଛି ଅଟୋ ନା ଅଛି ଟ୍ୟାକ୍ସି ପୁଣି ଏ ଅସମୟରେ ସାହାଯ୍ୟ ବା କରିବ କିଏ ? ଅନେକ ସମୟର ଅପେକ୍ଷା ପରେ ମନର ରାଗକୁ ମନରେ ମାରି ବସିପଡିଲା ଫୁତ୍ ଫାତ୍ ର ରାସ୍ତା କଡରେ । ଆଖିରେ ଆଖିଏ ସ୍ବପ୍ନ ଆଉ ମନରେ ଅଶୁମାରୀ ପ୍ରଶ୍ନ ସମୟର ଭାବନାକୁ ନେଇ ହଜିଗଲା ନିଜ ଭିତରେ ।


      ଅନେକ ଦିନପରେ ଘରୁ ଫେରିଥାଏ ମେସ୍ କୁ ଆଉ ଏହା ସାଙ୍ଗକୁ ଓଡିଶାର ପାଣିପାଗ କଥା ନକହିବା ଭଲ ଅଦିନର ବର୍ଷା ଏମିତି ହେଲା ଯେ ଦେହରେ ଜମା ଗଲାନାହିଁ ହାଲ୍କା ସର୍ଦ୍ଦି ସାଙ୍ଗକୁ ଜ୍ବରଟାବି ମାଡି ବସିଲା ଡକ୍ତର ପାଖକୁ ଯିବାକୁ ଭାବୁଥିଲା ....କରୋନା ପାଇଁ ଲକ୍ଡାଉନ ଆରମ୍ଭ । ପାଖ ପିଲାମାନେ କଣ ଭାବୁଥିଲେ କେଜାଣି ପାଖ ମାଡୁନଥିଲେ। ହଁ........ ଏଠି ଆଉ ଘର ହୋଇଛି ଯେ ମାଙ୍କ ର ପରସରେ ଦେହ ଭଲ ହୋଇଯିବ !


      ନିଜକୁ ଆଉ ସମ୍ଭାଳି ପାରିଲାନି ଲିପ୍ସା ବାଧ୍ୟ ହୋଇ କଷ୍ଟ ଭରା ଦେହକୁ ନେଇ ବହୁ କଷ୍ଟରେ ମେଡିକାଲ ଗଲା ଆଉ ମେଡିକାଲ୍ ରୁ ଫେରି ଦେଖେତ୍ ! ସତେ ଯେମିତି ପାଦତଳୁ ମାଟି ଖସିଗଲା ପରି ଲାଗିଲା , ବିଶ୍ବାସ କରିପାରିଲା ନାହିଁ ନିଜକୁ ଆଉ ତାକୁ ଦେଖୁଥିବା ପ୍ରତ୍ୟକ ଚରିତ୍ରକୁ । କାହିଁକି ନା ତାର ବ୍ୟାଗ୍, ଲଗେଜ୍ ସବୁ ଗେଟ୍ ପାଖରେ ଥୁଆ ହୋଇଛି ଆଉ ସମସ୍ତେ କହୁଛନ୍ତି ତାକୁ କୁଆଡେ କରୋନା ହୋଇଛି । ସମସ୍ତଙ୍କୁ ବୁଝାଇ ବୁଝାଇ ସିନା ଥକିଗଲା ନେହୁରା ହେଲେ ତା କଥା ବୁଝିବାକୁ କେହି ପ୍ରସ୍ତୁତ୍ ନଥିଲେ। ସାଙ୍ଗ ସାଥୀ ପଡୋଶୀ ମାଉସୀ ସତେଯେମିତି ଘଡିକରେ ବଦଳିଗଲେ ବହୁରୂପୀ ଏଣ୍ଡୁଅ ପରି । ସମସ୍ତେ ଯେମିତି ପଥର ହୋଇଯାଆନ୍ତି ହେଲେ କେହି ଥରୁଟିଏ ବୁଝିଲେନି ଏତେ ବଡ ଭୂବନେଶ୍ବର ଟାରେ ଏଇ ଲକ୍ଡାଉନ୍ ଝିଅ ଟାଏ ଜିବ କୁଆଡେ । ସୂର୍ଯ୍ୟ ଙ୍କର ଅନ୍ତିମ କିରଣ ପୃଥିବୀ ଛାଡୁଥାଏ। 


     ହଠାତ୍ ବାଇକ୍ ର ହର୍ଣ୍ଣ ବାଜିଲା ........ଚମକି ପଡିଲା ଲିପ୍ସା ଭାବନା ରାଇଜରୁ ଫେରିଆସି ..... ଚୁପଚାପ ଯାଇ ଆକାଶ ବାଇକ୍ ର ପଛରେ ବସିଗଲା ଖାଲି ଅଭିମାନ ଭରା କଣ୍ଠ ରେ କହୁଥାଏ କେତେ ଲେଟ୍ କରିଦେଲ ଜାଣିଛନା ମୁଁ ତ ପୁରା ଡରିଯାଇଥିଲି । ଆକାଶ କିଛି ନକହି ଗାଡିଟା ଆଗକୁ ବଢାଇଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational