STORYMIRROR

Sunanda Mohanty

Tragedy Thriller

2  

Sunanda Mohanty

Tragedy Thriller

ସମୟ ହାତରେ ଡୋରି

ସମୟ ହାତରେ ଡୋରି

2 mins
66

  ଦିଲ୍ଲୀ ଆସିବା ବେଳେ ଯେତିକି ଦୁଃଖ ଥିଲା ଦିଲ୍ଲୀରୁ ଓଡ଼ିଶା ଫେରିଯିବାର ସୁଖ, ଦିଗୁଣା ଦୁଃଖରେ ପରିଣତ ହେବ ବୋଲି ଭାବିନଥିଲେ କେହି। ଓଡ଼ିଶାରୁ ପିତା ମାତା ଓ ପତ୍ନୀ ଦୌଡ଼ି ଆସିଥିଲେ ପୁଅକୁ ଫେରେଇ ନେବାକୁ, ହେଲେ ପୁଅର ମାନସିକ ସ୍ଥିତି ଠିକ ନଥିଲା, ଓଡ଼ିଶା ଫେରିଯିବା ଶୁଣି ଦିଲ୍ଲୀ କମ୍ପାନୀ ଛାଡ଼ିବାକୁ ପ୍ରସ୍ତୁତ ନଥିଲା ତ ଦରମା ବଢେଇ ରଖିବାକୁ ଚାହୁଁଥିଲା, ସହକର୍ମୀ ବନ୍ଧୁମାନେ କହୁଥିଲେ ରହିଯିବାକୁ, ବନ୍ଧୁତା ଖାତିରରେ। ଆଉ ପୁଅର ଦୋଦୁଲ୍ୟମାନ ପରିସ୍ଥିତି ଅନୁଧ୍ୟାନ କରି, ପିତା ମାତା ଓ ପତ୍ନୀ କୋଉ ମତାମତ ଦେବେ ବୁଝିପାରୁନଥିଲେ କି ଭାବିପାରୁନଥିଲେ।  

   ଶେଷକୁ ଓଡିଶାକୁ ଫେରିଯିବା ନିଷ୍ପତ୍ତି ସିଦ୍ଧାନ୍ତରେ ସବୁ ଜିନିଷପତ୍ର ପ୍ୟାକ ହେଲା , କେତେକ ଆନୁଷଙ୍ଗିକ ଜିନିଷ ପତ୍ର ତ ନିହାତି ଛାଡ଼ିବାକୁ ପଡିବ, କାରଣ ସେସବୁ ଫ୍ଲାଇଟରେ ଯିବା ସମ୍ଭବ ନଥିଲା । ଓଡ଼ିଶା ଫେରିଯିବାକୁ ଚିନ୍ତା କରି ରୋଷେଇବାସ ସରଞ୍ଜାମ ଆଗରୁ ଟ୍ରେନରେ ନିଆସରିଥିଲା ତ ମଗାଯାଉଥିଲା ଖାଦ୍ୟ, ଆଉ ବଳକା ସବୁକୁ କେବେ ଅଳିଆରେ ଫୋପାଡି ଦିଆଯାଇଥିଲା ତ କେବେ କେବେ କୁକୁରମାନଙ୍କ ହାବୁଡ଼ରେ ପଡୁଥିଲା ଚିକେନ କଣ୍ଟା କେତୋଟି।  

   ନିର୍ଦ୍ଦିଷ୍ଟ ସମୟରେ ଓଲା ଟାକ୍ସି ଆସି ଲାଗିଗଲା, ଜିନିଷ ପତ୍ର ଉଠିସାରିବା ପରେ ପୁଅ, ଘରଵାଲା ମଉସାଙ୍କୁ ଚାବି ହସ୍ତାନ୍ତର କରି ଗାଡ଼ିରେ ବସିବାକୁ ଯାଉଛି, କୋଉଠି ଥିଲେ ଡାହାଳ କଳା ଖଇରିଆ କୁକୁର ତିନୋଟି ଚଢ଼ିଗଲେ ପୁଅ ଉପରକୁ, କୁୟୁଁ କୂୟୁଁ ହୋଇ କାକୁତି ମିନତି ହୋଇ ଯେମିତି ନଯିବାକୁ କହୁଥିଲେ, ତାଙ୍କ ପାଖରୁ ପୁଅକୁ ଉଦ୍ଧାର କରିବାକୁ ଯାଇ ବାପା, ମାଆ ଓ ପତ୍ନୀ ଯେତେ ବିସ୍କୁଟ ଇତ୍ୟାଦି ପକେଇଲେ ବି ସେମାନେ ସେ ଦିଗକୁ ଦୃଷ୍ଟି ନଦେଇ ପୁଅକୁ ଛାଡି ଦେଉନଥିଲେ, ତ ପୁଅ ହଠାତ୍ ଦୌଡିଲା ଘରଵାଲା ମଉସାଙ୍କ ପାଖକୁ ଆଉ ଘର କାହାକୁ ଦେଇନଥିବେ ଭଡ଼ା ମୁଁ ପୁଣି ଫେରିବି ଦିଲ୍ଲୀ କହି ଗାଡ଼ିରେ ବସୁଥିଲା ତ, କୁକୁରଗୁଡ଼ିକ ଗାଡ଼ି ଉପରେ ତ କେବେ ଗାଡ଼ି ତଳେ ପଶି ଯୋଉ କାକୁତି ମିନତି କରୁଥିଲେ ତାହା ନଦେଖିଲେ ବିଶ୍ୱାସ କରିହେବନି, ଗାଡ଼ି କୌଣସି ମତେ ଆଗକୁ ଗଡୁଥିଲା ଆଉ ବନ୍ଧୁତାର ନିଦର୍ଶନରେ ଗାଡ଼ି ପଛେ ପଛେ ଦୌଡୁଥିଲେ କୁକୁରଗୁଡ଼ିକ। ପୁଅ ଲାପଟପ୍ କାଢ଼ି କଣ କୁଆଡ଼େ ମେସେଜ କରୁଥିଲା, ତା ମାନସିକ ସ୍ଥିତି ଅବଲୋକନ ଓ ଅନୁଶୀଳନ କରି ବାପା ମାଆ କିମ୍ବା ପତ୍ନୀଙ୍କର ପଚାରିବାକୁ ସାହସ କରିବାକୁ ସମୟ ଦରକାର ଥିଲା l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy