Ashis Kumar Swain

Abstract

5.0  

Ashis Kumar Swain

Abstract

ସ୍ମୃତି

ସ୍ମୃତି

1 min
648


ଜୀବନ ରଙ୍ଗମଞ୍ଚରେ ପ୍ରତିଟି ମୁହୂର୍ତ୍ତ ଓ ପ୍ରତିଟି କ୍ଷେତ୍ରରେ ପ୍ରଥମ କରି ପାଦ ଦେଲେ କିଛି ନା କିଛି ନୂତନ ଅନୁଭୂତି ଆସିଥାଏ । ଘରେ ବୁଲା ବୁଲି ଓ ଖେଳା ଖେଳି କରି ଦିନ ବିତାଉଥାଏ । ଦିନେ ପାଠପଢିବାକୁ ଖଣ୍ଡିଏ ବ୍ୟାଗ୍ ଧରି ବିଦ୍ୟାଳୟକୁ ଯାଇଥାଏ । ବ୍ୟାଗ୍ ରେ ଥାଏ ସ୍ଲେଟ୍ ଓ ଚକ୍ । ଜନ୍ତା ଭିତରେ ପଶିଲା ପରି , ଅଣନିଶ୍ବାସୀ ଅନୁଭବ ,ମନରେ ଭୟ ଓ ଦେହ ହାତ ଥରୁଥାଏ । ସାଙ୍ଗମାନଙ୍କ ସହ ଖେଳିବାକୁ ମଜା ଲାଗେ ଓ ମନରେ ଭୟ ଥାଏ । ଯଦି କେହି ସାଙ୍ଗ ନ ହେବେ ତାହେଲେ ମୁଁ ଖେଳିବି କେମିତି ? ପ୍ରଥମ ଦିନ ସାର୍ ମୋ ଚକ୍ ନେଇଯାଇଥିଲେ । ମାଗିଲି ଦେଲେନି । ମୁଁ ରାଗିଯାଇ ତାଙ୍କ କାନ୍ଧ ଉପରକୁ ଚଢି ମୁଣ୍ଡ ଚୁଟିକୁ ଭିଡି ଦେଲି । ସାର୍ ନ ରାଗି ମୋତେ କୋଳେଇ ନେଲେ ମୁଁ ଆଶ୍ଚର୍ଯ୍ୟ ହେଲି । କହିଲେ ଦୁନିଆଁରେ ତୁ ନିଶ୍ଚେ ଭଲ ପିଲା ହେବୁ । ସାର୍ ଙ୍କ ପଦିଏ କଥା ମୋତେ ଆଗ୍ରହ ଓ ଉତ୍ସାହ ଆଣିଦେଲା ପାଠପଢ଼ିବା ପାଇଁ ।


Rate this content
Log in

Similar oriya story from Abstract