STORYMIRROR

Sunanda Mohanty

Abstract Action Inspirational

3  

Sunanda Mohanty

Abstract Action Inspirational

ସମ୍ପର୍କ

ସମ୍ପର୍କ

3 mins
4

ଛାତ ଉପରେ ସକାଳେ ଓ ସନ୍ଧ୍ୟାରେ ଠିଆ ହୋଇ ମୁକ୍ତ ବାୟୁ ସେବନ କରିବା ସହିତ ଯୋଗ ବାୟାମ କରିବା ଅଭ୍ୟାସ ଥାଏ ଆଭାଙ୍କର. ସେଥିରୁ ଫୁରୁସତ ମିଳିଲେ ଦେଖନ୍ତି କେତେ ବାଲା ମାନଙ୍କୁ ରାସ୍ତାରେ. ଆଇସକ୍ରିମବାଲା, ପାମ୍ପଡ଼ବାଲା, ଚାର୍ଟବାଲା, ଚୁଟିକିଣାବାଲା ଏମିତି ଅନେକ ବିକାଳୀ ଆଉ ତା ଭିତରେ ଜଣେ ସ୍ତ୍ରୀ ଲୋକକୁ ଲୁଗା ମୁଣ୍ଡେଇ ମୁଣ୍ଡେଇ ବିକ୍ରୀ କରୁଥିବାର ଦେଖିବାକୁ ପାଇ କାହିଁକି କେଜାଣି ଖୁବ ଇଛା ହେଲା ତା ଠାରୁ ଖଣ୍ଡେ ଲୁଗା କିଣିବାକୁ ଆଭାଙ୍କର . ତଳକୁ ଯାଇ ଜଗିରହିଲେ ଆଭା. ଗେଟ ଖୋଲି ଭିତରକୁ ଆସି ମୁଣ୍ଡ ଉପରୁ ଲୁଗା ଗୁଡିକ ତଳେ ରଖିବାକୁ ଇତସ୍ତତଃ ହେଲେ ମାଉସୀ ତ ତା ଉଦ୍ଦେଶ୍ୟ ବୁଝିପାରି ମସିଣା ପକାଇଦେଇ ଆଭା ଭାବୁଥିଲେ ଶାଢ଼ୀ ଓ ଲୁଗା ଭିତରର ପ୍ରଭେଦକଥା.ହୁଏତ ଗାଁରେ ସ୍ତ୍ରୀ ଲୋକମାନେ ପିନ୍ଧୁଥିବା ଶାଢ଼ୀକୁ ଲୁଗା କହନ୍ତି ଓ ସହରର ସ୍ତ୍ରୀ ଲୋକମାନେ ପିନ୍ଧୁଥିବା ଲୁଗାକୁ ଆଧୁନିକ ଭାଷାରେ ଶାଢ଼ୀ କୁହାଯାଇପାରେ. ଏମିତି ବି ହୋଇପାରେ ଶାଢୀର ପ୍ରାଚୀନ କଳେବର କସ୍ତା ଏବେ ଲୁଗା ନାମରେ ପରିଚିତ ଯାହା ଶସ୍ତା ସୁଲଭ. ସ୍ତ୍ରୀ ଲୋକଟିକୁ ଦେଖୁ ଦେଖୁ ଶାଢ଼ୀ ଓ ଲୁଗା ଭିତରେ ପ୍ରଭେଦ ପଛରେ ଚିନ୍ତା କରିବେ ଭାବି ଆଭା ଗୋଟେ ପ୍ରଶ୍ନ ବାଢି ବସିଲେ ଲୁଗା ବିକାଳୀ ସ୍ତ୍ରୀ ଲୋକଟିକୁ ତ ଟିକିଏ ଅପ୍ରସ୍ତୁତ ହୋଇ ସେ ବୋଧହୁଏ ଭାବୁଥିଲେ ଲୁଗା ଦେଖ ପସନ୍ଦ କରି ରଖ. ତେଣୁ ତାଙ୍କ ମନଜାଣି ମୁଢ଼ି ମିକ୍ସଚର ଓ ଚା ପରଷି ଦେଇ ନିଜ ପ୍ରଶ୍ନ ଦୋହରାଇଲେ ଆଭା. ଆଛା ଅନ୍ୟ କୌଣସି ଦରବ ନବିକି ଏ ଲୁଗା ବିକି ଲୁଗା ବିକାଳୀ ହେବାକୁ କାହିଁକି ଇଛା କଲେ ମାଆ? ଅପ୍ରସ୍ତୁତ ଅନାଗତ ଲୁଗା ବିକାଳୀ ଖାଦ୍ୟ ଓ ପାନୀୟ ପାଇ ଦଣ୍ଡେ ପ୍ରକୃସ୍ଥିତ ହୋଇସାରିଥିଲେ ସେତେବେଳକୁ ତ ଗୋଟିଏ କାହାଣୀ କହିବି ଶୁଣିବ ମାଆ. ହଁ ନିଶ୍ଚୟ ଶୁଣିବି.କୁହନ୍ତୁ ମାଉସୀ ।

   ସ୍ନେହ ଶ୍ରଦ୍ଧା ସମ୍ମାନ ପାଇଲେ ମଣିଷ ସମୟର ମୂଲ୍ୟ ଭୁଲିଯାଏ ନିଶ୍ଚୟ.ଅର୍ଥାତ ଏଠାରେ ଲୁଗା କିଣା ବ୍ୟତିରେକେ,ଫେରିବା ବେଳ ଉଛୁରୁରେ ବ୍ୟସ୍ତ ବିବ୍ରତ ନହୋଇ ଲୁଗା ବିକାଳୀ କହିଥିଲେ ତେବେ ଶୁଣ ମାଆ. ଗୋଟେ ଦେଶରେ ଜଣେ ରାଜା ଥିଲେ. ତାଙ୍କର ଗୋଟେ ବଡ଼ ଫଳ ବଗିଚା ଥିଲା. ସେଥିରେ ନଡ଼ିଆ, ଗୁଆ, ପଣସ, ସେଓ, ଅଙ୍ଗୁରୁ, ସପୁରୀ ଆଦି ଭିର୍ନ୍ନ ଭିର୍ନ୍ନ ଫଳ ଫଳୁଥିଲା. ମାଳିଟି ସବୁଦିନ କିଛି କିଛି ଫଳ ନେଇ ରାଜଉଆସରେ ଦେଇ ଆସୁଥିଲା.ସେଦିନ ସେ ଅଙ୍ଗୁର ଟୋକେଇଟେ ଧରି ଆସିଥାଏ. ରାଜା ଚିନ୍ତାଗ୍ରସ୍ତ ହୋଇ ବସିଥାଆନ୍ତି. ତାଙ୍କ ସମ୍ମୁଖ ଭାଗରେ ଅଙ୍ଗୁର ଟୋକେଇଟି ରଖି ମାଳି ବସିଥାଏ ତ ରାଜା ଗୋଟେ ଗୋଟେ ଅଙ୍ଗୁର ନିଜ ପାଟିରେ ପକାଇବା ସହ ଆଉ ଗୋଟେ ଗୋଟେ ଅଙ୍ଗୁରକୁ ମାଳି ଉପରକୁ ଫିଙ୍ଗୁ ଥାଆନ୍ତି. ଏମିତି ଅନେକ ଥର ଫୋପାଡିବା ଭିତରେ କେବେ ଅଙ୍ଗୁର ମାଳିର ଆଖିରେ ବାଜୁଥାଏ ତ କେବେ ନାକ, କାନ, ପାଟି, ପିଠି, ବେକ କି ଛାତିରେ. ଯେତେଥର ବାଜୁଥାଏ ମାଳି କହୁଥାଏ ଇଶ୍ୱର ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ. ହଠାତ ରାଜା ଅଟକି ଯାଇ ମାଳିକୁ ପଚାରିଥିଲେ ମୁଁ ତୁମ ଉପରକୁ ଅଙ୍ଗୁର ପିଙ୍ଗୁଛି ଯେ ତାହା ତୁମ ଶରୀରର ବିଭିର୍ନ୍ନ ଅଙ୍ଗରେ ବାଜି କଷ୍ଟ ଦେଉଥିବ ନିଶ୍ଚୟ କିନ୍ତୁ ତୁମେ ପ୍ରତିବାଦ କରିବା ବା ଉଠିଯିବା ବଦଳରେ ପ୍ରତିଥର ଇଶ୍ୱର ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ ବୋଲି କେମିତି କହୁଛ? ମାଳିଟି ଆନୁଗତ୍ୟ ପ୍ରକାଶ କରି କହିଥିଲା ଆଜି ନଡ଼ିଆ, ସପୁରୀ କିମ୍ବା ଅମୃତଭଣ୍ଡା ଭଳି ଫଳ ନଆଣି ଥିବାରୁ ଇଶ୍ୱର ଯାହା କରନ୍ତି ପ୍ରାଣୀର ମଙ୍ଗଳ କରନ୍ତି ବୋଲି କହିଚାଲିଥିଲି ଆଉ ଚଳନ୍ତି ପ୍ରଭୁ ରାଜାଙ୍କୁ ଇଶ୍ୱର ଭାବି ପ୍ରତିବାଦ ବା ଉଠିଯାଇ ନଥିଲି. ରାଜା ଖୁସି ହୋଇ ତାକୁ ଢେର ସାରା ଧନ ଦରବ ଦେଇଥିଲେ.

   ଗପଟି ତ ଖୁବ ମନୋମୁଗ୍ଧକର ଥିଲା କିନ୍ତୁ ଏ ଗଳ୍ପ ସହିତ ତୁମେ ଲୁଗା ବିକାଳୀ ହେବାର କଣ ସାମାଞ୍ଜସ୍ୟ ରହିଛି ବୋଲି ପୁଣି ସନ୍ଦେହ ପ୍ରକଟ କରୁଥିଲେ ଆଭା. ମାଉସୀ ବୁଝେଇଦେଲେ.ଜାତି ଜାତି ଫଳ, ଭିର୍ନ୍ନ ଭିର୍ନ୍ନ ପରିବା ବିକାଳୀ ହୋଇଥିଲେ ସେସବୁ ବିକ୍ରୀ ନହେଲେ ମୁଁ କ୍ଷତି ସହିଥାଆନ୍ତି ନା ମାଆ ଆଉ ନଡ଼ିଆ ଭଳି ଟାଣ ଫଳ ମଧ୍ୟ ପୋଚା ବା ଖୁରୁଡ଼ ହୋଇ ଧୋକା ଦିଅନ୍ତା କିନ୍ତୁ ଏଇ ଲୁଗା ମତେ କେବେ ଧୋକା ଦେଇନି. ବିକ୍ରୀ ଯୋଉଦିନ ହେଉଛି ହେଉ ନହେଲେ ନାହିଁ କିନ୍ତୁ ନଷ୍ଟ ତ ନାହିଁ. ମୁଣ୍ଡରେ ମୁଣ୍ଡେଇ ଯାଇ ହେଉଛି ଏ ସ୍ଥାନରୁ ସେ ସ୍ଥାନକୁ. ଏଥର ଅତି ଆଗ୍ରହରେ ତାଙ୍କ ଠାରୁ ଲୁଗା ଖଣ୍ଡିଏ କିଣି ତାଙ୍କୁ ହିଁ ଉପହାର ଦେଇଥିଲେ ଆଭା ସେଇଟିକୁ . ଖରାପ ଭାବନି ମାଉସୀ. ଝିଅ କଣ ତା ମାଆକୁ ଆଜି ମାତୃ ଦିବସରେ ଲୁଗା ଖଣ୍ଡେ ଦେଇ ପାରିବ ନାହିଁ? ଖୁବ ସତୃଷ୍ଣ ନୟନରେ ଆଭାଙ୍କୁ ଚାହିଁ ଅପସରି ଗଲେ ଲୁଗା ବିକାଳୀ ମାଉସୀ. ଆଭା ସବୁଦିନ ଚାହିଁଥାନ୍ତି ତାଙ୍କ ଆସିବା ପଥକୁ. ଚିରା ଲୁଗା ବଦଳରେ ସେହି ସମ୍ପର୍କର ଲୁଗାଟିକୁ ପିନ୍ଧି ମାଉସୀଙ୍କୁ ଥରେ ଦେଖିବାର ଇଛା ସରି ସରି ଆସୁଥିଲା ସମୟ କ୍ରମେ. ମାଉସୀ ବଦଳରେ ତାଙ୍କ ଗଳ୍ପ ଖୁବ ଆନ୍ଦୋଳିତ କରୁଥିଲା ଆଭାଙ୍କ ମନ ଓ ହୃଦୟକୁ ।


Rate this content
Log in

Similar oriya story from Abstract