Sunanda Mohanty

Action Fantasy Children

4  

Sunanda Mohanty

Action Fantasy Children

ସମ୍ପର୍କ କାହା ପାଇଁ କେତେ ଦୂର କେତେ ପାଖ

ସମ୍ପର୍କ କାହା ପାଇଁ କେତେ ଦୂର କେତେ ପାଖ

2 mins
271


   ଭାରତୀଙ୍କ ପରିବାର ଉପରେ ରହି ତଳ ଟାକୁ ଗୋଟେ ମିଲଟାରୀ ସ୍କୁଲକୁ ଦେଇଦେଇଛନ୍ତି। ପିଲା କହିଲେ ପ୍ରଥମରୁ ଷଷ୍ଠ ପର୍ଯ୍ୟନ୍ତ, ଆଉ ଗୁରୁମା ଚାରି ପାଞ୍ଚ ଜଣ, ଦୁଇଜଣ ସାର। ସେହି ଦୁଇଜଣ ସାରଙ୍କ ଭିତରୁ, ଜଣେ ମୁଖ୍ୟ, କୁନା ସାର। ବହୁତ ବଡ ପାଟି ତାଙ୍କର। ସାଇଲେନ୍ସ କହିଲେ ସତରେ ପିଲା ଚୁପ ହୋଇଯାଆନ୍ତି। ଉପର ଘରେ ଭାରତୀ ଏକୁଟିଆ।ପିଲା ଦୁହେଁ ବାହାରେ ରହି ପଢନ୍ତି। ସ୍ୱାମୀ ଅଫିସ ଗଲା ପରେ, କାମଦାମ ଭିତରେ ଭାରତୀ ତଳ ଖବର ସହ ପିଲାଙ୍କ ଗୁଣୁଗୁଣୁ ସ୍ୱର ଓ ପାଠପଢ଼ା ସବୁ ଶୁଣିପାରନ୍ତି। ଜଣେ ସ୍ତ୍ରୀ ଲୋକ ପ୍ରାୟ ଚାଳିଶ ବୟସର, ଆସି ଷ୍ଟାଫ୍ ମାନଙ୍କ ପାଇଁ ରୋଷେଇ କରେ, ଆଉ ଘର ର କ୍ଲାସ ରୁମ୍ ଗୁଡିକୁ ସଜାଡ଼ି ପରିଷ୍କାର ରଖିବା ସଙ୍ଗେ ଅନ୍ୟ ପିଲାମାନଙ୍କର ମଧ୍ୟାହ୍ନ ଭୋଜନ, ଯିଏ ଯାହା ଘରୁ ଆଣିଥିବେ, କେମିତି ସବୁ ଖାଇବେ, ସେସବୁ ତଦାରଖ କରିବା ଭିତରେ ତାକୁ ଅନ୍ୟ ଗୁରୁମାମାନେ ମଧ୍ୟ ସାହାଯ୍ୟ ସହଯୋଗ କରନ୍ତି।

ଏବେ ସେହି ପରିଚାରିକା ସହ ତା ନାତୁଣୀ ଟିଏ ଆସୁଛି ଯିଏ କି ପ୍ରତି ମୁହୂର୍ତ୍ତରେ ଆଇ ଆଇ ବୋଲି ଖନେଇ ଖନେଇ ଡାକି ଅସ୍ତବ୍ୟସ୍ତ କରେ ସୁକାନ୍ତିକୁ। ପିଲାଟା ଘରେ କାହିଁ ରହିବ, ସ୍କୁଲ ତ ବେସରକାରୀ, ସାର ଓ ଦିଦି ମାନଙ୍କୁ କହି ଅନ୍ୟ ପିଲାଙ୍କ ପାଖେ ବସି ଏ ଫର ଆପଲ, ବି ଫର ବଲ ଇତ୍ୟାଦି ଶିଖିବ ବୋଲି ଭାବି, ସୁକାନ୍ତି ନାତୁଣୀକୁ ନେଇ ସ୍କୁଲ ଆସେ ସିନା, ନାକେଦମ୍ ହୁଏ, ଅନବରତ କହିଲେ ଭୁଲ ହେବନି, ଝିଅଟି ଆଇ ଆଇ ହେଉଥାଏ। କୋଉ ଦିଦି ହେ ଚୁପ କହନ୍ତି ତ କୋଉ ଦିଦି ତାକୁ ଅଣ୍ଟି, ଡାକିବା ଶିଖାଅ କହନ୍ତି। କୁନା ସାର ଦାଣ୍ଡ ପଟେ ଚେୟାର ଟେବୁଲ୍ ପକେଇ ଅଫିସ କାମରୁ ବାଡ଼ି ଖଣ୍ଡେ ଧରି ଉଠି ଆସନ୍ତି ବଡ ପାଟିରେ କହି କହି, କିଏସ ସିଏ, ତ ସୁକାନ୍ତି ନାତୁଣୀ କିଛି ସମୟ ଚୁପ ହୋଇଯାଏ ସତ ହେଲେ ପୁଣି ଆଇ ଆଇ ହୋଇ, ସୁକାନ୍ତି କୁ ରୋଷେଇ କରେଇଦିଏନି। ସମ୍ପର୍କ ର ମୂଲ୍ୟ ନବୁଝି, କୁନା ସାର, ତେଣୁ ତାଙ୍କର ତଥା ଷ୍ଟାଫ୍ ମାନଙ୍କର୍ ଭୂରି ଭୋଜନରେ ଝିଅଟା ବ୍ୟାଘାତ କରିବା ଦେଖି, ସେଇ ଡାଣ୍ଡପଟୁ ଗୋଟେ ବଡ ରଡ଼ି ଦେଇ କିଏସ କହି ଦୁଇଟି ବେତରେ, ତାଳ ଲୟ ସହ ଖୁବ ଜୋରରେ ପିଟି ଚାଲନ୍ତି ବାଡ଼ିରେ ଆଉ ରହି ରହି କହୁଥାନ୍ତି କିଏସ ସିଏ। ତ ପିଲାଟା ଛନିଆଁରେ କିଛି ସମୟ ତୁନି ପଡେ, ତା ପରେ ଯୋଉ କଥାକୁ ସେଇ କଥା। ହେଲେ ଦିଦି ମାନେ ସୁକାନ୍ତି ସହ ମିଶି ପ୍ରସ୍ତୁତ କରିସାରିଥାନ୍ତି ଭୂରି ଭୋଜନ ପୁରୀ ଡାଲମା। ଝିଅଟାକୁ କୋଳେଇ ନେଇ ସୁକାନ୍ତି ଖୁଆଉଥାଏ ନାତୁଣୀକୁ ତାର। ଉପରୁ ବହେ ହସି ହସି ବେଦମ୍ ହୁଅନ୍ତି ଭାରତୀ।



Rate this content
Log in

Similar oriya story from Action