STORYMIRROR

Reeta aparajeeta Mohanty

Inspirational

2  

Reeta aparajeeta Mohanty

Inspirational

ସମ୍ଭାବନା

ସମ୍ଭାବନା

2 mins
594

ବର୍ଷାର ପ୍ରଥମ ଧାର ପରି । ନୂଆ ସକାଳ ପରି ସେ। କଥାରେ କଥାରେ ସେ ମନ ମୋହିନିଏ ନାଁ ତାର ସମ୍ଭାବନା। ଆମେ ଏକାଠି practice କରୁଥିଲେ। ଆଉ ବର୍ଷକ ପରେ ଡାକ୍ତର ହେଇଯିବୁ। ହଟାତ କଣ କଥା ପଡ଼ୁ ପଡ଼ୁ ମୁଁ ତାକୁ ତା ଘର ବିଷୟରେ ପଚାରିଲି ତମେ କେତେ ଭାଇ ଭଉଣୀ। ଘର କଥା କେବେ କୁହନି କଣ ପାଇଁ .........? ଆମେ ପାଞ୍ଚ ଭଉଣୀ ପୁଅ ଆଶାରେ ଏତେ ଲମ୍ବା ଲାଇନ। ମୁଁ ଜନ୍ମ ବେଳେ ମୋ ବାପା ଓ ଜେଜେମା ବହୁତ ମନ ଦୁଃଖରେ ଥିଲେ।ମା କୁ କେତେ ନିନ୍ଦା ଅପବାଦ ଗାଳି ଶୁଣିବାକୁ ପଡିଛି। ପୁଅ ଟିଏ ହେବ ବୋଲି ସେମାନେ କେତେ ପୂଜାର୍ଚ୍ଚନା ମଧ୍ୟ କରିଥିଲେ ବୋଉ କୁହେ। ହେଲେ ମୋ ବୋଉ ମୋ ପାଇଁ ବହୁତ ଲଢେଇ କରିଛି। ମୋ ସବୁ ଭଉଣୀ କମ ପାଠ ପଢ଼ିଛନ୍ତି। ବାପା ବି ଜଲଦି ବାହାଘର କରିଦେଲେ। ନାନୀମାନେ ବି କେହି ଏତେ ଭଲ ପଢୁ ନଥିଲେ। ସେମାନେ ରାଜି ହେଇଗଲେ। ମୁଁ ଛୋଟ ବେଳୁ ବହୁତ ଭଲ ପଢୁଥିଲି। ତେଣୁ ମୁଁ ଆଗକୁ ପଢ଼ିବାକୁ ଚାହିଁଲି।


ସେଦିନ ଘରେ ଝଡ଼ ଉଠିଥିଲା ମୁଁ competitive ଦେବା ଶୁଣି। ହେଲେ ମୁଁ ମେଡ଼ିକାଲ ପାଇଲା ପରେ ସାହି ପଡିଶା ଲୋକଙ୍କ ଅଭିନନ୍ଦନରେ ମୋ ବାପା ବି ଖୁସି ହେଇଥିଲେ। ତାଙ୍କ ରୁକ୍ଷ ମୁହଁରେ ମୁଁ ହସର କ୍ଷୀଣ ରେଖା ଦେଖିଥିଲି। ମୁଁ ଜାଣିଥିଲି ସମ୍ଭାବନା ଏତେ କଷ୍ଟ ସହିଥିବ। ମଣିଷକୁ ଦେଖିଲେ ତା ମନ ଭିତର ପୀଡା ଜଣାପଡେନି। ଏତେ ସଙ୍ଘର୍ଷ କରି ସେ ନିଜ ଲକ୍ଷ୍ୟ ପାଇଛି। ସମୟ କେମିତି ବିତିଗଲା ଜଣା ପଡିଲାନି। ଆମ ବାହାଘର ହେଇ ତିନି ବର୍ଷ ହେଇଗଲାଣି। ଯେହେତୁ ମୋ ପରିବାରର କେହି ବି ନାହିଁlନ୍ତି । ମାମା ତ ନଥଲେ ବାପା ବି ଚାଲିଗଲେଣି। ସମ୍ଭାବନାର ବାପା ମା ବି ଆମ ପାଖରେ। ଆମ ଯାଆଁଳା ଛୁଆ ଦୁଇଟି ତାଙ୍କ ପାଖରେ ବହୁତ ଖୁସିରେ ରୁହଁନ୍ତି। ଗୋଟିଏ ପୁଅ ଗୋଟିଏ ଝିଅ। ବୋଉ ଆସିଲେଣି କଣ ଏତେ ଭାବୁଛ ଜୋଇଁ ପୁଅ। ନା ମା କିଛି ନୁହେଁ।


ଆମେ ଏଠି ରହିଛୁ ତୁମେ ଖରାପ ଭାବୁନତ। ନା ମା ଆପଣ ବାପାଅଛନ୍ତି ବୋଲି ଆମ ମୁଣ୍ଡ ଉପରେ ଆଶୀର୍ବାଦର ହାତ ଅଛି। ସେତେବେଳେ ସମ୍ଭାବନା ପଶିଆସିଲା କଣ ଏତେ ମଜା ମଜା କଥା ହେଉଛି। ମତେ ଛାଡିକି ,ନା ମ ଝିଅ କିଛି ନୁହେଁ। ତୋ ପରି ଝିଅ ପାଇ ଗର୍ବିତ। ଓ ରମେନ ପରି ଜୋଇଁ ପାଇ ତା ଠୁ ବେଶୀ ଖୁସି। ମୋ ଠୁ ବେଶୀ ଖୁସି ମୋ ଜୀବନର ସବୁ ଦୁଃଖ ମିଳେଇଯାଇଛି। ତୋ ବାପା ବହୁତ ବଦଳି ଗଲେଣି। କିଏ ଭାବିଥିଲା ଏମିତି ଦିନ ଆସିବ। ତୋ ଭଉଣୀମାନେ ବି ଭଲ ଅଛନ୍ତି। ମତେ ଆଉ କଣ ଦରକାର। ମୁଁ ବୋଉ କୋଳରେ ମଥା ରଖିଦେଲି। ସେ ବି ମତେ କୋଳେଇ ନେଲା ତୁ ତ ମତେ ନୂଆ ଦୁନିଆ ଦେଖେଇଦେଲୁ। ତୁ ମୋ ସମ୍ଭାବନା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational