Kamal Kumar Dash

Classics

2  

Kamal Kumar Dash

Classics

ସ୍କୁଲ ସାଙ୍ଗ

ସ୍କୁଲ ସାଙ୍ଗ

2 mins
454


   ରତନ ଘରେ ପସୁ ପସୁ ସ୍ତ୍ରୀ ପାଟି କରି କହିଲା ଜାଣିଛ  ତୁମ ସାଙ୍ଗ ମିତା ଦିଦି ଙ୍କର ଆଜି ହାପି ବIର୍ଥ ଡେ | ରତନ ପଚାରିଲା ଆ ରେ ତୁ କେମିତି ଜାଣିଲୁ ? ସେ କହିଲା ଫେସବୁକ ରୁ | ମୁଁ ବି ଦିଦି ଙ୍କୁ ହାପି ବIର୍ଥ ଡେ ଉଇସ କରି ଦେଇଛି | ରତନ ଓକେ ଠିକ ଅଛି | ଟିକେ ରହି ତା ସ୍ତ୍ରୀ ଫୁଣି କହିଲା ଜଣିଛ ଦିଦି ଭୁବନେଶ୍ୱର ଆସିଛନ୍ତି ଓ ଆଜି ପାର୍ଟି ବି ଦେଉଛନ୍ତି | ଓକେ ଦେଖିବା କହି  ଫ୍ରେଶ ହେବାକୁ ଚାଲିଗଲା ରତନ | କିଛି ସମୟ ପରେ କଫି ପିଉ ପିଉ ରତନ ତା ସ୍ତ୍ରୀକୁ ପଚାରିଲା ହେଲେ ମିତା ଆସିଛି ବୋଲି ତୁ ଜାଣିଲୁ କେମିତି |ମୁଁ ତାଙ୍କୁ ଉଇସ କରିବାକୁ ଫୋନ କରିଥିଲି ତ ସେ କହିଲେ | ରତନ କୁ ଚିଡ଼େଇବା ପାଇଁ ତା ସ୍ତ୍ରୀ କହିଲା ,ତମେ ବି ମିତା ଦିଦି ଙ୍କୁ ଟିକେ ଉଇସ କରି ଦେଉନ , ହେଲେ ତାଙ୍କ ପାର୍ଟି ଲିଷ୍ଟ ରେ ତମ ନାଁ ତ ନାହିଁ ? ରତନ କହିଲା ତା ପାର୍ଟି ସିଏ କାହାକୁ ଡାକିବ ସେ ଠିକ କରିବ ,ମୋର କଣ ଯାଉଛି , ହେଲେ ତାକୁ ଉଇସ ତ ଜରୁର କରିବି | ସେ ଫୋନ କଲା ମିତା କୁ ଓ ହାପି ବାର୍ଥ ଡେ କହିଲା | ମିତା ଟିକେ ଗହଳି ଭିତରେ ଥିଲା ବୋଧେ | ବାହାରକୁ ଆସି ରତନ କୁ ବାର୍ଥ ଡେ ଉଇସ ପାଇଁ ଥାଙ୍କସ କହିଲା | ରତନ ର ସ୍ତ୍ରୀ କହୁଥାଏ କେଉଁଠି ଅଛନ୍ତି ଏବେ ପଚାର | ରତନ ପଚାରିଲା ତୁ କଣ ଭୁବନେଶ୍ୱର ଅଶିଚୁ ଓ ପାର୍ଟି କରୁଛୁ ? ସେ ହଁ କହିଲା | ରତନ କହିଲା ମତେ କାହିଁ କି କିଛି କହିନୁ ତ ? ମିତା କହିଲା ଆରେ ମୋ ସ୍କୁଲ ସାଙ୍ଗ ମାନଂକୁ ଡାକିଛି ,ତୁତ କଲେଜ ସାଙ୍ଗ ନ| ? ରତନ ଚୁପ ହୋଇଗଲା ଓ ଓକେ ବାୟ କହି ଫୋନ  ରଖିଲା | 

   ରତନ ର ସ୍ତ୍ରୀ ପଚାରିଲା କଣ ହେଲା ଦିଦି କଣ କହିଲେ ? ରତନ ଧୀରେ କହିଲା ସେ ତା ସ୍କୁଲ ସାଙ୍ଗ ଙ୍କୁ ଡାକିଛି, ଆଉ ମୁଁ ତା ସ୍କୁଲ ସାଙ୍ଗ ନୁହେଁ | ରତନ ର ସ୍ତ୍ରୀ କହିଲା ଓହୋଃ ଦିଦି କଣ କଲେ ?ତମକୁ ଟିକେ ବି ମନେ ପକାଇଲେନି ? ରତନ  କହିଲା ହୋଟେଲ ରେ ଖାଇବାରେ ମୋର ମନ ନାହିଁ ,ତୋର ମନ ଅଛିତ ଚାଲ ସେଇ ହୋଟେଲରେ ଖାଇକି ଆସିବୁ ? ତାର କଣ୍ଠ ତା ଟିକେ ଭାରି ହୋଇଗଲା | ତାର ସ୍ତ୍ରୀ ରତନ ର ମନ ବୁଝି ଚୁପ ହୋଇଗଲା ଓ କହିଲା ତୁମକୁ ଟିକେ ଚିଡ଼ାଇବାକୁ କହୁଥିଲି ,ସରି |


Rate this content
Log in

Similar oriya story from Classics