STORYMIRROR

Rekharani Sahu

Tragedy Action

3  

Rekharani Sahu

Tragedy Action

ସଖୀ

ସଖୀ

6 mins
171

 ବନ୍ଧୁତ୍ୱର ପରିଚୟ ମିଳେ କୃଷ୍ଣ ସୁଦାମା ଙ୍କ ଠାରୁ । ଯେ ସଖା ପାଇଁ ସବୁ କିଛି କରିପାରନ୍ତି। ଜଣେ ସଖାକୁ ଭେଟିବାକୁ ପାଦର କଷ୍ଟ ଭୁଲି ଯାଇଥିଲା ଆଉ ଜଣେ ସଖାର କଷ୍ଟକୁ ଅନୁଭବ କରି ଦ୍ୱାରିକାଧିଷ ହୋଇ ମଧ୍ୟ ନିଜ ବସ୍ତ୍ରରେ ସଖାର ପଦ ପ୍ରଖ୍ୟାଳନ ସ୍ଵହସ୍ତରେ କରି ପୋଛି ଦେଇଥିଲା । ସଖାର ଖୁଦ ଭଜାକୁ ଅତି ଆନନ୍ଦରେ ଅମୃତ ପରି ଶାନ୍ତିରେ, ଖୁସିରେ, ମୈତ୍ରୀ ଭାବରଖି ଖାଇ ଚାଲିଥିଲେ । ଯାହା ସଦା ସର୍ବଦା ହୃଦୟରେ ଆବୃତ । 


      ସେ ବନ୍ଧୁତ୍ୱର ପରିଚୟ କେହି ଦେଈ ପାରିବେନି । କିନ୍ତୁ କଥାରେ ଅଛି ଭାତ ଛାଡ଼ି ହେବ କିନ୍ତୁ ସାଙ୍ଗ ନୁହେଁ । ଦୁନିଆଁରେ ସବୁ ଥାଏ ଯଦି ଗୋଟେ ମଣିଷ ପାଖରେ ଗୋଟେ ବିଶ୍ଵସ୍ତ ବନ୍ଧୁ ଥାଏ । ମୁଁ ବନ୍ଧୁତ୍ୱକୁ ବହୁତ୍ ସମ୍ମାନ କରେ ଆଉ ହୃଦୟରୁ ନିଭାଏ । କିନ୍ତୁ କେବେ କେବେ ଠକି ଯାଏ ତ କେବେ ଥକି ଯାଏ ଆଉ କେବେ ଖୁସିରେ ବିଭୋର ହୋଇ ନିଜ ପାଇଁ ଗର୍ବିତ ଅନୁଭବ କରୁଥାଏ। 


      ମୋର ବହୁତ୍ ଭଲ ସାଙ୍ଗ ଅଛନ୍ତି । କିନ୍ତୁ ମତେ ବହୁତ୍ ଭଲ ପାଉଥିବା ସାଙ୍ଗ ବହୁତ୍ କମ୍ ହେଲେ ସେଇ ମାନଙ୍କ ଭଲପାଇବା ମୋ ପାଇଁ ବହୁତ୍ ବଡ । ନିଜକୁ ଧନ୍ୟ ମନେ କରେ । ଅନେକ ସଖା ସଖୀ ଙ୍କ କଥା ତ ବର୍ଣ୍ଣି ହେବ ନାହିଁ । ତନ୍ମଧ୍ୟରୁ କିଛି  ଆଲୋକପାତ କରିବି । 


      ମୋର ଦ୍ଵାଦଶ ସରିଲା ପରେ ମୁଁ ଗୋଟେ ବର୍ଷ କୋଚିଙ୍ଗରେ ସାରିଦେଲି କିନ୍ତୁ ନିଜ ପରୀକ୍ଷା ଫଳରେ ସନ୍ତୋଷ ନଥିଲା । ତାପରେ ଆରମ୍ଭ ହେଲା ମୋର ଇଞ୍ଜିିୟରିଙ୍ଗ୍ ୨୦୦୮ ମସିହା ସେ୍ଟେମ୍ବର ୨୯ ତାରିଖ ପ୍ରଥମ ଥର ଯାଇ ମୁଁ କଲେଜରେ ଯୋଗ ଦେଇଥିଲି ଛାତ୍ରୀ ହିସାବରେ । ତାପରଠୁ ଆରମ୍ଭ ହେଲା ସଂଘର୍ଷ । ଘରେ ଭଲ ମାର୍କ ନ ଆସିଲେ ଯେ ପିଠିରେ ଗାଡିଆ ନଖୋଳି କାନରୁରକ୍ତ ବାହାରିବ ତାହା ଭଲ ଭାବେ ଜଣା ଥିଲା । ମନ ଲଗେଇ ପାଠ ପଢ଼େ କାହା ସହ କଥା ବାର୍ତ୍ତା ହୁଏନି । ମୋର ଗୋଟେରୋଗ ଥିଲା ବେଶି ଭରସା କରୁଥିବା ସାଙ୍ଗଠୁ ବେଶୀ ଧୋକା ମିଳେ ବୋଲି ମୋ କରମରେ ବୋଧେ ଲେଖାଥିଲା । ସେଇ ଡରରେ କାହା ସହ ବନ୍ଧୁତା ଆରମ୍ଭ କରେନି । ମୋରୁମ୍ରେ ଦୁଇ ସିନିୟରରହୁଥିଲେ । ସେ ଦୁଇ ଦିଦି ବହୁତ୍ ଭଲ ପାଆନ୍ତି ମତେ । ଏମିତିରେ କେତେ ଦିନ କଟିଯାଏ । ତାପରେ ଆମ ବ୍ୟାଚ ଛୁଆ ସବୁ ଖାଇବା ସମୟରେ ଏକାଠି ହୁଅନ୍ତି । ସିନିୟର୍ ଓ ସୁପର ସିନିୟର୍ ସବୁ ବେଳେବେଳେରାଗିଂ କରନ୍ତି । ସେମିତିରେ ଚାଲେ ଦିନ । ଯେହେତୁ ଆମେ ମେସରେରହୁଥିଲୁ ନିଜକୁ ପାଳି ଅନୁସାରେ ମାର୍କେଟ ଯାଇ ପରିବା ଆଣିବାକୁ ପଡେ । ମାସ ସରିଲେ ହିସାବ ହୁଏ ମିଲ୍ ପିଛା କେତେ ଟଙ୍କା ଆଉ ଯାହାର ଯାହା ମିଲ ହେଇଛି ସେଇ ଅନୁସାରେ ପଇସା ଦିଆ ହୁଏ । 


      ସେଇ ଭିତରେ ଭଦ୍ରକର ଗୋଟେ ଝିଅ ମୋ ସହ ଟିକେ ମିଶିବାକୁ ଚାହେଁ । ମୁଁ କଥା ହୁଏ ସିନା ହେଲେ ମନରେ ମୋ ଡର ଥାଏ କି ମୁଁ କାହା ସହ ବନ୍ଧୁତା କରିବିନି କି ପରେ କଷ୍ଟ ପାଇବିନି । ମୁଁ ଜଗିରଖି ଚଳେ । ସେ କିନ୍ତୁ ମତେ ବହୁତ୍ ଭଲ ପାଏ । ଧିରେ ଧିରେ ବନ୍ଧୁତା ବଢେ । ସେ ମୋରୁମ୍ ରେ ଆସି ପଢ଼େ ମୋ ପାଖରେ ବହୁତ୍ ସମୟ ତାର କଟେ । ମତେ କିଏ କଣ କହିଲେ ସେ ଆଗେ ଉତ୍ତର ଦିଏ । କିନ୍ତୁ ଭାରି ପୋଯେଶିଭ ଆଉ କାହା କଥା ହେଲେ ସେ ସହି ପାରେନି ସେ ଭାବେ ମୁଁ ତାକୁ ମୋ ଠୁ ଦୂରେଇ ଦେଉଚି । ପାଗଳି ଟେ ଭାବି ମୁଁ କହେ ଆରେ ସେମିତି କାହିଁ ଭାବୁଚୁ । ମୁଁ ସେମିତି କେବେ ଭାବିନି । ମୁଁ ଦୂତୀୟ ବର୍ଷରେ ଆଉ ଗୋଟେରୁମ୍କୁ ଯାଏ ସେରୁମ୍ରେ ମୋ ବ୍ୟାଚ୍ କିନ୍ତୁ ଅଲଗା ବ୍ରାଞ୍ଚର ଛୁଆରହୁଥିଲେ । ସେମାନେ ମିଶି ପଢା ପଢ଼ି କରନ୍ତି । ମୁଁ ଟିକେ ପଢ଼ାରେ ବ୍ୟସ୍ତ ଯୋଗୁ ବେଶି ସମୟ ଦେଇ ପାରେନି କିନ୍ତୁ ଯେତେ ଚେଷ୍ଟା କଲେ ମୋର ଭଲରେଜଲ୍ଟ ବି ହୁଏନି । ବହୁତ୍ ଦୁଃଖ ଲାଗେ ମନେ ମନେ ଭାବେ ମୋରି ଆଗରେ ଛୁଆରାତିରାତି ଫୋନ୍ରେ ଗପି ପାସ କରିଯାଇଛନ୍ତି ଆଉ ମୁଁରାତିରାତି ଅନିଦ୍ରା ହୋଇ ମୋ ପେପର ଵ୍ୟାକ୍ । 


      ତଥାପି ଚେଷ୍ଟା ଚାଲେ । ସେଇ ସମୟରେ ଗୋଟେ ଫୋନ୍ ଆସେ । ମୁଁ ହାଲୋ କହିଲା ବେଳକୁ ସେପଟେ ସେ ସାଙ୍ଗର ମା । ମୁଁ କହେ ମାଉସି ନମସ୍କାର କେମିତି ଅଛନ୍ତି । ଆଉ ଘରେ ସବୁ କେମିତି ସେକୁହନ୍ତି ହଁ ସବୁ ଭଲ । ତାପର ପ୍ରଶ୍ନ କଣ ହେଇଚି କି ତୁମ ଦୁହିଁଙ୍କର ସେ କାଲି କାନ୍ଦି କହୁଥିଲା ତୁ ତା ସହ କଥା ହଉ ନାହୁଁ । ମୁଁ କହିଲି ମାଉସୀ ସେମିତି କିଛି କଥା ନାହିଁ ମୁଁ ଟିକେ ପଢ଼ାରେ ବ୍ୟସ୍ତ ବୋଲି ବେଶି ସମୟ ଦେଇ ପାରେନି । କିନ୍ତୁ ମୋର ତାକୁ କଷ୍ଟ ଦେବାର କୌଣସି ଇଚ୍ଛା ନାହିଁ । ତାପରେ ଦୁହେଁ ଦୁହିଁଙ୍କ ବନ୍ଧୁତାରେ ପୁରା ଖୁସି । 


      ତା ପର ବର୍ଷ ମାନେ ମୋ ତୃତୀୟ ବର୍ଷର ପଞ୍ଚମ ସେମିଷ୍ଟରର ପରୀକ୍ଷା କିଛି ଦିନ ପୂର୍ବରୁ ମୋ ଦେହ ଭୀଷଣ ଖରାପ ହୁଏ । ମୁଁ ତା ସହ ମେଡିକାଲ ଯାଇଥିଲି କିନ୍ତୁ ମେଡିକାଲରୁ ଫେରିବାରାସ୍ତାରେ ଆମେରିକ୍ସାରେ ଆସୁ । ସେଇରାସ୍ତା ଏତେ ଖରାପ ଧକଡ ଚକଡରେ ମୋ ଦେହ ଆହୁରି ଖରାପ ହେବାକୁ ଲାଗେ । ମୁଁ ଆଉ ମୋ ସାଙ୍ଗ ଆସି ପହଞ୍ଚୁ ମେସ୍ ରେ । ମୋରୁମ୍ ରେ କଷ୍ଟେ ମଷ୍ଟେରାତି ପର୍ଯ୍ୟନ୍ତରହେ । ମୋର ଏକୁଟିଆରୁମ୍ ହେତୁ ଆଉ ଗୋଟେ ସାଙ୍ଗ କହେ ତୁ ଆଜି ମୋରୁମ୍ରେରହ ଯୋଉରୁମ୍ରେ ମୁଁ ଦୂତିୟ ବର୍ଷରହିଥିଲି । ଆଉ ଯଦି କିଛି ଅସୁବିଧା ହୁଏ ଆମେ ମାନେ ଥିବୁ ଆଉ ଏଠି ଏକୁଟିଆ କେହି କିଛି ଜାଣିପାରିବେ ନାହିଁ । ମୁଁ ସେଦିନ ସେ ଆର ସାଙ୍ଗରେରହିଲି । 


      କଥାରେ ନାହିଁ ଯେତେବେଳେ ମରିବାର ଥିବ ତୁମକୁ କିଏ ବଞ୍ଚେଇ ବ ଆଉ ଯେତେବେଳେ ବଞ୍ଚିବାର ଥିବ ତମକୁ କିଏ ମାରିବ । ଠିକ୍ ସେମିତିରାତି ଗୋଟେରେ ମୋ ଦେହ ବେଶି ଖରାପ ହେବାକୁ ଲାଗିଲା । ମୁଁ ଆଉ ଠିଆ ହେବା ଅବସ୍ଥାରେ ନାହିଁ । ଭାଇକୁ ଫୋନ୍ କଲି , ଘରକୁ ଫୋନ୍ କଲି କିନ୍ତୁ କେହି ଫୋନ୍ ଉଠାଉ ନାହାନ୍ତି । ତଥାପି ବାରମ୍ବାର ଫୋନ୍ କରି ଚାଲିଥାଏ । ଘଣ୍ଟେ ପରେ ଫୋନ୍ ଆସିଲା ଜାଣିବାକୁ ପାଇଲି ଜେଜେ ମା ମେଡିକାଲରେ ଆଉ ସବୁ ସେଠି ଅଛନ୍ତି । ମୁଁ କହିଲି ଭାଇ ଆସିବୁ ଯଦି ଆସେ ନହେଲେ ମୁଁ ଆଉ ବଞ୍ଚିବିନି । ଭାଇ କହିଲା ବ୍ୟସ୍ତ ହୋନି ଆମେ ଯାଇ ପହଞ୍ଚୁଛୁ, ତୁ ତମ ମେସ୍ ମାଲିକକୁ କହି ଗାଡ଼ି କରି ମେଡିକାଲ ପଳା । ସେତେବେଳକୁ ସବୁ ସାଙ୍ଗ ମାନେ ଉଠି ମୋରି ପାଖରେରୁଣ୍ଡ ହେଇଥାନ୍ତି । ବହୁତ୍ ସମୟ ପରେ ଗାଡ଼ିର ଆୟୋଜନ ହୁଏ । ମୁଁ ଯୋଉ ସାଙ୍ଗରୁମ୍ କରେ ଥିଲି ତାର କିଏ ଚିହ୍ନା । ମୋ ସେ ସାଙ୍ଗ ଆଉ ଯାହାରୁମ୍ ଥିଲି ସେ ସାଙ୍ଗ ମାଉସୀ ମୁଁ ସବୁ ମେଡିକାଲ ଗଲୁ । ମୁଁ କିନ୍ତୁ ଆଉ ସହ୍ୟ କରିବା ବାହାରେ ଥିଲି । ଆମେ ଆଗେ ଗୋଟେ ଲେଡି ଗାଇନିଂ କ୍ଲିନିଗ ଗଲୁ । ସେଠି ଡାକ୍ତର ନଥିଲେ । ତାଙ୍କର ଷ୍ଟାଫ୍ ଜଣେ କହିଲେ କଣ ଡେଲିଭରୀ କେଶ୍ । ମାଉସୀ କହିଲେ ନା । ମୋ ସାଙ୍ଗ କହୁଛି ତୋ ଆଖିକୁ ଦେଖା ଯାଉନି ଆମେ ସବୁ ଝିଅ ଆସିଚୁ । 


      ତାପର ବ୍ୟବସ୍ଥା ହୁଏ ସରକାରୀ ହସ୍ପିଟାଲ୍ । ଏହି କାଲି ହସ୍ପିଟାଲ୍ ଯୋଉ ସଫାରହୁଛି ସେ ପୁଣି ସରକାରୀ ହସ୍ପିଟାଲ୍ ନକହିବା ଭଲ । ମେଡିକାଲରେ ପହଞ୍ଚିଲା ବେଳକୁ ସେଠି ବେଡ୍ ନାହିଁ କେତେ କଷ୍ଟ ରେ କେତେ ସମୟ ପରେ ତଳେ ଶୋଇବାକୁ ଆୟୋଜନ ହୁଏ । ମୁଁ ମୋ କଷ୍ଟ ସହିବା ବାହାରେ ମୋ ନଖରେ ମୋ ସାଙ୍ଗ ଦୁଇ ଜଣ ହାତକୁ କଣା କରିସାରିଲିଣି । ତାପରେ ମୋ ଦେହରେ ଇଞ୍ଜେସନ ଆଉ ସାଲାଇନ୍ ଲାଗିଲା । ମୁଁ ଆଉ ଜାଣିନି କିଛି । ସକାଳେ ଯେବେ ହୋସରେ ଆସିଲି ସେତେବେଳକୁ ବେଡ୍ ମିଳିଲା । ହଷ୍ଟେଲ ସାଙ୍ଗ ମାନେ ଭେଟି ବାକୁ ଯାଇଥିଲେ । ଆଉ ସେଠୁ ମାଉସୀ ଆଉ ଯାହାରୁମ୍ କରେରହିଥିଲି ସେ ସାଙ୍ଗ ମେସ୍କୁ ପଳି ଆସନ୍ତି । ମୋ ବଡ଼ ଭାଇ ଆଉ ବଡ ଭିଣେଇ ଙ୍କ ଭାଇ ମିଶି ଯାଇ ସେଠି ପହଞ୍ଚନ୍ତି । ଭାଇ ମତେ ଦେଖି କାନ୍ଦି ପକାଏ , ମୁଁ କହେ ଭାଇ ମୁଁ ଭଲ ଅଛି । ଭାଇ ସେ ସାଙ୍ଗକୁ ପଚାରେ କଣ କଣ କହିଛନ୍ତି ଡାକ୍ତର । ସେ ସାଙ୍ଗ ସବୁ ଜଣାଇ ଦିଏ । ଭାଇ ଆଉ ମୋ କଷ୍ଟ ନଦେଖି ପାରି ବାହାରେ ଆସି କାନ୍ଦି କାନ୍ଦି ମାକୁ ଫୋନ୍ କରେ ମା ତୁ ଆଉ ପୁଅ (ମୋ ମଝିଆ ଭାଇ) ପଳିଆସ । ମୁଁ ତାକୁ ଏମିତି ଅବସ୍ଥାରେ ଦେଖି ପାରିବିନି । ମୋ ସାଙ୍ଗ କହେ ଭାଇ କାନ୍ଦନ୍ତୁନି ତାର କିଛି ହେବନି । ତାପରେ ମା ମଝିଆ ଭାଇ ସେଠି ପହଞ୍ଚିଲା ବେଳକୁ ୧୨ଟା ପାଖାପାଖି ହେଇଯାଏ । ମା ମତେ ଦେଖି କାନ୍ଦି ଉଠେ । ମୁଁ ହସି ଦିଏ ସେ ଲୁହ ଲୁଚେଇ ଦେଇ ମୋ ପାଖରେ ବସେ । 


      ସେ ସାଙ୍ଗ କିନ୍ତୁ ସେଇ ମୋ ପାଖରେ ଥାଏ ଭାଇ କହେ ତୁ ମେସ୍ ପଳା ଫ୍ରେସ୍ ହେଇ ହେଲେ ଆସିବୁ । ସେ ଆସି ପୁଣି ମୋ ପାଖକୁ ଯାଏ ।ରାତି ଅନିଦ୍ରା ହେଇରହେ । ହାଇ ଡୋଜ ମେଡ଼ିସିନ ଖାଇ ମୁଁ ପୁରା ପୁରି ସୁସ୍ଥ ନହେଲେ ବି କିଛି ମାତ୍ରାରେ ଭଲ ହୋଇ ସେଠୁ ଘରକୁ ଆସେ । ଘରୁ କିଛି ଦିନ ପରେ ମେସ୍କୁ ଯାଏ । ତାପରେ ଆମ ବନ୍ଧୁତା ଆଜି ଯାଏ ସେମିତି ଅଛି । ବେଳେବେଳେ ସେଥିରେ ପ୍ରଳୟ ଆସି ବଳୟ ସୃଷ୍ଟି ହୁଏ କିନ୍ତୁ ମୁଁ ତାକୁ କେବେ ମୋ ଜୀବନରେ ହରେଇ ବାକୁ ଚାହେଁନି । ସେ ମୋର ପ୍ରିୟ ସଖୀ । ମୁଁ ତାକୁ ବହୁତ୍ ସ୍ନେହ କରେ , କିନ୍ତୁ କେବେ ଜାଣିବାକୁ ଦିଏନି କାହିଁକି ନା ସେ ଯେତେ ଭାବିବ ମୁଁ ତାକୁ ଇମ୍ପୋର୍ଟାନସ୍ ଦୋଉ ନାହିଁ ସେ ପାଖରେ ସେତେ ଆପଣାର ହୋଇରହିବ । ବହୁତ୍ ଭଲ ପାଏ ତତେ । ତୋ ସୁଖ ଦୁଃଖର ସବୁ ଅବସ୍ଥାରେ ମୁଁ ତୋ ସହରହିବି ବୋଲି ତ କଥା ଦେଇ ପାରିବିନି କିନ୍ତୁ ସବୁବେଳେ ତୋ ସହ ମୋ ହୃଦୟର ଭଲ ପାଇବା ଆଉ ଆମର ଏ ବନ୍ଧୁତା ଚିର ଦିନ ହୃଦୟରେ ସାଇତି ହୋଇରହିଛି ଆଉରହିଥିବ ବୋଲି ଭାବୁଚି ଲୋ "ସଖୀ" ।


ବି: ଦ୍ର:- ଆଜି ଗୋଟେ ବନ୍ଧୁ ତା ସଖୀ ବିଷୟରେ ଲେଖିବାର ସୁଯୋଗ ପାଇଛି । ଯଦି କିଛି ତୃଟି ଥାଏ ତେବେ କ୍ଷମା କରିବେ । ଆମ ଜୀବନର ଚଲାପଥରେ ଘଟୁ ଥିବା ପ୍ରତ୍ୟେକ କଥା ଅନ୍ୟ ପାଇଁ କାହାଣୀ ଆଉ ଆମ ପାଇଁ ଜୀବନ ଚାହାଁଣି ହୋଇଥାଏ । 



Rate this content
Log in

Similar oriya story from Tragedy