ସିଙ୍ଘାଣୀ ନାକି
ସିଙ୍ଘାଣୀ ନାକି
ଡାକ୍ତର ବାବୁ ଚୁମ୍କିର ରୂପ, ଗୁଣ, କଥାବାର୍ତା ଓ ଚାଲିଚଳନ ଦେଖି ତାକୁ ମନେ ମନେ ପସନ୍ଦ କରିଥିଲେ । ହେଲେ ମନ କଥା କହିବାକୁ କାହାକୁ ସାହସ କରିପାରୁ ନଥିଲେ । କିଛି ଦିନ ପରେ ହଠାତ୍ ଦିନେ ସଂଧ୍ୟାରେ ସେ ତାଙ୍କ ଡାଡି ମମିଙ୍କୁ ସାଥୀରେ ଧରି ଚୁମ୍କିଙ୍କ ଘରେ ପହଂଚିଲେ । ସମସ୍ତଙ୍କର ପସନ୍ଦ ହେବା ପରେ ଡାକ୍ତର ଅବିନାଶଙ୍କ ବାପା ହସି ହସି ବାମଦେବ ଓ ସରଳା ଦେବୀଙ୍କୁ ଲକ୍ଷ୍ୟ କରି କହିଲେ – “ଆପଣମାନେ ପରା କହୁଥିଲେ ଏଇ ‘ସିଙ୍ଘାଣୀ ନାକି’ ଝିଅକୁ କେହି ବୋହୂ କରିବା ପାଇଁ ରାଜି ହେଉ ନାହାନ୍ତି । କିନ୍ତୁ ଆମେ ସମସ୍ତେ ରାଜି । ଆଜିଠାରୁ ଆପଣଙ୍କ ଝିଅ ଆମ ଘରର ବୋହୂ ହେଲା ବୋଲି ଜାଣ । ହଁ, ଆଉ ଗୋଟେ କଥା । ମୁଁ ଭାବୁଛି ଆସନ୍ତା ତିଥୀରେ ବାହାଘର କାମଟା ସାରିଦେବା ।” ଏତେ ଦିନ ପରେ ଝାଟିମାଟିର ସେହି ଘରଟା ମଧ୍ୟରେ ସମସ୍ତଙ୍କ ମୁହଁରୁ ଖୁସିରେ ହସର ଲହରୀ ଖେଳିଯାଇଥିଲା ।