STORYMIRROR

Bidulata Sahoo

Inspirational Children

3  

Bidulata Sahoo

Inspirational Children

ସିଗାରେଟ

ସିଗାରେଟ

1 min
251

ଲକ୍ ଡାଉନ ପାଇଁ ପିଲାମାନେ ଏବେ ସ୍କୁଲ୍ ଯାଉନାହାନ୍ତି ।ଆମ କଲୋନୀର କେତେଜଣ ସ୍ତ୍ରୀ ଲୋକ ମୋତେ କହିଲେ ଆପଣତ ଜଣେ ଶିକ୍ଷୟିତ୍ରୀ ଆମ ପିଲାଙ୍କୁ ଟିକିଏ ଦେଖନ୍ତେନି । ମୁଁ ତାଙ୍କ କଥାରେ ରାଜିହେଲି ।


ପିଲାମାନେ ଆସନ୍ତି ଓ ପଢିସାରି ଯାଆନ୍ତି ।ଦିନେ ଗୋଟିଏ ଝିଅ ଟିକିଏ ଆଗୁଆ ଆସିଲା ।ସେ ମୋତେ କିଛି କହିବ କହିବ ବୋଲି ମୋତେ ଲାଗିଲା ।ମୁଁ ପଚାରିଲି କଣ କହିବୁ ?ସେ କହିଲା ଗୁରୁମା ଆମସାଥିରେ ଯେଉଁ ଦିପୁ ଆସୁଛି ସେ ତା ବ୍ୟାଗରେ ସିଗାରେଟ ଆଣୁଛି ।ବାଟରେ ଖାଉଛି ।ମୁଁ କହିଲି ହଉ ବୁଝିବା ।


ପାଠ ପଢିସାରି ଗଲାବେଳକୁ ମୁଁ ଜାଣିଜାଣି ଦିପୁକୁ ଟିକିଏ ଅଟକେଇ ତା ବ୍ୟାଗ୍ ଦେଖିଲି ।ସତରେ ଅଧାପୋଡା ସିଗାରେଟ୍ ଟିଏ ପାଇଲି ।ମୁଁ କହିଲି ଏଇଟା କଣ ?ସେ ଡରିଯାଇ କହିଲା ଗୁରୁମାମୋ ବାପା ସିଗାରେଟ୍ ଖାଆନ୍ତି ସେ ଖାଇସାରି ପକେଇଦେଲା ପରେ ମୁଁ ତାକୁ ଟାଣେ ।ତା ଧୁଆଁକୁ ଉପରକୁ ଗୋଲଗୋଲ କରି ଛାଡିବାକୁ ମୋତେ ଭାରି ଭଲ ଲାଗେ ।


ସିଗାରେଟର ଅପକାରିତା ବିଷୟରେ ତାକୁ ବୁଝେଇଲା ପରେ କହିଲି ତୋ ବାପାଙ୍କୁ ଟିକିଏ କହିବୁ ଆସିବେ ।ରାତିକୁ ତା ବାପା ଆସିଲେ ।ମୁଁ ତାଙ୍କୁ ସବୁ କହିଲି ।ସେ ଲଜ୍ଜିତ ହୋଇ ତଳକୁ ମୁହଁ ପୋତି ଚାଲିଗଲେ ।


ସାତଦିନ ପରେ ସେ ପୁଣି ଆସିଲେ ।ଏଥର ସେ ତଳକୁ ନୁହେଁ ମୋ ମୁହଁକୁ ଚାହିଁ ପଚାରିଲେ ଦିପୁ ଆଉ ସିଗାରେଟ୍ ଖାଉଛି ?


ମୁଁ କହିଲି ନା କିନ୍ତୁ କେମିତି ?ସେ କହିଲେ ମୁଁ ଆଉ ସିଗାରେଟ ଖାଉନି ।ଆପଣଙ୍କୁ ବହୁତବହୁତ ଧନ୍ୟବାଦ ।ମୋ ପୁଅକୁ ଠିକ୍ ସମୟରେ ଅବାଟକୁ ଯିବାରୁ ରକ୍ଷା କରିଦେଲେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational