STORYMIRROR

ପ୍ରଶାନ୍ତ କୁମାର ବିଦ୍ୟାଧର

Abstract Romance Others

4  

ପ୍ରଶାନ୍ତ କୁମାର ବିଦ୍ୟାଧର

Abstract Romance Others

ଶ୍ୟାମଳୀ

ଶ୍ୟାମଳୀ

9 mins
428


       "ସୁଖ ସେମାନଙ୍କୁ ମିଳି ନଥାଏ ଯେଉଁମାନେ ନିଜ ସର୍ତ୍ତ ରେ ଜିତିଥାଆନ୍ତି , ପ୍ରକୃତରେ ସୁଖ ତ ସେମାନଙ୍କୁ ମିଳିଥାଏ ଯେଉଁମାନେ ଅନ୍ୟର ଖୁସିପାଇଁ ନିଜ ଜୀବନର ସର୍ତ୍ତ କୁ ବଦଳାଇ ଦେଇ ଥାଆନ୍ତି !! ବଞ୍ଚି ଥାଆନ୍ତି କେବଳ ଅପେକ୍ଷିତ ମଣିଷ ପାଇଁ । ହସ ଲୁହ ଓ କୋହ କେବଳ ତାଙ୍କରି ପାଇଁ ନିଶ୍ଚର୍ଗିକୃତ । ତେବେ ଆସନ୍ତୁ ମୋ ଦୁନିଆ କୁ ଦେଖନ୍ତୁ ପ୍ରକୃତରେ ସୁଖ ଓ ଶାନ୍ତି କାହାକୁ କୁହାଯାଏ ..??


      "ଏ ସଂସାରରେ ସବୁଠାରୁ ବଡ଼ ସମ୍ପରି ହେଉଛି ନିଜର ବୁଦ୍ଧି , ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ହେଉଛି ଧୌର୍ଯ୍ୟ , ସବୁଠାରୁ ଭଲ ସୁରକ୍ଷା ହେଉଛି ବିଶ୍ବାସ , ସବୁଠାରୁ ଭଲ ଔଷଧ ହେଉଛି ହସ . ଆଉ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଏସବୁ ନିଶୁଳ୍ମରେ ମିଳିଥାଏ ! କିନ୍ତୁ ଏଇ ମଣିଷ ସ୍ବାର୍ଥ ପାଇଁ ସବୁ କିଛି ହରାଇ ଥାଏ ।


     ସ୍ମାର୍ଟ୍ ସିଟି ଭୁବନେଶ୍ୱର । ଏଠାରେ ୯ ତାଲା ବିଶିଷ୍ଟ ଗୃହ ଦେଖେଇ ଟଙ୍କା ଲୁଟ୍ କରିବା ଭଳି ଲୋକମାନେ ଅଛନ୍ତି ।ଭାରତର ପ୍ରାୟ ବିଶିଷ୍ଟ ବିଶିଷ୍ଟ ସ୍ଥାନରୁ ଲୋକମାନେ ନିଜ ନିଜର ଆଧିପତ୍ୟ ବିଛାଇ ରଖିଛନ୍ତି । ଓମ୍ ଙ୍କ ପାଇଁ ଏଇ ସହର ସମ୍ପୂର୍ଣ ନୂଆ ।


      ପିଲାଟି ଦିନରୁ ଇସ୍ପାତ୍ ନଗରୀ ରେ ରହି ଆସିଥିବା ପିଲା ଏଠାରେ କିପରି ଚଳିବ । ରାଉରକେଲା କଥା ଅଲଗା କିନ୍ତୁ ଭୁବନେଶ୍ୱର କଥା କିଛି ନିଆରା । ତେଣୁ ରାଜୀବ ବାବୁ ଆଗୁଆ ଫୋନ୍ କରି ବନ୍ଧୁ ରଞ୍ଜନ ଙ୍କୁ ଜଣେଇ ଦେଇଛନ୍ତି । ଅନେକ କଷ୍ଟ୍ ପରେ ଓମ୍ ଙ୍କୁ ନୂଆ ଜାଗାକୁ ବଦଳି ହେଇଛି । କିପରି ଖାଇବ , ପିଇବା ସବୁକିଛି ନିଜକୁ କରିବାକୁ ପଡ଼ିବ । ଓଡ଼ିଶା ର ପାଣି ପବନରେ ବଢିଛନ୍ତି ସତ କିନ୍ତୁ ଗାଁ କୁ କେବେ ଆସିନଥିଲେ । ଭୁବନେଶ୍ୱର ରେ ଯଦି ଵା' ନିଜର ପୈତୃକ ସଂପତ୍ତି ଅଛି ତଥାପି କେବେ ଆସି ରହିବା ପାଇଁ ମଉକା ମିଳିନି । ବହୁତ ବର୍ଷ ପରେ ପ୍ରଥମଥର ପାଇଁ ଚାକିରି କରିବାକୁ ଆସିଛନ୍ତି ।


        ପ୍ରଥମ ଦିନ ରେ ;"ରୂପାଲୀ ଙ୍କ ସହିତ ଅଫିସ୍ ରେ ଭେଟ ହେଇଛି ଓମଙ୍କର। ଗୋଟିଏ ଅଫିସ୍ ରେ ଚାକିରୀ କରନ୍ତି ଦୁହେଁ। । ରୂପାଲୀ ଦେଖିବାକୁ ବହୁତ୍ ସୁନ୍ଦର । ରଙ୍ଗ ଅବଶ୍ୟ ଟିକେ କମ୍ କିନ୍ତୁ ଶରୀର ଗଠନ ରେ ବହୁତ ଭଲ । ରୂପାଲୀ ଙ୍କ ଚାହାଣୀ ରେ ସତେ ଯେପରି ଯାଦୁ ଅଛି । ନଦେଖିଲା ଲୋକ ବୁଲି ବୁଲି ଦେଖିବ । ସେଇ ମୃଗ ନୟନି ଙ୍କ ମହାନୀୟ ରୂପ ବର୍ଣ୍ଣନା କରିବାକୁ ବୋଧ ହୁଏ କବିଙ୍କ କଲମ ମୁନରେ ଶବ୍ଦର ପୁଞ୍ଜ କମ ପଡିଯିବ ଆଉ ଗାଳ୍ପିକଙ୍କ ଲେଖନୀ ମୁନରେ ଶବ୍ଦକୋଷ ବୋଧ ହୁଏ ରିକ୍ତ ପରି ଜଣା ପଡେ ।


       ଯେମିତି ନାମ ସେମିତି ଗୁଣ , ଶାନ୍ତ , ସରଳ , ସୌମ୍ୟକାନ୍ତି ଚେହେରା , ଚନ୍ଦ୍ର ବଦନୀ , କୁନ୍ଦ୍ର ବେଶିନୀ । ଚୁଟି ଗୁଡାକ କଳା ନାଗୁଣୀ ସଦୃଶ୍ୟ ଆଣ୍ଠୁ ତଳକୁ ପଡିଛି । ଅଧରରେ ଲୋପିତ ଗୁଲାବି ରଙ୍ଗ ବେଶ୍ ମାନୁଛି । ସେଇ ଓଠ କୁ ଦେଖି ବୋଧ ହୁଏ ସଦ୍ୟ ପ୍ରସ୍ଫୁଟିତ ଗୋଲାପ କଢି ଲାଜେଇ ଯିବ । ଅଣ୍ଟା ରୁ ଛାତିର ଭାଗ ଓସାରିଆ । ସ୍ତନ ଦୁଇଟିର ଆକୃତି ଅତିସୁନ୍ଦର ଗୋଲାକାର , ମଧ୍ୟମ ଧରଣର ସ୍ବାସ୍ଥ୍ୟ । ସୁଥଳ ବକ୍ଷଜ । ପତଳା କଟି । ଗଜ ଗlମୀନି , ମୃଦ୍ୟୁ ଭାସିନି କୋମଲଙ୍ଗି ସତରେ ଯେପରି ଲଗୁଥlନ୍ତି ରାଜକୁମାରୀଙ୍କ ଭଳି । ମୁଁ କିଛି କ୍ଷଣ ପାଇଁ ଦେଖି ଟେରା ହେଇଗଲି । ମନ୍ ପଡ଼ିଗଲା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ବୈଦେହୀଶ ବିଳାସ ର ଅଷ୍ଟମ ଛାନ୍ଦ ର କିଛି ଅଂଶ.


"ବଇଦେହୀ ଯେ ସୁନ୍ଦରୀବ୍ରଜେ


ଅମୂଲ୍ୟ ଚୂଡ଼ାମଣି ।


ବର୍ତ୍ତମାନ ସେ ଭୂତ ଭବିଷ୍ୟେ


ନାହିଁ ନୋହିବ ପୁଣି ।""


—ଅଷ୍ଟମ ଛାନ୍ଦ, ବୈଦେହୀଶ ବିଳାସ


      ମୋ କଳ୍ପନାର ଇନ୍ଦ୍ରଜାଲ କମ୍ ପଡ଼ିଗଲା । ଥକା ମାରି ବସିପଡ଼ିଲି । ଛାଡନ୍ତୁ ଓମ୍ ଙ୍କ କଥା ପାଖରେ ସହକର୍ମୀ ହିସାବରେ ମୁଁ ଥାଏ କିନ୍ତୁ କେବେ କିଛି ଭାଵନା ମନରେ ଆସିନଥିଲା । ଓମ୍ ବାବୁ ଆସିଲା ପରଠାରୁ ରୂପାଲୀ ମାମ୍ ଟିକେ ବ୍ୟସ୍ତ ଲାଗୁଥିଲେ । ଟିକିଏ କଣ ହେଇଗଲେ ସେ ଦୌଡ଼ି ଆସନ୍ତି ଓମ୍ ବାବୁଙ୍କ ପାଖକୁ । ସକାଳର ସୁପ୍ରଭାତ ମେସେଜ ଠାରୁ ଆରମ୍ଭ କରି ରାତ୍ରିର ଶୁଭ ରାତ୍ରୀ ପର୍ଯ୍ୟନ୍ତ ଟିକିନିଖି ଖବର ବୁଝି ନିଅନ୍ତି ସେ କିନ୍ତୁ କେବେ ଓମ୍ ବାବୁ ତାଙ୍କୁ ଭାଉ ଦିଅନ୍ତି ନାହିଁ , ବୋଧହୁଏ ତାଙ୍କ ପ୍ରେମିକା ଅତ୍ୟନ୍ତ ସୁନ୍ଦର । ଅଫିସ୍ ଶେଷ ହୁଏ ସନ୍ଧ୍ୟା ୬ ଟା ରେ କେତେଥର ରୂପାଲୀ ମ୍ୟାମ୍ ଗୁପଚୁପ ଖାଇବାକୁ ଡାକିଛନ୍ତି କିନ୍ତୁ ଓମ୍ କେବେ ଯାଇ ନାହାନ୍ତି ।


        ଏଇ ପ୍ରେମ ବଡ ଅଦ୍ଭୁତ ଅଟେ । ଯେମିତି ଜନ୍ମ ମୃତ୍ୟୁ ଚକ୍ର ଅଛି ଠିକ୍ ସେହିପରି । ଜଣେ ଜଣକୁ ଅନନ୍ୟ ପ୍ରେମ କରୁଛି କିନ୍ତୁ ସାମ୍ନା ବାଲା ଆଉ କାହାକୁ । ପୁଣି ସାମ୍ନା ବାଲା ତାର ସାମ୍ନା ବାଲାକୁ । ପରିଶେଷରେ ଏହା ଏକ ଚକ୍ରରେ ବଦଳି ଯାଉଛି । ଏମିତି କାହିଁକି ହୁଏ କେଜାଣି ?? ଏଇ ପ୍ରେମ ପାଇଁ କଣ ଆବଶ୍ୟକ ସୁନ୍ଦର ଚେହେରା ନା ଆବଶ୍ୟକ ଗୋଟିଏ ସୁନ୍ଦର ହୃଦୟର । ବେଳେବେଳେ ମୁଁ ଏଇ ଚକ୍ର କଥା ଭାବି ଭାବି କ୍ଳାନ୍ତ ହେଇପଡେ । ସତରେ ବଡ଼ ଅଜବ ...! କାହିଁକି ଏଇ ପୁଅ ଝିଅ ମାନେ ଜଣେ ଜଣଙ୍କ ପଛରେ ପଡିଥାନ୍ତି । ଯିଏ ତୁମକୁ କେବେ ବୁଝିନାହିଁ । ତୁମକୁ କେବେ ସମୟ ଦିଏ ନାହିଁ । ବହୁତ କଷ୍ଟ ହୁଏ ଯେତେବେଳେ ତୁମେ କାହାକୁ ପ୍ରେମ କରୁଛ ଆଉ ସେ ଜଣକ ଅନ୍ୟ କାହା ପ୍ରେମରେ ପଡି ନିରବୀ ଯାଇଥାଏ । କଷ୍ଟ ପାଇଥାଏ । ଆଉ ତୁମ ପ୍ରେମିକା/ ପ୍ରେମିକ ର କଷ୍ଟ ତୁମେ ସହ୍ୟ କରିବା କଠିନ ହୁଏ ।


        ସମୟ ସହିତ ଚାଲିବା ଜରୁରୀ ନୁହେଁ,ସତ୍ୟ ସହ ଚାଲନ୍ତୁ ସମୟ ଆପେ ଆପେ ଆପଣ ଙ୍କ ସହ ଚାଲିବ। ପ୍ରକୃତ ସମ୍ପର୍କ କିଛି ମାଗେ ନାହିଁ, କେବଳ ମାଗେ ଟିକେ ସମୟ ଆଉ ଭଲ ପାଇବା କିନ୍ତୁ ପ୍ରତିବଦଳରେ ମିଳୁଛି କଣ...??


      ବିତି ଯାଇଛି ଅନେକ ମାସ । ରୂପାଲୀ ଓ ଓମ୍ ଠିକ୍ ଭାବରେ ଚାକିରୀ କରୁଛନ୍ତି ତଥା ଗୋଟିଏ ଘରେ ରହୁଛନ୍ତି କିନ୍ତୁ ଓମ୍ ଙ୍କ ମନରେ ରୂପାଲୀ ଙ୍କ ପ୍ରତି ନାଁ' ଅଛି ପ୍ରେମ ନା ସଦଭାବନା । ଦୁଇଜଣଙ୍କ ପାଖରେ ଦୁଇଟି ରୁମ । ଘରକୁ ଯିବା ପରେ ଓମ୍ ତାଙ୍କ ପ୍ରେମିକାଙ୍କ ସହିତ କଥା ହୁଅନ୍ତି ଏବଂ ରୂପାଲୀ ତାଙ୍କ ଭାବି ସ୍ଵାମୀଙ୍କ ସହିତ । ଏପରି ପ୍ରେମ ଯେ ଅନେକ ବର୍ଷ ପୂର୍ବେ ହେଇଥିଲା ଏଇ ୮ କି ୯ ବର୍ଷ ବୟସରେ । ଯେତେବେଳେ ଓମ୍ ଙ୍କ ବୟସ ୯ ଆଉ " ଶ୍ୟାମଳୀ" ଙ୍କ ବୟସ ୮ । ତା ' ପରଠାରୁ କେହି କାହାକୁ ଦେଖି ନାହାଁନ୍ତି । ଶ୍ୟାମଳୀ ଅବଶ୍ୟ ଜାଣିଛନ୍ତି ଓମ୍ ଙ୍କୁ କିନ୍ତୁ ଓମ୍ ଶ୍ୟାମଳୀ ଙ୍କ ସହିତ କେବଳ ଫୋନ ଯୋଗେ କରି କେବେ କେବେ କଥା ହୁଅନ୍ତି । କିଏ ବା ଭୁଲିଛି ପ୍ରଥମ ପ୍ରେମକୁ ।


      ଅଫିସ ରୁ ଫେରିଲେ ଦୁହେଁ । ଯିଏ ଯାହାର ପ୍ରକୋଷ୍ଟ ମଧ୍ୟରେ ପ୍ରଵେଶ କରିଲେ । ଓମ୍ ଫୋନ୍ କରିଛନ୍ତି ଶ୍ୟାମଳୀ(ରୂପାଲୀ)ଙ୍କୁ ।


ଓମ୍ _ ହାୟ ... କଣ କରୁଛନ୍ତି ??


ରୂପାଲୀ _ କଣ ଆଉ କରିବି । ଘର କାମରେ ସମୟ କୁଆଡୁ ମିଳୁଛି , କିଛି କରିବା ପାଇଁ ।


ଓମ୍_ ଏଇ ଶାଢୀ ଟା ରେ ତୁମେ ବହୁତ ବଢିଆ ଲାଗୁଛ । ଆଉ ଏଇ ଫ୍ଲୋରାଲ ଶାଢ଼ୀ ଭଲ ଲାଗୁଛି ମଧ୍ୟ ।


ଷ୍ଟାଇଲ ବି ଖୁବ୍ ସୁନ୍ଦର...!!


ଆଖି ଦୁଇଟି କିଛି କହୁଛି । ଓଠ କିଛି କହୁଛି । ହୃଦୟର କିଛି ବ୍ୟଥା ଆଖି ବୟାନ କରୁଛି , ସତ କହିବାକୁ ଗଲେ ଆଜି କିଛି ନହଲେ ବି ୫୦୦ ଥର ଦେଖିଲlଣି ତୁମ ଚେହେରା । ସତରେ ତୁମେ ମୋ ହୃଦୟର ସେଇ ଚତୁରଙ୍ଗିଣି ସେନାର ସେନାପତି ।


ରୂପାଲୀ _ କିନ୍ତୁ ଓମ୍ .... ଏଇଟା ...!! ଆଛା କାହାକୁ ଦେଖିଛନ୍ତି କହିଲେ ..?


ଓମ୍_ ତୁମକୁ ପ୍ରିୟେ ।


ରୂପାଲୀ _ଓମ୍ ଏଇ ଫୋଟୋ ମୋର ନୁହେଁ , ମୁଁ ଦେଖିବାକୁ ଅସୁନ୍ଦର ...! ଶ୍ୟାମଳ ବର୍ଣ୍ଣ । ସେଥିପାଇଁ ସମସ୍ତେ ମୋତେ ଶ୍ୟାମଳୀ ବୋଲି କୁହନ୍ତି ..! ଏଇ ଫୋଟୋ ମୋର ଗୋଟିଏ ସlଙ୍ଗର।


       ରୂପାଲୀ ଅନେକ ସମୟ ଓମ୍ ଙ୍କ ସହିତ କଥାବାର୍ତ୍ତା କରୁଛନ୍ତି , ପାଖରେ ରହୁଛନ୍ତି କିନ୍ତୁ ନିଜର ସେଇ ପ୍ରେମିକ କେବେ ଚିହ୍ନିବା ପାଇଁ ପ୍ରୟାସ କରି ନାହାନ୍ତି । ମନରେ କଷ୍ଟ ଅନେକ । ପିଲାଟି ଦିନରୁ ଅନେକ ଝଡ଼ ଝଞ୍ଜା ସହି ଆସିଲେଣି । ବାପାଙ୍କ ବଦଳି ହେବା ଦିନରୁ ସେ ପାଠ ପଢା ପାଇଁ ଅଲଗା ରହିଲେ ଆଉ ପରେ ଚାକିରୀ ପାଇଁ । ବହୁତ ଥର ଇଚ୍ଛା ହେଇଛି ଓମ୍ ଙ୍କ ସହିତ ଦେଖା କରିବା ପାଇଁ କିନ୍ତୁ ଏବେ ଓମ୍ ପାଖରେ ଥାଇ ମଧ୍ୟ ନିଜର ନୁହନ୍ତି । କାରଣ ଓମ୍ କେବଳ ପ୍ରେମ କରୁଛନ୍ତି ତାଙ୍କର ସେଇ ପିଲାଦିନର ସାଙ୍ଗ "ଶ୍ୟାମଳୀ" ଙ୍କୁ । ରୂପାଲୀ ଙ୍କୁ ନୁହେଁ ??


     ଦିନ ପରେ ଦିନ ବିତି ଯାଇଛି ।" ଶ୍ୟାମଳୀ" ଅନେକ ଥର ଚେଷ୍ଟା କଲେଣି କିନ୍ତୁ ସବୁ ବିଫଳ । ଦିନେ ଫୋନ୍ ରେ ଓମ୍ ଙ୍କ ସହିତ କଥା ହେବା ସମୟରେ ଓମ୍ କହିଲେ "ଶ୍ୟାମଳୀ " ମୁଁ ତୁମକୁ ଅନନ୍ୟ ପ୍ରେମ କରୁଛି କିନ୍ତୁ ଅନେକ ବର୍ଷ ବିତି ଗଲାଣି ଆମେ ପରସ୍ପରକୁ ଦେଖା ବି ' ହେଇ ନାହେଁ । ବହୁତ୍ ଇଚ୍ଛା ହେଉଛି ତୁମକୁ ଦେଖିବାକୁ । ଶ୍ୟାମଳୀ କହିଲେ ଓମ୍ ମୁଁ ତୁମ ହୃଦୟରେ ଅଛି ଏଇଟା ସତ୍ୟ । ତୁମେ ଚାହିଁଲେ ମୋତେ ଏବେ ଦେଖା କରି ପାରିବ । ମୁଁ ବି ତୁମକୁ ବହୁତ୍ ପ୍ରେମ କରୁଛି ଓମ୍ କିନ୍ତୁ ତୁମ ସାମ୍ନାକୁ ଯିବାକୁ ସାହସ ପାଉନି । କାଳେ , ମୋତେ ଦେଖି ତୁମେ ଚିହ୍ନିପାରିବ କି ନାହିଁ ?? ମୁଁ ଦେଖିବାକୁ ଅସୁନ୍ଦର , ତୁମ ମନର ମାନସୀ ଶ୍ୟାମଳୀ ବହୁତ୍ ସୁନ୍ଦର୍ , ମୁଁ ନୁହେଁ ଓମ୍ । ମୁଁ କଳା । ଶ୍ୟାମଳ ବର୍ଣ୍ଣ ।ସେତେବେଳେ ଛୁଆ ଥିଲି ତେଣୁ ତୁମେ ପସନ୍ଦ କରୁଥିଲ କିନ୍ତୁ ଏବେ ତୁମେ ଯୌବନରେ ପାଦ ଥାପିଛ ଆଉ ମୁଁ ମଧ୍ୟ । ଏହା ମଧ୍ୟରେ ବିତି ଯାଇଛି ୧୬ ଟି ଫଗୁଣ । ମୋର ଏଇ କୁସ୍ଚିତ ରୂପ ପାଇଁ ମୋ ଅଫିସ ରେ କେହି ପସନ୍ଦ କରୁ ନାହାଁନ୍ତି । ଜଣେ ନୂଆ ଅଫିସର ଆସିଛନ୍ତି ,ସେ ତ ବିଲ୍କୁଲ ମୋତେ ଆଡା ଆଖିରେ ଦେଖୁ ନାହାନ୍ତି । ଆଉ ତୁମର କଣ ମୁଁ ଏବେ ପସନ୍ଦ ହେବି ...!!


 ଓମ୍_ ତୁମେ ଜାଣିଛ , ମୋ ଅଫିସ ରେ ଜଣେ ସେମିତି ଅଛନ୍ତି । ସୁନ୍ଦର ଝିଅ କିନ୍ତୁ ମୁଁ କେବଳ ମୋ ଶ୍ୟାମଳୀ ଙ୍କୁ ପସନ୍ଦ କରେ । ତାଙ୍କ୍ ନାମ କଣ ଜାଣିଛ...! ରୂପାଲୀ । ବହୁତ୍ ଯତ୍ନ ନିଅନ୍ତି ମୋର କିନ୍ତୁ ଦିନକ ପାଇଁ ମୁଁ ତାଙ୍କୁ ପସନ୍ଦ କରିନି "ଶ୍ୟାମଳୀ " । ତୁମେ ମୋର ପ୍ରଥମ ଆଉ ଶେଷ ପ୍ରେମ ।


ରୂପାଲୀ_ ଓମ୍ ଧିରେ କୁହ । କାନ୍ଥର ବି କାନ ଅଛି ..!! ଆଛା ହେଉ ବାବା ମୁଁ ତୁମର ଆଉ ତୁମେ ମୋର । ରଖୁଛି ଟେକ କେୟାର । ( ରୂପାଲୀ ଫୋନ୍ ରଖି , ଓଁମ ଙ୍କ ରୁମ୍ କୁ ଚାଲିଗଲେ )


ରୂପାଲୀ _ ସାର , ମୋତେ ଡାକିଲେ କି ??


ଓମ୍ _ ଆରେ ନାଇଁ ନାଇଁ ... ତୁମକୁ କିଏ ଡାକିଲା ?? କେତେବେଳେ ?? କାହିଁକି ?? ମୁଁ ମୋ ଭାବି ପତ୍ନୀଙ୍କ ସହିତ କଥା ହେଉଥିଲି ,ସେ ତୁମ ଭଳି ନୁହଁନ୍ତି ?? ଅନେକ ସୁନ୍ଦର ।


ଆଉ ତୁମେ , ରୂପ ଯୌବନ କୁ ନେଇ ଗର୍ବିତ ଉଗ୍ର ଝିଅ । ଦେଖ ରୂପାଲୀ ଏଇଟା ମୋ ଘର ଆଉ ତୁମେ ମୋ ଘରେ ରହୁଛ । ଅଫିସ କାମ ଅଫିସ୍ ରେ ଏଠାକୁ ଆସିବା ଦରକାର୍ ନାହିଁ ।


ରୂପାଲୀ _ ମୁଁ ବି ଦେଖିବି , କେତେ ସୁନ୍ଦର୍ ଆପଣଙ୍କ ପତ୍ନୀ । ତା ବୋଲି ମୋତେ ଆପଣ ଯାହା ପାଇବେ କହିବେ । ମୁଁ ମାନୁଛି ଆପଣଙ୍କ ପ୍ରତି ମୋର ଦୋଷ ଦୁର୍ବଳତା ରହିଥିଲା । ମୋ ପ୍ରେମକୁ ଆପଣ ପଦାଘାତ କରି ଠିକ୍ କରିଲେ ନାହିଁ , ମି. ଓମ୍ । ଆପଣକୁ ଆପଣଂକ ପ୍ରେମ ମିଳିବ ନାହିଁ । ଆପଣ ଦିନେ ମୋତେ ଖୋଜିବେ ଆଉ ସେତେବେଳକୁ ଆପଣଙ୍କ ପାଖରେ ନାଁ ମୁଁ ଥିବି ନାଁ ଆପଣଙ୍କ ପ୍ରେମ ।


      ବିତି ଯାଇଛି ଅନେକ ଦିନ । ଓମ୍ ଙ୍କ ଦେହ ଖରାପ୍ ହେଇଛି । ହସ୍ପିଟାଲ ରେ ରାତ୍ରୀ ରାତ୍ରୀ ଅନିଦ୍ରା ହେଇ ରୂପାଲୀ ଓରଫ " ଶ୍ୟାମଳୀ" , ଓମ୍ ଙ୍କ ସେବାରେ ଲାଗି ଯାଇଛନ୍ତି । ଆଠଦିନ ବିତିଗଲାଣି ,ଦେହରୁ ଜ୍ୱୋର କମ୍ ହେଉନାହିଁ । ଦୁଇ ପରିବାରଙ୍କୁ ରୂପାଲୀ ଫୋନ୍ କରି ଡାକିଛନ୍ତି ?? ସମସ୍ତେ ଆସି ସାରିଛନ୍ତି ଭୁବନେଶ୍ୱର । ଚେତା ରୁ ଫେରିବା ପରେ ଓମ୍ ରୂପାଲୀ ଙ୍କୁ କହିଲେ । ସତରେ ରୂପାଲୀ ତୁମେ ନଥିଲେ ଆଜି ମୋର କଣ ହେଇ ଥାଆନ୍ତା କହିଲ । ସତରେ ତୁମେ ମହାନ୍ । ତୁମ ପ୍ରେମ ଆଗରେ ମୁଁ ହାରି ଯାଇଛି ରୂପାଲୀ । ଆଠ ଦିନ ହେଲାଣି ମୋ " ଶ୍ୟାମଳୀ" କେବେ ଫୋନ୍ କରି ନାହାନ୍ତି । ଆଜି ଜାଣି ପାରୁଛି ପ୍ରେମର ମୂଲ୍ୟ କଣ୍?? ଭଲ ପାଇବା କାହାକୁ କୁହନ୍ତି । ତୁମ ପ୍ରତି ମୁଁ ଅନ୍ୟାୟ କରିବା ପରେ ବି ' ତୁମେ ମୋ ପାଇଁ ଏସବୁ କେମିତି କରି ପାରିଲ ??


ଓମ୍ _ "ସୁଖ ସେମାନଙ୍କୁ ମିଳି ନଥାଏ ଯେଉଁମାନେ ନିଜ ସର୍ତ୍ତ ରେ ଜିତିଥାଆନ୍ତି , ପ୍ରକୃତରେ ସୁଖ ତ ସେମାନଙ୍କୁ ମିଳିଥାଏ ଯେଉଁମାନେ ଅନ୍ୟର ଖୁସିପାଇଁ ନିଜ ଜୀବନର ସର୍ତ୍ତ କୁ ବଦଳାଇ ଦେଇ ଥାଆନ୍ତି !! ବଞ୍ଚି ଥାଆନ୍ତି କେବଳ ଅପେକ୍ଷିତ ମଣିଷ ପାଇଁ ।


ରୂପାଲୀ _ ନାଇଁ ଓମ୍ ବାବୁ । ଆଜିଠାରୁ ଆଉ ଏଇ ରୂପାଲୀ ନାମକ ଝିଅ ସବୁଦିନ ପାଇଁ ହଜିଯିବ, ତୁମର ଏଇ ପ୍ରେମ ଆକାଶରୁ । ତୁମ " ଶ୍ୟାମଳୀ "ତୁମକୁ ଅପେକ୍ଷା କରିଥିବ । ମୋତେ ଆଉ ମନ ପକେଇବେ ନାହିଁ । ଆପଣଂକ ଜୀବନରୁ ଚାଲି ଯାଉଛି ସବୁଦିନ ପାଇଁ .( ଦୌଡ଼ି ଚାଲି ଯାଇଛନ୍ତି ରୂପାଲୀ । ଓମଙ୍କ ବାପା ରାଜୀବ ଓ ମାଆ ମମତା ତଥା ରୂପାଲୀ ଙ୍କ ବାପା ରଞ୍ଜନ ଓ ମାଆ ରିତିକା ସମସ୍ତେ ଏକ ସ୍ଵରରେ ଡାକୁଛନ୍ତି " ଶ୍ୟାମଳୀ " ..... ଶ୍ୟାମଳୀ ରହିଯା ମା" ତୋ ଓମ୍ ର କିଛି ହେବନି ।)


    ଓମ୍ , ଆଶ୍ଚର୍ଯ୍ୟ ଚକ୍କିତ ହେଇ ଦେଖୁଛନ୍ତି , ରୂପାଲୀ ଙ୍କୁ । ତାହାଲେ ଏଇ ରୂପାଲୀ କଣ ମୋର ବାଲ୍ୟ ସଖୀ " ଶ୍ୟାମଳୀ "। । ମୋ ସ୍ୱପ୍ନର ମାନସୀ ।


    " ମୌସୁମୀ ର ଆଗମନ " ହେଇଛି । ଫଗୁଣ ଆଣିଛି ରଙ୍ଗର ଭାର । ଭାଙ୍ଗି ଯାଇଛି ରୂପାଲୀ ଙ୍କ ହୃଦୟ । ଅନନ୍ୟ


ପ୍ରେମ । ଆଶ୍ଚର୍ଯ୍ୟ ହୋଇ ସେ ସମସ୍ତଙ୍କୁ ପଚାରିଛନ୍ତି ଯେ ଏଇ ରୂପାଲୀ ତାହାଲେ କଣ ମୋ " ଶ୍ୟାମଳୀ" ।


ସମସ୍ତେ _ ହଁ ଓମ୍ । ଯିବା ପୂର୍ବରୁ ଶୁଣ ସେଇ ୧୬ ବର୍ଷ ତଳର କାହାଣୀ ...


 

        ଇସ୍ପାତ ସହରର ଜନଜୀବନ । ଅସ୍ତ ବ୍ୟସ୍ତ ଅଛନ୍ତି ସମସ୍ତେ ପ୍ରାୟ । କିଏ କାହିଁକି ଚିହ୍ନିବ କାହାକୁ ..? ମୁଁ ନୂଆ ନୂଆ ଇଞ୍ଜିନିୟର ଚାକିରୀଟେ ପାଉଥିଲି ସେଲ( ଷ୍ଟିଲ ଅଥରିଟୀ ଅଫ ଇଣ୍ଡିଆ ଲିମିଟେଡ) ରେ । ଚାକିରୀ କିଛି ମାସ ପରେ ବଡ଼ ଅସୁବିଧାର ସମ୍ମୁଖୀନ ପରେ ମୋତେ ମିଳିଲା କ୍ୱାର୍ଟର । ସରକାରୀ ଚାକିରୀ ,ବଡ଼ ପାହିଆ ବାବୁ ଲୋକ ତେଣୁ ଦୁଇ ବଖରା ବିଶିଷ୍ଟ ଏ ଟାଇପ ଘର । ବିବାହ ବୟସ ପ୍ରାୟ ହେଇ ନଥାଏ । ତେଣୁ ଏକା ଏକା ରୁହେ । ଏମିତି ଏକା ଏକା କିଛି ଦିନ ରହିବା ପରେ ମୋ ସହିତ ଭେଟ ହେଇଛି ରଞ୍ଜନ ବାବୁଙ୍କର । ଯୋଡ଼ି ବେଶ୍ ଜମିଗଲା । କିଛି ଦିନ ପରେ ଆମେ ଦୁହେଁ ବିବାହ କରିଲୁ । ବିବାହ ପରେ ରଞ୍ଜନ ବାବୁଙ୍କ ସ୍ତ୍ରୀ ରିତିକାଙ୍କ ର କନ୍ୟା ସନ୍ତାନ ଟିଏ ଜନ୍ମ ନେଲା ଓ ତୁମ ମାଆ ମମତା ଙ୍କ ପୁତ୍ର ସନ୍ତାନ ଟିଏ ଜନ୍ମ ହେଲା । ତୁମ ନାମ ଓମ୍ ଆଉ ଝିଅଟି ର ନାମ ରୂପାଲୀ । "ଶ୍ୟାମଳୀ" ବୋଲି ଯାହାକୁ କହୁଚ୍ଛ ସେ ଆଉ କେହି ନୁହେଁ ଆମ୍ ରୂପାଲୀ । ତା ' ପରେ ରଞ୍ଜନ ବାବୁଙ୍କ ର ବଦଳି ହେଇଗଲା ଦୁର୍ଗାପୁର । ସେମାନେ ଚାଲିଗଲେ । ତୋ ଜେଜେ, ଜେଜେ ମାଆଙ୍କ ପାଖରେ ରହି ରୂପାଲୀ ପାଠ ପଢିଲା ।

     ବାପାଙ୍କ ସବୁ କିଛି ଶୁଣିବା ପରେ ଦୌଡ଼ି ଯାଇ ଥିଲେ ଓମ୍ । ସମ୍ମାନରେ ଯିଏ ଠିଆ ହେଇଥିଲେ ସେ ଆଉ କେହି ନୁହେଁ । ଗୋଲାପୀ ରଙ୍ଗର ଫ୍ଲୋରlଲ ଶାଢ଼ୀ ପିନ୍ଧି ଠିଆ ହେଇଥିଲେ ଓମ୍ ଙ୍କ ମନର ମାନସୀ " ଶ୍ୟାମଳୀ " ।

_ ରୂପାଲୀ

_ ନାଇଁ ... ଓମ୍ , ତୁମ ଅଫିସ୍ ର ସହକର୍ମୀ ରୂପାଲୀ ମୁଁ ନୁହେଁ । ମୁଁ ତୁମ " ଶ୍ୟାମଳୀ "

     


ଦୁନିଆଁଟା ଏମିତି....

       ଗୁରୁତ୍ବ ଦେଲେ ଅବହେଳା କରିବେ ..... ଗୁରୁତ୍ବ ନ ଦେଲେ ସ୍ଵାର୍ଥପର କହିବେ....। ଗୋଟିଏ ଭଲ ବହି ଶହେ ଭଲ ସାଙ୍ଗ ସମାନ କିନ୍ତୁ ଗୋଟିଏ ଭଲ ସାଙ୍ଗ ଗୋଟିଏ ପୁସ୍ତକାଳୟ ସମାନ । ତାଙ୍କୁ କେବେ ଜୀବନରୁ ହରାନ୍ତୁ ନାହିଁ ନଚେତ୍ ପରେ ଖୋଜିଲେ ମଧ୍ୟ ପାଇବେ ନାହିଁ ..! ସମୟ ଦିଅନ୍ତୁ ସେଇ ସାଥୀ କୁ ଯିଏ ତୁମ ବିନା ତାର ଦୁନିଆ କାହାକୁ ଭାବନାରେ କେବେ ଅନିନାହିଁ ll


Rate this content
Log in

Similar oriya story from Abstract