ଶୂନ୍ୟତା
ଶୂନ୍ୟତା
ହୃଦୟ ର ଏହି ଶୂନ୍ୟତା କୁ ଯଦି ପଚାରି ମୁଁ କେବେଶୁଣେ ପ୍ରତାରଣା କିଏ କାହାକୁ କରିଛି ପ୍ରତିଧ୍ୱନି କହେ ତୁମେ। ଅକ୍ଷୟ ମହାନ୍ତିଙ୍କ ଏହି ଗୀତ ଟି ମୁଁ ବହୁବାର ଶୁଣିଛି, କିନ୍ତୁ ତାହାର ଅର୍ଥ ଆଜି ଵୁଝି ପାରିଛି।
ଵାପା ମୋ ପଛରେ ପଇସା ଉଡେଇଵାରେ କେଵେ ଭି ହେଳା କରି ନାହାନ୍ତି । ମୁଁ ମୋର ବାପା ଙ୍କ ଦ୍ଵାରା ପରିଚାଳିତ। ଯେତେବେଳେ ଯାହା ଚାହିଁଛି ପାଇଁଛି। ମୋ ପତ୍ନୀ ମୋହନା ରୂପ ଗୁଣ ର ଅଧିକାରୀ। ସମସ୍ତ ଙ୍କ ହୃଦୟରେ ମୁଁ ବହୁତ ଭଲ। ଜୀବନ ଦୁଃଖ କହିଲେ ମୋ ଝିଅ। ତାକୁ 3 ବୟସ। କିନ୍ତୁ ଆଜି ପର୍ଯ୍ୟନ୍ତ ତା ପାଟି ରୁ କିଛି ଭି ଶୁଣି ନାହିଁ। ନା କେବେ ହସିଛି ନା କେବେ କାନ୍ଦୁଛି।
ତାକୁ ଦେଖିଲେ କଷ୍ଟ ଅନୁଭବ ହୁଏ। ଏହି ଯନ୍ତ୍ରଣା ର ଶୂନ୍ୟତା ହୃଦୟ ମଧ୍ୟରେ ଏକ ସ୍ବତନ୍ତ୍ର ଗାର କାଟି ଦେଇଛି। ଵାପାଙ୍କୁ ପଚାରେ, ମୁଁ କଣ ଆପଣଙ୍କ ଭଲ ପୁଅ ନୁହେଁ, ତେବେ ଏ ଯନ୍ତ୍ରଣା କାହିଁକି? ବାପା କୁହନ୍ତି ତୁ ମୋର ଗର୍ବ । ମୋହନା କୁ ପଚାରେ, ସେ ଆଉଁସି ଦିଏ ଆଉ କହେ ମୁଁ ତାର ଅଭିମାନ, କିନ୍ତୁ ଖୋଜି ପାରେନା କେଉଁଠି ମୋର ଅପରାଧ ରହି ଯାଇଛି, ଯାହା ପାଇଁ ମୁଁ ଏହି ଶାସ୍ତି ପାଉଛି। ଵେଳେ ବେଳେ ନିଦ ହଜାଇ ରାତି ପାହିଵା ଯାଏଁ ଲୁହ ଗଡାଏ। ସକାଳୁ ପାଲଟି ଯାଏ ଏକ ଅହଂକାରୀ ପୁରୁଷ।
ସେଦିନ ଘରକୁ ଫେରିଲା ଵେଳକୁ ମୋର ଝିଅ ର ହସ ପ୍ରଥମ ଥର ଶୁଣି ଦଉଡିଲି ତା ପାଖକୁ। ଦେଖିଲି ତାସହ ଜଣେ ଖେଳୁଛନ୍ତି। ମୋହନା କୁ ପଚାରେ କିଏ ସେ? ସେ କହିଲା ଝିଅ ଡେ କେୟାର ର ନୂତନ ଧାଈ। ଏମିତି କିଛି ଦିନ ପରେ, ଧିରେ ଧିରେ ସେ ଚାଲିବାକୁ ଲାଗିଲା, କଥା ଭି କହିଲା।
ମୁଁ ସେ ଧାଈ ର ପାଦ ତଳେ ପଡ଼ିଗଲି,ଆଉ କହିଲି ମୁଁ ଜାଣିନି ତୁମେ କିଏ। କିନ୍ତୁ ମୋର ହୃଦୟ ର ଶୂନ୍ୟତା କୁ ଭରି ଦେଇଛ। ଏଇ ନିଅ blank check. ଯେତେ ଇଚ୍ଛା ଭରିଦିଅ। ଧାଇ ଜଣକ ହସିଲେ। କହିଲେ ସମ୍ପର୍କ ଆଗରେ ପଇସା ର ମୂଲ୍ୟ ନଥାଏ। ଜଦି ଏହି ଜିନିଷ ର ଵୁଝିଵା ଶକ୍ତି ଥାନ୍ତା ମୁଁ ତୋ ଠାରୁ ଅଲଗା ହୋଇ ନଥାନ୍ତି। ଏତିକି କହି ଧାଈ ଚାଲିଗଲା।
ମୁଁ ଆଉ ମହୋନା ଗୁମ୍ ମାରି ବସିଗଲୁ। ଆଉ ମନେ ପଡିଗଲା ମୋର 25 ବର୍ଷ ତଳର କଥା। ମତେ 8 ବର୍ଷ ହୋଇଥିବ।ଵାପା ମା ଅଲଗା ହେଲେ। କାରଣ ମୋ ମା ବାପା ଙ୍କ ପରି ଶିକ୍ଷିତ ନଥିଲା। ଵାପା ବଡ ଧରଣର ଶିଳ୍ପପତି ଥିଲେ। ମା ର ମୂର୍ଖତା ସକାଶେ ତାଙ୍କୁ ଅପମାନିତ ହେବାକୁ ପଡ଼ିଥିଲା। ମା ମତେ ବହୁତ ଭଲ ପାଉଥିଲା। ପ୍ରଥମେ ପ୍ରଥମେ ମୁଁ ମା ସହ ରହୁଥିଲି। ମା ଅନ୍ୟ ଘରେ କାମ କରି ମୋ ଛୋଟ ଛୋଟ ଆବଶ୍ୟକତା ପୂରଣ କରୁଥିଲା। କିନ୍ତୁ ମୁଁ ଖୋଜୁଥିଲି ଅଧିକ କିଛି। ଯାହା ତା ପାଇଁ ସକ୍ଷମ ନଥିଲା। ବାପା ସବୁ କିଣି ଦେଉଥିଲେ। ଵାପା ଙ୍କ ଚକଚକିଆ ଗାଡି ଗୁଡିକ ରେ ଵୁଲିଲେ ଯଉ ସମ୍ମାନ ମିଳୁଥିଲା, ମା ସହିତ ନଥିଲା। ଵାପା ବଡ ବଡ ହୋଟେଲ ରେ ଖୁଅଉଥିଲେ। ସତରେ ମା ହାତପରସା ଖାଇ ଖାଇ ବୋର୍ ଲାଗୁଥିଲା। ମୁଁ ଵାପା ଙ୍କ ସହ ରହିବାକୁ ଲାଗିଲି। ମା ମୋତେ ଦେଖା କରି ସ୍କୁଲ୍ ଆସୁଥିଲା। ମୁ ଲୁଚି ଲୁଚି ଯାଉଥିଲି। ଦିନେ ମା ସହ ଦେଖା ହେଲା। ସେ କାନ୍ଦୁଥିଲା, ମୁଁ ରାଗିକି କହିଲି, ମତେ ଦେଖାକରି ଅସନା। ମୁ ଖୁସି ରେ ଅଛି। ମୋ ସାଙ୍ଗମାନେ ଯାଣିଲେ ମୁ ଚାକରାଣୀ ପୁଅ ଵୋଲି, ମତେ ଚିଡେଇଵେ। ମା କାନ୍ଦି କାନ୍ଦି ପଳାଇଲା। ଆଉ ଆସିଲାନି। କିଛି ଦିନ ପରେ ମା ବହୁତ ମନେ ପଡ଼ିଲା। କିନ୍ତୁ ଵାପା ଙ୍କୁ କହିପାରେନି। କାରଣ ମୁଁ ଆଉ କାହାକୁ କଷ୍ଟ ଦେବାକୁ ଚାହୁଁ ନଥିଲି। କେତେ ଥର ସ୍କୁଲ୍ ବନ୍ଦ କରି ଖୋଜିଛି। ଆଜି ସେ ମୋର ଆଗରେ ଥିଲା ଜାଣିପାରିଲିନି। ମୋ ଝିଅ ର ବାପା ଡାକ ପାଇଁ କେତେ କଷ୍ଟ ପାଇଛି। ସେ ଭି ମୋ ପରି କଷ୍ଟ ଅନୁଭବ କରିଥିଵ। ମୋର ମା ଦରକାର।
ପଛପଟୁ ଵାପା ମା କୁ ଆଣି ମୋ ସମ୍ମୁଖରେ ଠିଆ କରେଇ ଦେଲେ।ଆଉ କହିଲେ ମୋ ଅହଂକାର ପାଇଁ ଆମେ ସମସ୍ତେ କଷ୍ଟ ଭୋଗୀ ସାରିଛୁ। ଆଉ ନୁହେଁ,ଏଥର ତୋ ମା ଆମ ସହିତ ଆମ ପାଖରେ ରହିଵ।ଆଉ ମୁଁ ଖୁସି ରେ ମା ଗୋଡ଼ ତଳେ ପଡିଗଲି।
ସେଦିନ ଦୂରରେ ଗଲା ବେଳେ ଭି ସେ କାନ୍ଦୁଥିଲା ଆଉ ଆଜି ଭି। କିନ୍ତୁ ସେ ଦିନ ଲୁହ ଆଉ ଆଜି ର ଲୁହ ର ଫରକ ମୁ ଜାଣିପାରୁଥିଲି ।
