Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

ଓଡ଼ିଆ ଗଳ୍ପ ଓ କବିତା - ୩

Classics Inspirational


3  

ଓଡ଼ିଆ ଗଳ୍ପ ଓ କବିତା - ୩

Classics Inspirational


ଶୁଖିଲା ପତ୍ରର କଥା

ଶୁଖିଲା ପତ୍ରର କଥା

4 mins 15.2K 4 mins 15.2K

ନନ୍ଦକିଶୋର ସିଂହ

ପୂର୍ବକାଳରେ ଶିଷ୍ୟମାନେ ଗୁରୁଙ୍କ ଆଶ୍ରମରେ ରହି ବେଦଉପନିଷଦି ନାନାବିଧ ଶାସ୍ତ୍ର ଅଧୟନ କରୁଥିଲେ l ଶାସ୍ତ୍ର ଅଧ୍ୟୟନ ସହିତ ଆଶ୍ରମରେ ହୋମ ପାଇଁ ସମିଧ ସଂଗ୍ରହ କରିବା, ଆଶ୍ରମର ଗାଈଗୋରୁଙ୍କୁ ନେଇ ନିକଟବର୍ତ୍ତୀ ଜଙ୍ଗଲରେ ଚରାଇବା, ଆଶ୍ରମବାସୀଙ୍କ ନିମନ୍ତେ ଫଳମୂଳ ସଂଗ୍ରହ କରିବା ଇତ୍ୟାଦି କାର୍ଯ୍ୟ ମଧ୍ୟ କରୁଥିଲେ l ଏହାକୁ ଗୁରୁକୁଳ ଶିକ୍ଷା କୁହାଯାଉଥିଲା l ଶିକ୍ଷା ସମାପନ ପରେ ଶିଷ୍ୟମାନେ ଗୁରୁଙ୍କୁ ଦକ୍ଷିଣା ଦେଉଥିଲେ ସେହିପରି ଏକ ଗୁରୁକୁଳରେ ଶିକ୍ଷା ଲାଭ କରୁଥିଲେ ଦୁଇଜଣ ଶିଷ୍ୟ l ଜଣକର ନାମ ଶିଶିର ଓ ଅନ୍ୟ ଜଣଙ୍କ ନାମ ତୁଷାର l ଯଥାସମୟରେ ସେମାନଙ୍କର ଗୁରୁକୁଳ ଶିକ୍ଷା ଶେଷ ହେଲା l ଗୃହକୁ ପ୍ରତ୍ୟାବର୍ତ୍ତନ କରିବା ପୂର୍ବରୁ ଶିଶିର ଓ ତୁଷାର ଗୁରୁଙ୍କୁ ସାକ୍ଷାତ୍ କଲେ l ଗୁରୁଦକ୍ଷିଣା ଦେବାପାଇଁ ନିଜ ନିଜର ଅଭିଳାଷ ଜଣାଇଲେ l ଶିଷ୍ୟ ଦୁହିଁଙ୍କର ନିଷ୍ଠାରେ ଗୁରୁ ଅତ୍ୟନ୍ତ ସନ୍ତୁଷ୍ଟ ଥିଲେ l ସେମାନଙ୍କ ପାଖରୁ କୌଣସି ଦକ୍ଷିଣା ଗ୍ରହଣ କରିବା ପାଇଁ ଗୁରୁ ଅନିଚ୍ଛା ପ୍ରକାଶ କାଲେ l ଏଥିରେ ଶିଷ୍ୟ ଦୁହିଁଙ୍କର ମନ ବୁଝିଲା ନାହିଁ l ଗୁରୁଦକ୍ଷିଣା ନ ଦେଇ ଗୁରୁକୁଳରୁ ବିଦାୟ ନେବେ କିପରି ? ତେଣୁ କିଛି ହେଲେ ଦକ୍ଷିଣା ଗ୍ରହଣ କରିବା ପାଇଁ ସେମାନେ ଗୁରୁଙ୍କୁ ଅନୁରୋଧୋ କଲେ l ଶିଷ୍ୟ ଦୁହିଁଙ୍କ କଥାକୁ ଗୁରୁ ଏଡାଇପାରିଲେ ନାହିଁ କିଛି ସମୟ ଚିନ୍ତା କରି କହିଲେ, ‘’ ଠିକ୍ ଅଛି, ତୁମେ ଦୁହେଁ ଯଦି ମୋତେ ଦକ୍ଷିଣା ଦେବା ନିମିତ୍ତ ଏତେ ଆଗ୍ରହୀ, ତେବେ କେତୋଟି ଶୁଖିଲା ପତ୍ର ଦକ୍ଷିଣା ସ୍ୱରୂପ ଆଣି ମୋତେ ଦିଅ l କିନ୍ତୁ ମନେରଖ, ଏମିତି ପତ୍ର ଆଣିବ ଯାହାକି ଅନ୍ୟ କାହାର ଦରକାରରେ ଆସୁ ନଥିବ l’’

ଗୁରୁଙ୍କ ମୁହଁରୁ ଏକଥା ଶୁଣି ତୁଷାର ଓ ଶିଶିର ବିସ୍ମିତ ହେଲେ l ସେମାନେ ଭାବିଲେ, ଗୁରୁ ଟଙ୍କା ସୁନା ନ ମାଗି ସାମାନ୍ୟ ଶୁଖିଲା ପତ୍ର କେତୋଟି ଦକ୍ଷିଣା ଭାବରେ ମାଗିବାର ତାତ୍ପର୍ଯ୍ୟ କ’ଣ ହୋଇପାରେ ! ଗୁରୁଙ୍କ ଆଜ୍ଞା ପାଳନ କରିବାତ ତାଙ୍କର ପରମ କର୍ତ୍ତବ୍ୟ l ତେଣୁ ବିଳମ୍ବ ନ କରି ଦୁହେଁ ଅଦରକାରୀ ଶୁଖିଲା ପତ୍ର ସନ୍ଧାନରେ ବାହାରିଲେl କିଛି ବାଟ ଅତିକ୍ରମ କରିବା ପରେ ସେମାନେ ଗୋଟିଏ ବିରାଟ ଆମ୍ବତୋଟାରେ ପହଞ୍ଚିଲେ l ଦେଖିଲେ ଶୁଖିଲା ପତ୍ର ସବୁ ଗଦାଗଦା ହୋଇ ରଖାଯାଇଛି l ତୁଷାର ଓ ଶିଶିର ସେହି ପତ୍ର ଗଦାରୁ କିଛି ଆଣିବାକୁ ଯିବାରୁ ଅଳ୍ପ ଦୂରରେ ଥିବା ବୁଢୀଟିଏ ଧଇଁସଇଁ ହୋଇ ଆସି ସେଠାରେ ପହଞ୍ଚିଗଲା l କହିଲା, ‘’ ପୁଅ, ମୁଁ ବହୁକଷ୍ଟରେ ଖରକାଖରକି କରି ଏହି ପତ୍ରଗୁଡ଼ିକୁ ଠୁଳ କରିଛି l ଏ ଗୁଡିକ ନେଇ ଜାଳ କରିବି l ଖୁଦମୁଠେ ଜାଉ କରି ଖାଇବି l ତୁମେ ଏ ଗଦାରୁ ପତ୍ର ନିଆନା l ବୁଢୀ ମଣିଷ ମୁଁ, ଆଉ ଦୂରକୁ ଯାଇ ପତ୍ର ସାଉଁଟି ଠୁଳ କରିପାରିବି ନାହିଁ l ‘’

ବୁଢୀଠାରୁ ଏକଥା ଶୁଣି ଦୁଇ ଶିଷ୍ୟ ସେଠାରୁ ବାହାରି ଅନ୍ୟତ୍ର ଚାଲିଲେ l କିଛି ଦୂର ଯାଇ ଦେଖିଲେ ଜଣେ ଲୋକ ଶୁଖିଲା ପତ୍ର ଏକାଠି କରୁଛି l ଶିଷ୍ୟ ଦୁହେଁ ତାକୁ ପଚାରିଲେ, ‘’ ଭାଇ, ଏ ପତ୍ର ତୁମର କି ଦରକାରରେ ଆସିବ ?’’ ଲୋକଟି କହିଲା,’’ ଏ ପତ୍ରକୁ ଜାଳି ପାଉଁଶ କରିଦେଲେ ଏହା ଭଲ ସାରରେ ପରିଣତ ହେବ l ସେହି ସାରକୁ କ୍ଷେତରେ ପକେଇଲେ ଭଲ ଫସଲ ଫଳିବ l ସେଇଁଥିପାଇଁ ତ ମୁଁ ଏ ପତ୍ରତକ ନେଉଛି l ଲୋକଟି ମୁହଁରୁ ଏ କଥା ଶୁଣି ଦୁଇ ଶିଷ୍ୟ ପୁଣି ଆଗକୁ ଚାଲିଲେ l କିଛି ବାଟ ଯିବା ପରେ ଦେଖିଲେ ବୁଢାଟିଏ ଶୁଖିଲା ପତ୍ର ସାଉଁଟୁଛି l ବୁଢାକୁ ଦୁହେଁ ପଚାରିଲେ, ‘’ ମଉସା, ଏ ପତ୍ର ନେଇ ତୁମେ କ’ଣ କରିବ ?’’

ବୁଢା ପାଖରୁ ଏ କଥା ଶୁଣି ଶିଷ୍ୟ ଦୁହେଁ ସେଠାରୁ ମଧ୍ୟ ହତାଶ ହୋଇ ଫେରିଲେ କାରଣ ଗୁରୁତ କହିଛନ୍ତି ଯେଉଁ ପତ୍ର କାହାର ଦରକାରରେ ଲାଗୁ ନ ଥିବ କେବଳ ସେହି ପତ୍ର ଆଣିବ l ସେମାନେ ଆଉ କିଛି ବାଟ ଆଗକୁ ଗଲେ, ଦେଖିଲେ ଝିଅଟିଏ ଶୁଖିଲା ପତ୍ର ଏକାଠି କରି ବିଡା ବାନ୍ଧୁଛି l ପତ୍ରତକ ତା’ର କି କାମରେ ଲାଗିବା ବୋଲି ପଚାରିବାରୁ ଝିଅଟି କହିଲା, ‘’ଏହାକୁ ଘରକୁ ନେଇ ଏଥିରେ ଖଲି ଆଉ ଠୋଲା ତିଆରି କରିବି ତାହାକୁ ବିକ୍ରି କରି ମୋର ରୋଗିଣା ମା ପାଇଁ ଔଷଧ ଆଣିବି l ‘’ ଝିଅଟିର କଥା ଶୁଣିବା ପରେ ଶିଶିର ଓ ତୁଷାର ସେଠାରୁ ଶୁଖିଲା ପତ୍ର ନ ନେଇ ଆଗକୁ ଚାଲିଲେ l ଜଙ୍ଗଲ ଭିତରେ ଗୋଟିଏ ଉଚ୍ଛା ଗଛ ମୂଳରେ କିଛି ଶୁଖିଲା ପତ୍ର ପଡିଥିବାର ସେମାନେ ଦେଖିଲେ l ସେଠାରୁ ପତ୍ର ନିଆଯାଇପାରେ ବୋଲି ଭାବିଲା ବେଳକୁ ଦେଖିଲେ ଚଢେଇଟିଏ ପତ୍ର ପାଖକୁ ଉଡି ଆସିଲା l ଶୁଖିଲା ପତ୍ରଟିଏ ଥଣ୍ଟରେ ଧରି ପାଖରେ ଥିବା ଗଛ ଉପରକୁ ଉଡିଗଲା l

ଶିଷ୍ୟ ଦୁହେଁ ନିରୀକ୍ଷଣ କରି ଦେଖିଲେ ଚଢେଇଟି ସେଠାରେ ନିଜର ବସା ତିଆରି କରୁଥିଲା l ପତ୍ରଟିକୁ ନେଇ ସେ ତା’ର ବସା ବାନ୍ଧିବା କାମରେ ଲଗାଇଦେଲା l ତୁଷାର ଓ ଶିଶିର ଭାବିଲେ, ଏ ସ୍ଥାନରୁ ମଧ୍ୟ ପତ୍ର ନେଇ ହବନାହିଁ l ତଥାପି ସେ ଦୁହେଁ ହତାଶ ନହୋଇ ଚାଲିଥା’ନ୍ତି l ଆଗକୁ ଯାଉ ଯାଉ ଦେଖିଲେ ଗୋଟିଏ ପାଣିନାଳ l ସେହି ନାଳରେ କେତେଗୁଡିଏ ଶୁଖିଲା ପତ୍ର ଭାସୁଛି l ସେହି ପତ୍ରକୁ ଆଶ୍ରା କରି ପିମ୍ପୁଡିମାନେ ମୁହଁରେ ଖାଦ୍ୟକଣିକା ଡଋ ଏପାରିରୁ ସେପାରିକୁ ଖୁସିରେ ଚାଲିଯାଉଛନ୍ତି l ଏ ସବୁ ଘଟଣା ଦେଖି ତୁଷାର ଓ ଶିଶିର ଆଉ ଆଗକୁ ଯିବାକୁ ମନ ବଳାଇଲେ ନହିଁ l କାରଣ ସେମାନେ ଦେଖିଲେ ଏହି ଶୁଖିଲାପତ୍ର ମଣିଷଠାରୁ ଆରମ୍ଭ କରି ପଶୁପକ୍ଷୀ,କୀଟପତଙ୍ଗ ସମସ୍ତଙ୍କର ଦରକାରରେ ଲାଗୁଛି l ତେଣୁ ସେ ଦୁହେଁ ଶୂନ୍ୟ ହସ୍ତରେ ଗୁରୁଙ୍କ ପାଖକୁ ଫେରିଯାଇ କହିଲେ, ‘’ଗୁରୁଦେବ, ଆପଣଙ୍କ କହିବା ଅନୁସାରେ ଆମେ ବହୁ ସ୍ଥାନକୁ ଗଲୁ, ବହୁ ସ୍ଥାନରେ ଶୁଖିଲା ପତ୍ର ପଡିଥିବାର ଦେଖିଲୁ କିନ୍ତୁ ଏଭଳି ଗୋଟିଏ ସ୍ଥାନ ପାଇଲୁ ନହିଁ ଯେଉଁଠି ଶୁଖିଲା ପତ୍ର କାହାରି ଦରକାରରେ ନ ଆସୁଛି l ତେଣୁ ଆମେ ଶୂନ୍ୟ ହସ୍ତରେ ଫେରି ଆସିବାକୁ ବାଧ୍ୟ ହେଲୁ l ଆପଣଙ୍କ ମନପସନ୍ଦର ଦକ୍ଷିଣା ଦେଇ ନ ପାରି ଆମେ ଲଜ୍ଜିତ l ଶୁଖିଲା ପତ୍ର କେତୋଟି ଆପଣ ଦକ୍ଷିଣା ଭାବରେ ମାଗିଥିବାରୁ ଆପଣଙ୍କ କଥାକୁ ଆମେ ପରିହାସ ମଣିଥିଲୁ l କିନ୍ତୁ ସେହି ଶୁଖିଲା ପତ୍ର ଯେ କେତେ ଦରକାରୀ ସେ କଥାକୁ ଆମେ ଏବେ ଅନୁଭବ କରିପାରୁଛୁ l

ଶିଷ୍ୟ ଦୁହିଁଙ୍କୁ ଗୁରୁଦେବ ଆନନ୍ଦରେ କୁଣ୍ଢାଇ ପକାଇଲେ l ତା’ ପରେ ସ୍ନେହରେ ସେମାନଙ୍କ ପିଠି ଥାପୁଡାଇ କହିଲେ,’’ତୁମେ ଦୁହେଁ ମୋର ନିଷ୍ଠାବନ୍ ପ୍ରିୟ ଶିଷ୍ୟ l ଦକ୍ଷିଣା ଦେଇ ପାରିଲନି ବୋଲି ମନ ଦ୍ଦୁଃଖ କରନା, ସେଥିପାଇଁ ଆଦୌ ବ୍ୟସ୍ତ ହୁଅନା l ତୁମେ ଆଜି ଯେଉଁ ଜ୍ଞାନ ଲାଭ କଲ,ତାହା ହେଉଛି ମୋର ପ୍ରକୃତ ଗୁରୁଦକ୍ଷିଣା l ତୁମେ ଏବେ ଜାଣିଲ, ଭଗବାନଙ୍କ ସୃଷ୍ଟିରେ ସାମାନ୍ୟ ଶୁଖିଲା ପତ୍ରଟାଏ କେତେ ଦରକାରରେ ଆସୁଛି, କେତେ ଜୀବଙ୍କର ଉପକାର କରୁଛି l ତୁମେ ମଣିଷ ଜନ୍ମ ପାଇଛ l ସୃଷ୍ଟିର ମଙ୍ଗଳ ପାଇଁ ତୁମେ କାର୍ଯ୍ୟ କରିଯାଅ l ମଣିଷ ଜନ୍ମର କେବଳ ଅନ୍ୟର ଉପକାର କରିବା ପାଇଁ ଉଦ୍ଧିଷ୍ଟ l ଏକଥା ଯେପରି ନ ଭୁଲ l ଦୁଃଖ କଷ୍ଟରେ ପଡିଥିବା ଲୋକଙ୍କୁ ସାହାଯ୍ୟ କରିବା ସୁଯୋଗ ମିଳିଲେ ତାକୁ କେବେ ହାତ ଛଡା କରିବ ନହିଁ l ରୋଗୀ,ଦରିଦ୍ର ଓ ବୃଦ୍ଧ ଲୋକଙ୍କୁ ସାହାଯ୍ୟ କରିବା ଲାଗି ସର୍ବଦା ପ୍ରସ୍ତୁତ ରହିଥିବ l ସୃଷ୍ଟିର ,ମଙ୍ଗଳ ପାଇଁ ତୁମେ କାର୍ଯ୍ୟ କରିଗଲେ ସେହି ହେବ ମୋର ଶ୍ରେଷ୍ଠ ଗୁରୁ ଦକ୍ଷିଣା l

ଶିଷ୍ୟ ଦୁହେଁ ଗୁରୁଙ୍କ ପାଦଧୁଳି ମୁଣ୍ଡରେ ମାରି ହସି ହସି ତାଙ୍କ ପାଖରୁ ବିଦାୟ ନେଲେ l


Rate this content
Log in

More oriya story from ଓଡ଼ିଆ ଗଳ୍ପ ଓ କବିତା - ୩

Similar oriya story from Classics