Satyabati Swain

Inspirational

4  

Satyabati Swain

Inspirational

ଶତ୍ରୁ ଠାରୁ ଦୂରରେ

ଶତ୍ରୁ ଠାରୁ ଦୂରରେ

3 mins
238



ନିନି ତୁ ଆସିବୁ ତ ଆଜି ମୁଁ ତୋ ଅପେକ୍ଷାରେ ଥିବି।

ଲିଜୁ ମୋ ବେଷ୍ଟ ଫ୍ରେଣ୍ଡ୍।

କରୋନା କଟକଣା ପାଇଁ ଲିଜୁ ଘରକୁ ମୁଁ ଏପ୍ରିଲ ମାସ ଠାରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ଯାଇ ନଥିଲି।କେବଳ ଫୋନ୍ ରେ ଯାହା କଥା ହେଉ।ବେଳେ ବେଳେ ଡୁଓ କଲ୍ କରି ଦେଖା ଚାହାଁ ହେଉ।ବ୍ୟସ୍ତ ଲାଗେ କିନ୍ତୁ ଘରେ ପଶି ପଶି।ଟିକେ ଲକ୍ ଡାଉନ୍ କୋହଳ ହେବାରୁ ମା କୁ କହି ଲୁଜୁ ଘରକୁ ଗଲି।

ଲିଜୁ ଘର ଆମ ଗାଁର ଶେଷ ମୁଣ୍ଡରେ।ଗାଁ ଭିତରୁ ଉଠି ଯାଇ ସେମାନେ ରାସ୍ତା ଦାଢରେ ଘର କରିଛନ୍ତି। ଘରଟି ଏକୁଟିଆ। ମୋତେ ବି ସେଠିକୁ ଏକା ଯିବାକୁ ଡର ଲାଗେ। ରିନିକୁ ଡାକିଲି ଯେ ସାଙ୍ଗ ହୋଇ ଯିବାକୁ ତା ମାମା ମନା କଲେ। ଏଣୁ ମୁଁ ଏକା ଗଲି। ଅନ୍ ଲାଇନ କ୍ଲାସର ପାଠ ବି ତାକୁ ବୁଝେଇବାର ଥିଲା। ଲିଜୁ ଫୋନ୍ ରେ ମୋତେ ଡକାଇ ଥିଲା ସେଥିପାଇଁ ବେଶୀ।ଏମିତିରେ ତାଙ୍କ ଘର ଦୁଆର ମୋ ପାଇଁ ସବୁବେଳେ ଖୋଲା।ଭଲ ମନ୍ଦରେ ମୋତେ ପ୍ରାୟ ତାଙ୍କ ଘରେ ପାଇବ।ଲିଜୁ ବି କେବେ କେବେ ଆମ ଘରକୁ ଆସେ।ଆମେ ତାଙ୍କ ପରି ବଡ଼ ଲୋକ ନୋହୁଁ।ଏଣୁ ଏତେ ସଉକ୍ ଖର୍ଚ୍ଚ ଆମେ ଘରେ ତାଙ୍କ ଘର ଅପେକ୍ଷା ଯଥେଷ୍ଟ କମ୍।

କ୍ଷୀର ନୀରର ସମ୍ପର୍କ ତା ମୋ ଭିତରେ। ତାକୁ ଈଶ୍ୱର ଧନ ଦେଲା ବେଳେ ମୋତେ ବୁଦ୍ଧି ଓ ପାଠ ଦେଇଛନ୍ତି।ଏଣୁ ଲିଜୁର ଘରୋଇ ଶିକ୍ଷକ ମୁଁ କହିଲେ ଚଳେ। ମୁଁ କୁଆଡେ ପାଠ ଯେମିତି ବୁଝେଇ ଦିଏ ତାକୁ ତା ଟିଉଅସ୍ ଟିଚର୍ ବି ବୁଝାଇ ପାରନ୍ତିନି।ଲିଜୁ କୁହେ, " ନିନି ତୋ ମୁଣ୍ଡରୁ ଟିକେ ପାଠ ମୋତେ ଦିଅନ୍ତୁନି।ମୋ ମୁଣ୍ଡରେ ଗୋବର ଅଛି।ଏକା କ୍ଲାସରେ ପଢିଲେ ବି ତୁ ମୋ ଟିଚର୍।କେମିତି ଏସବୁ ମନେ ରହୁଛି ତୋର !

ମୁଁ ହସିଦିଏ।କୁହେ ତୁମ ପରି ଆମକୁ ଧନ ଦେଇ ନାହାନ୍ତି ତ ସେଇ ପାଇଁ ଟିକେ ବୁଦ୍ଧି ଦେଇଛନ୍ତି।ଏବର୍ଷ ଆମର ଦଶମ ପରୀକ୍ଷା।କିନ୍ତୁ ଏ କୋଭିଡ ଭୁତାଣୁ ମହାମାରୀ ଆମ ଜୀବନ ମାଟି କରିବାକୁ ବଡ଼ିଲାଣି।ମୁଁ ତ ଯାହା ଯେମିତି ପାଠ ଆୟତ୍ତ କରି ପାରୁଛି; ମାତ୍ର ଲିଜୁ କିଛି ବି ପଢି ପାରୁନି।ସେଥି ପାଇଁ ମୋତେ ଆସିବାକୁ ବାରମ୍ବାର କହୁଛି।ଏତେ ଦିନ ପରେ ମୁଁ ତାଙ୍କ ଘରକୁ ଆସୁଛି।

ବିରାଟ ପାଚିରୀକୁ ବିରାଟ ଗେଟ୍।ମଝିରେ ଗୋଟେ ରାସ୍ତା।ରାସ୍ତା ଦୁଇପଟେ ବିଭିନ୍ନ ଫୁଲ ଗଛ।ତାପରେ ପୋଟିକୋ।ପୋଟିକୋ ପାଖରେ ଆରେ ବାବା କି ଡାହାଳ କୁକୁର! ଦେଖିଲା ମାନେ ଏମିତି ଭୋ ଭୋ ହେବ ଯେ କଲିଜା ଖସି ପଡିବ।କୁକୁରକୁ ମୋର ଭାରି ଡର।ପିଲାଦିନେ ଗୋଟେ ଛୋଟ କୁକୁର କାମୁଡିଥିଲା।ନାହିଁ ଚାରିପଟେ ସାତଟି ଇଞ୍ଜେକ୍ସନ ନେଇଥିଲି।ସେଇଦିନୁ କୁକୁର କି କୁକୁର ଭୁକିଲେ ମୋ ଛାତି ଉଠେ ପଡେ ଜୋରେ ଜୋରେ।ତାପରେ ଯାଇ ଲିଜୁ ଘରେ ପଶିବାକୁ ପଡେ।ଏଣୁ ଯେଉଁ ଦିନ ଯିବାର ଥାଏ ଲିଜୁକୁ କହିଥାଏ ଗେଟ୍ ପାଖରେ ମୋତେ ଅପେକ୍ଷା କରିବାକୁ।

ଆଜି ଲିଜୁ ଗେଟ୍ ପାଖରେ ନଥିଲା।ଡରି ଡରି ଗେଟ୍ ଭିତରେ ପଶିଲି।କୁକୁର ଟା ନଥିଲା କି ଶୋଇ ପଡ଼ିଥିଲା ବୋଧେ ଭୁକୁ ବି ନଥିଲା।ଛାତିରେ ଛିପ ମେନ୍ଦେ ପକାଇ ଯାଇ କଲିଂ ବେଲ୍ ଟିପିଲା ବେଳକୁ ପଛରୁ କେହି ଜଣେ ମୋ ପାଟିରେ ହାତ ଦେଇ ତାଙ୍କ ମଟର ଘର ଭିତରକୁ ନେଇଗଲା।

କିନ୍ତୁ କିଏ? ମୋ ପାଟି ବନ୍ଦ କରି ବାଡ଼ି ପଛ ପଟ ମଟର ଘରକୁ ନେଇ ଯାଉଛି କାହିଁକି? ଆରେ ମଟର ଘର କବାଟ ଦେଇ ଦେଲା।ବୁଲି ପଡି ଦେଖେ ତ ଲିଜୁ ଭାଇ ଲିଟନ୍! ଲିଟନ୍ ଭାଇ ସହରରେ ରହି ପଢେ। କୋଭିଡ ପାଇଁ ସେ ବୋଧେ ଘରେ।ହେଲେ ମୋତେ ଏ ଘର ଭିତରକୁ ଟାଣି ଆଣି କବାଟ ଦେଇଦେଲେ କାହିଁକି? ପିଇ ଥିଲେ କି କଣ, ପାଟି ଗନ୍ଧକୁ ଆଖି ଲାଲ୍ ଲାଲ୍।

ମୁଁ ଡରିଗଲି ତାଙ୍କ ଚେହେରା ଦେଖି।ସେ ମୋତେ କାନ୍ଥରେ ଥାପି ମୋ ଛାତି ଉପରେ ନିଜ ଶରୀର ଚାପି ଧରି ମୋ ମୁହଁରେ କିସ୍ ଦେବାର ଉଦ୍ୟମ କଲେ।ମୋତେ ବୁଝିବାକୁ ଆଉ ବାକି ରହିଲା ନାହିଁ ଯେ ମୋର କଣ ହେବାକୁ ଯାଉଛି।କ୍ଷଣକ ଭିତରେ ସବୁ କିଛି ବୁଝି ଗଲି ଯେମିତି।ଭିତରେ ଏତେ ଡରି ଗଲି ଯେ କହିବା ଅତି କଷ୍ଟ।କିନ୍ତୁ ମୋର ଯେତେ ଜୋର ଅଛି ସବୁ ଖଟାଇ ମୋ ଦେହରୁ ଲିଟନ୍ ଭାଇ, ଛିଃ ଭାଇ ହେବାକୁ ସେ ଅଯୋଗ୍ୟ, ଠେଲି ଦେଲି।ସଅଁ ସଅଁ ହେଉଥିଲି ମୁଁ।ସ୍କୁଲରେ ଜୁଡୋ କରାଟେ ଆତ୍ମ ରକ୍ଷା ପାଇଁ ଆମକୁ ଶିଖା ଯାଏ।ସେଇ ଶିକ୍ଷାଟି ମୋତେ ଗୋଟେ ମାରାତ୍ମକ ଦୁର୍ଘଟଣାରୁ ରକ୍ଷା କଲା।ଏମିତି କରାଟେ ମାଇଲି ବଦମାସ ମୋ ଶତ୍ରୁ ଏକା ଥରେ ଫାଆଁ ଗାଳି ପଇଲା ତଳେ।ଯେତେଶିଘ୍ର କବାଟ ଖୋଲି ମୁଁ ଏକ ମୁହାଁ ହୋଇ ଧାଇଁଲି ଆମ ଘରକୁ।

ମୋ ଦୌଡ଼ିବା ଦେଖି କାବା ହୋଇ ଲିଜୁ ଡାକୁଥିଲା ନିନି ଶୁଣ୍,ଶୁଣୁ ନିନି।

ମୋତେ କିଛି ଶୁଭୁ ନଥିଲା।ପଛକୁ ଅନେଇଁ ବାକୁ ଖୁବ୍ ଡରଲାଗୁଥିଲା।ମୁଁ କେବଳ ଦୌଡୁଥିଲି ଆଉ ଦୌଡୁଥିଲି।

ପଶୁ କୁକୁର ହାବୁଡ଼ରେ ସିନା ପଡିଲି ନାହିଁ ମଣିଷ ପୁଣି ଯେ ଭାଇ ସେ ଯେ କୁକୁର ଠାରୁ "ଅଧିକ ହିଂସ୍ର" ମୁଁ ଖୁବ୍ କମ୍ ସମୟରେ ବୁଝି ଗଲି।

ଥରି ଥରି ଘରେ ମା ବାବାଙ୍କୁ ସବୁ କଥା କହିଲି।ବାପା ତ ମୁଣ୍ଡରେ ହାତ ଦେଇ ବସିପଡିଲେ। ମା କହିଲା ଚୁପ୍ ଚୁପ୍, କହନା କାହାକୁ।ଆମ ସମାଜ ମୋଟେ ଭଲ ନୁହେଁ। କେହି ପୁଅ ଦୋଷ ଦେବେ ନାହିଁ। କହିବେ ଝିଅଟି ଚରିତ୍ରହିନା। ସବୁ ଦୋଷ ତୋର ହେବ। ଦାଣ୍ଡରେ ଚାଲିବା ମୁସ୍କିଲ କରିଦେବେ ତୋର।ଭବିଷ୍ୟତ ଅନ୍ଧାର ହୋଇଯିବ ତୋର।କଳଙ୍କ ଦାଗ ତୋ ମଥାରୁ ଲିଭିବ ନାହିଁ।

ମା ବାବା ଚୁପି ଚୁପି ଖୁ କାନ୍ଦିଲେ ।ଭୟରେ ଜାକି ଜୁକି ହୋଇ ଗଲେ।ମୁଁ ବି ପୁରା ଚୁପ୍ ରହିଲି।ମୋତେ ଲାଗିଲା ସମସ୍ତେ ଯେପରି ମୋତେ କଳଙ୍କିନି କଳଙ୍କିନି କହୁଛନ୍ତି।ଘରୁ ବାହାରିବାକୁ ଡର ଲାଗିଲା ମୋତେ।କିନ୍ତୁ ସ୍କୁଲରେ ଆତ୍ମରକ୍ଷା ନେଇ ଶିଖା ହେଉଥିବା ଜୁଡୋ କରାଟେ ଗୋଟେ ଆକସ୍ମିକ ଦୁର୍ଘଟଣା ରୁ ମୋତେ ମୋ ଶତ୍ରୁଠାରୁ ରକ୍ଷା କଲା।

ସେଇଦିନୁ ଲିଜୁ ଘରସହ ମୋର ସବୁ ସମ୍ପର୍କ ତୁଡି ଗଲା।



Rate this content
Log in

Similar oriya story from Inspirational