STORYMIRROR

SUKANTA KHANDA

Abstract

4  

SUKANTA KHANDA

Abstract

ଶରତର ଭାଗ୍ୟ

ଶରତର ଭାଗ୍ୟ

5 mins
251


ହଠାତ ସେଦିନ ଅଦିନ ମେଘ କୁଆଡୁ ଆସି ଘାଇଲା କରିଦେଲା। ଶରତ ତାର କଟା ଧାନ ବିଡାକୁ କ୍ଷେତରୁ ବୋହିଆଣି ସାଇତି ରଖି ପାରିଲା ନାହିଁ। କଟା ହୋଇ ବିଲରେ ପଡ଼ିକି ରହିଗଲା। ଆଜିକାଲି ତ ଲୋକର ଅଭାବ ଗାଁ'ରେ ଯେତେ ଲୋକ ଥା'ନ୍ତୁ ନା କାହିଁକି ଚାଷ କାମ କରିବାକୁ କେହି ଆଗେଇ ଆସୁ ନାହାଁନ୍ତି। ଶରତର କିନ୍ତୁ ନିଶା ଏହିକି ଜୀବନରେ ଭଲ ଚାଷୀଟିଏ ହେବ। ସେ ପାଠ ପଢି ଦେଖିଲା ଅନେକ ଚାଷୀଙ୍କର ଚାଷରେ ଭଲ ଲାଭ ହେଇଛି ତାହା ପୁଣି ଖାସ୍ କରି ପରିବା ଚାଷରେ। ତାକୁ ଟାଣିନେଲା ସେଇଠିକି ଯେଉଁଠି ଖରା,ବର୍ଷା ଆଉ ଶୀତ ସହିବାକୁ ହେବ। ଅଣ୍ଟାରେ ପୂରା ପ୍ୟାଣ୍ଟ କି ଦେହରେ ଶାର୍ଟ୍ ନୁହଁ କେବଳ ହିଁ କେବଳ ଖଣ୍ଡିଏ ଲେଙ୍କୁଟି,ଦେହରେ ଗଞ୍ଜି ଓ ମୁଣ୍ଡରେ ପାଗ ବା ଠେକା ଦରକାର। ଶରତ ଯଥାଶୀଘ୍ର ଯୋଗାଡ଼ କରିନେଲା ଆଉ ଚାଷ କାମରେ ଲାଗି ପଡ଼ିଲା। ପ୍ରଥମେ ତ ବର୍ଷା ଦିନ ଥିବାରୁ ଧାନ ଚାଷକୁ ଆପଣେଇଲା। ବାପାଙ୍କର ଯେଉଁ ଅଳ୍ପ କିଛି ଚାଷଜମି ଥିଲା ତା' ସହିତ ଭାଗଚାଷ ମଧ୍ୟ କଲା। ଭଲ ଫସଲ ହୋଇଥିଲା ବିଲ ହିଡ଼ ମୁଣ୍ଡରେ ବସିକି ଦେଖିଲେ ପେଟ ପୂରି ଯାଉଥିଲା। ନିଜକୁ ଧନ୍ୟବାଦ ଦେଉଥିଲା କି ଜୀବନର ଆଦ୍ୟ ପାହାଚରେ ସଫଳ ଚାଷୀଟିଏ ହେବାକୁ ଯାଉଛି। 

      କିଏ ଜାଣିଥିଲା ହଠାତ୍ ଭାଗ୍ୟ ତାର ସାଥିରେ ରହିବାକୁ ଅମଙ୍ଗ ହେବ। ଭୀଷଣ ଅଦିନ ବର୍ଷାର ମାଡ଼ରେ ଧାନ କ୍ଷେତରେ ସମୁଦ୍ରର ଲହଡ଼ି। ପାଣି ଭର୍ତ୍ତି ଜମିକୁ ଯଥାଶୀଘ୍ର ନିଷ୍କାସନ କରିବା କାଠିକର ପାଠ। ପାଣିରେ ଧାନ ସବୁ ଗଜା ହେବା ସହିତ ପଚିବା ଆରମ୍ଭ ହେଲା। ଶରତ ମୁଣ୍ଡରେ ହାତ ଦେବାକୁ ପଡ଼ିଲା। ସେ ଭାବିଥିଲା କି ଏ ବର୍ଷ ଏହି ରୋଜଗାରରେ ହିଁ ବିବାହ କରିଥାନ୍ତା। ପ୍ରାପ୍ତ ବୟସ ହୋଇ ସାରିଛି ବିବାହ ଠିକ ସମୟରେ ନ କରିବ ତ ଜୀବନ ବିଶୃଙ୍ଖଳିତ ହୋଇଯିବ। ଜୀବନରେ ଯେଉଁଟା ସର୍ବୋଚ୍ଚ ଆନନ୍ଦ ହୋଇଥାଏ ପୂରା ହାତରୁ ଖଡିଯିବ। ଶରତ କରିବ ଅବା କ'ଣ? ଏଇ ଚାଷ ବ୍ୟତୀତ ତାର ଆଉ ତ କୌଣସି ଉପାୟ ହିଁ ନାହିଁ। ମାଘ ମାସରେ ଏ ଅଦିନ ମେଘ ନାଚିଦେଇ ଚାଲିଗଲା। ଧାନକ୍ଷେତ ପାଚିବା ହୋଇ ସାରିଥିଲା। ବର୍ଷା ଛାଡ଼ିଯିବା ଯୋଗୁଁ ଭୀଷଣ ଭାବରେ ଶୀତର ଲହରୀ ମଧ୍ୟ ଖେଳି ଯାଇଛି। ତାର ବାପା ତ ଜଣେ ଗରିବ ଚାଷୀ ପୁଣି ବୃଦ୍ଧ ହୋଇଥବା କାରଣରୁ ତାକୁ ହିଁ ସମ୍ଭାଳିବା ନିହାତି ଦରକାର। ସେ କରିବ କ'ଣ ? ସବୁ ଏ ଅଦିନ ମେଘ ଆସି ଗିଳିଦେଇ ଗଲା। ତାର ଲୁହ ଓ କୋହକୁ ବାପା ଦୂରରୁ ଦେଖି କହିଲେ,"ଶରତ ! ଏ ଜୀବନ ତ ବଡ଼ ଅଙ୍କାବଙ୍କା ରାସ୍ତା। ସେଥିରେ ପୁଣି ଝଡ଼ ଓ ଝଞ୍ଜା ଆସିବା ମଧ୍ୟ ସ୍ଵାଭାବିକ ତେଣୁ ନିଜକୁ ସମ୍ଭାଳିବା ଶିକ୍ଷା କରିବାକୁ ହେବ କାରଣ ଗଡାଣି ଓ ଉଠାଣି ରାସ୍ତାରେ ଖାପ ଖୁଆଇ ନ ଚାଲିବୁ ତ ପ୍ରତିଟି ସମୟକୁ ସମ୍ମାନ ଦେବୁ କିପରି? ଈଶ୍ୱରଙ୍କୁ ଧନ୍ୟବାଦ ଦେଇ କୁହ ହେ ଈଶ୍ଵର ତୁମେ ହିଁ ସର୍ବ କାରଣ ତୁମେ ଚାହିଁଲେ ପାହାଡ଼ ଉପରେ ପଦ୍ମ ତ ସମୁଦ୍ର ଭିତରେ ନିଆଁ ଜଳିବ।" ଶରତ ବାପାଙ୍କ କଥାକୁ ସ୍ବୀକାର କରି ନିଜ ହାତକୁ ଯୋଡ଼ିଦେଲା ଈଶ୍ଵରଙ୍କ ଉଦ୍ଦେଶ୍ୟରେ ତ ଭାଗ୍ୟ ଯେମିତି ତାର ସପକ୍ଷରେ ତକ୍ଷଣେ ଗଲା। ଶରତ କର୍ମ କରୁଥାଏ ବାପାଙ୍କ ମୁଖରେ ହସ ଫୁଟାଇବା ଓ ନିଜେ ନିଜ ଜୀବନକୁ ପୂର୍ଣ୍ଣାଙ୍ଗ କରିବା। ବାପା ଶୀତ ସକାଶେ ନିଆଁ ପୋଇଁ ହେଉଥାନ୍ତି। ଗରିବ ଘର କାରଣରୁ ଦେହକୁ ଘୋଡେଇବା ପାଇଁ ଚାଦର କି କମ୍ବଳ ନାହିଁ। ନିଆଁ ହିଁ ଏକମାତ୍ର ସାହାରା ଥିଲା ତ ଦୁହେଁ ବାପା ଓ ପୁଅ ଏକତ୍ରୀତ ହୋଇ ବସିଥିଲେ। 

     ସଞ୍ଜ ନଇଁ ଆସିଥିଲା। ବାହାରେ ଶୀତର କୋହଲା ମାଡ କବାଟ ଫାଙ୍କ ଦେଇ ପଶି ଆସୁଥିଲା ଦଲକାଏ ଦଲକାଏ ପବନ। ଦୁଇ ବାପା ଓ ପୁଅ ବସିଥିବା ବେଳେ କିଏ ଜଣେ ହଠାତ କବାଟରେ ଠକଠକ କଲା। ଏ ଶଦ୍ଦ ଶୁଣି ବାପା କହିଲେ,"ଶରତ ! ଯାଇକି ଟିକିଏ ଦେଖିଲୁ କିଏ କବାଟରେ ଠକଠକ କରୁଛି?" ବାପାଙ୍କ ତୁଣ୍ଡରୁ କଥା ନ ସରୁଣୁ ଶରତ ଯାଇ ଦେଖିଲା ତ ଝିଅଟିଏ ଯାହାର ଦେହରେ କେବଳ ଛିଣ୍ଡା କପଡ଼ା ବ୍ୟତୀତ ଆଉ କିଛି ବି ନାହିଁ। କ'ଣ କରିବ ଭିତରକୁ ଡାକିବ ନା ନାହିଁ? ଭାବୁଭାବୁ ଫେରିଆସି କହିଲା,"ବାପା ! ଜଣେ ଝିଅପିଲା ଶୀତରେ ଭୀଷଣ ଥରୁଛି।" ବାପା କହିଲେ,"ଶରତ ! ତାକୁ ଭିତରକୁ ନେଇ ଆସ। ସେ ନିଆଁ ପାଖରେ ଟିକିଏ ବସିଯାଉ ଦେହ ଉଷୁମ ହୋଇଗଲେ ପଚାରିବା ସେ କିଏ କେଉଁଠୁ ଆସିଛି ଆଉ ଯିବ ବା କୁଆଡେ଼?"। ଶରତ ବାପାଙ୍କ କଥାକୁ ଯଥାଶୀଘ୍ର ରକ୍ଷା କଲା ଆଉ ନେଇକି ଆସିଲା। ଝିଅଟି ବଡ଼ ଦୟନୀୟ ଅବସ୍ଥାରେ ଥିଲା। ଅସ୍ତବ୍ୟସ୍ତ ମୁଣ୍ଡର କେଶଗୁଚ୍ଛ ନୁଖୁରା ପୁଣି ଦେହର ଚମଡ଼ା ଭାଙ୍ଗଭାଙ୍ଗ ଓ ସଙ୍କୋଚନ ହୋଇ ସାରିଥିଲା। ଝିଅଟି ଶୀତର ମାଡ଼ କାରଣରୁ ନିଆଁ ପାଖରେ ବସୁବସୁ ଶରତର ଛାତି ଉପରେ ଲଦିହୋଇ ଢଳିପଡ଼ି ଚେତା ହରେଇଲା। ଶରତ ତାକୁ ନିଜ ଦେହର କପଡ଼ା ଖୋଲି ଯଥାଶୀଘ୍ର ଘୋଡ଼ାଇଲା ଆଉ ନିଆଁରେ ସେକିଲା କିନ୍ତୁ ଝିଅଟିର କୌଣସି ଚେତା ନ ଫେରିବାରୁ ବଡ଼ ବ୍ୟସ୍ତ ହୋଇ ପଡ଼ିଲା। ବାପା କହିଲେ,"ଶରତ ! ତୁ କୌଣସି କିଛି ନ ଭାବି ତାକୁ କୁଣ୍ଢାଇକି ଏ ନିଆଁ ପାଖରେ ଶୋଇପଡ଼। ତୋ ଦେହର ତାତି ସହିତ ତାର ଦେହକୁ ଯେବେ ସଂଲଗ୍ନ ହୋଇଯିବ ତ ତାକୁ ଗରମ ଆସିଯିବ ଆଉ ଚେତା ବି ଫେରି ପାଇବ। ଶରତ ସଙ୍କୋଚ ମନେ କଲା ଜଣେ ଅଜଣା ଯୁବତୀ ସହିତ ଏମିତି କେମିତି ନୀଚ୍ଚ କାମ କରି ପାରିବ? ଦୁହେଁ ଏକାଠି ଶୋଇବା ହେବ ତ ଭୟଙ୍କର ଘଟଣା ହୋଇପାରେ ଯେବେ ଚେତା ଫେରି ଆସିବ ସେ କ'ଣ ଭଲା ଜବାବ ଦେବ? ଶରତ ସଙ୍କୋଚ ମନୋଭାବକୁ ବାପା ପୂରା ବୁଝିନେଲେ ଆଉ କହିଲେ,"ଶରତ ! ତୋର ତ ମନଲାଖି ଝିଅଟିଏ ଲୋଡାଥିଲା। ଏ ଝିଅଟି ତୋର ପତ୍ନୀ ହୋଇଗଲେ କ୍ଷତି କଣ?" ଶରତ ଦେଖିଲା ଝିଅଟିର ଦୟନୀୟ ଅବସ୍ଥାକୁ ତେଣୁ ଆଗ ବଞ୍ଚାଇବା ଜରୁରୀ ବିବାହ କାର୍ଯ୍ୟ ପଛେ ଦେଖାଯିବ। ସେ ବାପାଙ୍କ କଥାକୁ ଅମାନ୍ୟ କରି ପାରିଲାନି। ତାକୁ ସୋରିଷ ତେଲ ମାରି କୁଣ୍ଢେଇକି ସାରା ଅବୟବ ଆଉଁସି ଆଉଁସି ଶୋଇଲା। ସେକି ହେଉଥିବା ନିଆଁ ଯେତିକି କାମ ଦେଲା ନାହିଁ ତାକୁ କୁଣ୍ଢାଇ ଭିଡ଼ି ଧରିବା ଯଥାଶୀଘ୍ର କାମ କଲା। ତାର ଚେତା ଫେରି ପାଇଲା ଆଉ ଶରତର ବାହୁରୁ ଫିଟିବାକୁ ବାଟ ଖୋଜିଲା ହେଲେ ସେ ମୁକୁଳିବା କାଠିକର ପାଠ ହେଲା କାରଣ ଦୁହେଁ ଭୀଷଣ ଭାବରେ କାମନା ନଈରେ ଭାସି ସାରିଥିଲେ। ସେ ମଧ୍ୟ ନିଜର ବାହୁକୁ ହୁଗୁଳା କରି ପୁଣି ଭିଡ଼ିକି ଧରିଲା। ଦୁହେଁ କଥା ନାହିଁ କି ବାର୍ତ୍ତା ନାହିଁ ପରସ୍ପର ଭରପୂର କାମନା ଦୋଳିରେ ପହଁରିଲେ। ଦୁହେଁ ଭୁଲିଗଲେ ଜାତି,ଗୋତ୍ର ଅବା ଧର୍ମ। ପ୍ରେମ ପାଖରେ ଯେମିତି ସବୁ ତୁଚ୍ଛ ହୋଇଗଲା। ପ୍ରାୟତଃ ଦୀର୍ଘ ତିନି ଘଣ୍ଟା କାମନା ଦୋଳିରେ ବସି ଯେବେ ଉଠିଲେ ଉଭୟଙ୍କ ଭିତରେ ଲଜ୍ଜାର ବାତ୍ତାବରଣ ଖେଳିଗଲା। ବାପା ଦୂରରୁ ସବୁ ଦେଖି ନେଇଥିଲେ। ସେ ଭାରି ଖୁସି କି ଆଜି ତାର ପୁଅ ଅସଲ ଭବିଷ୍ୟତ ମାର୍ଗକୁ ପାଇଗଲା।

      ବାପା ପାଖକୁ ଆସି ପୁଅକୁ କିଛି କହିବା ଆଗରୁ ଝିଅଟିକୁ କହିଲେ,"ମାଆରେ ! ତୁ କିଏ ଆମେ ଜାଣି ନାହୁଁ। ଜାତି,ଗୋତ୍ର କି ଧର୍ମକୁ ମଧ୍ୟ ଜାଣିବା ଦରକାର ନାହିଁ। ତୁ ପୂରା ଅଚିହ୍ନା ପୁଣି ଶୀତର ମାଡ଼ରେ ଜୁଡୁବୁଡୁ ହୋଇ ସାହାଯ୍ୟର ଭିକ୍ଷା କରୁଥିଲୁ। ପୁଅ ଶରତ ସବୁ ପ୍ରକାର ସାହାଯ୍ୟ ଓ ସହଯୋଗରେ ତୋର ଅବସ୍ଥା ଠିକଠାକ ହୋଇଗଲା କେବଳ ସେତିକି ନୁହଁ ତୋର ସହିତ ପୁଅର ମଧ୍ୟ ଦୈହିକ ସମ୍ପର୍କ ହୋଇ ସାରିଛି। ତୁ ଆଜିଠାରୁ ପୁତ୍ରବଧୂ ପାଇଁ ମୁଁ ଚାହୁଁଚି ତେବେ ତୋର ମତାମତ କ'ଣ?" ବଡ଼ ବିଷମ ପରିସ୍ଥିତି ଓ ସରମରେ ମୁହଁକୁ ପୋତିଲା ଝିଅଟି। ସେ ଯେ ଆଜି ପ୍ରଥମ କରି ଜଣେ ପୁରୁଷର ସାହ୍ନିଧ୍ୟ ପାଇ ଭରପୂର ଆନନ୍ଦ ଲାଭ କରିଛି ଏ କଥା ତାର ମନ ଓ ବିବେକ ଭଲକି ଜାଣିଛନ୍ତି। ଝିଅଟି ନୀରବ ରହି ଚୁପଚାପ ବସିଗଲା ତ ବାପା ଶରତର ହାତ ସହ ସେ ଝିଅଟିର ହାତ ଯୋଡ଼ିଦେଲ। ଶରତ ଓ ସେ ଝିଅଟି ବାପାଙ୍କୁ ଉଠି ପ୍ରଣାମ କଲେ। ବାପା ଆଶୀର୍ବାଦ କରି କହିଲେ,"ଶରତ ! ତୁମକୁ ଦୀର୍ଘ ଜୀବନ କାମନା ସହିତ ନୀରୋଗ ଓ ନିରାମୟ ଚାହୁଁଛି। ବାକିତକ ଜୀବନ ସଖମୟ ହେଉ ଏତିକି ଈଶ୍ବରଙ୍କ ପାଖରେ ଏ ବୃଦ୍ଧ ବାପାର କାମନା।" ରାତି ଭୋଜନର ଖିଆପିଆ ହେଲା। ଶରତ ତାକୁ ନେଇଗଲା ତାର ଦଉଡ଼ିଆ ଖଟକୁ ଯେଉଁଠି ପୁଣି ଭରପୂର ଆନନ୍ଦ ଉଠାଇ ପାରିବ।

       ଶରତ ଭୁଲିଗଲା ଭିଜି ଯାଇଥିବା କ୍ଷେତର ଧାନକୁ। ସେ ଭୁଲି ଗଲା ମଧ୍ୟ ଶୀତର କୋହଲା ମାଡ଼ ଓ ପ୍ରକୋପକୁ। ଆଜି ପାଇ ସାରିଛି ଅପୂର୍ବ ଆନନ୍ଦ ଯାହା ପ୍ରତି ପୁରୁଷଙ୍କ ଜୀବନରେ ଆସିଥାଏ। ଶରତର ଭାଗ୍ୟ ଉଦୟ ହୋଇଗଲା। ପର ଦିନଠାରୁ ଦୁହେଁ ଚାଷ କାମରେ ଲାଗି ପଡିଲେ। ଏମାନଙ୍କୁ ଦେଖି ସାହି ପଡ଼ିଶା କୁହାକହି ହେଲେ ଶରତ କେବେ ବିବାହ ହେଲା ଆଉ ଯଦିଓ ହୋଇ ସାରିଛି ସେମାନଙ୍କୁ ଭୋଜିଭାତ ମିଳିଲା ନାହିଁ କାହିଁକି?" ଶରତର ବାପା ଗାଁ' ଲୋକଙ୍କୁ ଘଟଣାର କ୍ରମକୁ ବୁଝେଇଲେ। ଗାଁ' ଲୋକେ ଏ କଥା ଶୁଣି ତାଜୁବ କିନ୍ତୁ ଜଣେ ଅସହାୟ ଝିଅକୁ ବଞ୍ଚାଇ ନିଜ ଘରେ ବୋହୂର ସ୍ଥାନ ଦେବା ଛୋଟ କଥା ନୁହେଁ। ସଭିଏଁ ବାପା ଓ ତାର ପୁଅ ଶରତକୁ କୋଟି ଧନ୍ୟବାଦ ଦେବା ସହିତ ମିଳିତ ହୋଇ ଶରତ ଓ ସେ ଝିଅଟି ସହିତ ସାହି ମଣ୍ଡପରେ ବଡ଼ ଧୂମଧାମରେ ବିବାହ କାର୍ଯ୍ୟ ସମ୍ପନ୍ନ କରି ଭୋଜି ମହୋତ୍ସବରେ ଲାଗି ପଡିଲେ। ଶରତ ଆଜି ବର ବେଶରେ ଯଦି ଆଉ କାହାକୁ ପାଇବାକୁ ଶରତ ଭାବିଥାନ୍ତା ତେବେ ଏମିତି ଗାଁ' ଲୋକଙ୍କଠାରୁ କ'ଣ ଆଶୀର୍ବାଦ,ସାହାଯ୍ୟ ଓ ସହଯୋଗ ପାଇପାରି ଥାନ୍ତା।

       ସତରେ ! ଶରତ ବଡ଼ ଭାଗ୍ୟଶାଳୀ। ବିବାହ ଉତ୍ସବରେ ବହୁତ ବଡ଼ବଡ଼ ଉପହାର ପାଇଲା। ତାର ଅଦିନ ବର୍ଷାରେ କ୍ଷତି ହୋଇଥିବା ଅର୍ଥଠାରୁ ବି ଢେର ଗୁଣରେ ଅଧିକ ହିଁ ହେବ। ଶୀତ ଆଣିଦେଲା ଶରତକୁ ଅସୀମ ଆନନ୍ଦ ଯାହା କାହା ଭାଗ୍ୟରେ ଥିଲେ ପାଇପାରେ କିନ୍ତୁ ଚାଷୀ ଶରତ ଭଳି ନୁହେଁ?

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract