STORYMIRROR

Priyadarshini Mishra

Inspirational

3  

Priyadarshini Mishra

Inspirational

ଶର୍ମିଷ୍ଠା

ଶର୍ମିଷ୍ଠା

2 mins
504


     ନିଜର ଅନିଚ୍ଛା ସତ୍ତ୍ୱେ ରୋଜ଼ି କଥାକୁ କାଟି ନ ପାରି ଆଶିଷ "ଦ୍ଵାରିକ।ଧୀଶ ଜରାନିବାସ" ଯାଇଥିଲା। ସେଠାକାର ପରିବେଶ ତାକୁ ଭଲ ଲାଗିଥିଲା। ଅତି ଶୃଙ୍ଖଳିତ ପରିବେଶ ମଧ୍ୟରେ ବୟସ୍କ ବୟସ୍କ।ମାନେ ସ୍ୱକର୍ମରେ ଲିପ୍ତ ଥିଲେ। ବୃକ୍ଷଲତା ପରିବେଷ୍ଟିତ ଶାନ୍ତ ବାତାବରଣ ରେ ଏକ ଅକୁହା ବେଦନା ଜର୍ଜରିତ ନୀରବତା ଅନୁଭବ କରିପାରିଥିଲା ଆଶିଷ।କିନ୍ତୁ ରୋଜ଼ି କହିଥିବା କଥା ଚିନ୍ତା କରିବାରୁ ଏସବୁର ଗୁରୁତ୍ୱ ତା ପାଇଁ କମି ଯାଇ ଥିଲା ଭଳି ସେ ଅନୁଭବ କରୁଥିଲ।।

    ଆଶିଷ ଏକ ବହୁ ରାଷ୍ଟ୍ରୀୟ କମ୍ପାନୀ ରେ ଜଣେ ପଦସ୍ଥ ଅଧିକାରୀ ଭାବେ ଅବସ୍ଥାପିତ। ମା'ଶର୍ମିଷ୍ଠା, ପତ୍ନୀ ରୋଜ଼ି ଓ ପୁଅ ଦେବଂ।ଶକୁ ନେଇ ତାଙ୍କର ପରିବାର।କିନ୍ତୁ ଘରେ ମା' ର ଉପସ୍ଥିତିକୁ ସହ୍ୟ କରିବାକୁ ପ୍ରସ୍ତୁତ ନଥିଲା ରୋଜ଼ି। ଆଶିଷ ଚିନ୍ତା କରୁଥିଲେ ମଣିଷ କଷ୍ଟ ସହି ନଥାଏ। କିନ୍ତୁ ମା'ର ଉପସ୍ଥିତି ରୋଜ଼ି କୁ ଏଭଳି କେଉଁ କଷ୍ଟ ଦେଉଛି ଯାହା ସେ ସହି ପାରିବ ନାହିଁ କହୁଛି।

     ଅଶିଷର ମା ଶର୍ମିଷ୍ଠା ତାଙ୍କ ବାପା ମାଆ ଙ୍କ ଏକମାତ୍ର କନ୍ୟା ଥିଲେ। ତାଙ୍କ ର ଦୁଇ ଭାଇ ଇଞ୍ଜିନିଅର।ବାପା ମାଆ ପଦସ୍ଥ ସରକାରୀ ଅଧିକାରୀ। ଶର୍ମିଷ୍ଠା ନିଜେ ଇଂଜିନିୟରିଂ ପଢ଼ୁଥିବା ବେଳେ ପ୍ରତିଷ୍ଠିତ ପରିବାରର ଏକମାତ୍ର ପୁଅ ଇଂଜିନିଅର ବିକାଶ ଙ୍କ ସହ ତାର ବିବାହ ହୋଇଗଲା। ପଢା ସରିବା ପରେ ବିକାଶ ଙ୍କ କର୍ମସ୍ଥଳୀ ଦିଲ୍ଲୀ ଚା ଲି ଆସିଥିଲେ ଶର୍ମିଷ୍ଠା।ସେଠାରେ ପୁଅ ଆଶିଷ ଜନ୍ମଗ୍ରହଣ କରିଥିଲା। ଧୀରେ ଧୀରେ ସବୁ ବଦଳି ଯାଇଥିଲା।ବିକାଶ ଦିନ ଦିନ ଧରି ଘରକୁ ଆସିଲେ ନାହିଁ। ଶର୍ମିଷ୍ଠା ସହ କଥାବାର୍ତ୍ତା ବନ୍ଦ କରିଦେଲେ। ଶର୍ମିଷ୍ଠା ଏସବୁ ନିଜ ଶାଶୁ ଶ୍ୱଶୁର ଙ୍କୁ ଜଣାଇଥିଲେ। କିନ୍ତୁ ଶର୍ମିଷ୍ଠା ଯୋଗୁଁ ବିକାଶ ଏଭଳି ବଦଳି ଯା ଇଛନ୍ତି ବୋଲି ସେମାନେ ଦୋଷ ଦେଇଥିଲେ। ଏସବୁ ଶର୍ମିଷ୍ଠା ନିଜ ମାଆ ଙ୍କୁ କହିଥିଲେ। ଶର୍ମିଷ୍ଠାଙ୍କ ବାପା ଓ ଭାଇ ମାନେ ଦିଲ୍ଲୀ ଯାଇଥିଲେ। ବିକାଶ ଙ୍କ ଅଫିସ ଯାଇ ତାଙ୍କ ବିଷୟରେ ବୁଝିଥିଲେ। ବିକାଶ ଙ୍କ ବିଷୟରେ ଜାଣିବା ପରେ ସେମାନଙ୍କ ପାଦ ତଳୁ ମାଟି ଖସିଗଲା। ବିକାଶ ଅନ୍ୟ ଜଣେ ଯୁବତୀ ପାଇଁ ଶର୍ମିଷ୍ଠାଙ୍କୁ ଛାଡି ଚାଲିଯାଇ ଥିବାରୁ ସେ ମଧ୍ୟ ବିକାଶଙ୍କୁ ଭୁଲି ଅନ୍ୟ କାହାକୁ ବିବାହ କରି ଘର ସଂସାର କରିବା ଉଚିତ ବୋଲି ସମସ୍ତେ ବୁଝାଇଥିଲେ। କିନ୍ତୁ ଶର୍ମିଷ୍ଠା ମନାକରିଦେଇଥିଲେ। ସେ ଚାହୁଁନଥିଲେ ଆଶିଷ ମାଆ ସ୍ନେହରୁ ମଧ୍ୟ ବଞ୍ଚିତ ହେଉ।

     ଶର୍ମିଷ୍ଠା ସବୁବେଳେ ଛାଇ ଭଳି ଆଶିଷ ପାଖେ ପାଖେ ରହିଥିଲେ। କିନ୍ତୁ ଆଶିଷର ବିବାହ ପରେ ସବୁ କିଛି ବଦଳିଗଲା। ଏକକ ପରିବାର ରେ ବଢିଥିବା ରୋଜ଼ି ମାଆ ସହ ରହିପାରିବ ନାହିଁ ବୋଲି ଜଣାଇଥିଲା।ଘରେ ଅଶାନ୍ତି ଓ ଝଗଡା କରିବାରେ ଲାଗିଲା। ମାଆ ପାଇଁ ଜରାନିବାସ ବୁଝି ଆସି ଆଶିଷକୁ ସେଠାକୁ ପଠାଇଥିଲା।ମାଆ ମାମୁଁ ଘରେ କିମ୍ୱା ଅନ୍ୟ କେଉଁଠି ରହିଲେ ସେମାନଙ୍କୁ ଲଜ୍ଜିତ ହେବାକୁ ପଡିବ ତେଣୁ ତାଙ୍କୁ ଜରାନିବାସ ରେ ଛାଡିବା ପାଇଁ ଆଶିଷକୁ ବାଧ୍ୟ କରିଥିଲା।

      ରୋଜ଼ି ସହ ଝଗଡାରେ ଅତିଷ୍ଠ ହୋଇ ଆଶିଷ ଜରାନିବାସ ଆସିଥିଲା। ପୁରୁଣା କଥାଗୁଡିକୁ ମନେ ପକାଇ ମାଆ ମୁହଁ ତା' ଆଖିରେ ନାଚି ଉଠିଲା। ଜରାନିବାସ ଟି ତାକୁ ଠିକ ଲାଗିଥିଲା। ରୋଜ଼ି ବାଛିଥିଲ। ତେଣୁ ଅସୁବିଧା ନଥିଲା।ଏସବୁ ଚିନ୍ତା କରି ଆଶିଷ ଘର କୁ ଫେରିଥିଲା।

     ଘରେ ପାଦ ଦେଉ ଦେଉ ରୋଜ଼ି ଆଶିଷକୁ ଜରାନିବାସ ବିଷୟ ରେ ପଚାରିଥିଲା। ଆଶିଷ ରୋଜ଼ି ର ମୁହଁକୁ ଚାହିଁ ଶୋଇବା ଘରକୁ ପଶିଗଲା।ରୋଜ଼ି ପୁଣିଥରେ ପଚାରିବାରୁ ସେ କହିଥିଲା,"ମାଆ ଚାହିଁ ଥିଲେ ମୋତେ ପଛରେ ଛାଡି ସୁଖରେ ସଂସାର କରିପାରିଥା'ନ୍ତେ କିନ୍ତୁ ସେ ସେପରି କରିନଥିଲେ।ତେବେ ମୁଁ କିପରି ମୋ ସୁଖ ସଂସାର ପାଇଁ ତାଙ୍କୁ ଜରାନିବାସରେ ଛାଡି ପାରିବି?ଆଶିଷଙ୍କ ସ୍ୱରରେ ଥିବା ଦୃଢ଼ତା ଦେଖି ରୋଜ଼ି ବୁଝିପାରିଥିଲା ସେ ଅପରାଧ କରିବାକୁ ଯାଉଥିଲା।ନିଜ ଭୁଲ ପାଇଁ ଅନୁତପ୍ତ ହୋଇଥିଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Priyadarshini Mishra

Similar oriya story from Inspirational