Kailash Chandra Behera

Inspirational

3  

Kailash Chandra Behera

Inspirational

ଶ୍ରୀମଦ୍ ଭଗବଦ୍ ଗୀତା

ଶ୍ରୀମଦ୍ ଭଗବଦ୍ ଗୀତା

1 min
198



      ( ଧାରାବାହିକ )

ଅଷ୍ଟମ ଅଧ୍ୟାୟ , ଅକ୍ଷର ବ୍ରହ୍ମ ଯୋଗଃ 

ଶ୍ଳୋକ - ୭

ତସ୍ମାତ୍ସର୍ବୈଷୁ କାଳେଷୁ

ମାମନୁସ୍ମର ଯୁଦ୍ଧ ଚ ,

ମର୍ଯ୍ୟର୍ପିତ ମନୋ ବୁଦ୍ଧିର୍ମାମେ

ବୈଷ୍ୟସ୍ୟ ସ°ସୟଃ ।

ଅର୍ଥ : -

ସବୁ ସମୟରେ ସବୁ କାଳରେ ମୋତେ ସ୍ମରଣ କରି ତୁମ୍ଭେ ଯୁଦ୍ଧ କର । ତୁମେ ତୁମର ମନ ଓ ବୁଦ୍ଧିକୁ ମୋତେ ସମର୍ପଣ କରି ମନକୁ ମୋଠାରେ ସ୍ଥିର ରଖିଲେ ତୁମେ ନିଃସନ୍ଦେହ ଭାବରେ ମତେ ହିଁ ପ୍ରାପ୍ତ ହେବ ।

ବ୍ୟାଖ୍ୟା : - 

ବିଛଣାରୁ ଉଠିବା ସମୟରେ ମୋତେ ସ୍ମରଣ କରି ଉଠ । କର୍ତ୍ତବ୍ୟ କର୍ମ କରିବା ସମୟରେ ମୋତେ ସ୍ମରଣ କରି କର୍ତ୍ତବ୍ୟ କର୍ମ କର ଏବ° ଶୋଇବା ସମୟରେ ମୋତେ ସ୍ମରଣ କରି ଶୟନ କର ଏହା ଦ୍ବାରା ଧୀରେ ଧୀରେ ତୁମର ମନ ଓ ବୁଦ୍ଧି ଭଗବାନଙ୍କଠାରେ ଲାଗିଯିବ ।

   ଭଗବାନ ଅର୍ଜୁନଙ୍କୁ କହୁଛନ୍ତି , ହେ ଅର୍ଜୁନ ! ତୁମ୍ଭେ ମତେ ସ୍ମରଣ କରି ଯୁଦ୍ଧ କର ତୁମ୍ଭେ ନିଶ୍ଚୟ ଜିତିବ । ମୋ ଉପରେ ଯିଏ ଭରସା ରଖି କର୍ମ କରୁଥାଏ ତା'ର ସଫଳ ନିଶ୍ଚୟ - ଏଥିରେ କୌଣସି ସନ୍ଦେହ ନାହିଁ ।



Rate this content
Log in

Similar oriya story from Inspirational