Sneha Mishra

Inspirational

3  

Sneha Mishra

Inspirational

ଶେଷ ନିଷ୍ପତ୍ତି

ଶେଷ ନିଷ୍ପତ୍ତି

2 mins
135


ଦ୍ଵନ୍ଦ୍ଵରେ ପଡିଯାଇଚି ମିତାଲି ।ଅରିର ଅଭିଯୋଗ ଶୁଣି ଆଜି କିଂ କର୍ତ୍ତବ୍ୟ ବିମୂଢ । ଭବିଷ୍ୟତ ଅନ୍ଧକାର ହିଁ ଅନ୍ଧକାର ।ସମାଜ ର ସବୁ ସମ୍ମାନ, ପ୍ରତିଷ୍ଠା, ସୁଖ ସମୃଦ୍ଧି ଧୂଳିସାତ ହେଇଯିବ । କିନ୍ତୁ ଅରିର ଯେଉଁ ବିଶ୍ଵାସ ନା, ନା, ତା ବିଶ୍ଵାସ ରେ ବିଷ ଦେଇ ପାରିବନି ସିଏ ।ବିଶ୍ଵାସରେ ବିଷଦେବା ତ ଜଘନ୍ୟ ଅପରାଧ ।ସୁଧାଂଶୁ ବାବୁ

କହି ଉଠିଲେ - ଆଜି ଏତେ ବ୍ୟସ୍ତ ବିବ୍ରତ କାହିଁକି ?ଏଇଟା ତ ତୁମ ପାଇଁ ଛୋଟ ଖେଳଟିଏ ।ଅତୀତରେ ଏମିତି କେତେ ବଡ ବଡ ସମସ୍ୟା ଗୋଡରେ ଆଡେଇ ଦେଇଚ । କିଛି ପଇସା ପତ୍ର ଦେଇ ମାମଲା ରଫାଦଫା କରିଦିଅ । ଏଥିରେ ଏତେ ଚିନ୍ତାକରିବାର କ’ଣ ଅଛି ,ଆଜି ମନରେ ପ୍ରଶ୍ନ କାହିଁକି ? ନା,ନା, ଅରି ପ୍ରତି ଅନ୍ୟାୟ କରିପାରିବିନି ।


ଅରିର ସେଇ କରୁଣ ଚାହାଣି ତାକୁ ଅସ୍ତବ୍ୟସ୍ତ କରିଦେଇଚି ।ଅରିର ସମ୍ଭାଷଣ ପ୍ରତିଯୋଗୀତାରେ "କର୍ତ୍ତବ୍ୟ ଉପରେ ଭାଷଣ " ତା କାନ ପାଖରେ ଆଜି ମଧ୍ୟ ଗୁଞ୍ଜରିତ ହେଉଅଛି ।ଅରିପ୍ରତି ଏକ ଅଜଣା ସ୍ନେହ ତାଙ୍କ ହୃଦୟକୋଣରେ ଅଙ୍କୁରିତ ହୋଇଯାଇଥିଲା । ଆଉ ଦ୍ୱିତୀୟ ଥର ଯେତେବେଳେ ଅତିଥି ଭାବରେ ଯାଇଥିଲା,ବିଜ୍ଞାନ ଉପରେ ଯେଉଁ ପ୍ରୋଜେକ୍ଟ ର ଉପସ୍ଥାପନା ତାକୁ ଆହୁରି ପ୍ରଭାବିତ କରିଥିଲା ।ଅରି ଉପରେ ଅତ୍ୟାଚାର ସିଏ କଦାପି ବରଦାସ୍ତ କରିପାରିବନି ।ଏମିତିଇ ଭାବୁଭାବୁ ଡ୍ରାଇଭର୍‍ କୁ କହିଲା -"ଗୋପାଳ ,ଅନାଥାଶ୍ରମ ଚାଲ "।

ଅନାଥାଶ୍ରମ ରେ ପହଞ୍ଚୁପହଞ୍ଚୁ କାନରେ ବାଜିଲା "ଗୁରୁମା ଗୁରୁମା,ଆପଣ କହିଥିଲେ ଆଜି ମତେ ମୋ ବାପାଙ୍କ ବିଷୟରେ କହିବେ ,ମତେ ଦେଖାଇଦେବେ ବୋଲି ,କିଏ ମୋ ବାପା ? ଗୁରୁମା ସ୍ତବ୍‍ଧ ହୋଇ ରହିଗଲେ ପ୍ରଶ୍ନରେ ।ଭାବିଚିନ୍ତି କହିଲେ,ତୁମ ବାପା ସମାଜର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ।ତାହେଲେ ମୁଁ ତାଙ୍କ ପାଖରେ କାହିଁକି ନାହିଁ, ଏଇଠି କାହିଁକି ରହୁଚି?ଝିଅଟି ସରଳ ମନରେ ପଚାରିଲା । ଗୁରୁମାଙ୍କ ପାଖରେ କୌଣସି ଉତ୍ତର ନଥିଲା । ମିତାଲି କାନରେ ଅରିର ପ୍ରତିଯୋଗିତାରେ କହିଥିବା ସେଇ ବାକ୍ୟଟି ପ୍ରତିଧ୍ଵନିତ

ହଉଥିଲା - " ଯଦି ଧୃତରାଷ୍ଟ୍ର ସେତେବେଳେ ପୁତ୍ର ମୋହ ତ୍ୟାଗ କରିସଠିକ ନିର୍ଣୟ ନେଇ ପାରିଥା’ନ୍ତେ ତେବେ ମହାଭାରତ ଯୁଦ୍ଧ ନରସଂହାର -ବିଭୀଷିକାରୁ ରକ୍ଷା କରାଯାଇପାରିଥା’ନ୍ତା ।"

ମିତାଲି ଆଉ ଅନାଥାଶ୍ରମ ଭିତରକୁ ନଯାଇ ଡ୍ରାଇଭରକୁ କହିଲା- ଗୋପାଳ! ସିଧା ପୋଲିସ ଷ୍ଟେସନ ଚାଲ ।’



Rate this content
Log in

Similar oriya story from Inspirational