कार्त्तिक सेठी

Romance Tragedy

2  

कार्त्तिक सेठी

Romance Tragedy

ଶେଷ ଚିଠି

ଶେଷ ଚିଠି

3 mins
763


ଭିତରୁ ଭିତରୁ ମରି ଯାଉଥିବା ମଣିଷଟା ପାଇଁ ଦୁନିଆ ଯେପରି ରଙ୍ଗହୀନ ଲାଗେ ,ଅନୁଭବୀ ହିଁ ଜାଣିପାରେ। ଆକାଶ ସାଥିରେ ପାର୍କରୁ ଫେରି ଆସିଥିଲା ରୂପା । ଆଜି କିନ୍ତୁ ସବୁଜିମା ଭରା ପାରାଡାଇସ୍ ପାର୍କ ର କୋଣ ଅନୁକୋଣରେ ଧୂସର ରଙ୍ଗ ଖେଳି ଯାଇଥିଲା ରୂପା ପାଇଁ । ନରମ ଲନ୍ ଘାସ ଗୁଡ଼ିକ ଯେପରି ଛୁଞ୍ଚି ପରିକା ଫୋଡି ହୋଇ ଯାଉଥିଲା ତା' ଦିହ ସାରା । ଅନିଚ୍ଛା ସତ୍ତ୍ବେ କିଛି ଫ୍ରୁଟ୍ ଜୁସ୍ ପିଇ କୃତ୍ରିମ ହସ ହସିଦେଇ ଫେରି ଆସିଥିଲା ସାଥିରେ । ତା'ର ବିଶ୍ୱାସ ର ବାଲିଘର ଭୁଷୁଡି ପଡ଼ିଥିଲା ସେବେଠୁ ଯେଉଁଦିନ ଆକାଶ ତୃତୀୟ ଥର ପାଇଁ ତା'ର ଗର୍ଭ ନଷ୍ଟ କରି ଦେଇଥିଲା । ବାରଣ ସତ୍ତ୍ବେ ବଳ ପୂର୍ବକ ଗର୍ଭ ନିରୋଧକ ବଟିକା ଖୁଆଇ ଦେଇ ମାଡ଼ ମାରିଥିଲା ସେ । ଏ କୁଆଁରୀ ବୟସରେ ପଦାକୁ ଗୋଡ଼ କାଢ଼ି ମସ୍ତ ବଡ଼ ଭୁଲ୍ କରିଦେଇଛି ରୂପା । ଆକାଶ ସାଥିରେ ପଳେଇ ଆସିଲା ସତ, ହେଲେ ଆକାଶ ଏବେ ତାକୁ ବିବାହ କରିବ କରିବ ବୋଲି କହି ଚାଲିଛି କିନ୍ତୁ କରୁନାହିଁ । ଭରସା କରିଥାଆନ୍ତା ସେ, ଯଦି ଆକାଶ ତା' ପିଲା ର ବାପା ହେବାରେ କୁଣ୍ଠାବୋଧ କରି ନ ଥାନ୍ତା । ଘରକୁ ଫେରିବାର ରାସ୍ତା ନ ଥିଲା ତା' ପାଇଁ । ଘରକୁ ଗଲେ ତା' ବାପା, ଭାଇ ଜୀବନରୁ ମାରିଦେବେ ବୋଲି ଧମକ ଦେଇଛନ୍ତି ...

★ ★ ★

ଆକାଶ ଅଫିସ ଯାଇଥିଲା । ରୁମ୍ ରେ ଏକାକୀ ରୂପା । ଚିଠି ଟିଏ ଲେଖି ପୋଷ୍ଟ କରିଦେଲା ତା' ବୋଉ ପାଖକୁ ।

ବୋଉ !

ମୁଁ ଜାଣିଛି ,ମୋର ପ୍ରଣାମ ଟିକକ ଦେବା ପାଇଁ ମୁଁ ଯୋଗ୍ୟା ନୁହଁ ତଥାପି ପ୍ରଣାମ ଟିକୁ ନେବୁ ।କାରଣ ଏଇଟା ମୋର ଶେଷ ପ୍ରଣାମ । ବୟସର ଆବେଗ ଓ ଉଦ୍ଦାମତା ରେ ଭାସି ଯାଇ ଆଉ ଏକ ମାଆର ପୁଅଟା କୁ ବିଶ୍ୱାସ ଓ ଭରସା କଲି । ପଦାକୁ ଗୋଡ଼ କାଢ଼ିଲି ,ୟା ଠାରୁ ବଡ଼ ଭୁଲ ଆଉ ନାହିଁ ଜୀବନରେ । ମୁଁ ଯାହାକୁ ଭରସା କଲି ସେ କ୍ରମାଗତ ଭାବରେ ମୋର ତୃତୀୟ ଗର୍ଭକୁ ବି ନଷ୍ଟ କରିଦେଲା । ପ୍ରତିବାଦ ସତ୍ତ୍ବେ ଅକଥନୀୟ ଅତ୍ୟାଚାର ବି ସହୁଚି । ସେ ପିଲାର ମାଆ କାଳେ ମୁଁ ବୋହୂ ହୋଇ ଆସିଲେ ବିଷ ଖାଇଦେବ କହୁଛି । ତା' ବାପା ଜଣେ ଜେଲର୍ । ସେ ବି ରାଜି ନୁହଁନ୍ତି ଏ ପ୍ରସ୍ତାବରେ ।ମୋତେ ମାରି କରି କୁଆଡ଼େ ଫିଙ୍ଗି ଦେଇ ଆସିଲେ ସେ କୁଆଡ଼େ ସବୁ କଥା ବୁଝିନେବେ ତାଙ୍କ ପୁଅକୁ କହୁଛନ୍ତି । ଏଭଳି ଲଜ୍ଜା ଜନକ ପରିସ୍ଥିତି ରେ ମୁଁ ପୋଲିସ ର ସାହାଯ୍ୟ ନେଇ ମୁଁ ଅବା କୋଉ ସୁନାମ ଅର୍ଜିବି ।ମୁଁ ମୋର କୃତ କର୍ମର ଫଳ ନିଶ୍ଚୟ ଭୋଗିବି । ମୋ ଭାଇ ବାପା ବି ତ ମୋର ସାନ ଭଉଣୀର ବାହାଘର ନ ଭାଙ୍ଗିବା ପାଇଁ ମୋତେ ଘରକୁ ଫେରିବାକୁ ଦେବେ ନାହିଁ । ତେଣୁ ମୋ' ଭଳି କୁଳ କଳଙ୍କିନୀ ର ଆଉ ବଞ୍ଚିବାର ଅଧିକାର ନାହିଁ ବୋଉ । ଏ ଚିଠି ଟି ପଢି ସାରିବା ବେଳକୁ ମୁଁ ଏ ଜଗତରୁ ବିଦାୟ ନେଇ ସାରିଥିବି । ହେଲେ ମୋର ଅପୂର୍ଣ୍ଣ ଆଶା କୁ ଏ ଜନ୍ମରେ ନ ହେଉ ଆଗ ଜନ୍ମ ରେ ନିଶ୍ଚୟ ପୂରଣ କରିବୁ ବୋଉ । ଆତ୍ମହତ୍ୟା ପରେ ପ୍ରେତ ଯୋନି ରେ ମୋର ପ୍ରବେଶ ତ ନିଶ୍ଚୟ । ସେଇଥିରୁ ମୁକ୍ତି ପାଇଁ ମହାକାଳ ମହାଦେବ ଓ ହନୁମାନ ଜୀଉ ଙ୍କୁ ପ୍ରାର୍ଥନା କରିବୁ । ରହୁଚି ବୋଉ ...ଏ ଅଭାଗିନୀ ପାପିନୀ ର କୋଟି ଦଣ୍ତବତ ତୋ' ଶ୍ରୀଚରଣରେ

।। ଇତି ।।

ତୋର ଅଯୋଗ୍ୟା ବଡ଼ ଝିଅ ରୂପା ।

ଶେଷଥର ପାଇଁ ମନ ଭିତରେ ପତି ବୋଲି ଭାବି ନେଇଥିବା ଆକାଶର ପୁରୁଣା ଚପଲ୍ କୁ ମୁଣ୍ଡିଆ ମାରି ସିଙ୍ଗୋର୍ ଡ୍ୟାମ୍ ଆଡକୁ ଆଗେଇ ଗଲା ରୂପା । ଅପରାହ୍ଣ ର କାଉ ଗୁଡ଼ିକ ର କା କା ସ୍ଵର ଯେମିତି ତାକୁ ମା' ମା' ବୋଲି ଶୁଣାଯାଉଥିଲା । ସିଏ ମଧ୍ୟ ବୋଉ ନ କହି ମାଆ ବୋଲି ତିନିଥର ଡାକିଲା । ଶହେ ଫୁଟ୍ ତଳକୁ ଲମ୍ଫ ଯାତ୍ରାର ସମୟ ଉପଗତ । ନା ଆଉ ଡେରି କରିବାର ନାହିଁ ।ଆଖି ବନ୍ଦ କଲା ସେ । ଲମ୍ଫ ଦେବାକୁ ଉଦ୍ୟତ ହୁଅନ୍ତେ ତା'ଅଣ୍ଟା ରେ ଆଉ କାହାର ହାତ ଦୁଇଟି ଆକଟ କରି ଭିଡ଼ି ରଖିଥିଲା । ନା ନା ମୋତେ ମରିବାକୁ ଦିଅ...ଚିତ୍କାର କରି ଆଖି ଖୋଲି ଯାହା ଦେଖିଲା ନିଜକୁ ସେ ବିଶ୍ୱାସ କରି ପାରିଲା ନାହିଁ । ସେ ଆଉ କେହି ନ ଥିଲା । ଆଖି ଛଳ ଛଳ କରି ଏକ ନୂଆ ଆକାଶ ଛିଡ଼ା ହୋଇଥିଲା । ତା' ଛାତିରେ ମୁଣ୍ଡ ଆଉଜେଇ ରୂପା ଜହ୍ନ କଇଁ କଇଁ ହୋଇ କାନ୍ଦୁଥିଲା । ଅନୁତାପ ଅଶ୍ରୁ ରେ ଦୁହେଁ ପବିତ୍ର ହୋଇ ଯାଇଥିଲେ । ମାଆର ଅଦୃଶ୍ୟ କୃପା ସଲିଳରେ ଦୁହେଁ ତନୁମନକୁ ଭିଜାଇ ଦେଇଥିଲେ । କେବେ କେବେ ନିୟନ୍ତାଙ୍କର ଏଭଳି ଆକସ୍ମିକ ପରିବର୍ତ୍ତନ ସମସ୍ତଙ୍କୁ ଚମକ୍ତୃତ କରି ଦେଇଥାଏ ।ଗାଳ୍ପିକ କୁ ବି ...

କାର୍ତ୍ତିକ ଚନ୍ଦ୍ର ସେଠୀ

ଦୂରଭାଷ: ୬୨୮୧୬୯୫୮୯୨


Rate this content
Log in

Similar oriya story from Romance