Kalyani Nanda

Inspirational

3  

Kalyani Nanda

Inspirational

ସହାୟତା

ସହାୟତା

2 mins
151


ଡିଅର ଡାଏରୀ,


ଆଜି ମୁଁ ବି ମାଁ ସାଥିରେ ସକାଳ ନ'ଟାରେ ଟିଭିରେ ପ୍ରସାରିତ ହେଉଥିବା 'ରାମାୟଣ ' ସିରିଏଲ ଦେଖିବାକୁ ବସିଗଲି। ଅବଶ୍ଯ ଏଇ ସିରିଏଲ ମୁଁ ଆଗରୁ ଦେଖିଥିଲି, ସାତ ଖଣ୍ଡ ଯାକ ବାଲ୍ମିକୀ ରାମାୟଣର ବି ପଢିଥିଲି ,ମୋ ମାଁ ବି ପଢିଥିଲା । କିନ୍ତୁ ଆମର ଏଇ ପୁରାଣ ଗ୍ରନ୍ଥ ରାମାୟଣ, ମହାଭାରତ, ଶିବ ପୁରାଣ ଆଦି ଯେତେ ପଢିଲେ ବି, ଦେଖିଲେ ବି ଆଉ ଥରେ ପଢିଲେ , ଦେଖିଲେ , ସବୁବେଳେ ନୂଆଁ ଲାଗେ । ସେକଥା ଅବଶ୍ଯ ଆଜିର ନୂଆ ପିଢୀର ଛୁଆ କାହୁଁ ଜାଣିବେ ?ରାମାୟଣର ପ୍ରତ୍ଯେକ ଚରିତ୍ର ର ମହାନତା, ତ୍ଯାଗ ର ଭାବନା ମନକୁ ଛୁଇଁ ଯାଏ।


ରାମାୟଣ ଦେଖି ସାରି କିଛି ସମ୍ଭବ ଟିଭିରେ ନିଉଜ ଦେଖିଲି । ଲକ୍ ଡାଉନ ସମୟରେ ଆଉ କଣ ବା କରାଯାଇପାରିବ । ସୁଜାତାଙ୍କୁ ଚା ଆଣିବାକୁ କହି ମୁଁ ମୋ ରୁମକୁ ଚାଲିଗଲି । ଭାବୁଥାଏ , ଆମେ ନିଜ ପରିବାର ସହ ଥାଇ ବାହାରକୁ ପାରୁନୁ ବୋଲି ବିରକ୍ତି ବୋଧ କରୁଛୁ କିନ୍ତୁ ଡାକ୍ତର, ପୋଲିସ, ସ୍ବେଚ୍ଛା ସେବୀ, ମିଲିଟାରୀ ସମସ୍ତେ ଦିନ ରାତି ଲାଗିଛନ୍ତି ଯେମିତି ସାଧାରଣ ଜନତା ସବୁ ସୁବିଧା ପାଆନ୍ତୁ । କିଏ ଗରିବ, ଅସହାୟଙ୍କୁ ରନ୍ଧା ଖାଦ୍ୟ, ପାନୀୟ ଜଳ ଯୋଗାଇ ଦେଉଛନ୍ତି ତ ପୋଲିସ ଜଗିଛି ଲୋକଙ୍କୁ ଯେମିତି ଘରୁ ନ ବାହାରିବେ । ଆଉ ଡାକ୍ତର ମାନେ ଏଇ ଘଡିସନ୍ଧି ମୁହୂର୍ତ୍ତରେ ଲୋକଙ୍କ ପାଇଁ ଈଶ୍ବର ସାଜିଛନ୍ତି । ଲକ୍ ଡାଉନ ସମୟରେ ଲୋକେ ନିଜେ ଘର ଭିତରେ ରହି ନିଜ ପରିବାରକୁ ସୁରକ୍ଷିତ ରଖିବାର ଦାୟିତ୍ବ ବହନ କରି ଏଇ ମହାମାରୀ ଯେମିତି ଆଉ ନ ବଢିବ, ସେଥିପ୍ରତି ନିଜେ ସଜାଗ ରହି ଅନ୍ଯ କୁ ସଜାଗ ରହିବାକୁ ପ୍ରେରଣା ଦେଉଛନ୍ତି । ଇଏ ବି ତ ଦେଶର ହିତ ପାଇଁ ସମସ୍ତଙ୍କର ଏକ ବଡ ସହଯୋଗ ।


ସୁଜାତା ଚା ନେଇ ଆସି ମୋ ଭାବନାରେ ପୂର୍ଣ୍ଣ ଛେଦ ପକାଇ କହିଲେ," ଦେଖ, ଯେଉଁମାନେ ଏଇ ଗରିବ, ଦୁଃଖୀ, ଅସହାୟଙ୍କୁ ଖାଦ୍ଯ, ପାନୀୟଜଳ ଦେଇସାହାଯ୍ଯ କରୁଛନ୍ତି, ଇଏ ତ ସତରେ ମହତ୍ ଓ ପୂଣ୍ଯର କାମ। କିନ୍ତୁ ଏ ସବୁର ଫଟୋ ଉଠାଇ ନିଜ କାମର ଫଟୋ ଉଠାଇ ନିଜ ମହନୀୟତାର ପ୍ରଚାର କରିବା କଣ ଠିକ୍ କଥା ? ଟିଭି, ଫେସବୁକ, ଯେଉଁଠି ଦେଖିବ ,କିଏ କେମିତି, କେଉଁଠି, କାହାକୁ ସାହାଯ୍ଯ କଲେ, ସେ ସବୁର ଫଟୋ ଉଠାଇ ପୋଷ୍ଟ କରିବା କଣ ଦରକାର ?" ସୁଜାତା କଥା ବି ଠିକ୍ କିନ୍ତୁ ଏଇ ଫଟୋ ବା ନିଉଜ ରୁ ଏ ସବୁ ଦେଖି, ଶୁଣି ଅନ୍ଯମାନେ ମଧ୍ଯ ପ୍ରେରଣା ପାଇ ନିଜ ଆଖ ପାଖରେ ଥିବା ଅସହାୟ ଲୋକଙ୍କୁ ସାହାଯ୍ଯ କରିବାକୁ ଆଗେଇ ଆସୁଛନ୍ତି । ତା ହେଲେ କ୍ଷତି କଣ ? ବିପଦ,ଆପଦ ସମୟରେ ଏଇ ସାହାଯ୍ଯ କରିବା ମନୋଭାବ, ଏକତା,ତ୍ଯାଗର ଭାବନା ଯେ କିଛି ସମୟ ପାଇଁ ହେଉ ପଛକେ, ନିଜର ଈର୍ଷା,ଦ୍ବେଷ, ଶତ୍ରୁତା ଭୁଲି ସାହାଯ୍ଯ ପାଇଁ ବଢି ଆସୁଥିବା ହାତ ଯେ ଦେଶ ପାଇଁ ଯେ କେତେ ହିତକର,ତାହା ହିଁ ସବୁଠାରୁ ବଡ କଥା । ମୋ ମନ ସତରେ ଗର୍ବରେ ଫୁଲି ଉଠିଲା ଏଇଆ ଭାବି ଯେ ମୁଁ ଏମିତି ଦେଶର ସନ୍ତାନ ଯେଉଁ ଦେଶର ସନ୍ତାନ କେବେ ବି ନିଜ ଦେଶର, ନିଜ ମାଁ ମାଟିର ବିପଦ ସମୟରେ ହାରିବା ଶିଖିନି । ଏକଜୁଟ ହୋଇ ସବୁ ପ୍ରକାର ବିପତ୍ତିର ସାମନା କରିବା ଶିଖିଛି । ଜୟ ହିନ୍ଦୁସ୍ତାନ ।


Rate this content
Log in

Similar oriya story from Inspirational