The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Bidyut lata Mishra

Inspirational

2  

Bidyut lata Mishra

Inspirational

★★ଶାସ୍ତି★★

★★ଶାସ୍ତି★★

5 mins
397


         ଆଜିକାଲି ବୋଧେ ଝିଅ ର ମାଆ ହେବା କଷ୍ଟକର ହୋଇପଡ଼ିଲାଣି। ଏଇଯେମିତି କରୁଣା ,ନିଜ ଝିଅ ଆଦ୍ୟା ପାଇଁ ଚିନ୍ତିତ ସେ । କନଭେଂଟ ସ୍କୁଲ ରେ ପଢ଼ୁଥିବା ଝିଅ ତାଙ୍କର ଆବଶ୍ୟକତା ଠାରୁ ଅଧିକା ସ୍ମାର୍ଟ। ଝିଅ ର ସ୍ୱାଧୀନତା ରେ ଅଙ୍କୁଶ ଲଗେଇବା ଯଦିଓ ତାଙ୍କର ଉଦ୍ଦେଶ୍ୟ ନୁହେଁ କିନ୍ତୁ ସ୍ୱାଧୀନତା ର ଦୁରୁପଯୋଗ ଝିଅ ଦ୍ୱାରା ହେଉ ଏହା ସେ ଚାଂହୁ ନଥିଲେ। ଆଜିକାଲି ଆଦ୍ୟା ଭାରି ଗୁମସୁମ ରହୁଥିଲା। କରୁଣା ଙ୍କ ଉପରେ ବିନା କାରଣ ରେ ଚିଡିଚିଡ଼ ହେବା, ରାତ୍ରିରେ ଏକା ଶୋଇବାକୁ ଜିଦ କରିବା ଆଉ ଫୋନ ରେ ପ୍ରତ୍ୟକ ଆପ୍ ରେ ପାସ୍ବୱାର୍ଡ ପକେଇବା ଯେମିତି କରୁଣା ଙ୍କ ସନ୍ଦେହ କୁ ଦ୍ୱିଗୁଣିତ କରୁଥିଲା।

   ଅଭିଜୀତ ଥିଲେ ବ୍ୟାଙ୍କ ରେ ମ୍ୟାନେଜର ଘରେ ମଧ୍ୟ କ୍ଷଣେ ସୁଦ୍ଧା ସିଏ ଫ୍ରି ନଥାନ୍ତି। ଆଦ୍ୟା ପାଇଁ ୫ ଜାଗାରେ ୨୫ ଖର୍ଚ୍ଚ କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। କରୁଣା ଝିଅ କୁ ଆକଟ କଲେ ସେ କୁହନ୍ତି ଗୋଟିଏ ବୋଲି ଝିଅ ଆମର ତାକୁ କଷ୍ଟ ଦିଅନି। ଝିଅ ର ପିଲାଦିନୁ ଝିଅ ଅପେକ୍ଷା ପୁଅ ସାଙ୍ଗ ବେଶି। ସେଦିନ ତାର ସାଙ୍ଗ ମାନେ ତା ପାଈଁ ହୋଟେଲରେ ଜନ୍ମଦିନ ର ଆୟୋଜନ କରିଥାନ୍ତି। ଆଦ୍ୟା ର ଇଛାନଥିଲେ ମଧ୍ୟ କରୁଣା ଯାନ୍ତି ତା ସହ। ସନ୍ଧ୍ୟା ସାତ ଟାରେ ୧୬ ବର୍ଷ ର ଝିଅ କୁ କେମିତି ବା ପଠେଇ ପାରନ୍ତେ।

 କେକ୍ କାଟୁଥିଲା ଆଦ୍ୟା ,କରୁଣା କୁ ଅଣଦେଖା କରି ସେ କେକ୍ ର ପ୍ରଥମ ବାଇଟ ପାଖରେ ଠିଆ ହୋଇଥିବା କଳା ଲମ୍ବା ପୁଅଟିକୁ ଖୁଆଇଦେଲା। ଦୁଇଜଣଙ୍କ ବ୍ୟବହାର ଭାରି ଅଜବ ଲାଗୁଥାଏ କରୁଣା ଙ୍କୁ। ଫେରିଲା ବେଳେ ଅଟୋ ରେ ବାରମ୍ବାର ସେ ପୁଅ ଟି ବିଷୟରେ ପଚାରିଥିଲେ କାରଣ ସେ ବହୁତ ବଡ଼ ଲାଗୁଥିଲା ଆଦ୍ୟା ଠାରୁ ଏବଂ ତା ବ୍ୟବହାର ରୁ ମଧ୍ୟ କରୁଣା ଦୃଢ ନିଶ୍ଚିତ ଯେ ସିଏ ଆଦ୍ୟା ର ବନ୍ଧୁ ନୁଁହ ଆଉ କିଛି ....

  ଆଦ୍ୟା ଅତି ସହଜରେ କହିଦେଲା ସିଏ ମୋ ସିନିଅର ଥିଲେ ମମି ଆଉ ଏହି ଆରେଞ୍ଜମେଣ୍ଟ ମଧ୍ୟ ସେହିଁ କରିଥିଲେ। ଆମେ ଭଲ ସାଙ୍ଗ। ସ୍ୱାମୀ ଙ୍କୁ ରାତି ରେ ଏହିକଥା କହିଥିଲେ ମଧ୍ୟ ସେ ଏତେ ଟା ଧ୍ୟାନ ଦେଇନଥିଲେ କଥାକୁ। ସେଦିନ ହଠାତ ଆଦ୍ୟା ର ଫୋନ ଟି କରୁଣା ଙ୍କ ହାତରେ ବାଜିଥିଲା ଅଲଗା ନାଁ ରେ ଫେସବୂକ ଚାଲୁଥିଲା ଝିଅର ତା ସହ ହ୍ଵାଟ୍ସ୍ଆପ୍ ରେ ଏତେ ଚାଟ ଦେଖି କରୁଣା ଙ୍କ ମୁଣ୍ଡ ଘୁରାଇ ଦେଲା । ଅତି ସତର୍କତା ର ସହ ସବୁ ର ସ୍କ୍ରିନସଟ ନେଲେ ଆଉ ନିଜ ଫୋନ କୁ ଫରୱାର୍ଡ଼ କରିଦେଲେ। ଅଭିଜୀତ ଙ୍କୁ ସବୁ ଫରୱାର୍ଡ଼ କଲାପରେ ସେ ଭାବିଲେ ଝିଅ କୁ ଏସବୁ ପଚାରିବେ କିନ୍ତୁ ଅଭିଜୀତ ଙ୍କ ଉପସ୍ଥିତି ରେ ପଚାରିବା ଠିକ୍ ହେବ ଭାବି ଚୁପ ରହିଲେ। ନିଜେ ନିଜକୁ ପ୍ରଶ୍ନ କରୁଥାନ୍ତି କରୁଣା, କାହିଁ କେବେ ତ ସେ ନିଜ ଝିଅ ପ୍ରତି ଅବହେଳା କରିନାହାନ୍ତି। ଆଜିଯାଏଁ ସୁଦ୍ଧା ନିଜ ର ନାରୀ ସୁଲଭ ଇଛା କୁ ମାରି ଆସିଛନ୍ତି କେବଳ ନିଜ ଝିଅ ପାଈଁ ,ରାତ୍ରୀରେ ନିର୍ଜନ ପ୍ରହରରେ ସ୍ୱାମୀ ଙ୍କ ସହ ରହି ବି ତାଙ୍କ ବିରହରେ ଛଟପଟ ହୋଇଛନ୍ତି। କିନ୍ତୁ ଆଦ୍ୟା ର ବ୍ୟବହାର ରେ ଏହିସବୁ ପରିବର୍ତ୍ତନ, ବନ୍ଧୁ ଟିଏ ଜୀବନରେ ଆବଶ୍ୟକ କିନ୍ତୁ ଆଦ୍ୟା ଯେ ସେହି ପୁଅ ସହ ସବୁ ସୀମା ଡେଇଁବାକୁ ପ୍ରସ୍ତୁତ।


 ଅଭିଜୀତ ବହୁତ ଭାଙ୍ଗି ପଡ଼ିଥିଲେ ,କରୁଣା ଙ୍କ ମୁଁହକୁ ଦେଖି ପାରୁନଥିଲେ ସେ ,ହୁଏତ ଭୁଲ ମୋର ଥିଲା କରୁଣା ମୁଁ ଭୁଲି ଯାଇଥିଲି ମୋ ସୁନା ଝିଅ ବଡ ହେଉଛି,ତାକୁ ଏବେ ଭଲ ପାଇବା ସହ ଆକଟ ମଧ୍ୟ ଦରକାର ,ଆଜି କାଲିକା ଯୁଗରେ ଯେଉଁଠି ଘର ଭିତରେ ନାରୀ ସୁରକ୍ଷିତ ନୁଁହ ସେଇଠି ଆଦ୍ୟା ର ଏଇ ଉତ୍ଶୃଙ୍ଖଳ ବ୍ୟବହାର ତା ପାଇଁ ବିପଦ ହୋଇପାରେ। କିଛି ଉପାୟ ମିଳୁନଥିଲା ଦୁହିଁଙ୍କୁ। ଝରିଯାଉଥିଲା ଆଖିରୁ ଶ୍ରାବଣ ର ବାରୀ ଧାରା।

 କରୁଣା ନିଜ ବୁଦ୍ଧି ରୁ ଗୋଟିଏ ଫେକ ଫେସବୂକ ଏକାଉଣ୍ଟ ଖୋଲି ଆଦ୍ୟା ସହ ଚାଟିଙ୍ଗ କଲେ ,ଶେଷ ରେ ସେ ଆଦ୍ୟା ମନରେ ଧୀରେ ଧୀରେ ଗୋଟିଏ କାଳ୍ପନିକ କଥା କହି ତା ମନରେ ପିତା ମାତା ଙ୍କ ର ପ୍ରତି ଭଲ ପାଇବା ର ବୀଜ ସୃଷ୍ଟି କରିବାକୁ ଲାଗିଲେ । 

ଆଦ୍ୟା ଧୀରେ ଧୀରେ ଅନୁଭବ କରୁଥିଲା ଯେ ବାବା ,ମମି ଉଭୟ ତା ଠାରୁ ଦୂରେଇ ଯାଉଛନ୍ତି ,ଅନେକ ଦିନ ଧରି ତିନି ଜଣ ହସିବା ଭୁଲି ଯାଇଛନ୍ତି।

   ସବୁ କଥା ଆଉ ମମି ,ବାବା ଜାଣି ଦେଇ ନାହାନ୍ତି ତ କିନ୍ତୁ ଆଦ୍ୟା ସାହାସ ସଞ୍ଚୟ କରିପାରିନଥିଲା। ବାବା ଙ୍କ ଶୁଖିଲା ମୁଁହ ,ମମିର ଢଳ ଢଳ ଆଖି ହୁଏତ ତା ମନରେ ଭାବନ୍ତର ସୃଷ୍ଟି କରୁଥିଲା।

  ପରୀକ୍ଷା ରେ ବହୁତ ଖରାପ କରିଥିଲା ଆଦ୍ୟା ଏହିଥର କିନ୍ତୁ ବାବା ରିପୋର୍ଟ କାର୍ଡ଼ ଦେଖି ଗାଳି କରିବା ତ ଦୂର ର କଥା ଆଡ ଆଖିରେ ଚାହିଁଲେ ନାହିଁ। ୧ମାର୍କ କମିଲେ ଘରେ ମହାବାତ୍ୟା ସୃଷ୍ଟି କରୁଥିବା ମମି ଖାଲି କହିଥିଲା,"ଏହି ମାର୍କ ରେ ତୁ ଖୁସି ତ??"

ହୁଏତ ଗାଲ କୁ ଦୁଇ ଚାପୁଡ଼ା ମାରିଲେ ଏତିକି କଷ୍ଟ ହୋଇନଥାନ୍ତା ଯାହା ମମୀ ର କଟାକ୍ଷ ଭରା କଥା କଷ୍ଟ ଦେଉଥିଲା। 

ବାବା କେବଳ ଗୋଟିଏ କଥା କହିଲେ ,"ତୁ ମୋ ଝିଅ ନୁଁହ ,ତୁ ମୋ ମାଆ ସେଥିପାଇଁ ହୁଏତ ତୋତେ ମାଆ ଛାଡି ଆଦ୍ୟା ବୋଲି କେବେ ଡାକିନି। ତୋର ପରୀକ୍ଷା ର ମାର୍କ ହୁଏତ କମିଛି ,ଆଉ ତୁ ତାକୁ ସୁଧାରି ପାରିବୁ ଏହି ବିଶ୍ୱାସ ମୋର ଅଛି। ଯେବେ ତୋର ଜନ୍ମ ହେବାର ଥାଏ ତୋ ମମି ଚାଂହୁଥିଲା ପୁଅ ଟିଏ ହୋଉ କିନ୍ତୁ ମୁଁ କହିଥିଲି ,"କରୁଣା ଯଦି ପୁଅ ଟିଏ ହୁଏ ତୁମେ ଖୁସି ହେବ ଆଉ ଯଦି ଝିଅଟିଏ ହୁଏ ,ମୋର ଭଲ ପାଇବା ତୁମ ପାଇଁ ଶହେ ଗୁଣ ବଢିଯିବ। ଝିଅ ର ବାପା ହେବା ସୌଭାଗ୍ୟ ର କଥା ଏହା ତୋ ଜେଜେ ମା କୁହେ କାରଣ ତୋର ଜେଜେମା ଆଉ ଜେଜେବାପା ଙ୍କର ଝିଅଟିଏ ନଥିଲା। ଆମେ ଦୁଇ ଭାଇ ସବୁଦିନ ଭଉଣୀ ର ଅଭାବ ଅନୁଭବ କରି ଆସିଛୁ। ତୋର ଜନ୍ମ ର କିଛି ଦିନ ପୂର୍ବରୁ ଜେଜେ ମାଆ ଚାଲିଗଲା ଆଉ ତାର ନାତୁଣୀ ର ନାଁ ସେହିଁ ଜନ୍ମ ପୂର୍ବରୁ ରଖିଥିଲା ଆଦ୍ୟା ,ପ୍ରଥମ ଝିଅ ଆମ ଚୌଧୁରୀ ବଂଶ ର।

ତୋ ପ୍ରତି କାଳେ ଅବହେଳା ହେବ ଭାବି ଦ୍ୱିତୀୟ ସନ୍ତାନ କଥା କେବେ ଚିନ୍ତା କରି ନାଁହୁ। ବୋଉ ର ମୁଁହ ମୁଁ ତୋ ଠାରେ ଦେଖେ। ତେଣୁ ତୋର ଉପରେ ନିର୍ଭର କରେ ତୁ ତୋର ଭବିଷ୍ୟତ କିପରି ଗଢିବୁ।"

  ଆଦ୍ୟା ଆଖିରୁ ଝରି ପଡୁଥିଲା ଲୁହ ଅନୁତାପ ର, କିଛିଦିନ ଧରି ମମି ଉପରେ କରିଥିବା ବ୍ୟବହାର ଯୋଗୁଁ ସେ ମୁଣ୍ଡ ଟେକି ମମି ର ମୁଁହ କୁ ଚାହିଁ ପାରୁ ନଥିଲା। ଦୁଇ ଦିନ ପରେ ଘରୁ ମିଛ କହି ସେ ବିଚ୍ ଯିବ ଭାବୁଥିଲା ତାର ବୟ ଫ୍ରେଣ୍ଡ ସହ, କିନ୍ତୁ ବାବା ଙ୍କର କେଇପଦ କଥା ତାର ଜୀବନ ର ଗତିପଥ ବଦଳାଇ ଦେଇଥିଲା।

 ଜିଦ୍ କରି ଜନ୍ମଦିନ ରେ ଗୀଫ୍ଟ ଭାବେ ଆଣିଥିବା ଫୋନ କୁ ବାବା ଙ୍କ ହାତରେ ଧରେଇ ଦେଲା । କରୁଣା ଦେଖୁଥିଲେ ଝିଅ ର ପରିବର୍ତ୍ତନ କିନ୍ତୁ ଉପରେ ଦେଖାଉ ନଥିଲେ ଯେ ସେ କେତେ ଖୁସି। ଅଭିଜୀତ ଦେଖୁଥିଲେ ଆଦ୍ୟା ର ପାଠ ପଢ଼ା ରେ ସିରିଅସ୍ ନେସ୍ କିନ୍ତୁ ରହୁଥିଲେ ସେମିତି ଗୁମସୁମ। ସନ୍ତୁଳି ହେଉଥିଲା ଆଦ୍ୟା ନିଜ ଭିତରେ...

ତିନି ମାସ ର କଠିନ ପରିଶ୍ରମ ପରେ ଆଜି ଥିଲା ରେଜଲ୍ଟ ର ଦିନ ,ପୁରା ସ୍କୁଲ ରେ ସବୁଠାରୁ ଅଧିକ ମାର୍କ ଆଣିଥିବାରୁ ସମ୍ମାନିତ ହେଉଥିଲା ଆଦ୍ୟା, ପୁରସ୍କାର ଗ୍ରହଣ କରୁ କରୁ କହି ଉଠିଲା ,"ଆଜି ମୁଁ ସଫଳ ହେବା ର ଶ୍ରେୟ ମୋ ବାବା ,ମମି ଙ୍କ ଶାସ୍ତି ର। କିନ୍ତୁ ସବୁ ଝିଅ ପୁଅ ଙ୍କୁ ଏତିକି କହିବି ମାର୍କ ରେ ଟପ୍ପର୍ ହେବା ବଡ କଥା ନୁହେଁ କିନ୍ତୁ ସମସ୍ତେ ଚେଷ୍ଟା କରିବା ଉଚିତ ଚରିତ୍ର ରେ ଟପ୍ପର ହେବା। କାରଣ ବାପା ,ମାଆ ହିଁ ଜାଣନ୍ତି ନିଜ ସନ୍ତାନ ପଥ ଭ୍ରଷ୍ଟ ହେଲେ କେତେ କଷ୍ଟ ହୁଏ।

କୋହ ସମ୍ଭାଳି ନପାରି ହଲ ବାହାରକୁ ଚାଲି ଆସିଲେ ଅଭିଜୀତ ,କରୁଣା ଙ୍କ ପାଦ ଧରି ଆଦ୍ୟା କହୁଥିଲା ମମି ,ବାବା କଣ ଏବେବି ରାଗିଛନ୍ତି। କରୁଣା ନିରବ ଥିଲେ ,ଅଭିଜୀତ ଆସି କହି ଉଠିଲେ ,"ମାଆ ଉପରେ କଣ ପୁଅ କେବେ ରାଗେ,ତୁ ମୋ ମାଆ ପରା?? "କରୁଣା ଦେଖୁଥିଲେ ଅଭିଜୀତ ଙ୍କୁ, ସତରେ କେତେ ବଡ଼ ହୃଦୟ ବାପା ର ?? କିଛି ସମୟ ତଳେ କୋହ ସମ୍ଭାଳି ପାରୁନଥିବା ଅଭିଜୀତ ଙ୍କ ଓଠରୁ ଝରୁଥିଲା ମଲିଫୁଲିଆ ହସ।

ଆଦ୍ୟା ହସି ହସି କହୁଥିଲା, ବାବା ମମି ତୁମ ସ୍ନେହ ,ପ୍ରେମ ଭଳି ଶାସ୍ତି ମଧ୍ୟ ବହୁତ ସୁନ୍ଦର।


Rate this content
Log in

More oriya story from Bidyut lata Mishra

Similar oriya story from Inspirational