STORYMIRROR

Sabita Nayak

Fantasy

4  

Sabita Nayak

Fantasy

ଶାନ୍ତି

ଶାନ୍ତି

3 mins
2

ପାୟଲ-(ଗୋଡ କଚାଡି କାନ୍ଦି କାନ୍ଦି ଆସି)ବାବା..ବାବା ତୁମେ ସତ କୁହ ମାମା କୋଉଦିନ ଆସିବ।ମୋତେ ଖାଲି ତୁମେ ଠକି ଚାଲିଛ।ମା ପରା ଚାନ୍ଦମାମା ପାଖକୁ ଯାଇଛି। ଏତେଦିନ ହେଲାଣି ଆସୁନି କାହିଁକି। ବିଜୟବାବୁ-( ଟିକେ ଥତମତ ହୋଇ)ହଁ ହଁ ତୋ ମାମାକୁ ମୁଁ ନେଇଆସିବି।ପାୟଲକୁ ଗେଲକରି ମୋ ସୁନାଝିଅ ଏବେ ସ୍କୁଲକୁ ଯିବ ।ଆସିଲୁ ତୋର ବେଣି ଦିଟା କରିଦେବି। ପାୟଲ-ହେଃ ତମକୁ ବେଣି ଆସେ ? ଗୋଟିଏ ଉପରକୁ କଲଣି ତ ଗୋଟିଏ ତଳକୁ ।ମୋ ସାଙ୍ଗମାନେ ମୋତେ ଚିଡାନ୍ତି।ମାମା ଆସିଲେ ମୋର ସୁନ୍ଦର ଭାବେ ବେଣି ପକାଇଦେବ। ବିଜୟବାବୁ-ହଉ ହେଲା ମୋ କୁନି ପରୀ।ଏବେ ସ୍କୁଲ ଯିବା ଚାଲ। ପାୟଲକୁ ସ୍କୁଲରେ ଛାଡି ବିଜୟବାବୁ ଗଭୀର ଚିନ୍ତାରେ ପଡିଗଲେ।ଅନୁତପ୍ତ ନିଆଁରେ ଜଳି ଜଳି ମରୁଥିଲେ।ସେ ଯଦି ଶାନ୍ତିଙ୍କ କଥାକୁ ଗୁରୁତ୍ବ ଦେଇଥାନ୍ତେ ତାହେଲେ ଆଜି ପାୟଲ ମାତୃହୀନା ହୋଇ ନଥାନ୍ତା। ହଁ  ମୁଁ ମାନୁଛି ସେମାନେ ଦୁଷ୍ଟ ପ୍ରକୃତିର।ଶାନ୍ତିକୁ ଦିନେ ଏ ଘରେ ଶାନ୍ତିରେ ରଖାଇ ଦେଇନାହାଁନ୍ତି।ତଥାପି ମୁଁ ତା'ର କିଛି କଥା ବି ଶୁଣିନାହିଁ।ସେଦିନ ଅଣ୍ଡା ତରକାରୀରୁ  ସବୁ ଅଣ୍ଡାରୁ କେଶର ବାହାର କରି ମୋ ଦୁଇ ଭଉଣୀ ଖାଇଥିଲେ ଆଉ ତରକାରୀରେ ଖାଲି ଅଣ୍ଡାର ଧଳାଅଂଶ ଛାଡିଥିଲେ।ମିଛରେ ଶାନ୍ତି ଖାଇଦେଇଛି ବୋଲି ଘରେ ଅନେକ ହଙ୍ଗାମା କଲେ।ସବୁ ଜାଣି ମୁଁ ଚୁପ୍ ରହିଲି।ଭଉଣୀମାନଙ୍କୁ ମୁଁ କେମିତି କହିବି? ଶାନ୍ତିକୁ ମୋ ମା' ଅନେକ ଗାଳିଗୁଲଜ କଲା।ମୁଁ ନୀରବ।ଶାନ୍ତି ପାଇଁ ପଦେ କଥା ପାଟିରୁ ବାହାରିଲା ନାହିଁ? ସେଦିନ ଶାନ୍ତି ରାତିରେ ନଖାଇ ଶୋଇଲା।ବିଚାରି ରାତିସାରା ନୀରବରେ କାନ୍ଦୁଥାଏ।ମୁଁ କିନ୍ତୁ ପଥରପରି ଶୋଇଥାଏ । ଏମିତି ପ୍ରାୟ ଘରେ ସମସ୍ତେ ଖାଇ ଦିଅନ୍ତି ।ଆଉ ଶାନ୍ତି ଖାଇଲାବେଳକୁ କିଛି ନା କିଛି ତମାସା।ଅନେକ ରାତି ଉପାସରେ କଟେ ତା'ର।ଆଉ ମୁଁ ଆରାମରେ ଖାଇ ଶୋଇପଡେ।ଭାବେ ଏମିତି ବୋଧେ ବୋହୁମାନଙ୍କ ଜୀବନ।ଗଧପରି ଖଟିବେ,ସମସ୍ତଙ୍କୁ ଖାଇବାକୁ ଦେବେ ନିଜେ ଉପାସ ଶୋଇବେ।ମୋର ଯାଏ କେତେ ଆସେ କେତେ।ମୁଁ ମରଦ ପୁଅ।ଦରଦ ମୋ ପାଖେ ନଥାଏ। ଶାନ୍ତି ପାଇଁ ଯେ ମୋର ଭଲପାଇବା ନଥାଏ ସେୟା ନୁହେଁ।ମୁଁ ଶାନ୍ତି ସାଥୀରେ ମନଭରି ଗପିବାକୁ ଚାହେଁ। ମନଖୋଲି ହସିବାକୁ ଚାହେଁ।ତାକୁ ଗେଲ କରିବାକୁ ଚାହେଁ ।ଖାସ୍ କରି ସକାଳୁ ଉଠିଲାମାତ୍ରେ ଓ ଅଫିସ୍ ରୁ ଘରକୁ ଫେରି ପ୍ରଥମେ ଶାନ୍ତିର ମୁଁହକୁ ଦେଖିବାକୁ ଭାରି ଇଛା ମୋର ।ଏଥିପାଇଁ ଶାନ୍ତିକୁ ଅନେକ ଥର ତାଗିଦା ବି କରିଛି।ସହସ୍ର ଶାନ୍ତିର ସ୍ରୋତ ବୋଧେ ଶାନ୍ତି। କିନ୍ତୁ ଜଲି, ମୋ ସୁପର୍ଣ୍ଣଖା ଭଉଣୀ ତା କରାଇ ଦିଏ ନାହିଁ।ପାଖେ ପାଖେ ଜଗିଥାଏ।ସକାଳ ଉଠୁ ଉଠୁ ଶାନ୍ତି ଉପରେ ହଜାରେ ଗାଳି,ଅଫିସ୍ ରୁ ଆସିଲା ମାତ୍ରେ ଶାନ୍ତିର ମୁଁହକୁ ଦେଖିବି କ'ଣ?ମୁହଁ ଫଁ ଫଁ କରି ଜଲି ଘର ଗେଟ୍ ପାଖରେ ଥିବ ,ଶାନ୍ତି ନାମରେ ଅଭିଯୋଗର ଫର୍ଦ୍ଦ ଧରି।ମୁଁ କିଛି ନବୁଝି ସିଧା ଗେଟ୍ ପାଖରୁ ଗାଳି ଦେଇ ଦେଇ ଆସିବି ଶାନ୍ତିକୁ।କାନଧରି ବସ୍ ଉଠ୍ କରାଇବି ସମସ୍ତଙ୍କର ସାମ୍ମାରେ । କଥାରେ କଥାରେ ଅନେକ ବେଜିତ୍ କରି କଥା କହେ ଶାନ୍ତିକୁ।ଶାନ୍ତି ଚୁପ୍ ଚାପ୍ ସହିଯାଏ ।କିଛି ପ୍ରତ୍ୟୁତ୍ତର ଦିଏନାହିଁ।ଶାନ୍ତିର ଅସହାୟତାକୁ ମୁଁ ମନଭରି ଉପଭୋଗ କରେ। ମୁଁ କିନ୍ତୁ ବେରସିକ ନୂହେଁ।ଏଇ ଶାନ୍ତିକୁ ପାଇବା ପାଇଁ ମୋତେ ଯେ କମ୍ କସରତ କରିବାକୁ ପଡିନି।କଲେଜ ଗେଟ୍ ପାଖରେ ଲଫଙ୍ଗା ଟୋକା ପରି ବୁଲିବା।ସିକୁରିଟି ଗାର୍ଡଠାରୁ ନିର୍ଲଜଙ୍କ ପରି ଗାଳି ଶୁଣିବା ଯେମିତି ଦେହଘସା ହୋଇଯାଇଥାଏ। ଶାନ୍ତିର ଟିକିଏ ଝଲକ ପାଇବା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା।ସତରେ କି ସୁନ୍ଦର ଥିଲା ସେ ସ୍ବପ୍ନସବୁ!ଜହ୍ନ ଆକାଶରେ ଉଇଁଥିବ। ତା'ର ଶୀତଳ ଜୋଛ୍ଛନାର ପରଶରେ ସାରା ଜଗତ ଆମୋଦିତ ହୋଇଉଠୁଥିବ।ଆଉ ଶାନ୍ତିର କମନୀୟ ମୁଖମଣ୍ଡଳରେ ଜହ୍ନର ପ୍ରତିବିମ୍ବ।ତା'ରି କୋଳରେ ମୁଣ୍ଡରଖି ମୁଁ ହଜିଯିବି କୋଉ ଅଜଣା ରାଇଜରେ,ଶାନ୍ତିର ଶାନ୍ତବଳୟ ମଧ୍ୟରେ । ଶାନ୍ତି ପାଇଁ ଗୀତ ଗାଉଥିଲି "ଫୁଲର ସହରେ ଘରଟେ ତୋଳିଛି ତୋ ପାଇଁ ପ୍ରିୟା ତୋରି ପାଇଁ" ସ୍ବପ୍ନ ଆଉ ବାସ୍ତବତା ,ଆକାଶ ପାତାଳ ସତରେ!ପାଦରେ ଅଳତା,ମଥାରେ ସିନ୍ଦୁର,ହାତରେ ଶଂଖା,ନାଲି ଶାଢିରେ ପରୀଟିଏ ଦେଖାଯାଉଥିଲା ସେ।ତା ପାଦ ପାଉଁଜିର ରୁଣ୍ଝୁଣ୍ ଶବ୍ଦ ମୋ ହୃଦୟରେ ଭରିଦେଇଥିଲା ସପ୍ତସୁରର ଝଙ୍କାର।ତାକୁ ନେଇ ସ୍ବପ୍ନର ସୁନ୍ଦର ସୌଧଟିଏ ଗଢିଥିଲି ମୁଁ।ଦୁନିଆର ସାରା ଐଶ୍ବର୍ଯ୍ୟ ତା ହାତରେ ଆଣିଦେବି ବୋଲି କେତେ କ'ଣ କଳ୍ପନା କରିଥିଲି। କିନ୍ତୁ ଭାଗ୍ୟର ଖେଳ ଅନ୍ୟପ୍ରକାର ଥିଲା।ଶାନ୍ତି ଏ ଘରେ ପାଦ ଦେଉ ନଦେଉଣୁ ତା' ଜୀବନ ଶବ୍ଦକୋଷରୁ " ଶାନ୍ତି" ଶବ୍ଦଟି ଆମ ଘରଲୋକ ହଜାଇ ଦେଇଥିଲେ।ତଥାପି ସବୁ ଦୁଃଖକୁ ଛାତିତଳେ ଚାପିଧରି ହସି ହସି ଆମ ଘରର ସମସ୍ତଙ୍କୁ ନିଜର ସେବା ,ସ୍ନେହ ମମତାରେ ବାନ୍ଧି ରଖିବାକୁ ଶତଚେଷ୍ଟା କରିଥିଲା। ସେଦିନର କଥା ମନେପଡିଲେ ଦେହରୋମସବୁ ଟାଙ୍କୁରି ଉଠେ।ରୋହନର ବାହାଘର ଥାଏ। ଘରେ ଅତିଥି ଅଭ୍ୟାଗତଙ୍କର ଭିଡ।ସମସ୍ତେ କାର୍ଯ୍ୟରେ ବ୍ୟସ୍ତ।ଘରେ ଖୁସିର ମାହୋଲ।ହଠାତ୍ କାହାର ଚିତ୍କାର ଶୁଣାଗଲା।ଭାରି ବିକଳ ଚିତ୍କାର।ସମସ୍ତେ ସ୍ତବ୍ଧ ହୋଇଗଲେ।ନିଆଁ....ନିଆଁ....ନିଆ.....।ଦୌଡିଚାଲ......ଦୌଡିଚାଲ। ସମସ୍ତେ ଧାଁ ଧପଡ କରିବାକୁ ଲାଗିଲେ।ଉପର ମହଲାଟି ହୁତୁହୁତୁ ହୋଇ ଜଳୁଛି ।ସମସ୍ତେ କିଂକର୍ତ୍ତବ୍ୟଶୂନ୍ୟ ହୋଇ ଦେଖଣାହାରି ସାଜିଥିଲେ।ମୋ ଆଖି ବୁଲିଗଲା ସମସ୍ତଙ୍କର ଉପରେ.....ଶାନ୍ତି.....ଶାନ୍ତି କାହିଁ??ସମସ୍ତେ ହୋ ହଲ୍ଲା କରୁଥିଲେ।ହଠାତ୍ ନଦୀକୁ କେହି ଜଣେ ଲମ୍ଫପ୍ରଦାନ କରିବାର ଶୁଣାଗଲା।ଏହା ମଧ୍ୟରେ ଏକଘଣ୍ଟା ବିତିଯାଇଥାଏ।ଦମ୍କଳ ଆସି ନିଆଁ ଲିଭାଇବା କାର୍ଯ୍ୟରେ ଲିପ୍ତ ଥାଏ।ସମସ୍ତେ ଶାନ୍ତିକୁ ଖୋଜୁଥାନ୍ତି।ମୁଁ ବ୍ୟତିବ୍ୟସ୍ତ ହୋଇଉଠୁଥାଏ।ହଁ ନିଆଁ ଲିଭିଗଲା।ମୁଁ ଦୌଡିଗଲି ସେ ଘରକୁ ......କାହିଁ ମୋ ଶାନ୍ତି.....??? 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Fantasy