Parameswar Ojha

Inspirational Others

3  

Parameswar Ojha

Inspirational Others

ଶାନ୍ତି ମାଆ

ଶାନ୍ତି ମାଆ

3 mins
217



ସେତେବେଳେ ମାମୁ ଘର ଜେଜେ ଙ୍କ ଅନ୍ତ୍ୟେଷ୍ଟିକ୍ରିୟା ପରେ ଦଶ ଦିନକୁ ସମସ୍ତ ବ୍ରାହ୍ମଣ ଭୋଜନିର ଆୟୋଜନ ହେଉଥିଲା ସମସ୍ତେ ବନ୍ଧୁ ବାନ୍ଧବ ଜ୍ଞାତି କୁଟୁମ୍ବ  ଆସି ସାରିଥିଲେ । ହେଲେ ଜଣେ କେହି ଆସିବେ ବୋଲି ପ୍ରାୟ ସମସ୍ତେ ଉତ୍ସୁକତା ର ସହ ଅପେକ୍ଷା କରିଥିଲେ । ସେ ଜଣକ କିଏ ଜାଣିବାକୁ ମୁଁ ବି ଅଧୈର୍ଯ୍ୟ ହୋଇ ପଡ଼ିଲି ତାଙ୍କ ବିଷୟରେ ସବୁ ଗୁଣ ଗାରିମା ଶୁଣିବା ପରେ । ଜେଜେ ଙ୍କୁ କାଳେ ସେ ବହୁତ ଭଲ ପାଆନ୍ତି ତାଙ୍କ ପ୍ରିୟ ବାନ୍ଧବୀ । ଜେଜେ ଙ୍କ ଜନ୍ମ ଦିନ ରେ ନୂଆ ଲୁଗା ଆଉ ଜାମା କପଡା ନେଇ କି ଆସନ୍ତି । ମୁଁ ଏଥର ଚିନ୍ତା ରେ ପଡ଼ିଲି କିଏ ସେ ହୋଇ ପାରନ୍ତି ଜେଜେ ଙ୍କୁ ଏତେ ଭଲ ପାଉଥିବା ମହିଳା ଜଣେ ? କାରଣ ମୁଁ ଛୋଟ ବେଳୁ ମାମୁଁ ଘରେ ଥିଲି ତ ଜେଜେ ଙ୍କ ପ୍ରାୟ ବନ୍ଧୁ , ବାନ୍ଧବୀ , ପ୍ରିୟଜନ କୁ ମୁଁ ଜାଣିଥାଏ । ତେଣୁ ମୋ ଭାବନା ଭିତରେ ସେମିତି କାହା ମୁହଁ ମନେ ପଡୁନଥିଲା ଯେ କି ଜେଜେ ୍କ ଏତେ ଅନ୍ତରଙ୍ଗ ଥିଲେ । ଅପେକ୍ଷା କଲି ସେଇ ମୁହୂର୍ତ୍ତକୁ ଯେଉଁ ସମୟରେ ଜେଜେ ଙ୍କ ସେଇ ପ୍ରିୟ ମଣିଷ ବା ଯାହା ଙ୍କ ର ଜେଜେ ପ୍ରିୟ ମଣିଷ ସେଇ ମଣିଷ କୁ ଦେଖିବା ପାଇଁ ।

ଠିକ୍ ମନେଅଛି ମୋର ୪ ଟା ୪୫ ମିନିଟ୍ ସମୟରେ ଆସି ପହଞ୍ଚିଲେ ଶାନ୍ତି ମାଆ । ବୟସ୍କା ମାଆ ପରି‌ ମୁହଁ ଟିଏ , ତାଛଡା ମୋର ଅତି ପରିଚିତ ମୁହଁ ଟିଏ । ମୋତେ ବି ସେ ଖୁବ୍ ଭଲ ଭାବରେ ଚିହ୍ନିଛନ୍ତି । କେତେ ଦିନ ହେବ ଓଡ଼ିଶା ବାହାରେ ଥିବାରୁ ଟିକେ ଭୁଲି ଯାଇଥିଲି ।   ହେଲେ ଏବେ ମନକୁ ଆସିଲା ତେବେ ୟାଙ୍କ ବିଷୟରେ ଆଲୋଚନା ହେଉଥିଲା ।

ମୋତେ ଦେଖୁ ଦେଖୁ ଛଳ ଛଳେଇ ଗଲେ , ମୁଁ ଯାଇ ତାଙ୍କ ପାଦ ଛୁଇଁ ପ୍ରଣାମ କଲି ତାପରେ ତାଙ୍କ ପାଦ ଧୋଇ ଦେଇ ଭିତରକୁ ପାଛୋଟି ନେଲି । ଚେୟାର ଉପରେ ବସେଇ ଦେଲି ତ କାନ୍ଦ କାନ୍ଦ ହୋଇ ହୋଇ କହିଗଲେ ମୋତେ , ନାତି ରେ କଣ ହୋଇଥିଲା ଜେଜେ ଙ୍କର ? କେତେ ବଢିଆ ଲୋକ । ମୁଁ ଏବେ ଖବର ପାଇଲି ଆଗରୁ ଜାଣିଥିଲେ ଟିକେ ଦେଖିବାକୁ ଆସିଥାନ୍ତି ଭଲା ।


ଶାନ୍ତି ମାଆ ବ୍ୟକ୍ତିତ୍ବ ହିସାବରେ ଖୁବ୍ ସରଳ ନିଷ୍କପଟ ନିର୍ମାୟା ମଣିଷ ଟିଏ । ବୃତ୍ତି ରେ ମହିଳା କଲେଜ ର ଅଧ୍ୟାପିକା ଆଉ ଯଦି ନିଶା କୁହାଯାଏ ତେବେ ସେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ନିଜକୁ ସମର୍ପଣ କରି ଦେଇଛନ୍ତି ‌

ନିଜକୁ ଦେବଦାସୀ ଭାବେ । ମଥାରେ ବେକରେ କାନ୍ଧରେ ଚନ୍ଦନ ଟିପା ତାଙ୍କ ସହ ପରିଚୟ ନଥିବା ଲୋକ ଯେ କେହି ଦେଖିଲେ କେହି ବି କହି ପାରିବେନି କି ସେ ଜଣେ ଏତେବଡ଼ ଖ୍ୟାତି ସମ୍ପନ୍ନ ତୁଳସୀ ମହିଳା ମହାବିଦ୍ୟାଳୟ ର ଅଧ୍ୟାପିକା ବୋଲି । ଜେଜେ ଯେହେତୁ ଭଗବତ୍ ପ୍ରେମୀ ସବୁବେଳେ ପୁରାଣ ଶାସ୍ତ୍ର ବିଷୟରେ ଆଲୋଚନା କରନ୍ତି । ସେଥିପାଇଁ ଶାନ୍ତି ମାଆ ଜେଜେ ଙ୍କୁ ଭଲ ପାଆନ୍ତି ଅନ୍ତରରୁ ।

ଶାନ୍ତି ମାଆ ବିଶେଷ କିଛି ଖାଇଲେନି । ପୁଅ ବୋହୂ ମାନଙ୍କ ସହ କିଛି ସମୟ ଦୁଃଖସୁଖ ହୋଇ ଚାଲି ଆସିଲେ । ମୁଁ ଶାନ୍ତି ମାଆ କୁ ତାଙ୍କ କାର୍ ଯାଏ ଛାଡି ବାକୁ ଆସିଥିଲି । କାର୍ ଯାଏ ପାଂଚ ମିନିଟ୍ ବାଟ ଖାଲି ଜେଜେ ଙ୍କ ବିଷୟରେ ହିଁ ପଚାରୁଥିଲେ । ମୁଁ କାର୍ ଡୋର୍‌ ଖୋଲି ତାଙ୍କୁ ଭିତରେ ବସେଇ ଦେଲି । ତାପରେ ତାଙ୍କ ନମ୍ବର ମାଗିଲି ।

ସେ ତାଙ୍କ ମୋବାଇଲ ମୋ ହାତକୂ ବଢ଼େଇ ଦେଇ କହିଲେ , ତୁ ଟିପିଦେ । ମୁଁ ପଚାରିଲି କ'ଣ ନାଁ ସେଭ୍ କରିବି ? , କହିଲେ , ନାତି ଲେଖିଦେ "

ମୁଁ ଲେଖି ଦେଲି ।

ଏବେ ବି ମଝିରେ ମଝିରେ ଫୋନ୍ କଲେ କୋଟି ଆଦର କରନ୍ତି ।

ସତରେ ବହୁତ ମଣିଷ ଦେଖିଛି ହେଲେ ଶାନ୍ତି ମାଆ ପରି ଛନ୍ଦ ହୀନ ନିର୍ମାୟା ମଣିଷ ଟେ କୋଉଠି ଦେଖିନି ଆଜି ପର୍ଯ୍ୟନ୍ତ ।



Rate this content
Log in

Similar oriya story from Inspirational