STORYMIRROR

Pallabi Das

Abstract

2  

Pallabi Das

Abstract

ଶ୍ୱଶୁର ଘର ଜିନ୍ଦାବାଦ

ଶ୍ୱଶୁର ଘର ଜିନ୍ଦାବାଦ

2 mins
528

"ଆହା ହା ହା, କି ସୁଆଦିଆ ମାଛ ଝୋଲା ହେଈଛି ମ ମାଆ "! ଆପଣ ମାଛ ଝୋଳରାନ୍ଧିବାରେ ମାେ ମାଆକୁ ବି ପଛରେ ପକେଇ ଦେବେ"। ଏମିତି ସବୁ ମନଲୋଭା କଥା କହି କହି ଆଙ୍ଗୁଠି ଚାଟି ଚାଟି ଖାଉ ଥାଏ ସୁକୁଟା । ଏମିତି କେବେ ନିଜ ମାଆର ପ୍ରଶଂସା କରି ନଥିବ। ଜ୍ବାଇଁ ପୁଅ ଘରକୁ ବୁଲି ଆସିଛନ୍ତି ବୋଲି ସାହି ପଡ଼ିଶା ରୁ ଅଧା ଲୋକ ଆସି ସୁକୁଟାର ଶ୍ଵଶୁର ଘର ଦାଣ୍ଡ ଦୁଆରେ ଠିଆ ହୋଇଛନ୍ତି । ଭଗଵାନ ଝୁଲି ଝୁଲି ମାଉସୀ ଘରକୁ ଯିବା ପରି ସୁକୁଟା ତା ନଳି ନଳି ହାତ ଦିଟାକୁ ଶ୍ଵଶୁର ଘରୁ ଯାଇଥିବା ଜାମା ପକେଟ୍ ରେ ପୁରେଇ, ଶାଳୀ ହାତର ମିଠା ପାନ ଖଣ୍ଡେ ଚୋବେଇ ଷ୍ଟେଜ ରେ ଠିଆ ହବା ପରି ଦାଣ୍ଡ ବାରଣ୍ଡା ଉପରେ ଠିଆ ହୋଇଗଲା । ପକେଟ୍ ରୁ ହାତ ଦିଟା ବାହାର କରି ସମସ୍ତଙ୍କୁ ହାତ ହଲେଇ ଟା ଟା କରି ପକେଇଲା । ସହର ଫେରନ୍ତା ସୁକୁଟା ସ୍ତ୍ରୀ, ଘର ଆଗରେ ଲୋକ ଠୁଳ ହେବା ଦେଖି ଅଧା ଖାଇବାରୁ ଉଠି ପଡ଼ି ଛାଡ଼ି ଯାଇଥିବା ନାଲି ଲିପିଷ୍ଟିକ୍ ଆଉ ଥରେ ବୋଳି ଦେଈ ଫିସ୍ ଫିସ୍ କରି ପର୍ଫୁମ୍ ଟିକେ ନିଜ ସଲୱାର୍ ରେ ପକେଇ ଦୌଡ଼ି ଗଲେ ଘର ବାହାରକୁ । ସମସ୍ତଙ୍କୁ ଟିକେ ହାତ ହଲେଇ ଦେଈ ଖଣ୍ଡି ଈଂଲିଶ୍ ରେ ଆରମ୍ଭ କଲା how are you ଜାଗାରେ how do u do ?, ମନ ଇଛା ଇଂଲିଶ ରେ କିଛି କହିଦେଇ ସୁକୁଟା ହାତରେ ହାତ ଛନ୍ଦି ଠିଆ ହୋଇଗଲା। 

ସୁକୁଟାର ଶ୍ଵଶୁର ଦୂରରୁ ଗୋଟେ ଚେଆର୍ ଉପରେ ବସି ଝିଅ ଜ୍ବାଇଁ ଙ୍କ ମାଙ୍କଡ ନାଟ ଦେଖୁଥିଲେ, କିଛି କହିବାକୁ ଚାହୁଁଥିଲେ ସୁଦ୍ଧା କାଳେ ଝିଅ ଜ୍ବାଇଁ ଖରାପ ଭାବିବେ ଭାବି ଚୁପ୍ ରହିଗଲେ । ଝିଅକୁ ଖୁସିରେ ରଖିବାକୁ ବାପା ମାଆ ସବୁ ପ୍ରକାର ଚେଷ୍ଟା କରନ୍ତି । ଦରକାର ପଡ଼ିଲେ ଜ୍ବାଇଁ ର ସବୁ ଅଳି ଅର୍ଦ୍ଦଳି କୁ ପୁରଣ କରିପକାନ୍ତି। ଝିଅ ର ଯିବା ଆସିବାକୁ ନେଇ ସୁବିଧା ନଥିବା କଥା ଶ୍ଵଶୁରଙ୍କୁ ଜାଣି ଶୁଣି ଶୁଣେଇବା ପରି ଜ୍ବାଇଁ ଗପୁଥାଏ ଶାଶୂଙ୍କ ଆଗରେ ।

ଖିଆ ପିଆ ପର୍ବ ସାରି ଶ୍ଵଶୁର ଘରୁ ଜ୍ବାଇଁ ପୁଅ ବିଦା ହବା ସମୟରେ ଶ୍ଵଶୁର ଗାଡ଼ିଟିଏ ଦବା ପାଇଁ ଜ୍ବାଇଁ ପୁଅଙ୍କ ମନ ଖୁସି ପାଇଁ କହିଦେଲେ । ତାପରେ ଗାଡ଼ି ଆଶାରେ ସବୁ ରବିବାର ଝିଅ ଜ୍ବାଇଁ ଙ୍କ ଡେରା ପଡ଼େ ଶ୍ଵଶୁର ଘରେ କିନ୍ତୁ ଶ୍ଵଶୁର ଗାଡ଼ି ଯୋଗାଡ଼ କରି ପରନ୍ତିନି କି ଗାଡ଼ି ପାଇଁ ଟଙ୍କା ଦେଇ ପରାନ୍ତିନି । କିଛି ଦିନ ପରେ ଜ୍ବାଇଁ ଙ୍କ ଧର୍ଯ୍ୟ ର ସୀମା ସରି ଯାଇଥାଏ । ତେଣୁ ସେ ତାଙ୍କ ଅସ୍ତ୍ର ଭାବେ ନିଜ ସ୍ତ୍ରୀ ଙ୍କୁ ସବୁ ବେଳେ ବାପ ଘର ପଠେଇ ଚାପ ପ୍ରୟୋଗ କରିବାକୁ ଚେଷ୍ଟା କଲା । 

ସେଥିରେ ବିଫଳ ହେବାରୁ ଶେଷରେ ସ୍ତ୍ରୀ କୁ ମାର ପିଟ୍ କରି ବାପ ଘରକୁ ପଠେଇ ଚାପ ସୃଷ୍ଟି କଲା। ତହିଁ ଆର ଦିନ ବାପା ଘର କାଗଜ ପତ୍ର ବନ୍ଧା ରଖିବା ପାଇଁ ଯାଇ ସାରିବା ପରେ ଝିଅ ଯାଇ ପୋଲିସ୍ ଷ୍ଟେସନ୍ ରେ ଯୌତୁକନିର୍ଯାତନା ର କେଶ୍ ଫାଇଲ୍ କରିଦେଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract